spot_img
Home Blog Page 5258

ବର୍ବର ତାଲିବାନ, ହତ୍ୟା ପରେ ମୃତଦେହକୁ ହେଲିକପ୍ଟରରେ ଝୁଲାଇ ବୁଲାଇଲା

କାବୁଲ: ନିର୍ଦ୍ଧାରିତ ତାରିଖର ଦିନକ ପୂର୍ବରୁ ଆମେରିକା କାବୁଲ ଛାଡ଼ିଛି । ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ବାଣ ଫୁଟାଇ, ଗୁଳି ମାରି ଖୁସି ମନାଇଛନ୍ତି ତାଲିବାନୀ । ଏହାରି ଭିତରେ ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ କନ୍ଧାର ଆକାଶରେ ଆମେରିକା ସେନାର ବ୍ଲାକ ହକ୍ ହେଲିକପ୍ଟର ଉଡ଼ୁଛି । ଆଉ ହେଲିକପ୍ଟରରେ ରସିରେ ଏକ ମୃତଦେହକୁ ବାନ୍ଧି ଝୁଲାଇ ଦିଆଯାଇଛି ।

ସୋସିଆଲ୍ ମିଡିଆରେ ଭିଡିଓଟି ପୋଷ୍ଟ କରି ଅନେକ ସାମ୍ବାଦିକ ଦାବି କରିଛନ୍ତି, ତାଲିବାନ ବ୍ୟକ୍ତି ଜଣଙ୍କୁ ନିର୍ଦ୍ଦୟତାର ସହ ହତ୍ୟା କରିଛନ୍ତି । ହତ୍ୟା ପରେ ଆମେରିକା ସେନା ହେଲିକପ୍ଟରରେ ବାନ୍ଧି କନ୍ଧାର ପ୍ରଦେଶର ଆକାଶରେ ଘୁରି ବୁଲିଛନ୍ତି ।

 

ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ବନ୍ଧା ଯାଇଥିବା ଦେଖାଯାଉଛି । କନ୍ଧାର ପ୍ରଦେଶରେ ତାଲିବାନ ବର୍ବରତାର ଭିଡିଓ ସୁଟ୍ ହୋଇଛି । ତଳୁ ସୁଟ୍ ହୋଇଥିବା ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ମୃତ ନା ଜୀବିତ ଜଣାପଡ଼ୁନାହିଁ । କିନ୍ତୁ ଦାବି କରାଯାଉଛି ତାଲିବାନ ବ୍ୟକ୍ତି ଜଣଙ୍କୁ ହତ୍ୟା ପରେ ଏଭଳି ଅମାନବୀୟ ଭାବେ ହେଲିକପ୍ଟରରେ ବାନ୍ଧି ଘୁରି ବୁଲାଇଛି ।

ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରି ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (Contingency Crop Plan) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକରେ ବର୍ଷାର ଅଭାବ ଦେଖାଦେଇଛି । ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡ଼ିକରେ ଜଳ ପ୍ରବାହ ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍‌ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ପସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 CM Naveen Patnaik Reviewed Drought Situation

ସେହିପରି ଚାଷୀ ମାନଙ୍କ ଜମିକୁ ଜଳ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ (Farm Pond) ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳ ଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ପାଇଁ ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଜନସାଧାରଣ ଓ ପ୍ରାଣୀ ସମ୍ପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍‌ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍‌ ରହିଛି । ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ମନରେଗାରେ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।

ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ନିଜସ୍ୱ ବିକଳ୍ପ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ । କଳାହଣ୍ଡି, ସୁନ୍ଦରଗଡ଼, ଅନୁଗୁଳ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସମ୍ପର୍କରେ ସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି ।

କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ ।

ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ଗୋବିନ୍ଦା

ପୁରୀ: ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା ।  ମଙ୍ଗଳବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ । ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ୍ ଦ୍ୱିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି ।

ଏକଦା ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ସବୁ ଅସୁବିଧା ଅନେକାଂଶରେ ଦୂର ହୋଇଥିଲା । ପୁଣିଥରେ ସ୍ୱାଭାବିକ ଅବସ୍ଥା ଫେରିଆସିଥିଲା । ଏବେ ମଧ୍ୟ ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବ ବୋଲି ଦର୍ଶନ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ପ୍ରତିକ୍ରିୟାରେ କହିଛନ୍ତି ।

