spot_img
Home Blog Page 5273

ବିଜେପିରେ ବିରାଟ ଫାଟ, ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ

ବାରିପଦା:  ମୟୂରଭଞ୍ଜରେ ଭୁଶୁଡିବା ଆରମ୍ଭ କଲାଣି ଜିଲ୍ଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ମନମୁଖୀ କାର୍ଯ୍ୟ ଓ ସ୍ବେଚ୍ଛାଚାରୀ ଶାସନରେ ଅତିଷ୍ଠ ହୋଇ ଇସ୍ତଫା ଦେଲେ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦକୁ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ଅଧ୍ୟକ୍ଷା ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି । ଦଳୀୟ ବରିଷ୍ଠ ନେତା ଏ ସମ୍ବନ୍ଧରେ ଜାଣିଥିଲେ ମଧ୍ୟ ଚୁପ୍ ରହି ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ସହିତ ଜିଲ୍ଲା ପରିଷଦରେ ଅଯଥା ହସ୍ତକ୍ଷେପ ମଧ୍ୟ କରୁଥିଲେ । ବିଜେପିର ଶୀର୍ଷସ୍ତରୀୟ ନେତାମାନେ ନିରବ ରହି ଦୁର୍ନୀତିକୁ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି ସଦସ୍ୟ । ଏହା ସହିତ ଦଳରେ ସ୍ୱାଧୀନ ମତକୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଦଳ ଛାଡିଥିବା ସଦସ୍ୟ । ଗତ ୫ ବର୍ଷ ମଧ୍ୟରେ ଜିଲ୍ଲା ପରିଷଦ ତରଫରୁ କୌଣସି ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇନାହିଁ । ଲୋକସଭାରେ ବିଜେପି ପ୍ରତିନିଧି ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ ହୋଇଛି । ୬ଜଣ ନିର୍ବାଚିତ ବିଧାୟକଙ୍କ ସହିତ ସାଂସଦଙ୍କ ମତାନ୍ତର କାରଣରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜିଲ୍ଲାରେ ବିକାଶ୍ ଠପ୍ ହୋଇଯାଇଛି ।

ଏଣୁ ଭାରତୀୟ ଜନତା ପାର୍ଟି ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି ୧୫ ଜିଲ୍ଲା ପରିଷଦ ସଦସ୍ୟ । ଜିଲ୍ଲା ପରିଷଦ ସଭ୍ୟ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଗତ ୨୦୧୭ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୬ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ବିଜେପି । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଜନବିରୋଧୀ ଆଚରଣ ପଦାରେ ପଡିଛି । ଯାହାର ପ୍ରତିବାଦରେ ଦଳରୁ ଇସ୍ତଫା ଦେଇଛନ୍ତି ୧୫ ଜିଲ୍ଲା ପରିଷଦ ସଦସ୍ୟ ।

ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ଖୋଲିବ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ପର୍ଯ୍ୟାୟକ୍ରମେ ସ୍କୁଲ୍ ଖୋଲିବ । ୧ ସେପ୍ଟେମ୍ବରରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହାପରେ ସେପ୍ଟେମ୍ବର ୮ରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ।

ଅନ୍ୟପଟେ ଆସନ୍ତା ମାସରୁ କରୋନାର ତୃତୀୟ ଲହର ଆଶଙ୍କାକୁ ନେଇ ଅଭିଭାବକଙ୍କ ମନରେ ସଂଶୟ ସୃଷ୍ଟି କରିଛି । କିଛି ଅଭିଭାବକ ସ୍କୁଲ୍ ଖୋଲିବା ସପକ୍ଷରେ ରହିଛନ୍ତି । କାରଣ ବିଶେଷଜ୍ଞଙ୍କ କହିବା କଥା ତୃତୀୟ ପ୍ରବାହରେ ଛୁଆ ବେଶି ପ୍ରଭାବିତ ହେବେ ନାହିଁ ।

Cabinet Decision: ଇ-ଯାନ ପଲିସି ସହ ୧୪ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ଇ-ଯାନ ପଲିସି ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ୟାବିନେଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାସହ ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।

Odisha Cabinet Nods 14 Proposal Including Electric Motor Policy

ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୨୦୨୫ ସୁଦ୍ଧା ଅନ୍ୟୁନ ୨୦ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ । ସେହିପରି ଓଡ଼ିଶା ବାଲି ନୀତି-୨୦୨୧କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଓଡ଼ିଶା ଭେଟେନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ। ସେହିପରି ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।

ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ । ଜଜ୍‌ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବ ପଞ୍ଚାୟତ । ଏହାସହ ଷ୍ଟିଲ୍‌ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍‌କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍‌ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି । ମୌସୁମୀ ଅଧିବେଶନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ସେପ୍ଟେମ୍ବର ୧ତାରିଖରୁ ବିଧାନସଭା ଆରମ୍ଭ ହେବ ।

