spot_img
Home Blog Page 5257

ସେନା ହେଲିକପ୍ଟରରେ ଝୁଲାଇ ସଜା ଦେଲା କି ତାଲିବାନ୍ ? ଜାଣନ୍ତୁ ଭାଇରାଲ୍ ଭିଡିଓର ସତ…

କାବୁଲ: ଆଫଗାନିସ୍ତାନ ଛାଡ଼ିଛି ଆମେରିକା ସେନା । ୨୦ ବର୍ଷର ଲମ୍ବା ଯୁଦ୍ଧ ପରେ ଅଗଷ୍ଟ ୩୦ରେ ଆଫଗାନିସ୍ତାନରୁ ବିଦାୟ ନେଇଛି ଆମେରିକା । ଆଫଗାନିସ୍ତାନରେ ଆମେରିକା ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହ ଗାଡ଼ି ଓ ଏୟାରକ୍ରାଫ୍ଟ ଛାଡ଼ି ଯାଇଛି । ଏଥିସହ ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ଏକଛତ୍ରବାଦ ତାଲିବାନୀ ରାଜ୍ । ତାଲିବାନକୁ ନେଇ ଭୟ ଓ ଆତଙ୍କ ଛାଇ ଯାଇଥିବା ବେଳେ ଏକ ଭିଡିଓ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ଝୁଲାଇ ଦିଆଯାଇଛି ।

ସୋସିଆଲ୍ ମିଡିଆରେ ଦାବି ଅନୁସାରେ, ଆମେରିକା ସେନା ଯିବା ପରେ ବିମାନବନ୍ଦର ଉପରେ ଏକ ହେଲିକପ୍ଟର ଉଡ଼ୁଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖା ଯାଇଥିଲା । ଦାବି କରାଯାଇଥିଲା ଆମେରିକା ସେନାକୁ ସାହାଯ୍ୟ କରୁଥିବାରୁ ବ୍ୟକ୍ତି ଜଣଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି ତାଲିବାନୀ । ଅନ୍ତରାଷ୍ଟ୍ରୀୟ ମିଡିଆରେ ଏମିତି ଦାବି କରାଯାଉଥିବା ବେଳେ ଆଫଗାନିସ୍ତାନ ସାମ୍ବାଦିକ ଭାଇରାଲ୍ ଭିଡିଓର ସତ ସାମ୍ନାକୁ ଆଣିଛନ୍ତି ।

ବ୍ୟକ୍ତି ଜଣଙ୍କ ଝୁଲି ରହିଥିବା ହେଲିକପ୍ଟରଟି ଆମେରିକାର ସେନାର ବ୍ଲାକ ହକ୍ ହେଲିକପ୍ଟର । ଆଫଗାନିସ୍ତାନ ସାମ୍ବାଦିକଙ୍କ ଅନୁସାରେ, ତାଲିବାନ ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଝୁଲାଇ ନାହାଁନ୍ତି । ବରଂ ଆକାଶ ମାର୍ଗରୁ ପତାକା ଲଗାଇବା ଲାଗି ହେଲିକପ୍ଟରର ସାହାରା ନିଆଯାଇଛି । ତେବେ ଏଭଳି ପ୍ରୟାସ ବିଫଳ ହୋଇଛି । ହେଲିକପ୍ଟର ଉଡ଼ାଉଥିବା ପାଇଲଟ ଆମେରିକା ଓ ୟୁଏଇରେ ଟ୍ରେନିଂ ନେଇଥିବା ଦାବି କରିଛନ୍ତି ଆଫଗାନ ସାମ୍ବାଦିକ ।

ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ତାଲିବାନ । ଭିଡିଓକୁ ଜୁମ୍ କରି ଦେଖିଲେ ବ୍ୟକ୍ତି ଜଣଙ୍କୁ ହେଲିକପ୍ଟରରେ ବାନ୍ଧି ଝୁଲାଇଥିବା ଦେଖାଯାଉଛି । ଏହି ଭିଡିଓଟି ବିମାନବନ୍ଦରର ନୁହେଁ ବରଂ କନ୍ଧାର ଗଭର୍ଣ୍ଣର ଅଫିସର, ସେଠାରେ ପତାକା ଲଗାଇବାକୁ ପ୍ରୟାସ କରାଯାଉଥିବା ସ୍ଥାନୀୟ ସାମ୍ବାଦିକ କହିଛନ୍ତି ।

