spot_img
Home Blog Page 5209

ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ୱଲପୁର: ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ୧୧୫ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା । ସମଲେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ନୂଆ ଚାଉଳରେ ପ୍ରସ୍ତୁତ ଅନ୍ନ, ପିଠା, ଖିରୀ ଓ ଚୁଡ଼ା ଆସିବା ପରେ ମା’ଙ୍କ ପାଖରେ ଲାଗି ହୋଇଥିଲା । ପରେ ପାର୍ଶ୍ୱ ଦେବଦେବୀ ପାଖରେ ନବାନ୍ନ ଲାଗି ହୋଇଛି  । ଘରେ ଘରେ ମଧ୍ୟ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି  । ଆଜି ନୂଆ ଖାଇବେ ପୂରା ପଶ୍ଚିମ ଓଡ଼ିଶାବାସୀ । ଏହାପରେ ଜୁହାର ଭେଟ୍ ଓ ସଂଧ୍ୟାରେ ଭେଟଘାଟ୍ ପାଳନ କରାଯିବ । ଚଳିତବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଁଖାଇ ଭେଟଘାଟ ବନ୍ଦ ଥିବା ବେଳେ, ପରିବାର ସଦସ୍ୟଙ୍କ ଭେଟଘାଟ ପାଳିବେ । ନୂଆଁଖାଇ ପାଇଁ ପିଠାପଣାରେ ମହକୁଛି ସମଗ୍ର ପଶ୍ଚିମ ଓଡ଼ିଶା ।

ଏଥିସହିତ ପଢ଼ନ୍ତୁ: ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

‘ପିପିଲି ଲୋକେ ସଚେତନ, ସେମାନେ ନିଜ ଆଡ଼ୁ କହୁଛନ୍ତି ନବୀନ ବାବୁଙ୍କ ସହ ରହିବେ’

ଭୁବନେଶ୍ୱର: ପିପିଲି-ଉପ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ସରଗରମ ହୋଇଛି ପିପିଲି ରାଜନୀତି । ଉପ-ନିର୍ବାଚନ ପ୍ରସଂଗରେ ପ୍ରତିକ୍ରିୟା ରଖି ଜଗତସିଂହପୁର ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ପିପିଲି ଭୁବନେଶ୍ୱର ଉପକଣ୍ଠରେ ଅଛି । ସେଠାରେ ଲୋକ ସଚେତନ। ।ବିଜେପି ଲୋକଙ୍କ ମାନସିକତାକୁ ମାପି ପାରିନାହିଁ ।
ଦର ବୃଦ୍ଧି କେବଳ ସହରାଞ୍ଚଳ କି ଦିଲ୍ଲୀ ବମ୍ବେର ସମସ୍ୟା ନୁହେଁ। ଏହା ପ୍ରତି ରୋଷେଇ ଘର ଓ ପ୍ରତି ଘରର ସମସ୍ୟା। ମହିଳା ସମିତି ମିଟିଂରେ ମହିଳାମାନେ ଅଭିଯୋଗ କରୁଛନ୍ତି ଯେ ବିଜେପି ସିଲିଣ୍ଡର ଧରାଇଛନ୍ତି । ହେଲେ ଗ୍ୟାସ ୧୦୦୦ ଟଙ୍କା। ସାରା ଭାରତରେ ବିଜେପିକୁ ପ୍ରଶ୍ନବାଣର ଶିକାର ହେବାକୁ ପଡ଼ୁଛି । ପିପିଲିରେ ବିଜେପି ଦର ବୃଦ୍ଧି ଯୋଗୁ ବ୍ୟାକଫୁଟକୁ ପଳେଇଛନ୍ତି। କାରଣ ଲୋକେ ଅତିଷ୍ଠ। ଗତ ନିର୍ବାଚନଠାରୁ ଏଠାରେ ବହୁ ପରିବର୍ତ୍ତନ ହୋଇଛି । ଲୋକ ନିଜ ଆଡ଼ୁ କହୁଛନ୍ତି ନବୀନ ବାବୁଙ୍କ ସହ ରହିବେ କାରଣ ନବୀନ ସରକାରରେ ବିକାଶ ହୋଇଛି।

ଏଥିସହିତ ପଢ଼ନ୍ତୁ: ନୂଆଁଖାଇ ଭେଟି: ରବି ଫସଲ ପାଇଁ ୭୪୩ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ଭେଟି: ରବି ଫସଲ ପାଇଁ ୭୪୩ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ପୁରୀ ଜିଲ୍ଲା ବ୍ୟତିତ ରାଜ୍ୟର ୩୭ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଫସଲ ପାଇଁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୂର୍ବରୁ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପାଇଥାନ୍ତି । ଶେଷଥର ପାଇଁ ଏପ୍ରିଲ୧ ତାରିଖ ଦିନ ୩୪ଲକ୍ଷ ଚାଷୀଙ୍କୁ ୬୩୯.୯୪କୋଟି ଟଙ୍କା ଦିଆଯାଇଛି ।

ପୁରୀଜିଲ୍ଲା ବ୍ୟତିତ ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଥିଲା । ଏହାପୁର୍ବରୁ ୪୨ଲକ୍ଷ ଚାଷୀଙ୍କ ଖାତାକୁ ୯୨୦କୋଟି ଟଙ୍କା ପଠାଯାଇଥିଲା । ସାରା ଦେଶରେ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ହେଉଛି ସବୁଠାରୁ ଭଲ ଯୋଜନା ଏହି ଯୋଜନାରେ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀ ବେଶ ଉପକୃତ ହେଉଛନ୍ତି । ଏଯାଏଁ ୫ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଦିଆସରିଛି ।

ଏଥିସହିତ ପଢ଼ନ୍ତୁ: ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଣବ ପ୍ରକାଶ ଓ ମାନସ ମଙ୍ଗରାଜ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆଜି । ଏ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଥିବା ବେଳେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ଟ୍ୱିଟ୍ ଯୋଗେ ନୂଆଁଖାଇର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ମାଆ ସମଲେଇଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି ଲେଖିବା ସହ ନୂଆଁଖାଇ ଜୁହାର ଜଣାଇଛନ୍ତି ।

ଅପରପକ୍ଷରେ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ମଧ୍ୟ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆଉ ୬୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ: ୧୮ବର୍ଷରୁ କମ୍ ୧୧୬ଜଣ ଚିହ୍ନଟ

ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୬୩୦ ପଜିଟିଭ୍ । କ୍ୱାରେଣ୍ଟାଇନ୍‌ରୁ ୩୬୮ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୨୬୨ । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୧୧୬ ଜଣ ପିଲା । ଗତ ୨୪ ଘଣ୍ଟାରେ ମାତ୍ର ୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ ଥିବା ବେଳେ, କଟକରୁ ୧୧୮ ଓ ଷ୍ଟେଟ୍ ପୁଲରୁ ୫୩ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି ଯାଜପୁରରୁ ୩୨, ବାଲେଶ୍ବରରୁ ୨୩, ସୁନ୍ଦରଗଡ଼ରୁ ୨୨, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୧୭, ପୁରୀରୁ ୧୬, ସମ୍ବଲପୁରରୁ ୧୩, ଢେଙ୍କାନାଳରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୯, କେନ୍ଦ୍ରାପଡ଼ାରୁ ୮, ରାୟଗଡ଼ାରୁ ୭ ଓ ଅନୁଗୁଳରୁ ୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ବରଗଡ଼, ଦେବଗଡ଼, କେନ୍ଦୁଝର, ମାଲକାନଗିରିରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ଗଜପତି, ଗଞ୍ଜାରୁ ୩ ଜଣ ଲେଖାଏଁ, କନ୍ଧମାଳ, ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୬୮୯ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ ଆରୋଗ୍ୟ ହେଲେଣି ୧୦ ଲକ୍ଷ ୫୪୮ ଜଣ । ଆକ୍ଟିଭ୍ କେସ୍ ୭ ହଜାର ୨୦ ରହିଛି ।

ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଯୁବତୀ

ଭୁବନେଶ୍ୱର: ପୋଲିସ ହାତରେ ଫେସବୁକର ଫେକ୍‌ ସୁନ୍ଦରୀ । ଭୁବନେଶ୍ୱରରୁ ବନ୍ଧା ହେଲେ ଫେସବୁକ୍‌ର ଆଞ୍ଜେଲ ପ୍ରିୟା । ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାକୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଫେକ୍ ଆକାଉଣ୍ଟ ଖୋଲି ଏକାଧିକ ଯୁବକଙ୍କୁ ଲୁଟୁଥିଲେ ଏହି ଯୁବତୀ । ସୁନ୍ଦରୀ ବେଶ ଧରି ପ୍ରେମଜାଲରେ ଫସାଉଥିଲେ ।

ଫେସବୁକରେ ନିଜ ଫଟୋ ନଦେଇ, ଅଜଣା ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଇ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲେ । କେତେବେଳେ ନିଜକୁ ଡାକ୍ତର, ଇଞ୍ଜିନିୟର, କେବେ ଅଭିନେତ୍ରୀ କହି ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା ପ୍ରିୟଙ୍କା । ପରେ ଟଙ୍କା ନେଇ ଛୁ ମାରୁଥିଲା । ସହିଦନଗର ପୋଲିସ ହାତରେ ଗିରଫ ପରେ ଜବତ ହୋଇଛି ୧ ଲକ୍ଷ ୩୩ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ ସହ ଚେକ୍‌ବୁକ । ଫେସବୁକର ଏହି ଫେକ୍‌ ସୁନ୍ଦରୀ କେତେ ଜଣକୁ ଠକିଛି ସେନେଇ ପୋଲିସ ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ: ୬ଜିଲ୍ଲାକୁ ୟେଲୋ ଆଲର୍ଟ

 

 

ଆବୁଧାବିରେ ଓଡ଼ିଆ ପାଳିଲେ ଗଣେଶ ପୂଜା

ଭୁବନେଶ୍ୱର: ଶୁକ୍ରବାର କରୋନା କଟକଣା ମଧ୍ୟରେ ପାଳନ ହୋଇଛି ଗଣେଶ ଚତୁର୍ଥୀ । ଏମିତି ତ ସାରା ଦେଶରେ ଗଜାନନଙ୍କୁ ଖୁବ୍‌ ଜାକଜମକରେ ଆବାହନ କରାଯାଏ । କିନ୍ତୁ ଚଳିତ ବର୍ଷ ସାମାନ୍ୟ ଫିକା ପଡ଼ିଛି ପୂଜା । ତଥାପି ଉତ୍ସାହ ମଉଳିନି । ଓଡ଼ିଶାରେ ଗାଁ’ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକଟି ସ୍ଥାନରେ ଗଣେଶ ପୂଜାର ପ୍ରଭାବ ଦେଖିବାକୁ ମିଳିଥିଲା । କରୋନା ଗାଇଡଲାଇନ ହେତୁ ମୂର୍ତ୍ତି ଏବଂ ଜନ ସମାଗମ ଉପରେ କଟକଣା ଲଗା ଯାଇଥିଲା । ଯଦିଓ ପ୍ରତିବର୍ଷ ଭଳି ଜନ ସମାଗମକୁ ସ୍ୱୀକୃତି ମିଳିନଥିଲା ତଥାପି ଇଛା ଏବଂ ଉତ୍ସାହ ମଉଳି ନଥିଲା । ଘରେ ଘରେ ପୁରପଲ୍ଲୀରେ ଏବଂ ସହରରେ ଗଣେଶ ପୂଜା ପାଳନ ହୋଇଛି। କେଉଁଠି ଲଡୁ ଗଣେଶ ତ କେଉଁଠି କଉଡ଼ିରେ ଗଣେଶ ଏବଂ ଆଉ କେଉଁଠି ଚକଲେଟ୍‌ ଗଣେଶ ।

ଅନ୍ୟପଟେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଗଣେଶ ପୂଜା ପାଳନ ହୋଇଥିବା ଦେଖିବାକୁ ମିଳିଛି । ବାହାରିନ୍ଏବଂ ଆବୁଧାବିରେ ଗଣେଶ ପୂଜା ଖୁବ୍ଉତ୍ସାହର ସହିତ ପାଳନ ହୋଇଛି । ଓଡ଼ିଆ ଭାଇ ମାନଙ୍କ ଦ୍ୱାରା ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସ ସ୍ଥିତ ଆବୁଧାବି ଇଲେକ୍ଟ୍ରାରେ ଗଣେଶ ପୂଜା ପାଳନ କରାଯାଇଛି । ଏହି ପୂଜାରେ ପ୍ରମୁଖ ସଦସ୍ୟ ମାନଙ୍କ ମଧ୍ୟରେ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି,ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ଅମରଜିତ ଦାସ ଓ ରାକେଶ ପଟ୍ଟନାୟକ ଦାୟିତ୍ୱର ସହ ପୂଜା କାର୍ଯ୍ୟ ତୁଲାଇଥିଲେ ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦେଶରେ ରହି ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ଓଡ଼ିଶାବାସୀ ।

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ: ୬ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପୂର୍ବ କେନ୍ଦ୍ରୀୟ ଏବଂ ତତ୍‌-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଘନିଭୁତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

୨୪ ଘଣ୍ଟା ପର୍ଯ୍ୟନ୍ତ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡିଶାର ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ ରୁ ୫୫ କିମି ବେଗରେ ବହିବ ପବନ । ଝଟ୍‌କା ପବନ ଘଣ୍ଟାପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ୧୨ ରୁ ୧୪ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: ଖେଳ ଦେଖି ଫେରୁଥିଲେ ବୁଡିଗଲା ଡଙ୍ଗା, ୩ ବର୍ଷର ଶିଶୁକୁ ଖୋଜୁଛି ଓଡ୍ରାଫ୍ ଟିମ୍

ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ସକାଳ ୧୦ଟା ୧୫ରୁ ୧୦ଟା ୨୫ ମିନିଟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ଘରୁ ନୂଆଁ ମନ୍ଦିରକୁ ଆସିବାର ପରମ୍ପରା ରହିଛି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ଙ୍କ ନିକଟରେ ନୂଆ ଲାଗି ହେବା ପରେ ନୂଆଁ ଖାଇବେ ପୂରା ପଶ୍ଚିମ ଓଡିଶାବାସୀ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଖାଇ ଭେଟଘାଟ ବନ୍ଦ ରହିଥିବା ବେଳେ କେବଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହାର ମଜା ନେଇପାରିବେ ପଶ୍ଚିମ ଓଡିଶା ବାସୀ ।

ଅପରପକ୍ଷରେ ନୂଆଁଖାଇ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଁଖାଇ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପର୍ବ ସହିତ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମା’ ସମେଲଇଙ୍କ ନିକଟରେ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତାଲିବାନ ସରକାର ଗଠନ ଉତ୍ସବ ବାତିଲ

