ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଡାକ୍ତର ଗିରଫ

Dr. Debidutta Patra Arrested By Vigilance While Taking Bribe For Post Mortem

ବାରିପଦା: ବନ୍ଧା ହେଲେ ଡାକ୍ତର । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଡାକ୍ତର ଦେବୀଦତ୍ତଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୨୦ ହଜାର ଟଙ୍କା ମଧ୍ୟ ଜବତ କରିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ୨୦ ତାରିଖ ଯାଏଁ ସ୍କୁଲ୍ ଗୁଡ଼ିକର ପୂଜା ଛୁଟି

ଅଭିଯୋଗ ପ୍ରକାରେ, ବାଙ୍ଗିରିପୋଷି ଥାନା ସାତଭାୟାର ରଘୁନାଥ ମାରାଣ୍ଡିଙ୍କ ମୃତ୍ୟୁ ଗତ ମାସ ୨୪ ତାରିଖରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ମୃତଦେହର ପୋଷ୍ଟମର୍ଟମ କରିବାକୁ ଡାକ୍ତର ଦେବୀଦତ୍ତ ୪୦ ହଜାର ଟଙ୍କା ମାଗିଥିଲେ । ଡାକ୍ତର କହିଥିଲେ ସରକାର ତୁମକୁ ୪ ଲକ୍ଷ ଦେବେ । ମୋତେ ୪୦ ହଜାର ନଦେଲେ ଭାଇ ବିଷ ଖାଇ ମୃତ୍ୟୁବରଣ କରିଛି ବୋଲି ଲେଖି ଦେବି ।

ଅଭାବୀ ପରିବାର ଡାକ୍ତରାଖାନାରୁ ଫେରି ଧାର ଉଦ୍ଧାର କରି ୨୦ ହଜାର ଟଙ୍କା ଯୋଗାଡ଼ କରିବା ସହ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଡାକ୍ତର ଦେବୀଦତ୍ତ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ।

Leave a Reply