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ଲୁଟ୍

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କକୁ ଲୁଟ୍ ଉଦ୍ୟମ କରି ଗିରଫ ହେଲା ଲୁଟେରା । ଗିରଫ ଅଭିଯୁକ୍ତ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ା । ପୋଲିସର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୫ଟା ବେଳେ ବ୍ୟାଙ୍କ ବନ୍ଦ ହେବା ସମୟରେ ଲୁଟେରା ଜଣକ ବ୍ୟାଙ୍କ ଭିତରେ ପଶି ହଠାତ ପିଅନ ଗଙ୍ଗାଧର ବେହେରାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲା । ଏହାପରେ ତାଙ୍କ ବେକରେ ଛୁରି ଲଗାଇ ଶାଖା ପରିଚାଳକ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ‌ଭୟଭୀତ କରାଇ ରେକର୍ଡ ରୁମ ଭିତରେ ପୂରାଇ ବାହାର ପଟୁ ବନ୍ଦ କରି ଦେଇଥିଲା ।

 Miscreant Loots Bank With An Duplicate Gun

କ୍ୟାସିୟରଙ୍କୁ ଭୟଭୀତ କରାଇ କ୍ୟାସ ଡ୍ରରେ ଥିବା ୮ ଲକ୍ଷ ଟଙ୍କା  ଓ ଲକରରେ ଥିବା ସମସ୍ତ ସୁନା ଗହଣାକୁ ବ୍ୟାଗରେ ପୂରାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । କର୍ମଚାରୀମାନେ ଝରକା ବାଟେ ଚୋର ଚୋର ବୋଲି ଚିତ୍କାର କରିଥିଲେ । ଫୋନ୍ କରି ସ୍ଥାନୀୟ ଜଗନ୍ନାଥପୁର ଗାଁର ଯୁବକ ମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ସେମାନଙ୍କ ପାଟି ଶୁଣି ଆପାର୍ଟମେଣ୍ଟ ପରିସରରେ ଖେଳୁଥିବା ଯୁବକମାନେ ଲୁଟେରାକୁ ଗୋଡ଼ାଇଥିଲେ । ଫୋନ୍ କଲ ପାଇ ଜଗନ୍ନାଥପୁର ଗାଁର ଯୁବକମାନେ ବି ପହଞ୍ଚିଥିଲେ । କାଦୁଅ ବିଲ ଭିତରେ ଦୌଡ଼ି ଖସି ପଳାଇବାକୁ ଉଦ୍ୟମ କରୁଥିବା ଲୁଟେରାକୁ ସେମାନେ କାବୁ କରି ନେଇଥିଲେ ।

 Miscreant Loots Bank With An Duplicate Gun

ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଏବଂ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ଛାନଭିନ୍ କରିଥିଲେ । ଘଟଣାସ୍ଥଳରୁ ପୋଲିସ ଲୁଟରେ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରିଛି । ଆହତ କର୍ମଚାରୀ ଗଙ୍ଗାଧର ବେହେରାକୁ ଚିକିତ୍ସା କରାଯାଉଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ସମ୍ପୃକ୍ତ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

କୋଭିଡ୍ କଟକଣା ଭିତରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ । ସ୍ୱଳ୍ପ ସମୟର ଅଧିବେଶନ ହେଲେ ବି ବେଶ୍ ସରଗରମ ରହିବ ଗୃହ । ବିରୋଧୀଙ୍କ ହାତରେ ରହିଛି ଅନେକ ଲମ୍ବା ତାଲିକା । ମରୁଡ଼ି, ସାର ଅଭାବ, ଜଳସେଚନ ସମସ୍ୟା, ଆଇନଶୃଙ୍ଖଳା ଆଦିକୁ ପ୍ରସଙ୍ଗ କରିବ ବିଜେପି । ସେପଟେ ସମାନ ପ୍ରସଙ୍ଗ ସହ ଦରବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି, ସ୍ୱାସ୍ଥ୍ୟସେବା ଓ ଶିକ୍ଷକ ଅଭାବ ସମସ୍ୟା ଉଠାଇବାକୁ କଂଗ୍ରେସ ଯୋଜନା କରିଛି ।

Odisha Assembly Monsoon Session Commence From Today Following Covid Norms

ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ବିଜେଡି ମଧ୍ୟ ପ୍ରସ୍ତୁତ ରହିଛି । ବିରୋଧୀଙ୍କ ପ୍ରଶ୍ନର ତଥ୍ୟଭିତ୍ତିକ ଜବାବ୍ ଦେବ ଶାସକ ଦଳ । ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । ଏହା ସହିତ ବିଧାନସଭାରେ ଗ୍ରାମୀଣ ଗୃହନିର୍ମାଣ ଓ ଏମଏସପି ପ୍ରସଙ୍ଗ ଉଠାଇବ ଶାସକ ଦଳ ।

