ମହିଳା ଭଲିବଲ ଖେଳାଳିଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦେଲା ନିର୍ଦ୍ଦୟୀ ତାଲିବାନ୍

Taliban behead junior volleyball player who was part of Afghan women’s national team

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜ୍ ସହ ଆରମ୍ଭ ହୋଇଛି ଖେଳର ସୂର୍ଯ୍ୟାସ୍ତ । ମହିଳାଙ୍କୁ ଘରୁ ଗୋଡ଼ କାଢ଼ିବା ତାଲିବାନ ଶାସନରେ ମହଙ୍ଗା ସାବ୍ୟସ୍ତ ହେଉଛି । ଏବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସିଛି । ତାଲିବାନ ଯବାନ ଆଫଗାନିସ୍ତାନର କନିଷ୍ଠ ମହିଳା ଭଲିବଲ ଦଳର ଖେଳାଳିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛନ୍ତି ।

କନିଷ୍ଠ ମହିଳା ଦଳର କୋଚ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ସାକ୍ଷାତକାରରେ କହିଛନ୍ତି, ମହଜବିନ ହକାମି ନାମକ ଜଣେ ଖେଳାଳିଙ୍କୁ ଅକ୍ଟୋବର ମାସ ଆରମ୍ଭରେ ତାଲିବାନ୍ ହତ୍ୟା କରିଛି । ତେବେ, ତାଲିବାନର ଧମକ ଯୋଗୁଁ କେହି ଏ ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ ।

ଆଫଗାନିସ୍ତାନରେ ଅଶରଫ ଗନିଙ୍କ ସରକାର ଥିବା ବେଳେ ମହଜବିନ ଲୋକାଲ କ୍ଲବରେ ଭାଗ ନେଉଥିଲେ । କ୍ଲବର ଷ୍ଟାର୍ ଖେଳାଳି ଥିଲେ ମହଜବିନ । କିଛିଦିନ ହେଲା ତାଙ୍କ ମୃତଦେହର ଫଟୋ ଭାଇରାଲ୍ ହେବାରେ ଲାଗିଛି । କୋଚଙ୍କ ଅନୁସାରେ, ତାଲିବାନ୍ ଆଫଗାନିସ୍ତାନକୁ କବଜା କରିବା ପରେ ଟିମର ଦୁଇଜଣ ସଦସ୍ୟ ଦେଶ ଛାଡ଼ି ପଳାଇଥିବା ବେଳେ ମହଜବିନ ରହି ଯାଇଥିଲେ । ଆଉ ଏବେ ତାର ପରିଣତି ଭୋଗିବାକୁ ପଡ଼ିଛି ।

Leave a Reply