ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଲକ୍ଷ୍ଣୌ: ଲକ୍ଷ୍ମୀପୁର ହିଂସାକୁ ବିତିଛି ୭୨ ଘଣ୍ଟା । ୮ଜଣଙ୍କ ମୃତ୍ୟୁ, ହେଲେ ନା କାହାକୁ ଗିରଫ ନା କାହାକୁ ଅଟକ ରଖିଛି ପୋଲିସ । ଏମିତିକି ସବୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ପାଖରେ ଖବର ବି ନାହିଁ । ବିଜେପି ନେତାଙ୍କ ଗାଡ଼ି ଚଢ଼ି ୪ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୮ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ପୁଣି ବଢ଼ିଲା ରନ୍ଧନ ଗ୍ୟାସ ଦର: ୯୨୬ ଟଙ୍କା ପହଞ୍ଚିଲା

ଯାହାକୁ ନେଇ ମୃତକଙ୍କ ପରିବାର ଓ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ରବିବାର ଘଟିଥିବା ଏହି ଘଟଣାକୁ ୭୨ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ମଧ୍ୟ କରିପାରିନି । ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପରିବାର ଲୋକେ ଆପତ୍ତି ଉଠାଇବା ପରେ ଜଣେ ଚାଷୀଙ୍କର ଦୁଇଥର ପୋଷ୍ଟମର୍ଟମ କରାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ଅନ୍ତିମ ସଂସ୍କାର କରିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫଦାରୀରେ ବିଳମ୍ବକୁ ନେଇ ଉଠିଛି ପ୍ରଶ୍ନ । ମୃତକଙ୍କ ପରିବାର ସହ ଆଲୋଚନା, ଶବ ସତ୍କାରରେ ବ୍ୟସ୍ତ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିନି ବୋଲି ପୋଲିସ କହିଛି । ସେପଟେ ଘଟଣାଦିନର ଏକାଧିକ ଭିଡିଓ ଭାଇରାଲ ହେଉଥିବା ବେଳେ ଆନ୍ଦୋଳନକାରୀ ଚାଷୀଙ୍କୁ ପଛପଟୁ ଏକ ଗାଡ଼ି ଧକ୍କା ଦେଉଥିବା ଦେଖାଯାଇଛି ।

Leave a Reply