ଅପରେସନ୍ ନୀଳ ଜହର, ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍ ଓ ଡ୍ରୋନର ନିଆଯିବ ସହାୟତା

Enforcement against illegal Hemp cultivation Stepped up

ଭୁବନେଶ୍ୱର: ଗଞ୍ଜେଇ ଚାଷ ଓ କାରବାର ରୋକିବାକୁ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ଯୋଗ ଦେଇ ଗଞ୍ଜେର ଚାଷ ମୂଳୋତ୍ପାଟନ ନେଇ ଆଲୋଚନା କରିଥିଲେ ।

ଜିଲ୍ଲାୱାରୀ ସମୀକ୍ଷା ପରେ ମିଳିତ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଅପରେସନରେ ସାମିଲ୍ ହେବେ । ସ୍ଥାନୀୟ ଗୁଇନ୍ଦା ସୂତ୍ର ଆଧାରରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଞ୍ଜେଇ ଅମଳ ପୂର୍ବରୁ ଚାଷ ନଷ୍ଟ ପାଇଁ ସାଟେଲାଇଟ୍ ଓ ଡ୍ରୋନର ବ୍ୟବହାର କରାଯାଇ ବେଆଇନ୍ ଚାଷ ଚିହ୍ନଟ ନେଇ ନିଷ୍ପତ୍ତି ହୋଇଛି ।

Enforcement against illegal Hemp cultivation Stepped up

ଗଞ୍ଜେଇ ଚାଷ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜେଇ ଚାଷ ହେଉଥିବା ଜମିର ଲ୍ୟାଣ୍ଡ ରେକର୍ଡ ଯାଞ୍ଚ କରାଯିବ । ଘରୋଇ ଜମିରେ ଗଞ୍ଜେଇ ଚାଷ ହେଉଥିଲେ ଜମି ମାଲିକଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାସ୍ତରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜେଇ ଚାଷ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ପରିବାରକୁ ଚିହ୍ନଟ କରାଯିବ । ସେମାନଙ୍କୁ ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ, ମନେରଗା, ଅଧିକ ଅମଳ ଶସ୍ୟ ଭଳି ବିକଳ୍ପ ଜୀବିକା ଯୋଗାଇ ଦେବାକୁ କୁହାଯାଇଛି ।

ଉନ୍ନୟନ କମିଶନର ପ୍ରଦୀପ ଜେନା ସଚେତନତା ଉପରେ ଗୁରୁତ୍ୱ ଦେବା ସହ ଗ୍ରାମବାସୀଙ୍କୁ ସାମିଲ୍ ପାଇଁ କହିଛନ୍ତି । ଗାଁ, ପଞ୍ଚାୟତ ଓ ବ୍ଲକସ୍ତରରେ ଲାଗି କମିଟି ଗଠନ ହେବ । କମିଟି ସଚେତନତା ସହ ତଥ୍ୟ ସଂଗ୍ରହ ଓ ଅନ୍ୟ ଜୀବିକାକୁ ପ୍ରୋତ୍ସାହନ ଲାଗି କାର୍ଯ୍ୟ କରିବ । ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ ଓ ଅନ୍ୟ ବିଭାଗର ଜୀବିକା ସ୍କିମ୍ ମାଧ୍ୟମରେ ବ୍ୟୟ ବୃଦ୍ଧି କରାଯିବ ।

Leave a Reply