spot_img
Home Blog Page 5272

ରାଜ୍ୟରେ ପୁଣି ସକ୍ରିୟ ହେଲା ଦୁର୍ବଳ ମୌସୁମୀ ବାୟୁ: ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ସମେତ ଗତକାଲିଠୁ ରାଜ୍ୟରେ ସକ୍ରିୟ ହୋଇଛି ଦୁର୍ବଳ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଆଜି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କଟକ, ଅନୁଗୁଳ, ଦେବଗଡ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରିକରାଯାଇଛି ।

ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୮୮୧.୯ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୧୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୩୧ ପ୍ରତିଶତ କମ୍ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଛି । ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଗଜପତି, ଯାଜପୁର, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ଏହି ଲଘୁଚାପ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷାକୁ ପୂରଣ କରିବାର ଆଶା ରହିଛି ।

ଏଥିସହିତ ପଢ଼ନ୍ତୁଁ ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ନିର୍ଯାତିତ, ଥାନାରେ ଦେଲେ ଏତଲା

ସ୍କିଲ୍ ଓଡ଼ିଶା ଆୱାର୍ଡ – ୨୦୨୧ : ୪୧ଟି ବିଭାଗରେ ୧୨୩ ଜଣଙ୍କୁ ପଦକ

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କିଲ୍ ଓଡ଼ିଶା ଆୱାର୍ଡ – ୨୦୨୧ ପୁରସ୍କାର ଉତ୍ସବ । ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ୪୧ଟି ବିଭାଗରେ ୧୨୩ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି । ପଦକ ସହିତ ସାର୍ଟିଫିକେଟ ଓ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶାରେ ସ୍କିଲ ଓଡ଼ିଶା କାର୍ଯକ୍ରମରେ ଭଲ ପ୍ରଦର୍ଶନ କରିଥିବା ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଛି ।

ହେୟାର ଡ୍ରେସିଂରେ ସୁଜ୍ଞାନି ମଞ୍ଜରୀ ଡାକୁଆଙ୍କୁ ସ୍ବର୍ଣ୍ଣ ପଦକ ସହିତ ମାନପତ୍ର ଓ ନଗଦ 25 ହାଜର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସହିତ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଚେୟାରମ୍ୟାନ ସୁବ୍ରତ ବାଗଚି, ସିଇଓ ରଘୂଜି ଆଦି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଦିଲ୍ଲୀ ସରକାରଙ୍କ ଦେଶ କେ ମେଣ୍ଟରର ବ୍ରାଣ୍ଡ ଆମ୍ବାସଡର ଅଭିନେତା ସୋନୁ ସୁଦ୍

ନୂଆଦିଲ୍ଲୀ: ମହାମାରୀ ବେଳେ ସେ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ । ଏବେ ଦେଶର ଭାଗ୍ୟ ଭବିଷ୍ୟତଙ୍କୁ ଦେଖାଇବେ ଆଗକୁ ଯିବାର ରାସ୍ତା । ଦିଲ୍ଲୀ ସରକାରଙ୍କ ଦେଶ କେ ମେଣ୍ଟର ସ୍କିମର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବା ପରେ ଏ ନେଇ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।

ସୋନୁ ପୂର୍ବରୁ ହଜାର ହଜାର ଲୋକଙ୍କୁ କରୋନା ସମୟରେ ସହାୟତା କରିଥିଲେ, ଏବେ ଦେଶର ପିଲାମାନଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ବୁଝାଇବେ । ଦିଲ୍ଲୀରେ ଅନେକ ଗରିବ ଶ୍ରେଣୀର ପିଲା ପାଠ ପଢୁଛନ୍ତି, ହେଲେ ସେମାନେ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଠିକ୍ ଭାବେ ଜାଣି ପାରୁ ନାହାଁନ୍ତି । ଏଣୁ ସେମାନଙ୍କୁ ଆଗକୁ ବଢିବାର ବାଟ ଦେଖାଇବେ ସୋନୁ । ଦିଲ୍ଲୀ ସରକାର ଏଭଳି ଏକ ସୁଯୋଗ ଦେଇଥିବାରୁ କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିଛନ୍ତି ସୋନୁ ସୁଦ୍ ।

ଆଗଉଛି ‘ମୋ ସ୍କୁଲ୍ ଅଭିଯାନ’, ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର:  ‘ମୋ ସ୍କୁଲ୍ ଅଭିଯାନ’ର ୨୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୩୦,୭୬୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୭ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବାଲେଶ୍ୱରରେ ସର୍ବାଧିକ ୩ କୋଟି ୨ ହଜାର, ଖୋର୍ଦ୍ଧା଼ରେ ୩୮ ଲକ୍ଷ ୪୪ ହଜାର, କଟକରେ ୩୫ ଲକ୍ଷ ୬୭ ହଜାର, ସମ୍ବଲପୁରରେ ୩୪ଲକ୍ଷ ୮୪ ହଜାର, ଭଦ୍ରକରେ ୩୧ ଲକ୍ଷ ୪୩ ହଜାର ଏବଂ ବୌଦ୍ଧରେ ୨୯ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କ୍ରମାଗତ ଭାବରେ ୮ ଥର ପାଇଁ ସର୍ବାଧିକ ପାଣ୍ଠି ପ୍ରଦାନ କରିଥିବାରୁ କାର୍ଯ୍ୟନିର୍ବାହୀ ପରିଷଦ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କୁ ପ୍ରଶଂସା କରିଛି ।

‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଲକ୍ଷ ନିକଟତ୍ତର ହୋଇଛି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରିବାକୁ ସ୍ଥିରହୋଇଛି । ସେହିଭଳି ଗୋଷ୍ଠୀ ସହଭାଗିତାରେ ‘ପ୍ରଥମ’ ଏବଂ ‘ଭାରତ ଜ୍ଞାନ ବିଜ୍ଞାନ ସମିତି’ ସହଯୋଗରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ରାଜ୍ୟର ୫ ହଜାର ଗ୍ରାମ ଓ ସହରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଲର୍ଣ୍ଣିଂ କ୍ୟାମ୍ପ୍ କରାଯିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯିବାକୁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିଲା ।

ଇତିମଧ୍ୟରେ ‘ମୋ ସ୍କୁଲ୍’ ପ୍ରକଳ୍ପ ଅନ୍ତର୍ଗତ ତିଆରି ହୋଇଥିବା ବିଭିନ୍ନ ଆସବାବପତ୍ର, ଉଦ୍ୟାନ ଏବଂ ସ୍କୁଲ୍ ଭିତ୍ତିଭୂମିର ରକ୍ଷଣାବେକ୍ଷଣା ଦାୟିତ୍ୱ ସ୍ଥାନୀୟ ମିଶନ ଶକ୍ତି- ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ହାତରେ ଦେବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ସ୍ଥିର ହୋଇଛି । ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ଲାଗି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦକ୍ଷ କରିବାକୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । ଆଗାମୀଦିନରେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ୍ ବ୍ୟବହାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ୍ ବୋର୍ଡରେ ଶିକ୍ଷାଦାନ କରିବେ । ଏହାବ୍ୟତୀତ ଶିକ୍ଷକମାନଙ୍କୁ ଏକବିଂଶ ଶତାବ୍ଦୀ ଟେକ୍ନୋଲୋଜୀ ଓ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ‘କ୍ୱେଷ୍ଟ୍ ଆଲିଆନ୍ସ’ ସହ ଏମ୍ଓୟୁ କରିବାକୁ ଯୋଜନା ଥିବାବେଳେ ଏହା ମାଧ୍ୟମରେ ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ ।

ଟାଟା ଟ୍ରଷ୍ଟ, ପୁରାତନ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସହଭାଗିତାରେ କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଲକ୍ଷ୍ୟ ରହିଛି ।
‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ‘ମୋ ସ୍କୁଲ୍’ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟିମ୍ ରାଜ୍ୟ, ଜିଲ୍ଲା ଏବଂ ସ୍କୁଲ୍ସ୍ତରରେ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିବାକୁ କୁହାଯାଇଛି । ଏହାସହ ସ୍କୁଲ୍ଗୁଡ଼ିକୁ ଯଥାଶୀଘ୍ର ଶେଷ ହୋଇଥିବା ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି ଏବଂ ଜିଲ୍ଲାସ୍ତରରେ ଏକ ଟିମ୍ ଗଠନ କରି ଏହାର ତଦାରଖ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।

ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ନିର୍ଯାତିତ, ଥାନାରେ ଦେଲେ ଏତଲା

ଖୋର୍ଦ୍ଧା: ଭାଇରାଲ ଭିଡ଼ିଓ  ପରେ ଚିହ୍ନଟ ହେଲେ ପିଡୀତ  । ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କୁ ନେଇ ଗଣମାଧ୍ୟମ ଖବର ପ୍ରସାର କରିବା ପରେ ଏବେ ନୂଆ ମୋଡରେ ମାମଲା  । ମାସେ ତଳେ କଠୋର ଦଣ୍ଡ ଭୋଗିଥିବା ବାପା ପୁଅ ଏବେ ଆଇନର ଆଶ୍ରୟ ନେଇଛନ୍ତି  ।  ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି ନିର୍ଦୟ ନିର୍ଯାତନାର ଶିକାର ହୋଇଥିବା ବାପା ମାଗୁଣି ନାୟକ । ୮ ଜଣଙ୍କ ନାଁରେ ସେ ମାମଲା ରୁଜୁ କରିଛନ୍ତି । ମାଗୁଣି ନାୟକ ଏବଂ ତାଙ୍କ ପୁଅକୁ ଡାକି ନେଇ କରଡ଼ଗାଡ଼ିଆର ଏକ କୋଠ ଘରେ ଅକଥନୀୟ ଦଣ୍ଡ ଦିଆଯାଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହେଉଥିବା ଭିଡିଓ ଯିବ ବି ଦେଖିବ, ଲୋମଟାଙ୍କୁରି ଉଠିବ । ପଶୁଠାରୁ ଆହୁରି କଠୋର ଭାବରେ ଦିଆଯାଉଛି ମାଡ଼ । ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ନିର୍ଘାତ ମାଡ଼ ମରାଯାଉଛି । ପଶୁଠାରୁ ଆହୁରି ଜଘନ୍ୟ ଭାବରେ ଦୁଇ ଜଣଙ୍କୁ ମାଡ଼ ଦିଆଯାଉଛି । ମାଡ଼ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାପା, ଜଣେ ପୁଅ ବୋଲି କୁହାଯାଉଛି । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁରେ ।

ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି । ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି । କେବେ ଏଭଳି ଘଟଣା ଘଟିଲା ଯଦିଓ ଜଣାପଡିନି, ତେବେ ଭିଡିଓ ଦେଖି ଲୋକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିଲେ ମଧ୍ୟ, ଥାନାରେ ଏତଲା ଦାୟର କରିଛନ୍ତି , ସେପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଚଳାଇଛି  ।

ତପ୍ତପାଣି ଘାଟି ଲୁଟ୍ ଘଟଣା: ଜବତ ହେଲା ବନ୍ଧୁକ, ଗିରଫ ହେଲେ ୬ ଲୁଟେରା

ଦିଗପହଣ୍ଡି : ତପ୍ତପାଣି ଘାଟିରେ ଲୁଟ୍ ଘଟଣାରେ ସାନଖେମୁଣ୍ଡି ପାଟପୁର ଥାନା ପୋଲିସକୁ ସଫଳତା । ୬ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଲୁଟେରାଙ୍କଠାରୁ ଏକ କାର୍‌, ସ୍କୁଟି, ବନ୍ଧୁକ ସହ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରାଯାଇଛି । ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି ।

ଏ ନେଇ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ । ଗତ ୧୮ ତାରିଖରେ କ. ନୂଆଁଗାଁ ଥାନା ଅଞ୍ଚଳର ଗୁପ୍ତ ଦୋର ତପ୍ତପାଣି ଘାଟିଠାରେ ଲୁଟର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଏକ କାର ଓ ସ୍କୁଟିରେ ଆସି ଗୁପ୍ତ ଦୋରାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ ।

ଏହାସହ ତାଙ୍କ ଫୋନ୍ ପେ’ ଓ ATMରୁ ୧ଲକ୍ଷ ୩୫ହଜାର ଟଙ୍କା ଲୁଟି ନେଇଥିଲେ । ଆଜି ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିଥିବା ବେଳେ ଲୁଟରେ ବ୍ୟବହୃତ ସାମଗ୍ରୀ ଓ ଲୁଟ ଟଙ୍କା ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଉମାଶଙ୍କର ସିଂ  ।