କାବୁଲ: ଫସର ଫାଟିଲା ସମସ୍ତ ଯୋଜନା । ବାତିଲ ହେଲା ତାଲିବାନ ସରକାରର ଶପଥ ଗ୍ରହଣ ଉତ୍ସବ । କାତାରର ଚାପରେ ଏହି ଉତ୍ସବ ବାତିଲ ହୋଇଥିବା ଜଣାପଡିଛି । ଆମେରିକା ଓ୍ୱାଲର୍ଡ ଟ୍ରେଡ ଟାଓ୍ୱାର ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ସରକାର ଶପଥ ନେବ ବୋଲି ପୂର୍ବରୁ ଗତ ୭ ତାରିଖରେ ତାଲିବାନ ଘୋଷଣା କରିଥିଲା । ସରକାର ଗଠନ ନେଇ ସହଯୋଗୀ ସଙ୍ଗଠନ ଗୁ଼ଡିକରୁ ପ୍ରବଳ ଚାପ ପଡ଼ିବା ପରେ ଏହି ସରକାର ଶପଥ ନେଇପାରିନାହିଁ । ପୁଣି କେବେ ଶପଥ ଗ୍ରହଣ ଉତ୍ସବ ହେବ ତାହା ବି ତାଲିବାନ ପକ୍ଷରୁ ଘୋଷଣା କରାଯାଇନାହିଁ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବ ନାହିଁ ବୋଲି ଦୋହା ଶାନ୍ତି ଆଲୋଚନା ଟିମକୁ ଋଷ କହିବା ପରେ ଏହି ଉତ୍ସବ ବାତିଲ ହେଲା ବୋଲି କୁହାଯାଉଛି । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ତାଲିବାନ ପକ୍ଷରୁ ଋଷ, ଚୀନ, ଇରାନ, ତୁର୍କୀ ଓ କାତାରକୁ ଆମନ୍ତ୍ରଣ କରାଯାଇଥିଲା ।

କିଛି ଦିନ ତଳେ ପଞ୍ଜଶିରରେ ପାକିସ୍ତାନର ଏୟାରଷ୍ଟ୍ରାଇକ ସହ ତାଲିବାନ ସରକାରକୁ ପାକିସ୍ତାନର ଖୋଲାଖୋଲି ସାମରିକ ସମର୍ଥନକୁ ଇରାନ ବିରୋଧ କରିଥିଲା ।  ପୂର୍ବରୁ ଏହି ଉତ୍ସବରେ ଯୋଗ ଦେବାଲାଗି ଋଷର ଉଚ୍ଚସଦନରେ ପ୍ରସ୍ତାବ ଗୃହିତ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା । ତାଲିବାନର ଗଡଫାଦର କାତାର ସରକାର ଉପରେ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରର ପ୍ରବଳ ଚାପ ଯୋଗୁ ତାଲିବାନର ଆଶା ଧୂଳିସାତ ହୋଇଛି । ଯଦିଓ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଥିଲେ, ଏହି ସରକାର ଏକ ସାମୟିକ ସରକାର ହେବ । ମାତ୍ର ପରିବର୍ତ୍ତିତ ରାଜନୀତିରେ ତାଙ୍କର ଏହି ଘୋଷଣା ଫସର ଫାଟିଛି ।

ସରକାରରେ ମହିଳା ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ନ ମିଳିବା ଯୋଗୁ ଅନେକ ରାଷ୍ଟ୍ର ଏହାକୁ ବିରୋଧ କରିଥିଲେ । ସେପଟେ ଆମେରିକା କହିଛି ତାଲିବାନର ଗତିବିଧି ନେଇ କଡା ନଜର ରଖାଯାଇଛି । ବିଭିନ୍ନ ମାର୍ଗରେ ତାଲିବାନ ଉପରେ ଚାପ ସୃଷ୍ଟି କରାଯାଉଛି । ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଜେଦ୍ ତରାରା କହିଛନ୍ତି ବିଭିନ୍ନ ରାଜନୈତିକ ଓ ଆର୍ଥିକ ଚାପ ଜରିଆରେ ତାଲିବାନ ସରକାର ଉପରେ ଆମେରିକା ଚାପ ପ୍ରୟୋଗ କରୁଛି । ତାଲିବାନ କ୍ୟାବିନେଟରେ ଆତଙ୍କବାଦୀ ଘୋଷିତ କିଛି ଲୋକଙ୍କୁ ମନ୍ତ୍ରୀ କରାଯାଇଥିବାରୁ ଏହା ଆମେରିକା ସମେତ କିଛି ରାଷ୍ଟ୍ର ଲାଗି ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କ କାମ କେବଳ ଛୁଆ ଜନ୍ମ କରିବା, କେବେ ମନ୍ତ୍ରୀ ହୋଇ ପାରିବେନି: ତାଲିବାନ