spot_img
Home Blog Page 5215

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ: କାଲିଠୁ ବଦଳିବ ପାଣିପାଗ

ଭୁବନେଶ୍ୱର: ଗୋଟିଏ ଗଲା ଆଉ ଗୋଟିଏ ଆସୁଛି, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଆସନ୍ତା କାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର, ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଲଘୁଚାପର ପ୍ରଭାବ ୧୫ ତାରିଖ ପର୍ଯ୍ୟନ୍ତ ରହିବ । ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ । ସମୁଦ୍ରରେ ଉଚ୍ଚ ଜୁଆର ପାଇଁ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

 

କଟକଣା ମଧ୍ୟରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଅଗ୍ରପୂଜ୍ୟଙ୍କ ଆରାଧନା । ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଅନ୍‌ଲକ୍‌ ଓଡିଶାରେ ଏହା ପ୍ରଥମ ସାର୍ବଜନୀନ ପୂଜା ଭାବେ ପାଳନ କରାଯାଉଛି । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ରପୂଜ୍ୟ ଗଣପତିଙ୍କ ପୂଜା । କରୋନା ପାଇଁ ସ୍କୁଲ ଓ କଲେଜ ପାଳନ ହେଉନାହିଁ ପୂଜା । ସର୍ବସାଧାରଣ ସ୍ଥାନରେ ପୂଜା ପାଳନ କରାଯାଉଥିଲେ ମଧ୍ୟ କୋଭିଡ ଗାଇଡ୍ ଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ସୂଚନା ଯୋଗ୍ୟ ଯେ, ପାର୍ବଣକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

ଭୁଶୁଡିଲା କୁଚିଣ୍ଡା ନିକଟ ଝୁଲେନ ପୋଲ, ଖସି ପଡିଲା ଟ୍ରକ୍

ସମ୍ବଲପୁର: ଭୁଶୁଡିଲା କୁଚିଣ୍ଡା ନିକଟ ଖର୍ଲା ନଦୀରେ ଥିବା ଝୁଲେନ ପୋଲ । ପୋଲ ଉପରେ ଯାଉଥିବା ଏକ ଟ୍ରକ ତଳକୁ ଖସି ପଡିଛି । ନଦୀରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାଯ୍ୟ ଜାରି ରଖିଛି । ପୋଲ ଭୁଶୁଡିବା ଯୋଗୁ ୪୯ନଂ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଁଚି ତ୍ୱରିତ ଉଦ୍ଧାର କାର୍ଯ୍ୟ  ଜାରି ରଖିଛି  । କେଉଁ ତକାରଣରୁ ପୋଲଟି ଭୁଶୁଡ଼ି ପଡ଼ିଛି ତାହାର ଅନୁସନ୍ଧାନ କରିବ ସ୍ଥାନୀୟ ପ୍ରଶାସନ  ।

ସୀମା ଲଂଘୁଛି ଆନ୍ଧ୍ର, ଗଜପତିରେ ନିର୍ମାଣ କରିଥିବା ଅଙ୍ଗନବାଡ଼ିକୁ ସିଲ କଲା ପ୍ରଶାସନ

ଗଜପତି: ବଦଳୁନି ଆନ୍ଧ୍ର ଦାଦାଗିରି । ଦିନିକୁ ଦିନ ଓଡ଼ିଶା ସୀମାକୁ କବଜା କରି ଦେଖାଉଛି ନାଲି ଆଖି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣାଠାରେ ଆନ୍ଧ୍ର ନିର୍ମାଣ କରିଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ । ହେଲେ ପୁଣି ଥରେ ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ସିଲ୍ ଭାଙ୍ଗି ସେଠାରେ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ଏହାସହ ପିଲାଙ୍କୁ ଅଣ୍ଡା ମଧ୍ୟ ବଣ୍ଟନ କରିଛି ।

ଘଟଣା ସ୍ଥଳରେ ଆନ୍ଧ୍ର ମନ୍ତ୍ରୀ ସହ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ଜିଲ୍ଲା ଗଜପତି ପ୍ରଶାସନକୁ ନାଲି ଆଖି ଦେଖାଇଛନ୍ତି । ଏହାସହ ଯେଉଁ ଅଧିକାରୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ପକାଇଥିଲେ ତାଙ୍କ ନାମରେ ମାମଲା ରୁଜୁ କରିବା ନେଇ ଧମକ ଦେଇଛନ୍ତି ଆନ୍ଧ୍ର ମନ୍ତ୍ରୀ । ସୂଚନା ଅନୁସାରେ ଆନ୍ଧ୍ର ପ୍ରଥମେ ମାଣିକପାଟଣାଠାରେ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିଲା ।

 

ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ନେଇ ସଂକଳ୍ପ ପାରିତ

ଭୁବନେଶ୍ୱର: ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ ।

ଏ ନେଇ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦଳ ଦାବି ରଖିଥିଲା । ଏବେ ସଂକଳ୍ପ ଆଣି ପୁଣି ଥରେ ଏହି ଦାବିକୁ ଦୋହରାଇଛି l କଂଗ୍ରେସ ବି ଜାତିଭିତିକ ଜନଗଣନା ସପକ୍ଷରେ ରହିଛି l ହେଲେ ବିଜେପି କିନ୍ତୁ ଏନେଇ ପ୍ରଶ୍ନ ଉଠାଇଛି  ।

ମ୍ୟାଚ୍ ନେଇ ଆଶା ବଢ଼ିଲା, ଭାରତୀୟ ଟିମର ସମସ୍ତ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ଓଭାଲ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଆଉ ୫ ଟିକିଆ ଟେଷ୍ଟର ଅନ୍ତିମ ମ୍ୟାଚକୁ ନେଇ ଆଶଙ୍କା ଲାଗି ରହିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ମାଞ୍ଚେଷ୍ଟର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।

ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଆଜି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି । ଆସନ୍ତାକାଲି ଶୁକ୍ରବାର ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ପଞ୍ଚମ ମ୍ୟାଚ୍ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି ।

ଦେଶର ଟପ୍ ୧୦୦ ଶିକ୍ଷାନୁଷ୍ଠାନ ତାଲକାରେ ଓଡ଼ିଶାର ୪

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ବର୍ଷ ଲାଗି ନ୍ୟାସନାଲ ଇନଷ୍ଟିଚୁସନାଲ ରାଙ୍କିଂ ଫ୍ରେମୱାର୍କ ପ୍ରକାଶ ପାଇଛି । ଓଭରଅଲ ରାଙ୍କିଂରେ ୮୬.୭୬ ପ୍ରତିଶତ ସ୍କୋର କରି ତାଲିକାର ଶୀର୍ଷରେ ଆଇଆଇଟି ମାଡ୍ରାସ ରହିଛି । ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ସହ ୪ଟି ଶିକ୍ଷାନୁଷ୍ଠାନ ରହିଛି ।

୫୦.୩୪ ପ୍ରତିଶତ ସ୍କୋର କରି ତାଲିକାର ୩୭ ତମ ସ୍ଥାନରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ । ସେହିଭଳି ୫୦ ପ୍ରତିଶତ ସ୍କୋର ସହ ତାଲିକାର ୩୯ ତମ ସ୍ଥାନରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ରହିଥିବା ବେଳେ ୪୧ ତମ ସ୍ଥାନରେ ୪୯.୨୭ ପ୍ରତିଶତ ସ୍କୋର କରି ସ୍ଥାନ ପାଇଛି ଏନଆଇଟି ରାଉରକେଲା । ତାଲିକାର ୫୮ ତମ ସ୍ଥାନରେ ୪୬.୭୮ ପ୍ରତିଶତ ସ୍କୋର ସହ ସ୍ଥାନ ପାଇଛି ଆଇଆଇଟି ଭୁବନେଶ୍ୱର ।

+3 ଆଡମିସନ ନେଇ ପ୍ରକାଶ ପାଇଲା ଫାଷ୍ଟ କଟ ଅଫ ମାର୍କ, ଜାଣନ୍ତୁ..

ଭୁବନେଶ୍ୱର: ଯୁକ୍ତ ତିନି ଆଡମିଶନ ନେଇ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ।  +3 ଆଡମିସନ କରିବାକୁ ଯାଉଥିବା ମେଧା ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ କରିପାରିବେ ଆଡମିସନ । ସେପଟେ ଚଳିତ ବର୍ଷ ଯୁକ୍ତ ତିନିରେ ୨,୪୯, ୫୩୯ଟି ସିଟ୍ ରହିଥିବାବେଳେ ମୋଟ ୨,୪୪,୨୫୨ ଜଣ ପିଲା ଆବେଦନ କରିଥିଲେ । କିନ୍ତୁ ପ୍ରଥମ ପଯ୍ୟାୟରେ ରାଜ୍ୟର ୧,୬୮,୫୩୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

 

 