ଆଫଗାନିସ୍ତାନରେ ବୋହୁଥିବା ଲହୁ ଏବଂ ଲୁହ ପାଇଁ ଦାୟୀ କିଏ

ନୂଆଦିଲ୍ଲୀ: ଆଫଗାନିସ୍ତାକୁ ପୁଣି ଲେଉଟିଛି କୋଡ଼ିଏ ବର୍ଷ ପୂର୍ବର ଭୟଙ୍କର ଶାସନ। ଆତଙ୍କର ଇତିହାକୁ ପୁନର୍ବାର ଲେଉଟାଇଛି ଆଫଗାନିସ୍ତାନ। ଯେଉଁ ଇତିହାସର ଫର୍ଦରେ ଲିବଦ୍ଧ ତାଲିବାନୀଙ୍କ ଅତ୍ୟାଚାରରେ ଲୋକଙ୍କର ଚିତ୍କାର, ପଥର ମାଡ଼ରେ ମାରିଦେବାର ଭୟ ଆଉ ତେଲ ଡାଳି ନିଆଁ ଲଗାଇ ଦେବାର ନର୍କ ଯନ୍ତ୍ରଣା। ରାତିକ ସ୍ୱପ୍ନଟେ ଭଳି ସରିଯାଇଛି ଆଫଗାନିସ୍ତାନ ଲୋକଙ୍କ ହସ ଖୁସିର ସମୟ। ଆଉ ଜୀବନର ଏରୁଣ୍ଡି ବନ୍ଧରେ ଆସି ଛିଡ଼ା ହୋଇଛି ତାଲିବାନର ଆତଙ୍କ। ଆଗାମି ଭବିଷ୍ୟତର ଆତଙ୍କରେ ଥରୁଛି ମନ ଝରୁଛି ଲୁହ। ସାଧାରଣରେ ପ୍ରଶ୍ନ ଉଠୁଛି ଏ ଲୁହ ପାଇଁ ଦାୟୀ କିଏ ?

ଘଡ଼ିକେ ଘୋଡ଼ା ଛୁଟିଲା ଭଳି ବଦଳୁଛି ଆଫଗାନିସ୍ତାନର ଭାଗ୍ୟ। ଜୀବନର ଦୋ ଛକିରେ ଏବେ ଆଫଗାନିସ୍ତାନବାସୀ। ଏମିତି ସମୟ ଆସିଛି ଯେଉଁଥିପାଇଁ ଲୋକେ ଘର ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି। ନିଜ ଘରଦ୍ୱାର ଜମୀ ଦେଶ ଛାଡି ପଳାଉଛନ୍ତି ଲୋକେ। ଆଗତ ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ ଜଣେ ଦେଶକୁ ଛାଡ଼ିଥାଏ। କିନ୍ତୁ ଏବେ ଦେଶ ଛାଡ଼ିବାର କାରଣଟା ସମ୍ପୂର୍ଣ୍ଣ ଅଲଗା। କାରଣଟା ହେଉଛି ଆଫଗାନିସ୍ତନାରେ ତାଲିବାନୀ ଶାସନର ଲୋମ ଟାଙ୍କୁରା ଭୟ। ତାଲିବାନୀଙ୍କ ଶାସନ କାରଣରୁ ଲକ୍ଷ ଲକ୍ଷ ଲୋକ ଆଫଗାନିସ୍ତାନରେ ରହିବାକୁ ଚାହୁଁ ନାହାଁନ୍ତି। ମରଣ ମୁହଁରୁ ନିଜକୁ ବଞ୍ଚାଇବା ପାଇଁ ଦେଶ ଛାଡ଼ି ପଳାଉଛନ୍ତି ଲୋକେ। ଏହା ଆମେ କହୁନୁ। କିଛି ଦିନ ହେବ ଆଫଗାନିସ୍ତାରେ ଦେଖାଯାଉଥିବା ପରିସ୍ଥିତି ବଖାଣୁଛି ଆତଙ୍କର କଳଙ୍କିତ ଚିତ୍ର।

ଏହି କିଛି ଦିନ ଭିତରେ କାବୁଲ ଦେଖିଛି ଅନେକ ଲୋକଙ୍କର ମୃତ୍ୟୁ। ହସ ଖୁସିରେ ବିତୁଥିବା ଜୀବନ ଆଜି ଲାଲ ରକ୍ତରେ ଲଟପଟ ହେଉଛି। ଭୋକ ବିକଳରେ ଅହରହ ଘାଣ୍ଟି ହେଉଛନ୍ତି ଆଫଗାନିସ୍ତାନବାସୀ। ଆଖିରୁ ଲୁହ ସୁଖିବାକୁ ମଙ୍ଗୁନାହିଁ। କୋମଳ ଆଖିରୁ ଝଡ଼ିପଡ଼ୁଛି ଟୋପା ଟୋପା ଲୁହ। ଗୁରୁବାର ୨୬ ତାରିଖ ଦିନ ଆଫଗାନିସ୍ତାନ ଏୟାରପୋର୍ଟ ବାହାରେ ଦେଶ ଛାଡିବାକୁ ଅପେକ୍ଷା କରିଥିଲେ ହଜାର ହଜାର ଲୋକ।

