ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

1 min read
Odisha Writes Centre To Function Talcher Medical College Quickly

ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜ ଏବଂ ହସ୍ପିଟାଲ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି । ସାରା ଦେଶକୁ ଶକ୍ତି ସୁରକ୍ଷା ଯୋଗାଉଥିବା ତାଳଚେର ସହର କୋଇଲାର ହବ୍ ଭାବେ ଜଣାଶୁଣା । ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଛନ୍ତି ।

ଏଥିସହ ପଢ଼ନ୍ତୁ: ତାଳଚେରରେ ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

୨୦୧୬-୧୭ରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କ୍ୟାମ୍ପସର ନିର୍ମାଣ କାମ ୨୦୧୯-୨୦ରେ ସରିଥିଲା । ହେଲେ ୨ ବର୍ଷ ହେଲାଣି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖି ଅନୁରୋଧ କରିଛନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହେବା ସହ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବଢିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply