ଲଣ୍ଡା ହୋଇ ବିଜେପି ଛାଡିବାକୁ ଘୋଷଣା କଲେ ବିଧାୟକ, କହିଲେ- ମମତା ଅସଲି ନେତା

1 min read

ଗୗେହାଟି: ତ୍ରିପୁରାରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ ଝଟକା । ଉତ୍ତର ତ୍ରିପୁରାର ସୁରମା ବିଧାୟକ  ଆଶିଷ ଦାସ ମଙ୍ଗଳବାର ଦିନ କୋଲକାତାର କାଲିଘାଟ କାଳି ମନ୍ଦିରରେ ଲଣ୍ଡା ହୋଇ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି । କୋଲକାତାର ପ୍ରସିଦ୍ଧ ମନ୍ଦିରରେ ଯଜ୍ଞ ମଧ୍ୟ କରିଛନ୍ତି । ରାଜ୍ୟରେ ବିଜେପି ତେନୃତ୍ୱାଧୀନ ସରକାରକୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ।

ବିଜେପି ଛାଡିବା ପୂର୍ବରୁ ତ୍ରିପୁରା ବିଧାୟକ ଆଶିଷ ଦାସ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବେଙ୍ଗଲର ମା, ମାଟି ମନୁଷର ପ୍ରକୃତ ନେତା ବୋଲି କହିଛନ୍ତି । ଯଦି ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଏହା ଗର୍ବର ବିଷୟ ହେବ । ​​ମମତା ବାନାର୍ଜୀ ଯେପରି ଭବାନୀପୁର ନିର୍ବାଚନରେ ରେକର୍ଡ ସଂଖ୍ୟକ ବିଜୟ ହାସଲ କରିଥିଲେ, ତାହା ତାଙ୍କର ଲୋକପ୍ରିୟତାର ଅନ୍ୟ ଏକ ପ୍ରମାଣ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଶାସନ ବିରୋଧରେ ସେ ଦୀର୍ଘ ଦିନଧରି ସ୍ବର ଉତ୍ତୋଳନ କରିଆସୁଥିଲେ । ଆଶିଷ ଖୁବ୍ ଶୀଘ୍ର ତୃଣମୂଳ କଂଗ୍ରେସରେ ଯ଼ୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଶିଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ବିରୋଧ କରିଛନ୍ତି । କହିଛନ୍ତି ଦେଶର ଅଧିକାଂଶ ସରକାରୀ ସମ୍ପତ୍ତିକୁ ସେ ଘରୋଇ ହାତରେ ଟେକିଦେଲେଣି ।

Leave a Reply