ଆଉ ସେହି ସମୟରେ ହୋଇଥିଲା ଆତ୍ମଘାତି ବିସ୍ଫୋରଣ। ଯେଉଁଥିରେ ୧୩ ଜଣ ଆମେରିକୀୟ ସେନାଙ୍କ ସହ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପୁରା ସ୍ଥାନ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା। ହେଲେ ଏଠି ମନକୁ ଗୋଟିଏ ପ୍ରଶ୍ନ ଆସୁଛି। ଆଫଗାନିସ୍ତାନର ଲୁହ ପାଇଁ ଦୟୀ କିଏ ? ଏଥିପାଇଁ ଜର୍ଜ ବୁଶ ଦାୟୀ ନା ବାରାକ ଓବାମା। ଡୋନାଲ୍ଡ ଟ୍ରମ୍ପ, ଜୋ ବିଡେନ ଦାୟୀ ନା ତାଲିବାନ। ବୋଧ ହୁଏ ଏମିତି ପ୍ରଶ୍ନର ଉତ୍ତର ଆପଣ ମାନଙ୍କ ପାଖରେ ନଥିବ।

ଗତ ଦୁଇ ସପ୍ତାହ ଧରି କାବୁଲ ବିମାନବନ୍ଦର ଏକ ଯୁଦ୍ଧକ୍ଷେତ୍ର ପାଳଟିଛି। ଦିନ ରାତି ୨୪ ଘଣ୍ଟା, ଏୟାରପୋର୍ଟ ବାହାରେ ଆଫଗାନୀ ଲୋକଙ୍କର ଭିଡ଼। ପାଣି ଲିଟର ୩ ଶହ ଏବଂ ଭାତ ୭ ହଜାର ଉପରେ ହୋଇଥିବାରୁ ଲୋକେ ଭୋକ ଉପାସରେ ରହିଛନ୍ତି। ଅଧିକାଂଶ ଲୋକ ଜାଣିନାହାଁନ୍ତି ଦେଶ ଛାଡ଼ି କେମିତି ଯିବେ। ଅନେକ ଲୋକଙ୍କ ପାଖରେ ପାସପୋର୍ଟ ମଧ୍ୟ ନାହିଁ। ତଥାପି କୌଣସି ନା କୌଣସି ଉପାରେ ସେମାନେ ଦେଶ ଛାଡ଼ି ବାହାରକୁ ଯିବାକୁ ଚାହୁଁଛନ୍ତି। କାରଣ ଏବେବି ଆଫଗାନିସ୍ତାନ ଲୋକଙ୍କ ମନରେ ୨୦ ବର୍ଷ ପୂର୍ବର ତାଲିବାନୀ ଶାସନର ନିଆଁ ହୁତ ହୁତ ହୋଇ ଜଳୁଛି। ଆଉ ସେମାନେ ଚାହୁଁ ନାହାଁନ୍ତି ତାଙ୍କ ପିଲା ମାନେ ମଧ୍ୟ ତାଲିବାନୀ ଅତ୍ୟାଚାରର ଶୀକାର ହୁଅନ୍ତୁ ବୋଲି।

ଆଫଗାନିସ୍ତାନର ସ୍ଥିତି ଏବେ ମାନବିକତାକୁ ଧିକାରୁଛି। କୁନି କୁନି ପିଲାଙ୍କର କାନ୍ଦ ଚିତ୍କାର କରି କହୁଛି ଧିକ ତୁମ ମାନବିକତାକୁ। ମାଆ ବାପା ନିଜ ସନ୍ତାନକୁ ବଞ୍ଚାଇବାର ସଂଘର୍ଷର ଚିତ୍ର କିଛି ଦିନ ତରେ ସମସ୍ତଙ୍କୁ ମର୍ମାହତ କରିଥିଲା। ଯେଉଁଥିରେ ଜଳ ଜଳ ହୋଇ ଦେଖାଯାଉଥିଲା ମାଆ ବାପାଙ୍କର ଅସହାୟତା। ନିଜ ସନ୍ତାନକୁ ଏୟାରପୋର୍ଟର ପାଚେରୀ ସେପଟକୁ କଣ୍ଟା ତାରର ଉପରେ ଛାଡ଼ିବା ସମୟରେ କଣା ମାଆକୁ କଷ୍ଟ ହୋଇନଥବ। ହେଲେ ସେ କଷ୍ଟର ଦୁହାଇ କାହା ଆଗରେ ରଖିବ ନିରୀହ ମା। ସେହି ମାନେ କେବଳ ସେହି ଯନ୍ତ୍ରଣାକୁ ଅନୁଭବ କରି ପାରିବେ ଯେଉଁ ମାନେ ଅଙ୍ଗ ନିଭେଇଥିଲେ।

