କଂଗ୍ରେସରେ ଖୁବ ଶୀଘ୍ର ନେତୃତ୍ୱ ପରିବର୍ତ୍ତନ, ୧୬ରେ ଫାଇନାଲ

1 min read

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଘୋଷଣା ହୋଇପାରନ୍ତି କଂଗ୍ରେସର ନୂଆ ମୁଖିଆ । ଆସନ୍ତା ୧୬ ତାରିଖରେ ଏଥିଲାଗି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ରାଜ୍ୟରେ ଜାରି ରହିଥିବା କଂଗ୍ରେସ ସଙ୍କଟ ସହ ଆସନ୍ତା ବର୍ଷ କିଛି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଗୁରୁତ୍ବପୂର୍ଣ୍ଣ ହେବ । ଏହି ବୈଠକରେ ଦେଶର ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କୁହାଯାଇଛି ।

ଏନେଇ ପ୍ରତିକ୍ରିୟା ଦେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି- ସିଡବ୍ଲୁସି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । କିଛିଦିନ ତଳେ କଂଗ୍ରେସର ନେତା ନେଇ ଗାନ୍ଧି ପରିବାରକୁ ବରିଷ୍ଠ ନେତା କପିଳ ସିବଲ ଏକ ପତ୍ର ଲେଖିଥିଲେ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଜି-୨୩ ନେଇ ବି ସେ ମତ ରଖିଥିଲେ । ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ କଂଗ୍ରେସରେ ମଧ୍ୟ କେଁ ପସିଛି  ।

ତେଣୁ ଏପରି ସମୟରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ମଧ୍ୟ ଦଳ ମଧ୍ୟରେ ନିଆଁ କୁହୁଳିଲାଣି  । ଏମିତି ସ୍ଥିତି ମଧ୍ୟ କଂଗ୍ରେସରେ ଘଟିଛି ଯେ, ନେତୃତ୍ୱ ପରିବର୍ତ୍ତନ ପରେ ଆହୁରି ବିପର୍ଯ୍ୟସ୍ଥ ହୋଇପଡ଼ିଛି ଦଳର ଆବସ୍ଥା  । ତେଣୁ ମୁଖିଆ ପରିବର୍ତ୍ତନ ଏବଂ  ବିରୋଧି ଗୋଷ୍ଠୀଙ୍କୁ ସନ୍ଟୁଷ୍ଟ କରିବା ନେଇ ଦଳର କୋର କମିଟି କିଛି ସେହିଭଳି ନେତାଙ୍କ ନାଁ ତାଲିକାରେ ଫିକ୍ସ କରିବାକୁ ଯାଉଛି  । ସେପଟେ ଜି ୨୩ ନେତା କିନ୍ତୁ ଏହାରି ଭିତରେ ଦଳ ପାଇଁ ବିସ୍ପୋରକ ସାଜିବାକୁ ଯାଉଥିବା ଚର୍ଚ୍ଚା ହେଉଛି  ।

Leave a Reply