ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା କ୍ରୁଜ୍ ଦେଲା ‘ନବରାତ୍ରୀ’ ପ୍ୟାକେଜ୍ ଅଫର

ମୁମ୍ବାଇ: ମଝି ସମୁଦ୍ରରେ ହେଉଥିବା ଡ୍ରଗ୍ସ ପାର୍ଟିକୁ ନେଇ ଚର୍ଚ୍ଚାରେ ରହିଥିଲା କାର୍ଡେଲିଆ କ୍ରୁଜ୍ । ଏବେ ପୁଣି ଥରେ କ୍ରୁଜ୍  କୁ ଲାଇମଲାଇଟକୁ ଆଣିଛି ଏହାର ଟୁର୍ ପ୍ୟାକେଜ୍।

କମ୍ପାନୀ ତରଫରୁ ମଙ୍ଗଳବାର ଦିନ ନବରାତ୍ରୀ ଟୁର୍ ପ୍ୟାକେଜ୍ ପାଇଁ ଇନଭିଟେସନ୍ ଦିଆଯାଇଛି। ଏହି ସମୟରେ କ୍ରୁଜରେ ସଂଗୀତ କାର୍ଯ୍ୟକ୍ରମ, ନୃତ୍ୟ ଏବଂ ଷ୍ଟାଣ୍ଡ ଅପ୍ କମେଡି ମଧ୍ୟ ଆୟୋଜିତ ହେବ ସୂଚନା ମିଳିଛି ।

Mumbai Cruise Drugs Case, NCB Arrested An Odia

ଏହି ପ୍ୟାକେଜ ଅନୁସାରେ ଲୋକମାନେ କ୍ରୁଜରେ ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ସୋମନାଥ ମନ୍ଦିର ପରିଦର୍ଶନ ମଧ୍ୟ କରିପାରିବେ । ଯେଉଁଥିପାଇଁ କ୍ରୁଜର ଏକ ଷ୍ଟପେଜ୍ ସୋମନାଥ ରେ ରଖାଯାଇଛି । ଆଉ ନବରାତ୍ରୀ ସମୟରେ କ୍ରୁଜରେ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ପରିବେଷଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Mumbai Cruise Drugs Case, NCB Arrested An Odia

କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚଢାଉ କରିବାର କିଛି ଦିନ ପରେ କମ୍ପାନୀ ପକ୍ଷରୁ ଏଭଳି ଇନଭିଟେସନ୍ ଦିଆଯାଇଛି। ଏହି ଚଢାଉ ବେଳେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଥିଲା । ପରେ ଏହି ମାମଲାରେ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ଆସନ୍ତା ଅକ୍ଟୋବର ୭ ଯାଏ ବଢିଛି। ଡ୍ରଗସ ସେବନ ମାମଲାରେ କିଙ୍ଗ ଖାନଙ୍କ ପୁଅଙ୍କୁ ଅଧିକ ଜେରା କରିବ ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ । ଏନସିବି ରେଡ ବେଳେ ଆର୍ଯ୍ୟନଙ୍କ ଚଷମା ଖୋଳରୁ ଜବତ ହୋଇଥିଲା ନିଷିଦ୍ଧ ସାମଗ୍ରୀ।

 

 

 

 

 

Leave a Reply