କଟକରୁ ପଚା ଅଣ୍ଡା ଗାଡ଼ି ଜବତ: କେକ୍ ପ୍ରସ୍ତୁତି ପାଇଁ ନିଆଯାଉଥିଲା

କଟକ: ଘୋଳ ଅଣ୍ଡାରେ ବାର୍ଥଡେ କେକ୍ । ପାଟିକୁ ସୁଆଦିଆ, ହେଲେ ଦେହକୁ ବିପଦ । ନକଲି ଖାଦ୍ୟ ସାମଗ୍ରୀର ଅମରାବତୀ କଟକରୁ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା । ପୂର୍ବରୁ କଟକ ଯୋବ୍ରା ଅଂଚଳରେ ଦୁଇଟି ବେକ୍ରୀ ଫ୍ୟାକଟ୍ରି ଉପରେ ଚଢାଉ ବେଳେ ପଚା ଅଣ୍ଡା ସଂପର୍କରେ ଖବର ମିଳିଥିଲା । ଆଜି ଘୋଳ ଓ ପଚା ଅଣ୍ଡା ଚାଲାଣ ବେଳେ ସ୍ବତନ୍ତ୍ର ସ୍କ୍ବାର୍ଡ ଏହାକୁ ଧରିଥିଲେ । ଘୋଳ ଅଣ୍ଡା ଆଠଗଡ, ବାଙ୍କି, ଚୌଦ୍ୱାର ଓ ବାଳି ଅଞ୍ଚଳରୁ ଆସୁଥିବା ଜଣାପଡିଛି । ବିଭାଗ ପକ୍ଷରୁ ଅଣ୍ଡା ସବୁ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply