spot_img
Home Blog Page 5262

ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣିମ ସୋମବାର: ଗୋଟିଏ ଦିନରେ ପାଞ୍ଚ ପଦକ ଜିତିଲେ ଖେଳାଳି

ଟୋକିଓ: ଭାରତ ପାଇଁ ଗର୍ବ ଓ ଗୌରବ ଆଣିଲା ପାରା-ଅଲିମ୍ପିକ୍ସ  । ଗୋଟିଏ ଦିନରେ ୫ଟି ପଦକ ହାସଲ କରିଥିବା ବେଳେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଖେଳାଳି । ସୁଟିଂରେ ସୁନା ଜିତିଛନ୍ତି ଅବନୀ ଲେଖାରା । ସେହିଭଳି ଜାଭେଲିନ୍ ଥ୍ରୋ’ରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଜି ସୁଦ୍ଧା ଭାରତ ୭ଟି ପଦକ ହାସଲ କରିବା ସହ ପଦକ ତାଲିକାରେ ୨୫ ନମ୍ବର ସ୍ଥାନରେ ରହିଛି ।

ଶୁଭ ସୋମବାର । ସୁବର୍ଣ୍ଣ ସୋମବାର । ପାରାଅଲିମ୍ପିକ୍ସରେ ଭାରତକୁ ଡବଲ ଗୋଲ୍ଡ  । ଗୋଟିଏ ଦିନରେ ପାଞ୍ଚଟି ପଦକ ଜିତିଲେ ଭାରତୀୟ ଖେଳାଳି  । ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ବର୍ଷା । ସୁଟିଂରେ ସୁନା ଜିତିଲେ ସୁନା ଝିଅ ଅବନୀ ଲେଖାରା । ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଲେ ଗର୍ବ ଓ ଗୌରବ । ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ଜିତିଛନ୍ତି । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ଏପରି ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । ଫାଇନାଲରେ ୬୮.୫୫ ମିଟର ବେଷ୍ଟ ଥ୍ରୋ କରି ସ୍ୱର୍ଣ୍ଣିମ ଇତିହାସ ଲେଖିଛନ୍ତି ସୁମିତ  । ୬ ବର୍ଷ ତଳେ ଏକ ଦୁର୍ଘଟଣାରେ ସୁମିତ ନିଜର ଏକ ଗୋଡ଼ ହରାଇଥିଲେ  । ଏହାପରେ ବି ସେ କେବେ ହାର ମାନିନାହାନ୍ତି  । ଆଜି ସେ ସ୍ୱର୍ଣ୍ଣ ପଦକ ଜିତି ନିଜର ସ୍ୱପ୍ନ ପୂରଣ କରିଛନ୍ତି  ।

ସକାଳୁ ସକାଳୁ ୨ଟି ପଦକ ମିଳିବା ପରେ ଜାଭେଲିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ଆଥ୍ଲେଟ୍ ଦେବେନ୍ଦ୍ର ଝାଝରିୟା ଜାଭେଲିନ୍‌ରେ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜାର ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିଭଳି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି । F-56 ଯୋଗ୍ୟତାରେ ସେ ଏହି ସଫଳତା ହାସଲ କରିଛନ୍ତି ।

ଅନ୍ୟପଟେ ଭାରତୀୟ ଡିସକସ୍ ଥ୍ରୋରେ ବିନୋଦ କୁମାରଙ୍କ ଠାରୁ ଖସିଯାଇଛି ବ୍ରୋଞ୍ଜ ପଦକ  । ଗତକାଲି ତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା  । ହେଲେ ବିରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଷ୍ପତ୍ତି, ବିନୋଦଙ୍କ ବିରୋଧରେ ଯାଇଛି  । ପାରା ଅଲିମ୍ପିକ୍ସର  ବୈଷୟିକ ପ୍ରତିନିଧି ସ୍ଥିର କରିଛନ୍ତି ଯେ, ବିନୋଦ କୁମାର ଡିସକସ୍ ଥ୍ରୋ ଏଫ ୫୨ କ୍ଲାସ୍ ପାଇଁ ଯୋଗ୍ୟ ଶ୍ରେଣୀରେ ଆସୁନାହାନ୍ତି ।

ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଭାରତୀୟ ଦଳ ଦୁଇଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଏବଂ ୧ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତୀୟ ଖେଳାଳିଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ସାରା ଦେଶ ଶୁଭେଚ୍ଛା ଜଣାଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ବିଶ୍ୱ ରେକର୍ଡ ସହ ଜାଭେଲିନ୍‌ରେ ସ୍ୱର୍ଣ୍ଣ ଜିତିଲେ ସୁମିତ

ରାଜ୍ କୁନ୍ଦ୍ରାଙ୍କଠୁ ଅଲଗା ହେବେ ଶିଳ୍ପା ! ପିଲାଙ୍କୁ ସ୍ୱାମୀଙ୍କ ‘କଳା ଟଙ୍କା’ରୁ ରଖିବେ ଦୂର

ମୁମ୍ବାଇ: ବଲିଉଡ଼ର ଚର୍ଚ୍ଚିତ ନାୟିକା ତଥା ଫିଟନେସ୍ ଡିଭା ଶିଳ୍ପା ସେଟ୍ଟି। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ସାମ୍ରାଜ୍ୟର ଲିଙ୍କ ଖୋଲିବା ପରେ ଏହି ଚର୍ଚ୍ଚିତ ନାୟିକାଙ୍କ ଚେହେରା ଫିକା ପଡ଼ିଥିଲା। ବିଭିନ୍ନ କ୍ୟାମେରାରୁ ସେ ନିଜକୁ ଅଲଗା ରଖିଥିଲେ। କିନ୍ତୁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଶିଳ୍ପା। ଏହି ଚର୍ଚ୍ଚାର କାରଣ ତାଙ୍କ ଅଭିନୟ କି ରିୟାଲିଟି ଶୋ’ ନୁହେଁ। ଏବେ ଚର୍ଚ୍ଚା ହେଉଛି ରାଜକୁନ୍ଦ୍ରାଙ୍କ ଠାରୁ ଶିଳ୍ପା ଅଲଗା ହେବା ନେଇ।

