ସୁନ୍ଦରଗଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

Chairman WODC reviews field level progress of the developmental projects in Sundargarh district

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । ବିଶେଷକରି ବିଭିନ୍ନ ଫସଲ ଚାଷ, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ଷ୍ଟିଲ, ଉଦ୍ୟାନ କୃଷି, ଡାଏରୀ ଓ ଅନ୍ୟ ଜୀବିକା ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ।

Chairman WODC reviews field level progress of the developmental projects in Sundargarh district

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଥିବା ଅସିତ୍ ତ୍ରିପାଠୀ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥାକୁ ଜିଲ୍ଲାରେ ସମ୍ଭାବ୍ୟ ଶିଳ୍ପ ନେଇ ଅଧ୍ୟୟନ ପାଇଁ ପରାମର୍ଶ ଦେଇଛନ୍ତି ଅସିତ୍ ତ୍ରିପାଠୀ । ୧୫ ଦିନ ମଧ୍ୟରେ ଡିଆଇପିଏ ରିପୋର୍ଟ ଦେବ । ସେହିଭଳି ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପକୁ ନେଇ ଯୋଜନା ପ୍ରସ୍ତୁତ କରିବେ ଜିଲ୍ଲାପାଳ ।

Chairman WODC reviews field level progress of the developmental projects in Sundargarh district

ଜିଲ୍ଲାରେ ସୋରିଷ ଚାଷକୁ ୩୦ ହଜାର ହେକ୍ଟର୍ସକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚିନାବାଦାମ ସହ ସୋରିଷ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ଦେଓ ନଦୀ କୂଳରେ ଶିଳ୍ପର ବିକାଶ ପାଇଁ ଜମି ଦେଖିବାକୁ କୁହାଯାଇଛି । ସମୀକ୍ଷା ବୈଠକ ପରେ ଅସିତ୍ ତ୍ରିପାଠୀ ସୁନ୍ଦରଗଡ଼ ଆଉଟଡୋର୍ ଷ୍ଟାଡିୟମ୍ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚିକି ପ୍ରସ୍ତୁତ ସ୍ଥାନ, ମାଛ ପୋଖରୀ, ଚିଙ୍ଗିରିପାଲିର ମିଶ୍ରିତ କଦଳୀ ଚାଷ ଆଦି ବୁଲି ଦେଖିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆୟକାରୀ ପ୍ରକଳ୍ପକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

Leave a Reply