ପୁଣି ବଢ଼ିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: କରଦାତାଙ୍କୁ ଆଶ୍ୱସ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ତାରିଖକୁ ପୁଣି ବଢ଼ାଇଛନ୍ତି । ଆୟକର ବିଭାଗର ଟ୍ୱିଟ୍ ଅନୁସାରେ, ଭିନ୍ନ ଭିନ୍ନ ପ୍ରକାର ଅଡିଟ୍ ରିପୋର୍ଟ ଦାଖଲ ପାଇଁ ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଆୟକର ରିଟର୍ଣ୍ଣ ତାରିଖ ସେପ୍ଟେମ୍ବର ୩୦ ଥିବାବେଳେ ଏହାକୁ ୨୦୨୧ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି ।

https://twitter.com/IncomeTaxIndia/status/1435969941618847747

ସେହିଭଳି ଆୟକର ଆଇନ୍ ଅନୁସାରେ, ଅଡିଟ୍ ରିପୋର୍ଟ ଜମା ତାରିଖକୁ ପୂର୍ବରୁ ଅକ୍ଟୋବର ୩୧ ଯାଏ ବୃଦ୍ଧି ହୋଇଥିଲା । ଏବେ ଏହାକୁ ୨୦୨୨ ଜାନୁଆରୀ ୧୫ ଯାଏଁ ବଢ଼ାଇ ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ଅନୁସାରେ, ଆୟକର ରିଟର୍ଣ୍ଣ ଓ ବିଭିନ୍ନ ଅଡିଟ୍ ରିପୋର୍ଟ ଦାଖଲ କରୁଥିବା କରଦାତାଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।

Last Date For Income Tax Return Filing Extended Again To 31st December 2021

ଜୁନ୍ ୭ରେ ଆୟକର ବିଭାଗ ତାର ନୂଆ ପୋର୍ଟାଲ ଆରମ୍ଭ କରିଥିଲା । ସେବେଠାରୁ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନୂଆ ପୋର୍ଟାଲର ସମସ୍ୟାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଇନଫୋସିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସାତ ଜନ୍ମର ସାଥି: ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ଡାକ୍ତରଖାନା ନେଲେ ୭୦ ବର୍ଷର ସ୍ୱାମୀ

ମୁମ୍ବାଇ: ଚର୍ମ ଧୁଡ଼ୁଧୁଡୁ । ଦେହରେ ଚାଲିବାକୁ ଯୁ ନାହିଁ । ହେଲେ ବୟସର ଅପରାହ୍ଣରେ ହାର୍ ମାନି ନାହାଁନ୍ତି ବୃଦ୍ଧ ଜଣଙ୍କ । ପରିଣତ ବୟସରେ ସବୁ ପ୍ରତିକୂଳ ପରିସ୍ଥିତକୁ ସାମ୍ନା କରିଛନ୍ତି । ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ରୋଗୀଣା ପତ୍ନୀଙ୍କୁ କାନ୍ଧରେ ଧରି ଚାଲିଛନ୍ତି ଦୀର୍ଘ ୪ କିମି । ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚାନ୍ଦସାଲିରେ ଦେଖିବାକୁ ମିଳିଛି ହୃଦୟକୁ ବିଦାରି ଦେଉଥିବା ଏଭଳି ଦୃଶ୍ୟ ।

70 Years Old Man Carries His Wife In Shoulder Hospital Nandurbar

ବର୍ଷା ଓ ଭୂସ୍ଖଳନ ପରେ ରାସ୍ତା ବନ୍ଦ ହୋଇ ଯାଇଥିଲା । ଘରେ ରୋଗୀଣା ସ୍ତ୍ରୀର ଅବସ୍ଥା ଦେଖି ଆଉ ସମ୍ଭାଳି ପାରିନଥିଲେ ଅଦଲ୍ୟା ପାଣ୍ଡବି । କାନ୍ଧରେ ପତ୍ନୀଙ୍କୁ ଧରି ମେଡିକାଲ ଯିବା ପାଇଁ ବାହାରି ପଡ଼ିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୪ କିଲୋମିଟର ଯିବା ପରେ କାନ୍ଧରେ ହିଁ ଚାଲି ଯାଇଥିଲା ପତ୍ନୀ ସିଦଲିବାଇଙ୍କ ଜୀବନ ।

70 Years Old Man Carries His Wife In Shoulder Hospital Nandurbar

ମହାରାଷ୍ଟ୍ର ଆଦିବାସୀ ବିକାଶ ମନ୍ତ୍ରୀ କେସି ପଡ଼ବି ମଧ୍ୟ ଏହି ଅଞ୍ଚଳର । ଏହି ଅଞ୍ଚଳକୁ କୌଣସି ରାସ୍ତାଘାଟ ନଥିବା ବେଳେ ଭୂସ୍ଖଳନ ଯୋଗୁଁ ପ୍ରତିବର୍ଷ ଚାନ୍ଦସାଲି ଘାଟି ବନ୍ଦ ହୋଇଯାଏ । ଆଉ ହଜାର ହଜାର ଆଦିବାସୀ କିଛିଦିନ ପାଇଁ ଗାଁରେ ହିଁ ବନ୍ଦୀ ହୋଇଯାଆନ୍ତି । ଗାଁରେ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ଲୋକେ ନନ୍ଦୁରବାର, ତଲୌଦା ଓ ଧଡ଼ଗାଓଁ ଉପରେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି ।