ଗଞ୍ଜେଇ ମାଫିଆଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ପୋଲିସ

1 min read
Forfeiture of property of more than Rs 3 Crore in NDPS case

ଭୁବନେଶ୍ୱର: ନିଶା ବିରୋଧୀ ଅଭିଯାନ ଚଳାଇଛି ଓଡ଼ିଶା ପୋଲିସ । ଦିନକୁ ଦିନ ଗଞ୍ଜେଇ ଓ ଡ୍ରଗ୍ସ ଜବତ ମାତ୍ରା ବଢ଼ି ବଢ଼ି ଚାଲିଛି । ଏହି ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ଏମଭି-୭୫ ଥାନା ଅଞ୍ଚଳରେ ଗତ ଫେବ୍ରୁଆରୀରେ ବଡ଼ ରେଡ୍ କରିଥିଲା ପୋଲିସ । ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ମାଫିଆଙ୍କ ବେଆଇନ୍ ସମ୍ପତ୍ତି ଫ୍ରିଜ୍ ପାଇଁ ପୋଲିସ କୋଲକାତା ସ୍ଥିତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା ।

ଏଥିସହ ପଢ଼ନ୍ତୁ: ଅପରେସନ୍ ନୀଳ ଜହର, ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍ ଓ ଡ୍ରୋନର ନିଆଯିବ ସହାୟତା

ଗଞ୍ଜେଇ ବେପାର ଲିପ୍ତ ମାଫିଆଙ୍କ ୩ କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଫ୍ରିଜ୍ କରାଯାଇଛି । ଅଭିଯୁକ୍ତଙ୍କ ୫ଟି କୋଠା, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ । ୧୦ ଜଣଙ୍କର ସାଢେ ୩ କୋଟି ଟଙ୍କାର ବେଆଇନ ସମ୍ପତ୍ତିକୁ ଫ୍ରିଜ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ କ୍ରିଷ୍ଣା ବଲ୍ଲଭ, ନିର୍ଣ୍ଣାଲ ମଣ୍ଡଳ, ବିବେକାନନ୍ଦ ହାଲଦାର, ଦୀପକ ବାଲା, ରାଜେଶ ମଣ୍ଡଳ, ସୁଧା ମଣ୍ଡଳ । ନିଶା କାରବାର କରି ମାଫିଆ ମାନେ ବେଆଇନ୍ ଭାବରେ ସମ୍ପତ୍ତି ଓ ଘର ତିଆରି କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ।

 Forfeiture of property of more than Rs 3 Crore in NDPS case

ଏହି ସଫଳତା ପାଇଁ ପୋଲିସ ଡିଜି ମାଲକାନଗିରି ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ଫେବ୍ରୁଆରୀ ମାସରେ ୧୪ ଶହ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । କେବଳ ଜେଲ୍ ନୁହେଁ ବେଆଇନ୍ ସମ୍ପତ୍ତି ମଧ୍ୟ ଜବତ କରାଯିବ ବୋଲି ନିଶା ମାଫିଆକୁ ଚେତାବନୀ ଦେଇଛନ୍ତି ଡିଜି ଅଭୟ । ଏବେ ନିଶା ମାଫିଆଙ୍କ ଲାଭବାନ ସମ୍ପତ୍ତିକୁ ଜବତ କରିବା ଅଭିଯାନ ଆରମ୍ଭ କରିଛି ପୋଲିସ । ପୂର୍ବରୁ ନବରଙ୍ଗପୁର କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଯଥାକ୍ରମେ ୧.୬୫ କୋଟି ଓ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କରାଯାଇଥିଲା ।

Leave a Reply