ହ୍ୱାଟସଆପର ମଜାକ ଉଡାଇବା ଜିଓକୁ ମହଙ୍ଗା ପଡିଲା !

1 min read

ନୂଆଦିଲ୍ଲୀ : କଥାରେ ଅଛି କାହା ଖରାପ ସମୟରେ ତା’ର ଥଟ୍ଟା ଉଡାଇବା ଠିକ୍ ନୁହେଁ । କାରଣ ଆପଣଙ୍କ କର୍ମ ଆପଣଙ୍କୁ ଖୋଜିନିଏ । ଲାଗୁଛି ଏହି କଥା ଜିଓ ପାଇଁ ସଠିକ ସାବ୍ୟସ୍ତ ହୋଇଛି । ଦୁଇ ଦିନ ତଳେ ଯେତେବେଳେ ହ୍ୱାଟସଆପ୍ ଡାଉନ୍ ହୋଇଥିଲା ସେତେବେଳେ ଜିଓ ହ୍ୱାଟସଆପର ଥଟ୍ଟା ଉଡାଇଥିଲା । ଆଉ ଦୁଇ ଦିନ ପରେ ପୁରା ଚିତ୍ର ବଦଳି ଯାଇଛି ।  ଏବେ ଜିଓ ଡାଉନ୍ ହୋଇଛି । ଆଉ ୟୁଜର୍ସ ସୋସିଆଲ ମିଡିଆରେ ଜିଓକୁ ଛିଗୁଲାଉଛନ୍ତି ।  ବୁଧବାର ସକାଳ ୯.୩୦ ମିନିଟରେ ଜିଓ ଡାଉନ୍ ହୋଇଥିଲା । ଏହା ସହିତ ଟ୍ୱିଟରରେ #JioDown ଟ୍ରେଣ୍ଡ୍ କରିବାକୁ ଲାଗିଥିଲା । ଦି’ ଦିନ ତଳେ ଜିଓ ହ୍ୱାଟସଆପକୁ ଟ୍ରୋଲ୍ କରୁଥିଲା ଏବେ ଜିଓ ନିଜେ ଟ୍ରୋଲ୍ ହେଉଛି ।

Downdetector  ସାଇଟ୍ ଅନୁସାରେ ଜିଓ ନେଟୱର୍କ ସହିତ ଜଡିତ ଅଭିଯୋଗରେ ବୃଦ୍ଧି ଆସିଛି । ଅବଶ୍ୟ ଏପର୍ଯ୍ୟନ୍ତ ଜିଓ କୌଣସି ସୂଚନା ଦେଇ ନାହିଁ । ଜିଓ ନିଜ ଉପଭୋକ୍ତାଙ୍କୁ ଗୋଟିଏ ଜେନରିକ୍ ଉତ୍ତର ଦେଉଛି.. ଏହି ସମସ୍ୟା ପାଇଁ ଆମେ ଦୁଃଖିତ ଓ ଏହା ଅସ୍ଥାୟୀ । ତେବେ ଏଇଠି ଜିଓ ପାଇଁ ଗୋଟିଏ ଭଲ ଖବର ହେଉଛି ଯେ, ଜିଓ ଡାଉନ୍ ଦ୍ୱାରା ପୁରା ଭାରତ ପ୍ରଭାବିତ ହୋଇନାହିଁ । କେବଳ ମୁମ୍ବାଇ,ଇନ୍ଦୋର,ଦିଲ୍ଲୀ ଓ ରାୟପୁର ଭଳି ସ୍ଥାନରେ ଏହାର ନେଟୱର୍କ ଡାଉନ୍ ହୋଇଥିବା ଜଣା ପଡିଛି ।

ଏବେ ଆପଣ ଭାବୁଥିବେ ଦୁଇ ଦିନ ତଳେ ଅର୍ଥାତ ସେପ୍ଟେମ୍ବର ୪ ତାରିଖରେ ଜିଓ କ’ଣ କହି ହ୍ୱାଟସଆପକୁ ଟ୍ରୋଲ୍ କରିଥିଲା ? ସେତେବେଳେ ଜିଓ ହ୍ୱାଟସଆପ ଡାଉନ୍ ହେବାକୁ ନେଇ ମସ୍ତି କରି ଟ୍ୱିଟ୍ କରିଥିଲା ଯେ, ‘ଏହା ଇଣ୍ଟରନେଟ୍ ସମସ୍ୟା ନୁହେଁ ,ନିଜର ଚାଟକୁ ରିଫ୍ରେସ କରିବା ବନ୍ଦ କରନ୍ତୁ । ଏବେ ୟୁଜର୍ସ ଜିଓର ପୁରୁଣା ଟ୍ୱିଟର ସ୍କ୍ରିନ୍ ସଟ୍ ସେୟାର କରି ଟ୍ରୋଲିଂରେ ମାତିଛନ୍ତି । ଆସନ୍ତୁ ଦେଖିବା କେମିତି ଟ୍ରେଲ୍ ହେଉଛି ଜିଓ ।

ଜଣେ ୟୁଜର ଜିଓର ଏହି ଟ୍ୱିଟ୍ କୁ ଶେଆର କରି ଲେଖିଛନ୍ତି, ଏବେ କିନ୍ତୁ ଏହା ଇଣ୍ଟରନେଟ୍ ସମସ୍ୟା #Jiodown

ସେହିଭଳି ଆଉଜଣେ ୟୁଜର ନିଜ ଫୋନର ସ୍କ୍ରିନ ଶଟ୍ ଶେଆର କରପି ଲେଖିଛନ୍ତି ଯେ ସକାଳୁ ଜିଓ ନେଟୱର୍କ ନାହିଁ । #Jiodown

ଆଉଜଣେ ୟୁଜର ରଗିଯାଇ ଲେଖିଛନ୍ତି ଯେ ଦୀର୍ଘ ଏକ ଘଣ୍ଟା ହେଲାଣି ନେଟର୍କ ନାହିଁ, ଏଇ କୋଉଭଳି ବ୍ୟହାର ଟିମ ଜିଓ । ଆପଣଙ୍କଠୁ ଏହା ଆଶା ନଥିଲା ।

 

 

 

Leave a Reply