ଖାଲି ସେତିକି ନୁହେଁ କିଛି ଦିନ ପୂର୍ବରୁ କାବୁଲରୁ ଆସିଥିବା ଭିଡିଓକୁ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ବିମାନରୁ ଦୁଇଜଣ ଲୋକ ଖସିପଡ଼ୁଛନ୍ତି। ଏହାକୁ ନେଇ ଅନେକ ଉପହାସର କରାଗଲା। ହେଲେ ଏମିତି କରିବା ପାଇଁ ତାଙ୍କ ବାଧ୍ୟ କରିଥିଲା ଆଫଗାନିସ୍ତାନର ପରିସ୍ଥିତି। ସେମାନଙ୍କୁ ଏହାର ପରିଣାମ ଜଣାଥିଲା ହେଲେ ତଥାପି ଏଭଳି ମରଣର ରାସ୍ତାକୁ ବାଛିଥିଲେ ସେମାନେ। ତାଲିବାନରେ ରହି ନର୍କ ଯନ୍ତ୍ରଣା ପାଇଁବା ଅପେକ୍ଷା ମରିଯିବାକୁ ସେମାନେ ଠିକ୍‌ ଭାବିଥିଲେ।

ଆଫଗାନିସ୍ତାନର ସ୍ଥିତି ପାଇଁ ଦୋଷ କାହାର। ଯେଉଁମାନେ ବନ୍ଧୁକ ଧରି ଜାଣି ନାହାଁନ୍ତି ରାଜନୀତି କରି ଶିକ୍ଷିନାହାନ୍ତି ସେମାନେ କାହା ପାଇଁ ବଳି ପଡ଼ୁଛନ୍ତି। ଏମାନଙ୍କର ଦୁଃଖ ପାଇଁ ଦାୟୀ କିଏ ? ଆଜି ଏଠାରେ କୋମର ଶିଶୁ ଆଗରେ ମାନବିକତାର ହାର ହୋଇଛି ନାଁ ଆତଙ୍କର ବିଜୟ ହୋଇଛି ଉତ୍ତର ଆପଣଙ୍କର।

କାଶ୍ମୀରକୁ ନେଇ ତାଲିବାନକୁ ସାହାଯ୍ୟ ମାଗିଲା କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର

ନୂଆଦିଲ୍ଲୀ: ତାଲିବାନର ଆଫଗାନିସ୍ତାନ କବଜା ପରେ ଉତ୍ସାହରେ ଆତଙ୍କବାଦୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ, ଜୈସ ଏ ମହମ୍ମଦର ଘନିଷ୍ଠ ତାଲିବାନ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ବେଳେ ଜୈସ୍ କାଶ୍ମୀର ପ୍ରସଙ୍ଗରେ ତାଲିବାନକୁ ସାହାଯ୍ୟ ମାଗିଥିବା ଜଣାପଡ଼ିଛି ।

ଅଗଷ୍ଟ ତୃତୀୟ ସପ୍ତାହରେ ତାଲିବାନ ଆଫଗାନକୁ କବଜା କଲା ବେଳେ କନ୍ଧାହାରରେ ଥିଲା ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ମୁଖ୍ୟ ଆତଙ୍କବାଦୀ ମୌଲାନା ମସୁଦ ଅଜହର । ସେଠାରେ ଅଜହର ମୁଲ୍ଲା ଅବ୍ଦୁଲ ଗନି ବରାଦର ସହିତ ତାଲିବାନର କେତେକ ନେତାଙ୍କ ସହ ଆଲୋଚନା କରିଥିଲା । କୁହାଯାଉଛି, ମସୁଦ ଅଜହର କାଶ୍ମୀରରେ ଜୈସ୍ ଏ ମହମ୍ମଦର କାର୍ଯ୍ୟକଳାପ ପାଇଁ ତାଲିବାନକୁ ସାହାଯ୍ୟ ମାଗିଛି ।

ଆତଙ୍କବାଦୀ ମସୁଦ ଅଜହର ତାଲିବାନର ବିଜୟ ଓ ଆମେରିକା ସମର୍ଥିତ ଆଫଗାନ ସରକାର ପରାଜୟକୁ ନେଇ ଖୁସିବ୍ୟକ୍ତ କରିଛି । ଅନ୍ୟପଟେ ତାଲିବାନ ହାତକୁ ଆଫଗାନିସ୍ତାନ ଆସିବା ପରେ ପାକିସ୍ତାନ ଖୁସି ପ୍ରକାଶ କରିଛି । ଆଫଗାନିସ୍ତାନରେ ଲଢ଼ିବା ପାଇଁ ସାହାଯ୍ୟ କରିଥିବାରୁ ପାକିସ୍ତାନକୁ କୃତଜ୍ଞତା ଜଣାଇଛି ତାଲିବାନ । ପାକିସ୍ତାନର ଜଣେ ନେତା ଇରସାଦ ଶେଖ୍ କହିଛନ୍ତି, ପାକିସ୍ତାନ ସହ ତାଲିବାନ ରହିଛି ।