https://www.instagram.com/p/CTG6F9dCZi-/?utm_source=ig_web_copy_link

ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଜୁଲାଇ ୧୯ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ସେବେଠାରୁ ରାଜ କୁନ୍ଦ୍ରା ଜେଲର ଚାରି କାନ୍ଥ ଭିତରେ ରହିଛନ୍ତି। ଜାମିନ ଆବେଦ କରିଥିଲେ ବି ରାଜଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳିପାରି ନାହିଁ। ସେପଟେ ଶିଳ୍ପା ଏବେ ତାଙ୍କ କାମ ଏବଂ ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାକୁ ଆସିବାରେ ଲାଗିଛନ୍ତି।

ଯଦି ଆମେ ଟିକେ ପଛକୁ ଯିବା ତେବେ କେତେକ ଖବର ମୁତାବକ ଯେତେବେଳେ ଶିଳ୍ପାଙ୍କୁ ରାଜ କୁନ୍ଦ୍ରାଙ୍କ ସମ୍ମୁଖରେ ପୋଲିସ ପଚରାଉଚରା କରିଥିଲା, ସେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ। ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ଶିଳ୍ପା ତାଙ୍କ ଭବିଷ୍ୟତ ଜୀବନକୁ ଉଭୟ ପିଲାଙ୍କ ସହିତ ସ୍ୱାମୀଙ୍କଠାରୁ ଦୂରରେ ରଖିବାକୁ ଯୋଜନା କରୁଛନ୍ତି। କାରଣ ରାଜଙ୍କର ଏହି ଅସୁବିଧା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ତିଆରି କଥା ସମ୍ନାକୁ ଆସିବା ପରେ ଶିଳ୍ପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଳ୍ପା ଜାଣି ନଥିଲେ ଯେ ତାଙ୍କର ବିଳାସପୂର୍ଣ୍ଣ ଖର୍ଚ୍ଚ ଏପରି ପର୍ଣ୍ଣ ଦୁନିଆରୁ ଆସୁଛି।

https://www.instagram.com/p/CS1QF6yrJtS/?utm_source=ig_web_copy_link

ଶିଳ୍ପାଙ୍କ ଏହି ବନ୍ଧୁ କହିଛନ୍ତି ଯେ ସେ ବର୍ତ୍ତମାନ ଶିଳ୍ପା ନିଜ ପିଲାମାନଙ୍କୁ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କଳା ଟଙ୍କାଠାରୁ ଦୂରରେ ରଖିବାକୁ ଚାହୁଁଛନ୍ତି। ଶିଳ୍ପା ଏବେ ରାଜକୁନ୍ଦ୍ରାଙ୍କର ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ ନାହିଁ ବୋଲି ତାଙ୍କ ବନ୍ଧୁ କହିଛନ୍ତି। ରିଅଲିଟି ଶୋ’ ମାଧ୍ୟମରେ ସେ ଭଲ ଟଙ୍କା ରୋଜଗାର କରୁଛନ୍ତି। ତେବେ ହଙ୍ଗାମା ୨ ପରେ ଶିଳ୍ପା ଏବେ ଫିଲ୍ପ ଅଫର ଉପରେ ଅଧିକ ଧ୍ୟାନ ଦେବେ।

ସେପ୍ଟେମ୍ବର ୧ରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ, ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ମାସରୁ ଅନେକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି। ଆଉ ଏହି ପରିବର୍ତ୍ତନ ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ କରିବ। ଏହି ପରିବର୍ତ୍ତନ ସାଧାରଣଠୁ ବିଶେଷ ସମସ୍ତ ବ୍ୟକ୍ତିଙ୍କୁ ପ୍ରଭାବିତ କରିବ। ଏହି ପରିବର୍ତ୍ତନ ଆପଣଙ୍କ ସେଭି ଆକାଉଣ୍ଟରେ ସୁଧଠୁ ଆରମ୍ଭ କରି EPF, ଚେକ କ୍ଲିୟରାନ୍ସ, LPG ନିୟମ, କାର୍ ଚାଳନା, ଆମାଜନ, ଗୁଗୁଲ୍, ଗୁଗୁଲ୍ ଡ୍ରାଇଭ୍ ପରି ସେବା ଉପରେ ଘଟିବାକୁ ଯାଉଛି।

୧) PF ନିୟମରେ ପରିବର୍ତ୍ତନ: 

ଚାକିରୀ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର, ଆସନ୍ତା ସେପ୍ଟେମ୍ବର 1 ରୁ, ଯଦି ଆପଣଙ୍କର ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN) ଆପଣଙ୍କର ଆଧାର କାର୍ଡ ସହିତ ଲିଙ୍କ୍ ହୋଇନାହିଁ, ତେବେ ଆପଣଙ୍କର ନିଯୁକ୍ତିଦାତା ଆପଣଙ୍କର ପ୍ରୋଭିଡେଣ୍ଟ୍ ପାଣ୍ଠି (PF) ଆକାଉଣ୍ଟକୁ ପୈଠ କରିବାକୁ ସମର୍ଥ ହେବେ ନାହିଁ। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ଇପିଏଫ ଆକାଉଣ୍ଟଧାରୀମାନଙ୍କୁ ସେପ୍ଟେମ୍ବର ୧, ୨୦୨୧ ପୂର୍ବରୁ ଆଧାରକୁ UAN ନମ୍ବର ସହିତ ଲିଙ୍କ କରିବାକୁ କହିଛି।

) ଚେକ୍ କ୍ଲିଅର୍ ସିଷ୍ଟମରେ ପରିବର୍ତ୍ତନ: 