ଚତୁର୍ଦ୍ଧାବିଗ୍ରହଙ୍କ ସହ ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଭିତରଚ୍ଛ ମଧୁସୂଦନ ମହାପାତ୍ର, ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଗୋବିନ୍ଦା ୩୦ ମିନିଟରୁ ଅଧିକ ସମୟ ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ।

ଗତ ମାର୍ଚ୍ଚ ମାସରେ ମଧ୍ୟ ସପତ୍ନୀଙ୍କ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଗୋବିନ୍ଦା । ଭିତରଚ୍ଛ ମହାପାତ୍ର ଭବାନୀ ମହାପାତ୍ର ଗୋବିନ୍ଦାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି ।

ଧରାପଡ଼ିବ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁର ସତ: କାଲି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ/ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏହାପରେ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । ଜେରାରେ ସାହାଯ୍ୟ କରିବା ପାଇଁ କ୍ରାଇମ୍‌ ଏଗେନ୍‌ଷ୍ଟ ଓ୍ୱିମେନ୍ ଓ୍ୱିଙ୍ଗର ଦୁଇ ଜଣ ମହିଳା ଅଧିକାରୀ ସାମିଲ ହେବେ । ବିଦ୍ୟାଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ପାରଳାଖେମୁଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ଡିଏଫଓଙ୍କ ସମେତ ୮ଦିନରେ ୧୫ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗରେ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ଡିଏଫଓଙ୍କ ଉତ୍ତରକୁ ବିଦ୍ୟାଭାରତୀଙ୍କୁ ଜେରା ବେଳେ କ୍ରସ ଚେକ୍‌ କରିପାରେ କ୍ରାଇମବ୍ରାଞ୍ଚ । ପାରଳା ପୋଲିସ ଦୁଇ ଥର ବିଦ୍ୟାଭାରତୀଙ୍କୁ ଜେରା କରିଥିଲେ ବି ସନ୍ତୁଷ୍ଟ ହୋଇନି । ଆଉ ଏଥର କପ୍ତିପଦାରେ ସୌମ୍ୟ ମୃତ୍ୟୁର ସୁରାକ୍‌ ଖୋଜିବ କ୍ରାଇମବ୍ରାଞ୍ଚ । ଗୋଟିଏ ଘରେ ଥାଇ ସ୍ୱାମୀ ପୋଡ଼ି ହେବା କଥା କେମିତି ଜାଣିପାରିଲେନି ବିଦ୍ୟା? ପାରିବାରିକ କଳହ ମୃତ୍ୟୁର କାରଣ କି? ଅନୈତିକ ସଂପର୍କର ସତ କଣ? ବିଦ୍ୟାଭାରତୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ହାତରେ ପ୍ରଶ୍ନର ଲମ୍ବା ତାଲିକା ।