କାବୁଲରେ ହୋଇଥିବା ବିସ୍ଫୋରଣ ଟାର୍ଗେଟରେ ଥିଲେ ଆମେରିକୀୟ ସେନା, ISIS-K ନିଜକୁ କଲା ଦାୟୀ

ନୂଆଦିଲ୍ଲୀ: ତାଲିବାନର ଆତଙ୍କ ଭିତରେ ମୁଣ୍ଡ ଟେକିଛି ଆଉ ଏକ ଆତଙ୍କବାଦୀ ସଂଗଠନ। ଆଫଗାନିସ୍ତନା ଏବଂ ତାଲିବାନ ବିବାଦ ଭିତରେ ଧସେଇ ପଶିଛି ଏହି ସଂଗଠନ। ସଂଗଠନର ନାଁ ହେଉଛି ଇସଲାମିକ୍ ଷ୍ଟେଟ୍ ଖୁରାସାନ୍ (isis-K)। ଖୁରାସନ ସଂଗଠନ ନିଜକୁ କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଏହି ଆକ୍ରମଣରେ ୧୩ ଜଣ  ଆମେରିକୀୟ ସୈନିକଙ୍କ ସମେତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଆକ୍ରମଣର ଟାର୍ଗେଟରେ ଥିଲେ ଆମେରିକୀୟ ସେନା ବୋଲି ଏକ ରିପୋର୍ଟରୁ ଜଣା ପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ଇସଲାମିକ୍ ଷ୍ଟେଟର ଏକ ଆଞ୍ଚଳିକ ଗୋଷ୍ଠୀ ଖୁରାସାନ ଦୀର୍ଘ ଦିନ ଧରି ଆମେରିକାର ସେନା ଉପରେ ଆକ୍ରମଣ ଯୋଜନା କରିଆସୁଥିଲା।

ଖାଲି ସେତିକି ନୁହେଁ ଖୁରାସାନ୍ ଆତଙ୍କବାଦୀ ସଂଗଠନ କାବୁଲ ସମେତ ଅନ୍ୟାନ୍ୟ ସହରରେ ଅନେକ ଥର ଆତ୍ମଘାତୀ ଆକ୍ରମଣ କରିଛି। ଉଭୟ ସରକାର ଏବଂ ବିଦେଶୀ ସୈନିକଙ୍କ ବିରୋଧରେ ଏହି ଆକ୍ରମଣ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ନିଜକୁ ଅଧିକ ହିଂସାତ୍ମକ ଆତଙ୍କବାଦୀ ସଂଗଠନ ଭାବରେ ଉପସ୍ଥାପନ କରିବାକୁ ସଂଗଠନ ଏହି ସବୁ ଆକ୍ରମଣ କରିଥିଲା।

୨୦୧୪ ରେ ପୂର୍ବ ଆଫଗାନିସ୍ତାନରେ ପ୍ରଥମେ ସକ୍ରିୟ ହୋଇଥିଲା ଏହି ସଂଗଠନ। ଯେଉଁଠାରୁ ସେ ତାର ଘୃଣ୍ୟ ଏବଂ ନିଷ୍ଠୁରତାର ଚିହ୍ନ ଛାଡିଥିଲା। ଖୁରାସନ ସଂଗଠନ ସହ ପାକିସ୍ତାନର ଶତାଧିକ ତାଲିବାନୀ ଜଡିତ ହେବାପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ସେନା ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଏହି ସଂଗଠନ ଆଫଗାନିସ୍ତାନର ସୀମାରେ ଆସି ବର୍ବରତାର କାହାଣୀ ରଚିବା ଆରମ୍ଭ କରିଥିଲା।

ଏହି ସଂଗଠନର ଶକ୍ତି ଏଥିପାଇଁ ବୃଦ୍ଧି ପାଇଲା କାରଣ ତାଲିବାନ ପଶ୍ଚିମ ଦେଶ ଏବଂ ଚିନ୍ତାଧାରା ପ୍ରତି ନରମ ହୋଇଗଲା। ଏଭଳି ପରିସ୍ଥିତିରେ ଅସନ୍ତୁଷ୍ଟ ତାଲିବାନୀ ଖୁରାସନକୁ ଯିବା ଆରମ୍ଭ କରିଥିଲା।ଖୁରାସନରେ ସିରିଆ ଏବଂ ଅନ୍ୟ ବିଦେଶୀ ଉଗ୍ରବାଦୀ ସଂଗଠନ ମଧ୍ୟ ଅଛନ୍ତି। ଆମେରିକା କହିଛି ଏହି ଦଳର ୧୦ ରୁ ୧୫ ପ୍ରମୁଖ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।