ଯଦି ଆପଣ ଚେକ୍ ଦ୍ୱାରା ଟଙ୍କା ପଠାଉଛନ୍ତି? କିମ୍ବା ଚେକ୍ ପେମେଣ୍ଟ କରନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର। ସେପ୍ଟେମ୍ବର ୧ ରୁ ୫୦ ହଜାରରୁ ଅଧିକ ଚେକ୍ ପ୍ରଦାନ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। ଆଉ ଏହାର କାରଣ ହେଉଛି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସକରାତ୍ମକ ବେତନ ବ୍ୟବସ୍ଥା ବା ପଜିଟିଭ ପେ ସିଷ୍ଟମ୍(PPS) ଲାଗୁ କରିବା ଆରମ୍ଭ କରିଛନ୍ତି। ଅଧିକାଂଶ ବ୍ୟାଙ୍କ ୧ ସେପ୍ଟେମ୍ବରରୁ ପିପିଏସ୍ ଲାଗୁ କରିବାକୁ ଯାଉଛନ୍ତି।

୩) PNB ର ସଞ୍ଚୟ ଆକାଉଣ୍ଟରେ ସୁଧ ହ୍ରାସ ହେବ:  

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ଗ୍ରାହକ ଆସନ୍ତା ମାସରୁ ଏକ ବଡ ଜଟକା ଲାଗିବ। କାରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସେପ୍ଟେମ୍ବର ୧ରୁ ସେଭିଂ ଆକାଉଣ୍ଟ ଜମା ଉପରେ ସୁଧ ହାର ହ୍ରାସ କରିବାକୁ ଯାଉଛି। ଏହି ସୂଚନା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଛି। ସଞ୍ଚୟ ଆକାଉଣ୍ଟରେ ସୁଧ ହାର ବାର୍ଷିକ ୩ ପ୍ରତିଶତରୁ ୨.୯୦ ପ୍ରତିଶତକୁ ହ୍ରାସ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କର ଏହି ନିଷ୍ପତ୍ତି ଉଭୟ ନୂତନ ଏବଂ ପୁରୁଣା ଗ୍ରାହକଙ୍କୁ ପ୍ରଭାବିତ କରିବ।

୪) ବଦଳିଯିବ ଗ୍ୟାସ ସିଲିଣ୍ଡର ପାଇବାର ସମୟ:  

ସେପ୍ଟେମ୍ବର ୧ରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିବ। ଜଣାଇଦେବାକୁ ଚାହୁଁ ଯେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଏବଂ ବାଣିଜ୍ୟିକ ସିଲିଣ୍ଡରର ନୂତନ ମୂଲ୍ୟ ସ୍ଥିର କରାଯାଏ। ତେବେ ଆସନ୍ତା ମାସରୁ ମୂଲ୍ୟ ବଢ଼ିବା ସହ, କିଛି ଗ୍ୟାସ ଏଜେନ୍ସି ସେମାନଙ୍କର ସିଲିଣ୍ଡର ବିତରଣର ସମୟ ବଦଳିବାକୁ ଯାଉଛନ୍ତି।

୫) କାର ବୀମା ନିୟମ ପରିବର୍ତ୍ତନ ହେବ:

ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ, ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ସେପ୍ଟେମ୍ବର ୧ରୁ ଯେତେବେଳେ ବି ଏକ ନୂତନ ଗାଡି ବିକ୍ରି ହେବ, ସେତେବେଳେ ଏହାର ବମ୍ପର-ଟୁ-ବମ୍ପର ବୀମା ବାଧ୍ୟତାମୂଳକ ହେବ। ଏହି ବୀମା୫ ବର୍ଷ ପାଇଁ ଡ୍ରାଇଭର, ଯାତ୍ରୀ ଏବଂ ଗାଡିର ମାଲିକଙ୍କୁ ଅନ୍ତର୍ଭୁକ୍ତ କରୁଥିବା ବୀମା ସହିତ ରହିବ। ତେବେ ଏହି ବମ୍ପର-ଟୁ-ବମ୍ପର ଇନସୁରାନ୍ସରେ, ଗାଡିର ସେହି ଅଂଶଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ହେବ ଯେଉଁଗୁଡ଼ିକ ବୀମା କମ୍ପାନୀଗୁଡ଼ିକ ସାଦାରଣତଃ ବୀମାଭୁକ୍ତ କରନ୍ତି ନାହିଁ।

୬) OTT ପ୍ଲାଟଫର୍ମରେ ସଦସ୍ୟତା କିଣିବା ମହଙ୍ଗା ହେବ:

ଭାରତର OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରର ସବସ୍କ୍ରିପଶନ୍ ସେପ୍ଟେମ୍ବର ୧ରୁ, ୨୦୨୧ରୁ ମହଙ୍ଗା ହୋଇଯିବ। ଏହା ପରେ ଉପଭୋକ୍ତାମାନଙ୍କୁ ବେସ ପ୍ଲାନ ପାଇଁ 399 ଟଙ୍କା ବଦଳରେ 499 ଟଙ୍କା ଦେବାକୁ ପଡିବ। ଅର୍ଥାତ, ଉପଭୋକ୍ତାମାନଙ୍କୁ ଆହୁରି 100 ଟଙ୍କା ଅଧିକ ଦେବାକୁ ପଡିବ। ଏହା ବ୍ୟତୀତ ଉପଭୋକ୍ତାମାନେ 899 ଟଙ୍କା ଦେଇ ଦୁଇଟି ଫୋନରେ ଆପ୍ ଚଳାଇପାରିବେ। ଏହି ସବସ୍କ୍ରିପଶନରେ HD କ୍ୱାଲିଟି ଉପଲବ୍ଧ । ଏହା ବ୍ୟତୀତ, ଆପଣ ୧୪୯୯ ଟଙ୍କାରେ ୪ ଟି ସ୍କ୍ରିନରେ ଏହି ଆପ୍ ଚଳାଇପାରିବେ।

