ଲକ୍ଷ୍ନୌ ବିମାନବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲା ପୋଲିସ: ଧାରଣାରେ ବସିଲେ ଭୂପେଶ

1 min read

ଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଧାରଣା । ଲକ୍ଷ୍ଣୌ ବିମାନବନ୍ଦରରେ ଧାରଣାରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୟୁପି ପୋଲିସ ଦ୍ୱାରା ଅଟକାଯିବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଭୂପେଶ ବାଘେଲ । ଲକ୍ଷ୍ମୀପୁର ଜିଲ୍ଲାରେ ପୋଲିସ ଦ୍ୱାରା ଅଟକ ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିବାକୁ ୟୁପି ଆସିଥିଲେ । ହେଲେ ପୋଲିସ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇନଥିଲା

ଶ୍ରୀ ବାଘେଲ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି ଠାରୁ ବେଆଇନ ଭାବେ ଅଟକ ଥିବା ବେଳ ପରେ ତାଙ୍କୁ ଗିରଫ କରାଯଇଛି । ଏବଂ ସେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ।  କିନ୍ତୁ ପୋଲିସ ମୋତେ ଯିବାକୁ ଦେଉନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପୋଲିସକୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି ୧୪୪ଧାରା ତ ଲକ୍ଷ୍ମୀପୁରରେ ଲାଗୁ କରାଯାଇଛି, ମୁଁ ଲକ୍ଷ୍ମୀପୁର ଯିବିନାହିଁ, ଅସୁବିଧା କ’ଣ?  ଏଥିସହିତ ସେ ଲେଖିଛନ୍ତି ଲକ୍ଷ୍ନୌବାସୀଙ୍କ ଆଦର ସତ୍କାର ନେଇ ବହୁତି ଶୁଣିଥିଲି, କିନ୍ତୁ ଏଠାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଆପଣ କ’ଣ କରିଦେଲେ ଯୋଗୀ ଜୀ..ଲକ୍ଷ୍ଣୌବାସୀଙ୍କୁ କେତେ ଖରାପ ଲାଗୁଛି ମୁଁ ବୁଝିପାରୁଛି , ଲୋକେ ବୁଝିପାରୁଥିବେ ସେ କ’ଣ ହରାଇଥିବେ ।

Leave a Reply