Odisha Assembly Monsoon Session Commence From Today Following Covid Norms

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ଵାମୀନାଥନ କମିଟିର ସୁପାରିସ ଲାଗୁ କରିବାକୁ ମଧ୍ୟ ଦାବି କରିବ ବିଜେଡି । ଆଜିଠୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି l ତାରକା ପ୍ରଶ୍ନ ସହିତ ମୁଲତବି ପ୍ରସ୍ତାବ ଆଲୋଚନା ହେବ ।

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଜୋ ବାଇଡେନଙ୍କ ସମ୍ବୋଧନ, ‘ଆମେରିକାକୁ କ୍ଷତି ପହଞ୍ଚାଇଲେ ଛାଡ଼ିବୁନି’

ୱାଶିଂଟନ୍: ୨ ଦଶନ୍ଧି ପରେ ଆଫଗାନିସ୍ତାନରୁ ଫେରିଛି ଆମେରିକା ସେନା । ସୈନ୍ୟ ଫେରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତା’କୁ ତା’ର ମୂଲ୍ୟ ଦେବାକୁ ପଡ଼ିବ । ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି କହିବା ସହ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।

Biden Addresses Nation After US Troops Leave Afghanistan, Calls Evacuation A 'Extraordinary Success'

ଆମେରିକା ଅବା ତା’ର ସହଯୋଗୀଙ୍କୁ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ହୋଇ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ରାଷ୍ଟ୍ରକୁ ବାଇଡେନ୍ ଚେତାବନୀ ଦେଇଛନ୍ତି । କହିଛନ୍ତି, ଆମେରିକା କେବେ ଆରମ କରିବ ନାହିଁ । ଆମେ କ୍ଷମା କରିବୁ ନାହିଁ, ଭୁଲିବୁ ନାହିଁ । ଆମେ ଶିକାର କରିବୁ ଏବଂ ତା’ର ମୂଲ୍ୟ ଦେବାକୁ ପଡ଼ିବ ।

Biden Addresses Nation After US Troops Leave Afghanistan, Calls Evacuation A 'Extraordinary Success'

ଆଫାଗାନିସ୍ତାନରୁ ଉଦ୍ଧାର ପ୍ରକ୍ରିୟା ସଫଳ ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ଆମେରିକା ସେନାର ସାହାସ ଓ ସାମର୍ଥ୍ୟ ଯୋଗୁଁ ସମ୍ଭବ ହୋଇଛି । ସେନାର ଯବାନ ଯୁଦ୍ଧ ମିଶନରେ ନୁହେଁ ବରଂ ଦୟା ମିଶନରେ ସାମିଲ୍ ଥିଲେ । ଯବାନ ଅନ୍ୟମାନଙ୍କ ସେବାରେ ନିଜ ଜୀବନକୁ ବିପଦରେ ପକାଇଛନ୍ତି । ଇତିହାସରେ କୌଣସି ଦେଶ କେବେ ଏଭଳି କରିନି, ଯାହା କେବଳ ଆମେରିକା କରି ଦେଖାଇଛି ।

Biden Addresses Nation After US Troops Leave Afghanistan, Calls Evacuation A 'Extraordinary Success'

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ସମସ୍ତଙ୍କୁ ସୁପାରିସରେ କରାଯାଇଛି । କିଛି ଲୋକ କହୁଛନ୍ତି, ଆମକୁ ଏହା ଶୀଘ୍ର କରିବାର ଥିଲା । ଏଥିରେ ମୁଁ ଅସହମତ ବୋଲି କହିଛନ୍ତି ବାଇଡେନ୍ । ଯଦି ଏହା ପୂର୍ବରୁ ହୋଇଥାନ୍ତା ତରବରିଆ ଭାବେ ଗୃହଯୁଦ୍ଧର ରୂପ ନେଇଥାନ୍ତା । ମାଟିରେ ଅନୁପସ୍ଥିତ ରହି ମଧ୍ୟ ଆଫଗାନିସ୍ତାନ ଓ ଅନ୍ୟ ଦେଶରେ ଆତଙ୍କବାଦ ବିରୋଧରେ ଆମେରିକା ଲଢ଼େଇ ଜାରି ରଖିବ ।

କଲ୍ୟାଣ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା; ୧୦ ଗିରଫ, ୧ ଲକ୍ଷ ଟଙ୍କା ଜବତ