୭) ଆମାଜନ ଲଜିଷ୍ଟିକ୍ ମୂଲ୍ୟ ବୃଦ୍ଧି ହେବ:

ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧି ହେତୁ ଆମାଜନ ଲଜିଷ୍ଟିକ୍ ମୂଲ୍ୟ ବଢ଼ାଇପାରେ। ସେପ୍ଟେମ୍ବର ୧, ୨୦୨୧ରୁ ଆମାଜନରୁ ସାମଗ୍ରୀ ଅର୍ଡର କରିବା ମହଙ୍ଗା ହେବ। ଅର୍ଥାତ ୫୦୦ ଗ୍ରାମ ପ୍ୟାକେଜ୍ ପାଇଁ ଆପଣଙ୍କୁ ୫୮ ଟଙ୍କା ଦେବାକୁ ପଡିପାରେ। ଏଥି ସହିତ ଆଞ୍ଚଳିକ ମୂଲ୍ୟ ୩୬.୫୦ ଟଙ୍କା ହେବ।

୮) ଏହିପରି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯିବ:

ଗୁଗୁଲର ନୂଆ ନିୟମ ୧ ସେପ୍ଟେମ୍ବର ୨୦୨୧ରୁ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ, ନକଲି ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ଆପ୍ ସେପ୍ଟେମ୍ବର ୧ ରୁ ବ୍ୟାନ୍ ହେବ। ଏହା ବ୍ୟତୀତ ଗୁଗୁଲ ଏହାର ବ୍ଲଗ୍ ପୋଷ୍ଟରେ କହିଛି ଯେ ଆପ୍ ଡେଭଲପର୍ମାନଙ୍କ ଦ୍ୱାରା ଦୀର୍ଘ ଦିନ ଧରି ବ୍ୟବହୃତ ହୋଇନଥିବା ଆପ୍ ଗୁଡିକ ମଧ୍ୟ ବ୍ୟାନ୍ କରାଯିବ। ଗୁଗୁଲ୍ ପ୍ଲେ ଷ୍ଟୋର୍‌ର ନିୟମ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଉଛି। ଏଥି ସହିତ, ଗୁଗୁଲ୍ ଡ୍ରାଇଭ୍ ବ୍ୟବହାରକାରୀମାନେ ସେପ୍ଟେମ୍ବର ୧୩ରେ ଏକ ନୂଆ ସିକ୍ୟୋରିଟି ଅପଡେଟ ମିଳିବ। ଯାହା ପରେ ଆପଣଙ୍କ ଡାଟା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ।

ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ: ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୋକା ଦେଲା ଅଗଷ୍ଟ ମାସରେ ସୃଷ୍ଟି ହୋଇଥିବା ଶେଷ ଲଘୁଚାପ । ତେବେ ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୨୧ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୪୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ, ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୪ଟି ଜିଳ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଯାଜପୁରରେ ୫୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୪୯ ପ୍ରତିଶତ, ବଲାଙ୍ଗିରରେ ୪୫ ପ୍ରତିଶତ ଏବଂ ଅନୁଗୁଳରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ ଅଗଷ୍ଟ ମାସରେ ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କର ମନ୍ଦିର, ଉଚ୍ଚତା ରହିଛି ୩୫୦ ଫୁଟ

 

ଆସନ୍ତାକାଲି ଆସିବ ସେପ୍ଟେମ୍ୱର ଗାଇଡଲାଇନ୍: ହଟିପାରେ ସପ୍ତାହାନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର: ସେପ୍ଟେମ୍ବରରେ କେତେ କଟକଣା, କେତେ କୋହଳ । ଆସନ୍ତାକାଲି ଆସିବ ଗାଇଡ୍‌ଲାଇନ୍‌ । କଟକ, ଭୁବନେଶ୍ୱର, ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ ଉଠିବା ସହ କଟକଣା ଅଧିକ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି । ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଆସିବ । ସେପଟେ ସମ୍ପୂର୍ଣ୍ଣ କୋହଳ ନୁହେଁ, କଟକଣା ଭିତରେ ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଖସୁଛି ସଂକ୍ରମଣ, ୧ ପ୍ରତିଶତ ତଳେ ଟିପିଆର । ଅଧିକ କୋହଳ ହୋଇପାରେ କଟକଣା । ପାର୍ବଣ ପାଇଁ ଆସିବ ନୂଆ ନିୟମ ।

ଅଧିକ ଖୋଲିବ, ରହିବ କମ୍‌ କଟକଣା । ସଂକ୍ରମଣ, ଲୋକଙ୍କ ବ୍ୟବହାର, ପଜିଟିଭିଟି ହାର, କେନ୍ଦ୍ର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍‌ଲାଇନ ଏବଂ ବିଶେଷଜ୍ଞଙ୍କ ମତ ଆଧାରରେ ରାଜ୍ୟ ସରକାର ଆଣିବେ ସେପ୍ଟେମ୍ବର ଗାଇଡ୍‌ଲାଇନ । ତେବେ ଏହା ପୂର୍ବରୁ ଆସିଛି ଆଶ୍ୱସ୍ତିକର ଖବର । ରାଜ୍ୟର ପଜିଟିଭିଟି ହାର ୧ପ୍ରତିଶତ ଓ ଦୈନିକ ସଂକ୍ରମଣ ୬ଶହକୁ ଖସିଛି । ଏବେବି ତୃତୀୟ ଲହର ଆଶଙ୍କା ଥିବାରୁ ସଂପୂର୍ଣ୍ଣ କଟକଣା କୋହଳ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ପାର୍ବଣ ଯୋଗୁଁ ସଂକ୍ରମଣ ବଢିବା  ଭୟ ଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଅଣାଯିବ ।