ସୈନିକଙ୍କୁ ଠକିଥିଲା ମିଛ ସଂସ୍ଥା, ୫ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ

କଟକ: ସୈନିକ ମାନଙ୍କୁ ବାସପଯୋଗୀ ଜମି ଯୋଗାଇବା ନାରେ ଠକେଇ ମାମଲା । ଅଭିଯୁକ୍ତ ରାକେଶ ରାଣା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଲେଖାଏଁ ଜୋରିମାନା କରାଯାଇଛି । ଜୋରିମାନା ନଦେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି କୋର୍ଟ । କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୈନିକ ୱେଲଫେୟାର ଅର୍ଗାନଜେସନ ଅଫ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଠକେଇ କରିଥିଲା । ବୃକସନ ଇନଫ୍ରା ପ୍ରାଇଭେଟ ଲିମିଟେଡ଼ ଜରିଆରେ ଜମି ଦେବେ ବୋଲି କହିଥିଲେ । ୨୦୧୦ ରୁ ୨୦୧୫ ପର୍ଯ୍ୟନ୍ତ  ଠକେଇ ଜାରି ରଖିଥିଲେ । ଘଟଣାର ତଦନ୍ତ ପରେ ଜଣା ପଡିଥିଲା ଯେ, ମୋଟ ୨୯ କୋଟି ଟଙ୍କା ଠକେଇ କରାଯାଇଛି । ସେପଟେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏହି ମାମଲାର ଶୁଣାଣୀ କରି  ନିର୍ଦେଶ ଶୁଣାଇଛନ୍ତି  ।

୨୦୧୯-୨୦ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଘୋଷଣା

ଭୁବନେଶ୍ୱର: ୨୦୧୯-୨୦ ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ଓ ଏକାଡେମୀ ପୁରସ୍କାର ପାଇଁ ମନୋନୀତ  କଳାକାରଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଆସନ୍ତା ଅଗଷ୍ଟ ୩୦ରେ ପ୍ରଦାନ କରାଯିବ । ଏହି ସମ୍ମାନ ୨୦୧୯ ମସିିହା ପାଇଁ ଘୋଷଣା କରାଯାଇଛି  ।

ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅନନ୍ତ ମହାପାତ୍ର ଏବଂ ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପାଇବେ । ସେହିପରି ଏକାଡେମୀ ପୁରସ୍କାର ପାଇଁ ୨୦୧୯ ଓ ୨୦୨୦ର ୧୬ ଜଣ ଲେଖାଏଁ କଳାକାର ମନୋନୀତ ହୋଇଛନ୍ତି ।

ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ AANS ପୁରସ୍କାର ପାଇଲେ ଓଡ଼ିଆ ନ୍ୟୁରୋସର୍ଜନ

ଭୁବନେଶ୍ୱର: ଓଡ଼ିଆ ନ୍ୟୁରୋସର୍ଜନଙ୍କୁ ଅନ୍ତର୍ଜାତୀୟ ସମ୍ମାନ । ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲଜିକାଲ ସର୍ଜନ୍ସ (AANS) ଓଡ଼ିଶା ଜନ୍ମିତ ନ୍ୟୁରୋସର୍ଜନ ବସନ୍ତ କୁମାର ମିଶ୍ରଙ୍କୁ ମିଳିଛି । ପ୍ରଥମ ଭାରତୀୟ ଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।

ଭୁବନେଶ୍ୱରରେ ଜନ୍ମିତ ବସନ୍ତ ମିଶ୍ରଙ୍କ ବାପା ଜଣାଶୁଣା ଅର୍ଥନୀତି ବିଶେଷଜ୍ଞ ବୈଦ୍ୟନାଥ ମିଶ୍ର । ବୈଦ୍ୟନାଥ ମିଶ୍ର ମୁମ୍ବାଇ ପିଡି ହିନ୍ଦୁଜା ହସ୍ପିଟାଲ ଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଅଛନ୍ତି । ଭାରତରେ ଉଚ୍ଚମାନର ଚିକିତ୍ସା ପାଇଁ ବସନ୍ତଙ୍କୁ ଏହି ପୁରସ୍କାର ମିଳିଛି ।

ଦେଶରେ ମାତ୍ର ପାଖାପାଖି ୨ ହଜାର ନ୍ୟୁରୋସର୍ଜନ ରହିଛନ୍ତି । ଯାହା ବହୁତ କମ୍ । ଏଭଳି ସ୍ଥିତିରେ ଆମେ ଭଲ ଚିକିତ୍ସା ସେବା ଯୋଗାଇଛୁ । ଆମେ ପାଖରେ ଭଲ ଭିତ୍ତିଭୂମି, କୌଶଳ ଓ ଟେକ୍ନୋଲୋଜି ରହିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର । ତାଙ୍କୁ ୨୦୧୮ରେ ସମ୍ମାନଜନକ ଡକ୍ଟର ବିସି ରୟ ଜାତୀୟ ପୁରସ୍କାର ମିଳିଥିଲା । ସେ ବିଶ୍ୱର ପ୍ରଥମ ସର୍ଜନ ଭାବେ କମ୍ପ୍ୟୁଟର ଗାଇଡେଡ୍ ଆନେୟୁରିସିମ୍ ସର୍ଜରୀ କରିଥିଲେ ।

୧୯୭୫ରେ ଭୀମସାର, ବୁର୍ଲାରେ ଶ୍ରୀ ମିଶ୍ର ଏମବିବିଏସ୍ ପାଠପଢ଼ା ସାରିଥିଲେ । ଏମବିବିଏସ୍ ପଢ଼ିବା ବେଳେ ତାଙ୍କୁ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ପରେ ୧୯୮୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ସର୍ଜରୀରେ ଡିଗ୍ରୀ ପାଇଥିଲେ । ୧୯୮୩ରେ ଏମ୍ସ ନୂଆଦିଲ୍ଲୀରୁ MCh ନ୍ୟୁରୋସର୍ଜରୀ କରିଥିଲେ ।

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠିବା ନିଷ୍ପତ୍ତିକୁ BCJDର ବିରୋଧ

ସମ୍ବଲପୁର: ବନ୍ଦ ହୋଇଯିବ ଓଡିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର । ସମ୍ବଲପୁରରେ ଥିବା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିବାବେଳେ ଏହାକୁ ଦୃଢ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ । ଏ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ ଧାରଣରେ ବସିବା ସହ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଥିଲେ ଅନେକ ଛାତ୍ର ନେତା ।

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ରାଜ୍ୟରେ ପ୍ରଥମ । ଏହି କେନ୍ଦ୍ର ସହ ଜଡ଼ିତ ପଶ୍ଚିମ ଓଡ଼ିଶାର ଅନେକ କଳାକରାଙ୍କ ପରିଚୟ  ।  ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପ୍ରତୀକ ହେଉଛି ଏହି ଦୂରଦର୍ଶନ କେନ୍ଦ୍ର । ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପାଇଁ ଚାଲିଥିବା ସରକାରୀ ଷଡ଼ଯନ୍ତ୍ରକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି । ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ପରିଚୟ ଏହି ଦୂରଦର୍ଶନକୁ କେନ୍ଦ୍ରକୁ ଉଠାଯିବାକୁ କୌଣସି ମତେ ପଶ୍ଚିମ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ କିମ୍ବା ଏହାକୁ ପ୍ରସୟ ଦେବେ ନାହିଁ  । ତେଣୁ ଏଭଳି ପ୍ରସଙ୍ଗକୁ ଗୋର ବିରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା  ।

୩ ଦିନ ଧରି ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଠାରୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ । କାଲି ମାସର ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ବ୍ୟାଙ୍କ ଛୁଟି । ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଭଳି ଭାବେ ରାଜ୍ୟରେ ଶନିବାର, ରବିବାର ଓ ସୋମବାର ବ୍ୟାଙ୍କ ବନ୍ଦ ରହିବ । ରାଜ୍ୟ ସରକାର ଜନ୍ମାଷ୍ଟମୀରେ ବ୍ୟାଙ୍କ ଛୁଟି ଘୋଷଣା କରିବା ସହ ଏନେଇ ସବୁ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଛନ୍ତି । ଏହି ୩ ଦିନ ଯେଭଳି ଭାବେ ଏଟିଏସ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଭୁବନେଶ୍ୱର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ତୃଣମୂଳସ୍ତରକୁ ଯିବ ବିଜେଡିର ଛାମୁଆ ସଂଗଠନ । ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନାକୁ ପହଞ୍ଚାଇବା ସହିତ ଗରିବଙ୍କ ସହିତ ଠିଆ ହେବ ବିଜୁ ଜନତା ଦଳ । ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏପରି ସଂକଳ୍ପ ନେଇଛନ୍ତି ବିଜେଡି ନେତା ଓ କର୍ମୀ । ବିଧାୟକ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ବରରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଛି ।