ବାଲିପାଟଣା: ଜୁଆ ଆଡ୍ଡାରେ ରେଡ୍ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରୁଛିଷ । ଏକ ମଣ୍ଡପ ଉପରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ଘଟଣା ସ୍ଥଳରୁ ୪ଟି ବାଇକ୍, ଗୋଟିଏ ଯାତ୍ରୀବାହୀ ଅଟୋ ସମେତ ୧୦ଟି ମୋବାଇଲ ଫୋନ ଜବତ ହୋଇଛି ।

ଗିରଫ ଜୁଆଡ଼ିଙ୍କ ଘର ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଳେ ଉକ୍ତ ସ୍ଥାନରୁ ମଦ ଭର୍ତ୍ତି ପେଟି ଜବତ କରିଛି ପୋଲିସ । ଏକ କଲ୍ୟାଣ ମଣ୍ଡପରେ ଜୁଆ ଖେଳ ଚାଲିଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ଆଉ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ବେଳେ ମଣ୍ଡପ ମାଲିକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

ଆହୁରି ଶକ୍ତିଶାଳୀ ହେଉଛି ବିଜେଡି, ଦୁର୍ବଳ ହେଉଛି ବିଜେପି: କଳାହାଣ୍ଡିରେ ଶଙ୍ଖ ଧରିଲେ ବିଜେପି ବିଧାୟକ ପ୍ରାର୍ଥୀ

କଳାହାଣ୍ଡି ଜିଲ୍ଲାରେ ମଉଳି ମଉଳି ଯାଉଛି ପଦ୍ମ । ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପ୍ରଚେଷ୍ଟାରେ ଆଜି ଶଙ୍ଖ ଧରିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଦୟାନିଧି ନାଏକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ବାସଭବନ ପହଞ୍ଚି ବିଜେଡିରେ ସାମିଲ ହୋଇଛନ୍ତି ଦୟାନିଧି । ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୟାନିଧି ନାଏକ । ମିଶ୍ରଣ ପର୍ବରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ବିଜେପି ଛାଡ଼ିଲେ ମିଳୁଛି ଧମକ ଚମକ: ଏସ୍‌ପିଙ୍କୁ ଦେଲେ ଲିଖିତ ଅଭିଯୋଗ

‘ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରଶ୍ନର ଦିଆଯିବ ତଥ୍ୟଭିତ୍ତିକ ଉତ୍ତର’

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗ ପ୍ରସ୍ତୁତି ହୋଇଛି ବିଜେଡି ରଣନୀତି । ମଙ୍ଗଳବାର ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବ୍ଳୁ -ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତ ଯେ, ଗ୍ରମାଞ୍ଚଳ ବାସଗୃହ, ଏମ୍ଏସ୍‌ପି ପ୍ରସଂଗ ଉଠାଇବ ବିଜେଡି  । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ୍ କମିଟି ସୁପାରିସ୍ ଲାଗୁ କରିବା ପାଇଁ ଗୃହରେ ଦାବି କରିବୁ  । ୧୨ଟି ବିଲ ଚଳିତ ବିଧାନସଭାରେ ଆସିବ | ଗୃହ ଚାଲୁଥିବା ସମୟରେ ଆହୁରି ବିଲ ମଧ୍ୟ ଆସିବାର ସମ୍ଭାବନା ରହିଛି  । ବିରୋଧୀ ଯେଉଁ ଯେଉଁ ପ୍ରସଙ୍ଗ ଆଣିବେ ଆମେ ମୁକାବିଲା କରିବାକୁ ପ୍ରସ୍ତୁତ । ଆମ ପାଖରେ ମଧ୍ୟ କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଅଛି, ଆମେ ମଧ୍ୟ ଗୃହରେ ଉପସ୍ଥାପନା କରିବୁ । ଗୁରୁଜୀ ମାନସ ଦାସଙ୍କ ମାନବବାଦ ସଂଗଠନ ନେଇ ପ୍ରତିକ୍ରିୟା ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ, ଆଇନ ତା ବାଟରେ ଯାଉଛି, ପୋଲିସ ତା କାମ କରୁଛି, ସରକାର ଚୁପ ବସି ନାହାନ୍ତି | ବିଧାନସଭାରେ ପ୍ରସଙ୍ଗ ଉଠିଲେ ଆମେ ଜବାବ ଦବୁ |