କଟକ, ଭୁବନେଶ୍ୱରରେ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍‌ କଟକଣା ହଟାଯାଇପାରେ । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରେ ଦୋକାନ ବଜାର । ରେଷ୍ଟୁରାଣ୍ଟ ଖୋଲିବାର ସମୟ ସୀମା ବି କୋହଳ ହୋଇପାରେ । ତେବେ ରାତ୍ରିକାଳୀନ କଟକଣା ଜାରି ରହିବା ସହ ସାଂସ୍କୃତିକ, ଧାର୍ମିକ, ରାଜନୈତିକ କଟକଣା ଜାରି ରହିପାରେ । ଅନ୍ୟପଟେ କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପାର୍ବଣ ପାଇଁ କଟକଣା ରହିବ । ଅଧିକ ଲୋକ ଏକାଠି ନହେବା ନେଇ କଟକଣା ଜାରି କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୩୪ ଜଣ କରୋନା ସଂକ୍ରମିତ ସୁସ୍ଥ

ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କର ମନ୍ଦିର, ଉଚ୍ଚତା ରହିଛି ୩୫୦ ଫୁଟ

ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କ ମନ୍ଦିର। ଭଗବାନ କୃଷ୍ଣଙ୍କର ଜନ୍ମଦିନରେ ଆସିଛି ଏଭଳି ଭଲ ଖବର। ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଠାରୁ ୧୩୦ କିଲୋମିଟର ଦୂରରେ ଥିବା ନଦିଆ ଜିଲ୍ଲାର ମାୟାପୁରରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣ ମନ୍ଦିର। ୬ ଲକ୍ଷ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ୮ଶହ କୋଟି ଟଙ୍କାରେ ନିର୍ମିତ ଏହି ମନ୍ଦିର ୭ ମହଲା ବିଶିଷ୍ଟ ରହିଛି। ୨୦୨୩ ମସିହା ସୁଦ୍ଧା ଏହି ମନ୍ଦରର କାର୍ଯ୍ୟ ୮୦% ସମାପ୍ତ ହେବ ବୋଲି ଲକ୍ଷ ରଖାଯାଇଛି। ଏହାପରେ ଭକ୍ତମାନଙ୍କ ପାଇଁ ଏହାକୁ ଖୋଲିଦିଆଯିବ।

ମନ୍ଦିରର ନିର୍ମାଣ ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ କୃଷ୍ଣ ଚେତନା ବା (ISKON) ଦ୍ୱାରା କରାଯାଉଛି। ଏହା ହେଉଛି ଏକ ଅନନ୍ୟ ମନ୍ଦିର। ମନ୍ଦିରକୁ ୭ ମହଲା ବିଶିଷ୍ଟ କରାଯାଇଥିବା ବେଳେ ମନ୍ଦିରର ଉଚ୍ଚତା ୩୫୦ ଫୁଟ ରହଛି ଏବଂ ଓସାର ୧୭୭ ମିଟର ରହିଛି। ମ୍ୟୁଜିୟମ ଫ୍ଲୋର ଦ୍ୱାରା ୟୁଟିଲିଟି ଫ୍ଲୋର, ପୂଜାରୀ ଫ୍ଲୋର, ମନ୍ଦିର ଫ୍ଲୋର ଏହିଭଳି ୭ ମହଲା ରହିଛି। ବିଶେଷ କଥା ହେଉଛି ପୂଜାରୀ ଫ୍ଲୋର ୨.୫ ଏକରରେ କରାଯାଇଛି। ଏଠାରେ ପୁଜାରୀ ମାନେ ଭଗବାନଙ୍କୁ ପୂଜା କରିବାର ବିଭିନ୍ନ ପ୍ରକାରର ପ୍ରସ୍ତୁତି କରିବେ। ମନ୍ଦିରର ସମ୍ମୁଖରେ ୪୫ ଏକର ଜମିରେ ଏକ ପାର୍କ କରାଯାଇଥିବା ବେଳେ ମନ୍ଦିରଟି ୧୨ ଏକର ଜମି ଉପରେ ନିର୍ମିତ ହୋଇଛି। ସେହିଭଳି ମନ୍ଦିରରେ କୀର୍ତ୍ତନ ପାଇଁ ହଲ୍ ୧.୫ ଏକରରେ କରାଯାଇଛି। ଯେଉଁଠାରେ ୧୦ ହଜାର ଭକ୍ତ ଏକାସାଙ୍ଗରେ କୀର୍ତ୍ତନ କରିପାରିବେ।

ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନର ମକରାନା ଏବଂ ଭିଏତନାମରୁ ଧଳା ମାର୍ବଲ, ଫ୍ରାନ୍ସରୁ ରେଡ ମାର୍ବଲ, ଇଟାଲୀରୁ ବ୍ଲୁ ମାର୍ବଲର ଅଡର ଦିଆଯାଇଛି। ସ୍ପେନରୁ ମଧ୍ୟ ମାର୍ବଲ ଆସିଛି। ଯେଉଁ ଦେଶରେ ଯେଉଁ ମାର୍ବଲ ସବୁଠାରୁ ଭଲ ସେହିଠାରୁ ସେହି ମାର୍ବଲ ଆମଦାନୀ ହୋଇଛି। ଯାହା ଦ୍ୱାରା ଏହି ମନ୍ଦିର ଦୁନିଆର ସବୁଠୁ ସୁନ୍ଦର ମନ୍ଦିର ଭାବେ ନିର୍ମାଣ ହୋଇପାରିବ।

 

ଏହି ମନ୍ଦିର ପଛରେ ଭଗବଦ୍ ଗୀତାର ଦାର୍ଶନିକ ତଥ୍ୟ ରହିଛି। ମନ୍ଦିରର ଉଭୟ ଆଧ୍ୟାତ୍ମିକତା ଏବଂ ବିଜ୍ଞାନ କୁ କେନ୍ଦ୍ର କରି ହୋଇଛି। ବ୍ରହ୍ମାଣ୍ଡର ମଡେଲ ମନ୍ଦିରର ଗମ୍ବୁଜରେ ଦେଖାଯିବ। ଯାହା ଜଗତର ସୃଷ୍ଟି ବିଷୟରେ ମନ୍ଦିରକୁ ଆସୁଥିବା ଦର୍ଶକଙ୍କୁ କହିବ। ଏହା ହେଉଛି ବିଶ୍ୱର ପ୍ରଥମ ମନ୍ଦିର ଯେଉଁଠାରେ ମନ୍ଦିର ଏବଂ ପ୍ଲାନେଟୋରିୟମ୍ ଏକାଠି ରହିବ।

ଲୋକଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ ମାୟାପୁରରେ କାହିଁକି ଏହି ମନ୍ଦିର ନିର୍ମାଣ ହେଲା। ରାଧା ଏବଂ କୃଷ୍ଣଙ୍କର ଅବତାର ବୋଲି କୁହାଯାଉଥିବା ଚୈତନ୍ୟ ମହାପ୍ରଭୁ ମାୟାପୁରରେ ଜନ୍ମଗ୍ରହଣ କରିଥିଲେ। ଏହା ମଧ୍ୟ ISKCON ର ଆଧ୍ୟାତ୍ମିକ ମୁଖ୍ୟାଳୟ। ସଂସ୍ଥା ଏହିଠାର ତାର ବିଚାରକୁ ସାରା ବିଶ୍ୱରରେ ପ୍ରଚାର କରିପାରିବ ବୋଳି ମାୟାପୁରରେ ମନ୍ଦିର ନିର୍ମାଣ ହୋଇଛି।

ଯଦି ଦେଖିବା ଏହାକୁ ଖାଲି ମନ୍ଦିର କହିବା ଠିକ ହେବ ନାହିଁ। ବରଂ ଏହା ଭଗବାନଙ୍କ ଉପରେ ଏକ ଶିକ୍ଷାଦାନ କେନ୍ଦ୍ର। କାରଣ ଏଠାରେ ଭଗବଦ୍ ଗୀତାଙ୍କ ଦର୍ଶନିକତାକୁ ବୁଝିହେବ। ଦୁନିଆ କାହିଁକି ସୃଷ୍ଟି ହେଲା, ଏହା କିପରି ସୃଷ୍ଟି ହେଲା, କିଏ ଏହାକୁ ତିଆରି କଲା, ଏହି ଜିନିଷ ବୈଜ୍ଞାନିକ ତଥ୍ୟ ସହିତ ଜାଣିବାକୁ ମିଳିପାରିବ। ବୈଦିକ ଶାସ୍ତ୍ରରର ମହତ୍ୱକୁ ବୁଝିବା ପାଇଁ ଏହା ଏକ ଭଲ ସ୍ଥାନ ହେବାକୁ ଯାଉଛି।

 

ରାଜ୍ୟରେ ଆଉ ୮୩୪ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୮୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୪୯ ଜଣ,କଟକରୁ ୧୩୪, ଯାଜପୁରରୁ ୪୫, ପୁରୀରୁ ୩୨, ବାଲେଶ୍ୱରରୁ ୨୩, ସମ୍ୱଲପୁର ୨୦, ମୟୂରଭଞ୍ଜ ୧୮, ନୟାଗଡ଼ ୧୮, ଜଗତସିଂହପୁର ୧୭, ଢେଙ୍କାନାଳ ୧୪, ଦେବଗଡ଼ ୧୨, କେନ୍ଦ୍ରାପଡ଼ାର ୧୨, ଭଦ୍ରକ ୧୦,ରାୟଗଡ଼ା ୮, ସୁନ୍ଦରଗଡ଼ ୮, ଅନୁଗୁଳ ୭, ବରଗଡ଼ ୭, ଗଞ୍ଜାମ ୬, କୋରାପୁଟ ୫, ଝାରସୁଗୁଡ଼ା ୪, କନ୍ଧମାଳ ୪, ବଲାଙ୍ଗୀର ୨, କଳାହାଣ୍ଡି୨, କେନ୍ଦୁଝର ୨, ମାଲକାନଗିରି ୨, ସୋନପୁର ୨, ନବରଙ୍ଗପୁର ୧ ଓ ଷ୍ଟେଟ୍ ପୁଲ୍‌ରୁ ୭୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଯାବତ ରାଜ୍ୟରେ ମୋଟ ୯୯୨୪୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୧୮ ବର୍ଷ ବୟସ ଭିତରେ ୯୭ ଆକ୍ରାନ୍ତ, ଟୋଟାଲ ୬୦୯ ସଂକ୍ରମିତ

ହ୍ୱିଲ୍‌ ଚେୟାରରୁ ଗୋଲ୍ଡ ମେଡାଲ, ୯ ବର୍ଷ ପୂର୍ବରୁ ହରାଇଥିଲେ ଦୁଇଟିଜାକ ଗୋଡ଼

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ସୁଟିଂରେ ପ୍ରଥମ ଥର ପାଇଁ ଇତିହାସରେ ଭାରତ ହାତେଇଛି ସ୍ୱର୍ଣ୍ଣ।  ସୁନା ଜିତିଛନ୍ତି ସୁନା ଝିଅ ଅବନୀ ଲେଖାରା। ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିବା ପ୍ରଥମ। ଜୟପୁରର ଅବନୀ ଲେଖାରା ଚୀନର ଝାଙ୍ଗ କୁଇପିଙ୍ଗ ଓ ୟୁକ୍ରେନର ଇରିୟାନାଙ୍କୁ ହରାଇଛନ୍ତି।