ଏଥିସହିତ ପଢ଼ନ୍ତୁ: ନକଲି ସାମ୍ବାଦିକ ସାବଧାନ,‘ପ୍ରେସ୍‌’ ଲେଖାଥିବା ଗାଡିର ଯାଞ୍ଚ କରିବ ପୋଲିସ

ଆଠଗଡ଼ ବିଜେପିକୁ ବଡ଼ ଝଟ୍‌କା: କଂଗ୍ରେସରେ ସାମିଲ ହେଲେ ବରିଷ୍ଠ ନେତା ବିଭୂତି ମିଶ୍ର

ଆଠଗଡ଼ ବିଜେପିକୁ ଜୋରଦାର ଝଟକା । ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଆଠଗଡ଼ର ବରିଷ୍ଠ ବିଜେପି ନେତା ବିଭୂତି ମିଶ୍ର । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଭୂତି । ଆଠଗଡ଼ ଅଞ୍ଚଳର ଶତାଧିକ କର୍ମୀଙ୍କ ଗହଣରେ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି ବିଭୂତି ମିଶ୍ର । ମୁଁ କଂଗ୍ରେସର ଲୋକ, ହେଲେ କିଛି ମତାନ୍ତର ଯୋଗୁ ମୁଁ କଂଗ୍ରେସ ଛାଡ଼ି ବିଜେପିକୁ ଯାଇଥିଲି । ମୋତେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ରଖିଲା ନାହିଁ । କଂଗ୍ରେସ ମୋର ଘର ଅଭିମାନ କରି ଦଳ ଛାଡିଥିଲି, ବିଜେପିର ଆନ୍ତରିକତା ନଥିବା କହିଛନ୍ତି ବିଭୂତି । ଏଣୁ ଆଜି ମୁଁ ମୋର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ସାମିଲ ହୋଇଥିବା କହିଛନ୍ତି ବିଭୂତି । ଆଗାମୀ ଦିନରେ ହଜାର ହଜାର ଲୋକ ବିଜେପି ଛାଡି କଂଗ୍ରେସରେ ଯୋଗଦେବେ । ଏଥିପାଇଁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଆଠଗଡ଼ ଅଞ୍ଚଳରେ ଆୟୋଜନ କରାଯିବ ବୋଲି କହିଛନ୍ତି ବିଭୂତି । ଏଥିରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଉପସ୍ଥିତ ରହିବେ ।

ଏଥିସହିତ ପଢ଼ନ୍ତୁ: ବିଜେପି ଛାଡ଼ିଲେ ମିଳୁଛି ଧମକ ଚମକ: ଏସ୍‌ପିଙ୍କୁ ଦେଲେ ଲିଖିତ ଅଭିଯୋଗ

ପାରା ଅଲମ୍ପିକରେ ଭାରତକୁ ଆଉ ୨ଟି ପଦକ; ମରିୟପ୍ପନଙ୍କୁ ରୌପ୍ୟ, ଶରଦଙ୍କୁ କାଂସ୍ୟ

ଟୋକିଓ: ଟୋକିଓ ପାରା ଅଲମ୍ପିକରେ କମାଲ୍ କରୁଛନ୍ତି ପାରା ଆଥଲେଟ । ମରିୟପ୍ପନ ଥଙ୍ଗାବେଲୁ ରୌପ୍ୟ ପଦକ ଜିତିଥିବା ବେଳେ ଶରଦ କୁମାର କାଂସ୍ୟ ପଦକ ଜିତିଛନ୍ତି । ପୁରୁଷ ହାଇ ଜମ୍ପରେ ଟି୬୩ରେ ମରିୟପ୍ପନ ୧.୮୬ ମିଟର ଡେଇଁ ଥିବାବେଳେ ଶରଦ ୧.୮୩ ମିଟର ଜମ୍ପ ମାରିଛନ୍ତି । ଆମେରିକାର ସ୍ୟାମ କ୍ରୁ ୧.୮୮ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ୨ଟି ପଦକ ସହ ଭାରତର ମେଡାଲ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

Tokyo Paralympics India Clinz More Two Medal In Mens High Jump T63

ଏହା ପୂର୍ବରୁ ଭାରତର ନିଷାଦ କୁମାର ରବିବାର ପୁରୁଷ ହାଇ ଜମ୍ପରେ ଟି୪୭ରେ ରେକର୍ଡ କରି ରୌପ୍ୟ ପାଇଥିଲେ । ଏଥିସହ ମରିୟପ୍ପନ ପାରାଅଲମ୍ପିକରେ ଲଗାତାର ଦ୍ୱିତୀୟ ପଦକ ଜିତି ଇତିହାସ ରଚିଛନ୍ତି । ଏହା ପୂର୍ବରୁ ରିୟୋ ୨୦୧୬ ଅଲମ୍ପିକରେ ମରିୟପ୍ପନ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Tokyo Paralympics India Clinz More Two Medal In Mens High Jump T63

ଚଳିତ ଟୋକିଓ ପାରା ଅଲମ୍ପିକରେ ଏବେ ଯାଏଁ ଭାରତ ୧୦ଟି ପଦକ ଜିତିଛି । ଭାରତ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ସହ ୩ଟି କାଂସ୍ୟ ପଦକ ପାଇଛି । ଯାହାକି ପାରା ଅଲମ୍ପିକରେ ଏବେ ଯାଏଁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୨୦୧୬ ରିୟୋ ପାରାଅଲମ୍ପିକରେ ଭାରତ ୨ଟି ସ୍ୱର୍ଣ୍ଣ ସହ ମୋଟ ୪ଟି ପଦକ ଜିତିଥିଲା ।

