ଆଫଗାନିସ୍ତାନରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଉପରେ କଟକଣା

1 min read

କାବୁଲ: ଆଫଗାନିସ୍ତାନରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଉପରେ କଟକଣା । ଦେଶର ସର୍ବୋଚ୍ଚ କୋର୍ଟଙ୍କ ଅନୁମତି ବିନା ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ ତାଲିବାନ ସରକାର ଘୋଷଣା କରିଛନ୍ତି । ଦେଶରେ ତାଲିବାନ ସରକାର ଗଠନ ପରଠାରୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଓ ଅଙ୍ଗପ୍ରତ୍ୟେଙ୍ଗ କାଟିଦେବା ପ୍ରକ୍ରିୟା ଜାରି ରହିଥିଲା । ଏନେଇ ବସିଥିବା ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମୁଖପାତ୍ର ଜବିଉଲ୍ଲା ମୁଜାହିଦ । ସେ କହିଛନ୍ତି କିଛି ଦିନ ଧରି ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଓ ମୃତଦେହଗୁଡିକୁ ବିଭିନ୍ନ ସ୍ଥାନରେ ଝୁଲାଇବା ଦେଖାଯାଉଛି । ତେବେ ଏହା ଉପରେ ରୋକ୍ ଲଗାଯାଇଛି । ଯଦି ଜଣେ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦିଆଯାଏ ତେବେ ତାଙ୍କର ଦଣ୍ଡର କାରଣ ସର୍ବସାଧାରଣରେ ପ୍ରକାଶ ପାଇବା ଆବଶ୍ୟକ ।

କିଛି ଦିନ ଧରି ଦେଶରେ ଏହି ପ୍ରକ୍ରିୟା ଜାରି ରହିଥିବାରୁ ଆମେରିକା ସମେତ ବହୁ ରାଷ୍ଟ୍ର ଚିନ୍ତାବ୍ୟକ୍ତ କରିଥିଲେ । ମୃତ୍ୟୁଦଣ୍ଡର ତରିକା ଅତି ବୀଭତ୍ସ ଥିଲା ଏବଂ ଅଙ୍ଗ ପ୍ରତ୍ୟେଙ୍ଗ କାଟି ଦେବା ସହ ସର୍ବସାଧାରଣରେ ଗୁଳି କରି ହତ୍ୟା କରିବା ଏକ ସାଧାରଣ ପ୍ରକ୍ରିୟା ଥିଲା । ଗତ ସେପ୍ଟେମ୍ବରରେ ଆଫଗାନିସ୍ତାନର ନ୍ୟାୟ ମନ୍ତ୍ରୀ ମୁଲ୍ଲା ନୁରଉଦ୍ଦିନ ଟୁରାବି କହିଥିଲେ- ଅଭିଯୁକ୍ତଙ୍କୁ ​ମୃତ୍ୟୁଦଣ୍ଡ ଓ ଅଙ୍ଗପ୍ରତ୍ୟେଙ୍ଗ କାଟି ଦିଆଯିବା ପ୍ରକ୍ରିୟା ଚାଲୁ ରହିବ ।

ଏଥିସହିତ ପଢ଼ନ୍ତୁ: ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଜାରି: ୮ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

Leave a Reply