ସୁନା ଝିଅ ଅବନୀଙ୍କ ଜୀବନରେ ଆସିଛି ଅନେକ ଝଡ଼ଝଞ୍ଜା। ଅନେକ ବାଧାବିଘ୍ନକୁ ଖାତିର ନକରି ଜୀବନର ଯୁଦ୍ଧରେ ଆଗେଇ ଚାଲିଛନ୍ତି। ଆଜି ପାରା ଅଲମ୍ପିକରେ ବାହା ବାହା ନେଉଥିବା ଅବନୀଙ୍କ ଜୀବନ ଏତେ ସହଜ ନଥିଲା। ଜୟପୁରର ବାସିନ୍ଦା ଅବନୀଙ୍କର ୯ ବର୍ଷ ପୂର୍ବରୁ ଏକ କାର ସହ ଦୁର୍ଘଟଣା ହୁଏ। ଏହି ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ସରଳରୁ ମନ୍ଥର ଆଡ଼କୁ ନେଇଯାଏ। ଚେତାଶୂନ୍ୟ ହୋଇପଡ଼ିଥିବା ଅବନୀଙ୍କ ଚେତା ଫରିବା ବେଳକୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କାରଣ ସେ ତାଙ୍କର ଦୁଇଟିଯାକ ଗୋଡ ଦୁର୍ଘଟଣାରେ ହରାଇ ବସିଥିଲେ। ଏହାପରେ ଅବନୀଙ୍କ ସାହାର ପାଲଟିଥିଲେ ହ୍ୱିଲ ଚେୟାର।

ପୂର୍ବରୁ ହସ ଖୁସିରେ କଟୁଥିବା ଜୀବନ ସ୍ଥାଣୁ ପାଲଟିଯାଇଥିଲା। ଦୁର୍ଘଟଣା ପରେ ସବୁବେଳେ ଚୁପଚାପ ରହୁଥିଲେ ଅବନୀ। ଜୀବନର ରାସ୍ତାରେ ପୁରା ଭାଙ୍ଗିପଡ଼ିଥିଲେ। ଅବନୀଙ୍କ ଦୁଃଖରେ ପରିବାର ଲୋକ ମଧ୍ୟ ଭାଙ୍ଗି ପଡ଼ିଥିଲେ। ଏହାପରେ ଅବନୀଙ୍କୁ ଖେଳରେ ଭର୍ତ୍ତି କରିବା ପାଇଁ ତାଙ୍କ ବାପା ଚିନ୍ତା କରିଥିଲେ। ପ୍ରଥମେ ତୀରନ୍ଦାଜରେ ଚେଷ୍ଟା କରାଯାଇଥିଲା, କିନ୍ତୁ ଅବନୀ ଏତେ ଦୁର୍ବଳ ହୋଇପଡ଼ିଥିଲେଯେ ସେ ଦଉଡି ଟାଣି ପାରିନଥିଲେ। ଏହା ପରେ ତାଙ୍କୁ ସୁଟିଂ ବା ବନ୍ଧୁକ ଚାଳନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ପ୍ରଥମେ ଅବନୀଙ୍କୁ ବନ୍ଧୁକ ଉଠାଇବା ପାଇଁ ବହୁତ କଷ୍ଟ ହେଉଥିଲା। କିନ୍ତୁ ଆଜି ଟୋକିଓ ପାରାଲିମ୍ପିକ୍ସ ପୋଡିୟମରେ ଅବନୀଙ୍କ ପାଇଁ ଜାତୀୟ ସଂଗୀତ ସ୍ୱର ଗୁଞ୍ଜରିତ ହୋଇଛି।

ଦୁର୍ଘଟଣା ପରେ ଅବନୀଙ୍କ ମନକୁ ଖୁସି କରିବା ପାଇଁ ତାଙ୍କୁ ସୁଟିଂ ଶିଖିବା ପାଇଁ ନିଆଯାଉଥିଲା। ସେହିଠାରୁ ସେ ଜୀବନର ହଜିଯାଇଥିବା ଲକ୍ଷକୁ ବନ୍ଧୁକ ମୁନରେ ଖୋଜିବା ଆରମ୍ଭ କରିଥିଲେ। ଅଧିକରୁ ଅଧିକ ସମୟ ବନ୍ଧୁ ଚାଳନାରେ ଅଭ୍ୟାସ କରିବାକୁ ଲାଗିଲେ। ଯେପର୍ଯ୍ୟ ସେ ନ ଥକିଛନ୍ତି ସେପର୍ଯ୍ୟନ୍ତ ଅଭ୍ୟାସ କରୁଥିଲେ ଅବନୀ। କୋଭିଡ ସମୟରେ ମଧ୍ୟ ଅଟକି ନଥିଲେ ସେ। ଯେତେବେଳେ ସୁଟିଂ ରେଞ୍ଜ ବନ୍ଦ ହୋଇଯାଇଥିଲା, ସେତେବେଳେ ଘରକୁ ଡିଜିଟାଲ ଟାର୍ଗେଟକୁ ଆଣିବାକୁ ବାଧ୍ୟ କରିଥିଲେ ଏବଂ ଅଭ୍ୟାସକୁ ଜାରି ରଖିଥିଲେ।

ପାରାଲିମ୍ପିକ୍ ଇତିହାସରେ ଭାରତ ପାଇଁ ମହିଳା ଆଣିଛନ୍ତି ତୃତୀୟ ପଦକ। ପୂର୍ବରୁ ସଟ୍  ପୁଟରେ ଦୀପା ମଲିକ୍ ଏବଂ ଟେବୁଲ୍ ଟେନିସରେ ଭବୀନା ପଟେଲ।

 

୫ ଘଣ୍ଟା ଧରି ଜ୍ୟାକଲିନଙ୍କୁ ଜେରା କରୁଛି ‘ଇଡି’

ନୂଆଦିଲ୍ଲୀ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ଗତ ପାଞ୍ଚ ଘଣ୍ଟା ଧରି ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜ୍ୟାକଲିନଙ୍କୁ ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଏକ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କୁ ପଚରାଉଚରା କରୁଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖରଙ୍କ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିବା ଏକ ବଡ଼ ଧରଣର ଦାଦାବଟି ରାକେଟର  ସାକ୍ଷୀ ଭାବେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି।