ଦୋହାରେ ତାଲିବାନ ନେତାଙ୍କୁ ଭେଟିଲେ କତାରସ୍ଥିତ ଭାରତୀୟ ରାଷ୍ଟ୍ରଦୂତ

ଦୋହା: ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛି । କାବୁଲର ସ୍ଥିତିକୁ ନେଇ ଦୁନିଆ ଚିନ୍ତାରେ ରହିଛି । ଏବେବି ଆଫଗାନିସ୍ତାନରେ ଅନ୍ୟ ଦେଶର ହଜାର ହଜାର ନାଗରିକ ଫସି ରହିଛନ୍ତି । ଆଫଗାନିସ୍ତାନର ନୂଆ ତାଲିବାନ ସରକାର ସହ ବୈଦେଶିକ ସମ୍ପର୍କ କିଭଳି ରହିବ ତା’କୁ ନେଇ ବିଭିନ୍ନ ଦେଶ ଆଲୋଚନା ଆରମ୍ଭ କରିଛନ୍ତି । ଆଜି ଔପଚାରିକ ଭାବେ କତାର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ସହ ଆଲୋଚନା କରିଛନ୍ତି ।

India's qatar ambassador met Taliban Representative in Doha

ଦୋହାରେ ଥିବା ତାଲିବାନ ରାଜୈନିତକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବାସ ଷ୍ଟାନେକଜାଇଙ୍କୁ ଭେଟି ଆଲୋଚନା କରିଛନ୍ତି କତାର ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ । ତାଲିବାନ ପକ୍ଷରୁ ଏହି ଆଲୋଚନା ପାଇଁ ଅନୁରୋଧ କରାଯାଇଥିଲା । କତାର ସ୍ଥିତ ଭାରତୀୟ ଦୂତାବାସରେ ଏହି ବୈଠକ ହୋଇଥିବା ଜଣାପଡ଼ିଛି ।

India's qatar ambassador met Taliban Representative in Doha

ଆଫଗାନିସ୍ତାନର ଭୂମିକୁ ଭାରତ ବିରୋଧୀ ଗତିବିଧି ଏବଂ ଆତଙ୍କବାଦ କାର୍ଯ୍ୟକଳାପରେ ବ୍ୟବହାର ନକରିବାକୁ ଭାରତ କହିଛି । ଏଥିପାଇଁ ତାଲିବାନ ଧ୍ୟାନ ଦେବ ବୋଲି କହିଛନ୍ତି ଶେର ମହମ୍ମଦ ଆବାସ ଷ୍ଟାନେକଜାଇ । ତେବେ, ଦେଖିବାର କଥା ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ତା’ କଥାରେ କେତେ ତିଷ୍ଠି ରହୁଛି ।

ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ: ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ହୋମ ଯଜ୍ଞ