ଯଦି ଦେଖିବା ଖୁରାସାନ ଏବଂ ତାଲିବାନ ଉଭୟ କଟର ସୁନ୍ନି ଇସଲାମ ଆତଙ୍କବାଦୀ । ତଥାପି ଉଭୟ ପରସ୍ପରକୁ ବିରୋଧ କରନ୍ତି। ଅନେକ ପ୍ରସଙ୍ଗରେ ଖୁରସାନ ଏବଂ ତାଲିବାନ ମଧ୍ୟରେ ମତଭେଦ ରହିଛି। ଖୁରସାନ ତାଲିବାନ ଉପରେ ଅଭିଯୋଗ କରିଛି ଯେ ତାଲିବାନ ଯୁଦ୍ଧକ୍ଷେତ୍ର ଏବଂ ଜିହାଦ୍ ଛାଡି ଦୋହା ଏବଂ କତାରର ବଡ ହୋଟେଲରେ ବସି ଶାନ୍ତି ଚୁକ୍ତି କରୁଛି। ସେପଟେ ଷ୍ଟାନଫୋର୍ଡ ୟୁନିଭରସିଟିର ଆନ୍ତର୍ଜାତୀୟ ସୁରକ୍ଷା ଏବଂ ସହଯୋଗ କେନ୍ଦ୍ର ଅନୁଯାୟୀ, ଦୁଇ ସଂଗଠନ ମଧ୍ୟରେ ଆଦର୍ଶର ପାର୍ଥକ୍ୟ ରହିଛି। ଏହା ସହିତ, ସମ୍ବଳ ବିବାଦ ମଧ୍ୟ ଉଭୟଙ୍କ ମଧ୍ୟରେ ଲଢ଼େର ଏକ ବଡ଼ କାରଣ।

ଅନୈତିକ ସମ୍ପର୍କ ସନ୍ଦେହରେ ଛୁଞ୍ଚି ସୁତାରେ ସ୍ତ୍ରୀର ଯୌନାଙ୍ଗକୁ ସିଲେଇ କରିଦେଲା ସ୍ୱାମୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ ଜଣେ ବିବାହିତ ମହିଳାଙ୍କ ପ୍ରତି ନିର୍ଦ୍ଦୟତାର ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳାଙ୍କୁ ଶୀକାର ହେବାକୁ ପଡ଼ିଛି ଅଭାବନୀୟ କାଣ୍ଡର। ଅନୈତିକ ସମ୍ପର୍କ ପାଇଁ ଅମାନସିକ ବର୍ବରତାର ସାମ୍ନା କରିଛନ୍ତି ମହିଳା। ଏଭଳି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ ଛିଡ଼ା ହୋଥିଲା ଅନୈତିକ ସମ୍ପର୍କ। ତେବେ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀର ଯୌନାଙ୍ଗକୁ ଛୁଞ୍ଚି ସୁତାରେ ସିଲେଇ କରିଦେଲେ ସ୍ୱାମୀ। ସେପଟେ ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ସିଙ୍ଗରୋଲିର ଅତିରିକ୍ତ ଏସପି ଅନିଲ ସୋନକର ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତିଯେ ଏହି ମାମଲା ଜିଲ୍ଲାର ମାଡା ପୋଲିସ ଷ୍ଟେସନ ଅଞ୍ଚଳର। ସେଠାରେ ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏବଂ ସେ ଅଭିଯୋଗ କରିଛନ୍ତି ଯେ ଜଣେ ଅଣ ପୁରୁଷ ସହିତ ତାଙ୍କର ଅନୈତିକ ସମ୍ପର୍କ ଅଛି।

ପୀଡିତାଙ୍କ ଅନୁଯାୟୀ ଅନ୍ୟ ଜଣେ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ ତାଙ୍କ ସ୍ୱାମୀଙ୍କୁ ଏତେ ମାତ୍ରାରେ ଅନ୍ଧ କରିଦେଇଛି ଯେ ସେ ତାଙ୍କ ବ୍ୟକ୍ତିଗତ ଅଂଶକୁ ଛୁଞ୍ଚି ଓ ସୂତାରେ ସିଲେଇ କରିଛନ୍ତି। ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ ଗୁରୁତର ମାମଲା ରୁଜୁ କରିଛି।

ଅତିରିକ୍ତ ଏସପି ଅନିଲ ସୋନକର ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ ପୀଡିତାଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ଏହା ପରେ ହିଁ FIR ପଞ୍ଜିକୃତ ହୋଇଛି। ବର୍ତ୍ତମାନ ମହିଳାଙ୍କ ଅଭିଯୁକ୍ତ ସ୍ୱାମୀ ଫେରାର ରହିଛନ୍ତି।