ଜ୍ୟାକଲିନ ଶ୍ରୀଲଙ୍କାର ମୂଳ ବାସିନ୍ଦା । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାର ହୋଇଥିବାବେଳେ ମା’ ମାଲେସିଆର। ଜ୍ୟାକଲିନଙ୍କ ପିତା ଜଣେ ସଂଗୀତଜ୍ଞ ଏବଂ ମାତା ଜଣେ ଏୟାର ହୋଷ୍ଟେସ୍ ଥିଲେ। ୪ ଭାଇଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ୍ ସବୁଠାରୁ ସାନ ଏବଂ ତାଙ୍କର ଏକ ବଡ଼ ଭଉଣୀ ଏବଂ ୨ବଡ଼ ଭାଇ ଅଛନ୍ତି।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ 2006 ରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ହୋଇ ମଡେଲିଂ ଆରମ୍ଭ କରିଥିଲେ। 2009 ରେ, ସେ ଏକ ମଡେଲିଂ ପ୍ରୋଜେକ୍ଟରେ ଭାରତ ଆସିଥିଲେ ଏବଂ ଏହି ସମୟରେ ସେ ଫିଲ୍ମ ‘ଆଲାଦ୍ଦିନ’ ପାଇଁ ଅଡିସନ୍ ଦେଇଥିଲେ ଏବଂ ମନୋନୀତ ହୋଇଥିଲେ। ଜ୍ୟାକଲିନ୍ ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ପରେ ସେ ‘ମର୍ଡର ୨’ରୁ ‘ହାଉସ୍ ଫୁଲ୍ 2’, ‘ରେସ୍ 3’, ‘କିକ୍’ ଭଳି ବଡ଼ ବଡ଼ ସୁପରହିଟ୍ ଫିଲ୍ମରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆଗକୁ ଜ୍ୟାକଲିନଙ୍କ ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନଙ୍କ ସହ ‘ଭୂତ ପୋଲିସ୍’ରେ ନଜର ଆସିବେ। ଫିଲ୍ମରେ ଅର୍ଜୁନ କପୁର ଏବଂ ୟାମିନୀ ଗୌତମଙ୍କ ମଧ୍ଯ ନଜର ଆସିବେ।

ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନ ସରକାର, ମନ୍ତ୍ରୀ ହୋଇପାରନ୍ତି ଅସରଫ ଗନି

କାବୁଲ: ରଣକ୍ଷେତ୍ର ପାଲଟିଛି କାବୁଲ। ପ୍ରତିଟି ସମୟରେ ମୃତ୍ୟୁର ଖଣ୍ଡା ମୁଣ୍ଡ ଉପରେ ଝୁଲି ରହୁଛି। ଆଶା ଆଶଙ୍କା ଭିତରେ ଜଟିଳ ହୋଇପଡ଼ିଛି ଜୀବନ ଜିଇଁବା। କାବୁଲକୁ ରଣକ୍ଷେତ୍ର କଲା ପରେ ଏବେ ରାଜନୀତିକୁ ସରଗରମ କରିଛି ତାଲିବାନ। ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁବି ଆଶ୍ଚର୍ଯ୍ୟ କରିଦେବ। ଯାହା ଶୁଣିଲେ ଆପଣ ମାନେବି ଏହା ଭାବିବା ପାଇଁ ବାଧ୍ୟ ହେବେ ଏ ସବୁ ପଛରେ ସେହି ବ୍ୟକ୍ତି ଜଣକର ହାତ ନଥିଲା ତ ?
ଆଫଗାନିସ୍ତାନ ଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗନି ତାଲିବାନ ସରକାରରେ ସାମିଲ ହେବେ ? ଏଭଳି କିଛି ଖବର ଆଫଗାନିସ୍ତାନରୁ ଆସିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଅଶରଫ ଗନି ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶ ଛାଡି ପଳାୟନ କରିଥିଲେ। ଅସୁବିଧା ସମୟରେ ଦେଶ ସହ ଲୋକଙ୍କ ସହ ଛିଡ଼ା ନହୋଇ ଭୟରେ ଦାୟୀତ୍ୱକୁ ପରିତ୍ୟାଗ କରିଛନ୍ତି। ସେହି ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନି ପୁଣି ଥରେ ଆଫଗାନିସ୍ତାନକୁ ଫେରୁଛନ୍ତି। ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନର ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି ଗନି। ତାଲିବାନ ତାର ସରକାର ଗଠନ କରିବା ପରେ ଗନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି। କିନ୍ତୁ ଗନିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ଗନିଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ଆଫଗାନିସ୍ତାନର ଲୋକେ ଗନିଙ୍କୁ ଏଭଳି ଅବସ୍ଥାର ଷଡ଼ଯନ୍ତ୍ରକାରୀ ବୋଲି ଭାବିବା କିଛି ଭୁଲ ହେବ ନାହିଁ।

ତାଲିବାନ ଯେତେବେଳେ ଅଗଷ୍ଟ ୧୫ରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣକୁ ହାସଲ କରିଥିଲା ସେତେବେଳେ ଆଫଗାନିସ୍ତାନ ସରକାରର ପତନ ହୋଇଥିଲା । ଆଫଗାନୀ ସେନା ତାଲିବାନର ମୁକାବିଲା କରିବା ବଦଳରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରିଥିଲା। ଗନିଙ୍କୁ ନେଇ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଗନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଗନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଗନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହାସହିତ ତାଲିବାନ ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ କହିଛି ।

ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ । ଗନି ପଛ ଦୁଆର ଦେଇ ତାଲିବାନ ସହିତ ସନ୍ଧି କରିଛନ୍ତି କି ନାହିଁ ତାହା ସମୟ କହିବ । କିନ୍ତୁ ଗୋଟିଏ କଥା ସତ ଗନି ଜଣେ ଭୀରୁ ରାଷ୍ଟ୍ରପତି ଥିଲେ ଯିଏ ନିଜ ଦେଶ ଜଳୁଥିବା ବେଳେ ତାକୁ ଛାଡି ଚାଲିଯାଇଥିଲେ ।