କୁଚିଣ୍ଡା: ବର୍ଷା ପାଇଁ ଇନ୍ଦ୍ର ପୂଜା । ଚାଷୀଙ୍କ ପାଇଁ କାଳ ସାଜିଛି ଚଳିତବର୍ଷ ନିଅଣ୍ଟିଆ ବର୍ଷା । ଏହାକୁ ଦୃଷ୍ଟିରେ ରଖି  ଇନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବିଭିନ୍ନ ଗାଁରେ ହୋମଯଜ୍ଞ କରିଛନ୍ତି ଗ୍ରାମବାସୀ । ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହୋମ ଯଜ୍ଞ । ବର୍ଷା ପାଇଁ ବ୍ୟାକୁଳ ଚାଷୀକୂଳ । ଗାଁର ବଡ଼ଠୁ ଆରମ୍ଭ କରି ଛୋଟ ପିଲା ସମସ୍ତେ ପୂଜାରେ ସାମିଲ । ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର । ଚଳିତବର୍ଷ ଧୋକା ଦେଇଛି ମୌସୁମୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଜମିରେ ପାଣି ନାହିଁ । ଅନେକ ଜମି ପାଣି ଅଭାବରୁ ଫାଟି ଆଁ କଲାଣି । ତେଣୁ ମରୁଡ଼ିରୁ ରକ୍ଷା ପାଇବା ଓ ଭଲ ବର୍ଷା ସହ ଫସଲ ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜା କରୁଛନ୍ତି ଗ୍ରାମବାସୀ । ଇନ୍ଦ୍ର ଦେବତା ପ୍ରସନ୍ନ ହେଲେ ଭଲ ବର୍ଷା ହୋବ ବୋଲି ବିଶ୍ୱାସ ରହିଛି  ।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଚଡ଼କ ପଡିଛି । କୁଚିଣ୍ଡାରେ ଜଳସେଚନର ସୁବିଧା ଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଏସବୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଏପରି ପରିସ୍ଥିତିରେ ଚାଷୀ ନିରୁପାୟ ହୋଇ ଇନ୍ଦ୍ର ପୂଜା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସେପ୍ଟେମ୍ୱର ଗାଇଡଲାଇନ୍: ବିବାହରେ ସାମିଲ ହୋଇପାରିବେ ଅଧିକ ଲୋକେ, ଆଉ ଲୋଡ଼ାନାହିଁ ଟିକା ସାର୍ଟିଫିକେଟ୍

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ । ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥିରେ ସକାଳ ୧୦ଘଣ୍ଟା ୧୫ ମିନିଟ ରୁ ୧୦ ଘଣ୍ଟା ୨୫ମିନିଟ ଭିତରେ ତୁଳା ଲଗ୍ନରେ ନିର୍ଦ୍ଧାରଣ ହୋଇଛି | ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ | ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଗ୍ରହଣ କରିବେ | ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି | ପ୍ରଥମେ ବିଦ୍ୱାନ, ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି | ଏହା ପରେ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି | ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି | ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ୱରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ କରିବେ | ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ |

ଆମେରିକା ସୈନ୍ୟ ଯାଉ ଯାଉ ପଞ୍ଜଶିର ଉପରେ ତାଲିବାନର ଆକ୍ରମଣ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାବର୍ତ୍ତନ କରିବା ପରେ କାବୁଲ ବିମାନବନ୍ଦରକୁ କବଜା କରି ନେଇଛି ତାଲିବାନ । ଏବେ କେବଳ ପଞ୍ଜଶିର ଦଖଲ ଠାରୁ ତାଲିବାନ ଦୂରରେ ରହିଛି । କିଛିଦିନ ତଳେ ତାଲିବାନ ଓ ନର୍ଦନ ଆଲାୟନ୍ସ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଥିଲା । କିନ୍ତୁ ଆମେରିକା ସୈନ୍ୟ ଦେଶ ଛାଡ଼ୁ ଛାଡ଼ୁ ତାଲିବାନ ତା’ର ଅସଲ ରୂପ ଦେଖାଇଛି । ପଞ୍ଜଶିରରେ ନର୍ଦନ ଆଲାୟନ୍ସର ନେତୃତ୍ୱ ନେଉଥିବା ଅହମଦ ମସୁଦ ସମର୍ଥିତ ସୂତ୍ର ଦାବି ଅନୁସାରେ, ସୋମବାର ରାତିରେ ତାଲିବାନ ଆକ୍ରମଣ କରିଛି ।

ପଞ୍ଜିଶିରର ଯୋଦ୍ଧା ସୈନିକ ତାଲିବାନକୁ ଜବାବ ଦେଇଛନ୍ତି । ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ତାଲିବାନୀ ୭ରୁ ୮ ଜଣ ନିହତ ହୋଇଥିବା କୁହାଯାଉଛି । ନର୍ଦନ ଆଲାୟନ୍ସ ଅନୁସାରେ, ଗୁଳି ବିନିମୟରେ ତାଙ୍କର ୨ ଜଣ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଦାୟକୁନ୍ଦି ପ୍ରଦେଶର ଖଦିର ଜିଲ୍ଲାରେ ହଜାରା ସମୁଦାୟର ୧୪ ଲୋକଙ୍କୁ ତାଲିବାନ ହତ୍ୟା କରିଛି ।