ସୁନାମୀ ନିରୋଧୀ ହେବ ରାଜ୍ୟର ୩୨୬ଟି ଉପକୂଳିଆ ଗାଁ

326 Coastal Village Of Odisha To Adopt Anti TSunami Formula

ଭୁବନେଶ୍ୱର: ସୁନାମୀ ନିରୋଧୀ ହେବ ଓଡ଼ିଶା । ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟର ୩୨୬ଟି ଉପକୂଳିଆ ଗାଁକୁ ସୁନାମୀ ନିରୋଧୀ କରାଯିବ । ଏହିସବୁ ଗାଁରେ ସୁନାମୀ ମୁକାବିଲା କାର୍ଯ୍ୟକ୍ରମ ପାଇଁ ୭କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କିମିଟି ।

ଏଥିସହ ପଢ଼ନ୍ତୁ: ଶବ ବ୍ୟବଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଡାକ୍ତର ଗିରଫ

ପୂର୍ବରୁ ଜଗତସିଂହପୁରର ନୋଳିଆସାହି ଓ ଗଞ୍ଜାମର ଭେଙ୍କଟରାଏପୁର ସୁନାମୀ ନିରୋଧୀ ଗାଁ ଭାବେ ୟୁନେସ୍କୋ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଥିସହିତ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସହରାଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଓଡ୍ରାଫ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଉପକୂଳ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ସମିତି ସଦସ୍ୟଙ୍କୁ ମଧ୍ୟ ତାଲିମ୍ ଦିଆଯିବ ।

Leave a Reply