ଏଥିସହିତ ପଢ଼ନ୍ତୁ: ଚାକିରିରୁ ବିଦା ହେବା ପରେ ଅତିଥି ଅଧ୍ୟାପକଙ୍କ ଆତ୍ମାହୂତି ଉଦ୍ୟମ

ଚାକିରିରୁ ବିଦା ହେବା ପରେ ଅତିଥି ଅଧ୍ୟାପକଙ୍କ ଆତ୍ମାହୂତି ଉଦ୍ୟମ

ବ୍ରହ୍ମପୁର: ଚାକିରିରୁ ବିଦା ପରେ ଅତିଥି ଅଧ୍ୟାପକଙ୍କ ଆତ୍ମାହୁତି ଉଦ୍ୟମ । ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଭିସିଙ୍କ ପ୍ରକୋଷ୍ଠରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ଅତିଥି ଅଧ୍ୟାପକ ବିଭୂତି ଭୂଷଣ ପାତ୍ର । ୫ ମାସ ପୂର୍ବେ ଚାକିରିରୁ ବିଦା ହୋଇଥିଲେ ବିଭୂତି ଭୂଷଣ । ଏନେଇ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଆଜି ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ କିଛି କର୍ମଚାରୀ ତାଙ୍କୁ କାବୁ କରିଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୂତିକୁ ନିଜ ଜିମାକୁ ନେଇଛି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଡଃ ପ୍ରଫୁଲ କୁମାର ମହାନ୍ତି ଘଟଣା ନେଇ ଥାନାରେ ଲିଖିତ ଭାବେ ଜଣାଇବା ପରେ ତଦନ୍ତ କରୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଧରାପଡ଼ିବ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁର ସତ: କାଲି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭାରତୀୟ ହକିକୁ ଓଡ଼ିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଷ୍ଟ୍ରେଲିଆ ହାଇକମିଶନରଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଦରିଆପାରିରୁ ଶୁଭେଚ୍ଛାର ସୁଅ । ଭାରତୀୟ ହକିକୁ ଓଡ଼ିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ହାଇକମିଶନର । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡ଼ିଶାର ଅଧିକ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

ଏହା ବାଦ୍ ଓଡିଶାର ଦକ୍ଷମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା । ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ । ଏହା ବାଦ୍ ଖଣି ଅନୁସନ୍ଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ପଶ୍ଚିମବଙ୍ଗରେ ବିଜେପିକୁ ବଡ଼ ଝଟକା, ୨୪ ଘଣ୍ଟାରେ ଟିଏମସିରେ ଯୋଗଦେଲେ ୨ ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ବିଜେପିର ଟେନସନ୍ । ଦିନ ଗଡ଼ିବା ସହ ଦଳରୁ ନେତା ଗୋଡ଼ କାଢ଼ି ଚାଲି ଯାଉଛନ୍ତି । ମଙ୍ଗଳବାର ବିଜେପି ବିଧାୟକ ବିଶ୍ୱଜିତ୍ ଦାସ ଶାସକ ଦଳ ଟିଏମସିରେ ମିଶିଥିଲେ । ବିଶ୍ୱଜିତଙ୍କ ସହ ବିଜେପି କାଉନସିଲର ମନୋତୋଷ ନାଥ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ବିଜେପିକୁ ଏହା ଦ୍ୱିତୀୟ ଝଟକା ।

ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସୋମବାର ବିଷ୍ଣୁପୁରର ବିଜେପି ବିଧାୟକ ତନମୟ ଘୋଷ ଦଳ ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ । ୨ ବିଧାୟକ ଦଳ ଛାଡ଼ିବା ପରେ ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୨କୁ ହ୍ରାସ୍ ପାଇଛି ।

ଟିଏମସିରେ ସାମିଲ୍ ହୋଇଥିବା ବାଗଦା ବିଧାୟକ ବିଶ୍ୱଜିତ୍ କହିଛନ୍ତି, ମୁଁ ଭୁଲ୍ ବୁଝି ଦଳ ବଦଳାଇଥିଲି । ଏବେ ଟିଏମସି ନେତୃତ୍ୱ ଉପରେ ବିଶ୍ୱାସ ଅଛି । ମମତା ବାନାର୍ଜୀ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ଏବଂ ମୁଁ ତାଙ୍କ ସହ ରହିବାକୁ ଚାହୁଁଛି । ଏଥିସହ ବିଜେପି ନେତା କାମ କରିବାକୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଜିତିବାର କିଛିଦିନ ପରେ ବରିଷ୍ଠ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମୁକୁଲ ରୟ ୨୦୧୭ରେ ମମତାଙ୍କ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ । ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ଆସିବାର ମାସକ ପରେ ଟିଏମସିକୁ ଫେରିଥିଲେ । ଏବେ ବି ସେ କୃଷ୍ଣାନଗର ଉତ୍ତର ଆସନରୁ ବିଜେପି ବିଧାୟକ ଅଛନ୍ତି ।