ଭିଡିଓ କଲରୁ ସନ୍ଦେହଜନକ ମୃତ୍ୟୁ, ୧୮ ମିନିଟରେ କେମିତି ଶବ ପାଲଟିଗଲା ନିରୁପମା ?

1 min read
Last 18 Minutes Of MBBS Student Nirupama Nanda Balangir

ବଲାଙ୍ଗିର: ଭୀମ ଭୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ୩୬ ଘଣ୍ଟାରୁ ଅଧିକ ବିତିଲାଣି । ହେଲେ ରହସ୍ୟଜନକ ମୃତ୍ୟୁ ଉପରୁ ଉଠୁନି ପରଦା । ନିରୁପମା ଆତ୍ମହତ୍ୟା କରିଛନ୍ତା ନା କେହି ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି । ଏହାର ତଦନ୍ତ ପୋଲିସ କରୁଥିବା ବେଳେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ପାଇଁ ନିରୁପମାଙ୍କ ପୁରୁଷ ବନ୍ଧୁ ଅନ୍ତରାମ ମିଶ୍ରକୁ ସନ୍ଦେହ କରି ଦାୟୀ କରିଛନ୍ତି ପରିବାର ଲୋକ ।

Last 18 Minutes Of MBBS Student Nirupama Nanda Balangir

ଅନ୍ତରାମ ବିଭିନ୍ନ ସମୟରେ ଫୋନ୍ କରି ମାନସିକ ସ୍ତରରେ ଚାପ ପକାଉଥିବା ନେଇ ପୂର୍ବରୁ ଘରେ ଜଣାଇଥିଲେ ମୃତ ନିରୁପମା । ତେବେ ମେଧାବୀ ଡାକ୍ତରୀ ଛାତ୍ରୀଙ୍କ ନିରୁପମାଙ୍କୁ ଘଟଣା ଦିନ ରାତିରେ ଶେଷ କଲ୍ କିଏ କରିଥିଲା । କିଏ ସେହି ସନ୍ଦିଗ୍ଧ ଯିଏ କି ନିରୂପମା ଆତ୍ମହତ୍ୟା କରୁଥିବା କଥା ଜାଣି ହଷ୍ଟେଲକୁ କଲ୍ କରି ଜଣାଇଥିଲେ । ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ । ନିରୁପମାଙ୍କ ମୋବାଇଲ୍ ଜବତ କରି ଭଏସ ରେକର୍ଡିଂ ଓ ଚାଟରୁ ପୋଲିସ ଖୋଜୁଛି ଖିଅ ।

Last 18 Minutes Of MBBS Student Nirupama Nanda Balangir

ବଲାଙ୍ଗିର ସିଭିଲ୍ କୋର୍ଟ ପଛ ପଟେ ନିରୁପମାଙ୍କ ଘର । କିନ୍ତୁ ନିରୂପମା ମେଡିକାଲ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ସପ୍ତାହରେ ଥରେ ଘରକୁ ଆସୁଥିଲେ । ସବୁଦିନ ଭଳି ଘଟଣା ଦିନ ମଧ୍ୟ ବାପା-ମାଆ, ଭାଇ ଭଉଣୀ ମାନଙ୍କ ସହ ଭିଡିଓ କଲରେ ରାତି ୧୧ଟା ୨୭ ମିନିଟ୍ ଯାଏଁ ହସ ଖୁସିରେ କଥା ହୋଇଥିଲେ ନିରୁପମା । ହେଲେ ଠିକ ୧୧ଟା ୪୫ରୁ ୫୦ ମିନିଟ୍ ମଧ୍ୟରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସରେ ନିରୁପମା ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଠିକ୍ ୧୮ରୁ ୨୦ ମିନିଟ୍ ମଧ୍ୟରେ କ’ଣ ଏମିତି ଘଟିଲା ଫଳରେ ନିରୁପମା ଆତ୍ମହତ୍ୟା କଲେ । ଏକଥା ପରିବାର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ।

Last 18 Minutes Of MBBS Student Nirupama Nanda Balangir

ତେବେ ଘଟଣା ଦିନ ଘର ଲୋକଙ୍କ ସହ କଥା ହେବା ପରେ କାହା ସହ କଥା ହୋଇଥିଲେ ନିରୁପମା । ସେହି ସନ୍ଦିଗ୍ଧ ଯୁବକ ଜଣକ କିଏ ଯିଏ ନିରୁପମା ଆତ୍ମହତ୍ୟା କରୁଥିବା କଥା ହଷ୍ଟେଲକୁ ଜଣାଇଥିଲେ ।  ଫୋନ କରିଥିବା ଯୁବକ ଜଣକ ଅନ୍ତରାମ ନା ଆଉ କିଏ ?  ନିରୁପମାଙ୍କ ପରିବାର ଲୋକ ପ୍ରଶ୍ନ କରିବା ସହ ଅନ୍ତରାମଙ୍କ ବିରୋଧରେ ମଧ୍ୟ ଏତଲା ଦେଇଛନ୍ତି ।

ମୃତ ଡାକ୍ତରୀ ଛାତ୍ରୀଙ୍କ ହଷ୍ଟେଲ ରୁମ ଭିତରୁ କେମିକାଲ ଗନ୍ଧ ଆସୁଥିଲା ବୋଲି କଲେଜ ଡିନ ଡ଼ ସବିତା ମହାପାତ୍ର କହିଥିଲେ । ପ୍ରଶ୍ନ ଉଠୁଛି ହଷ୍ଟେଲକୁ କେମିତି ଆସିଲା କେମିକାଲ ? ହଷ୍ଟେଲ ଭିତରକୁ କେମିକାଲ କିଏ ନେଇକି ଗଲା ? କଣ ପାଇଁ କେମିକାଲ ରଖିଥିଲେ ନିରୁପମା ?

 

Leave a Reply