କୋଭିଡ ପରିଚାଳନାରେ ସାରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଏହା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଚଳ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଇତିହାସ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ହକିକୁ ମଧ୍ୟ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୩୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ହକିର ପ୍ରାୟୋଜକ ଦାୟିତ୍ବ ନେଇଥିବାରୁ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ଆସୁଥିବାରୁ ଦଳର ସ୍ଥିତିକୁ ସୁଦୃଢ କରିବାକୁ ଗୁରୁତ୍ବ ଦିଆଯାଇଛି ।

ଦଳ ଯେପରି ଶତ ପ୍ରତିଶତ ସଫଳତା ପାଇବ ସେଥିପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ ନେତା । ବୈଠକରେ ବିଜେଡି ଉପସଭାପତି ତଥା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଶ୍ରୀମତି ପ୍ରମିଳା ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ମୋ ପିରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିଥିଲେ । ଏମାନଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: କଂଗ୍ରେସରେ ଛିଡ଼ୁନି କ୍ଷମତା ଯୁଦ୍ଧ । କେନ୍ଦ୍ର ଭଳି ରାଜ୍ୟ କଂଗ୍ରେସରେ କ୍ଷମତା କନ୍ଦଳ ଲାଗି ରହିଛି । ଯେଉଁଥିପାଇଁ କଂଗ୍ରେସ ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଦଳ ସରକାରରେ ଥାଇ ନେତାଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରୁଛି । କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ପଞ୍ଜାବ ପରେ ଛତିଶଗଡ଼ରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିଲ୍ଲୀ ପହଞ୍ଚିଛି ।

Chhattisgarh Congress CM Bhupesh Baghel Meets Rahul Gandhi

ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠି ରହିବାକୁ ଭୂପେଶ ବାଘେଲ ଦିଲ୍ଲୀରେ ସମର୍ଥକଙ୍କ ସହ ଡେରା ପକାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭୂପେଶ ବାଘେଲ ଓ ଟିଏସ. ସିଂହ ଦେବ ଭେଟି ଆଲୋଚନା କରିଛନ୍ତି । କୁହାଯାଉଛି ଛତିଶଗଡ଼ରେ କଂଗ୍ରେସ ସରକାରର ଭବିଷ୍ୟତ ପାଇଁ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ଅଛନ୍ତି ରାହୁଲ ଗାନ୍ଧୀ ।

ଆଶା କରାଯାଉଥିଲା ରାହୁଲଙ୍କୁ ଭୂପେଶ ବାଘେଲ ଓ ଟିଏସ୍ ସିଂହ ଦେବ ଭେଟିବା ପରେ ସବୁକିଛି ସ୍ୱାଭାବିକ ହେବ । କିନ୍ତୁ ୨ ଦିନ ହେବ ରାୟପୁରରୁ ଦିଲ୍ଲୀ ଲମ୍ବି ଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ଆଲୋଚନା ଚାଲିଥିବା ବେଳେ ବାଘେଲଙ୍କ ସପକ୍ଷରେ ଥିବା ୩୫ରୁ ଅଧିକ ବିଧାୟକ ଓ ୩ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି । ଆଉ ଆଜି ପ୍ରାୟ ୧୫ରୁ ୨୦ ବିଧାୟକ ଦିଲ୍ଲୀ ପହଞ୍ଚି ପାରନ୍ତି ।

ଏମିତିରେ ଶୁକ୍ରବାର ବସିଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଛତିଶଗଡ଼ ସରକାରକୁ ନେଇ କଂଗ୍ରେସରେ ବୈଠକ ପରେ ବୈଠକ ଚାଲିଥିବା ବେଳେ ଦଳ ପକ୍ଷରୁ ଏହି ମାମଲାରେ କୌଣସି ମନ୍ତବ୍ୟ ଦିଆଯାଉନାହିଁ । ୨୦୧୮ ଡିସେମ୍ବରରେ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାରକୁ ଆସିଥିଲା କଂଗ୍ରେସ । ସେତେବେଳେ ଦଳ ଭୂପେଶ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା । ଏବେ ଦଳରେ କନ୍ଦଳ ପରେ ଗତରାତିରେ ଭୂପେଶଙ୍କୁ ସମର୍ଥନ କରୁଥିବା ୧୫ରୁ ଅଧିକ ବିଧାୟକ ରାଜ୍ୟ କଂଗ୍ରେସ ପ୍ରଭାରୀ ପିଏଲ୍ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ।

Chhattisgarh Congress CM Bhupesh Baghel Meets Rahul Gandhi

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ପାଖରେ ୭୦ ବିଧାୟକ ଅଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ବିବାଦ ଦଳକୁ ସଂକଟରେ ପକାଇଛି । ସମସ୍ତଙ୍କ ନଜର କଣ ଅଢ଼େଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ବିଦା ହେବେ ଭୂପେଶ ବାଘେଲ ।