ଗୁଣିଆ ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣୁପୁର: ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ଜଘନ୍ୟ ହତ୍ୟା କାଣ୍ଡର ରାୟ ପ୍ରକାଶ। ୯ ଜଙ୍କୁ ଫାଶି ଦଣ୍ଡାଦେଶକୁ କାଏମ୍‌ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ୍। ଗୁଣୁପୁର ପୁଟାସିଂ ଥାନା ଅନ୍ତର୍ଗତ କିନ୍ତୁଂ ଗାଁରେ ୯.୯.୨୦୧୬ ମସିହାରେ ଗୋଟିଏ ପରିବାର ତିନି ଜଣକୁ ଗୁହାଳରେ ବାନ୍ଧି କିଟନାଶକ ଔଷଧ ଦେଇ ତାଙ୍କୁ ଅଚେତ କରି ଗାତଖୋଳି ପୋତିଦିଆଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇିଁ ସେମାନଙ୍କୁ ପୁଣି ଥରେ ବାହାର କରି ଗୋଟିଏ ଯାଗାରେ ମୃତକ ତିନି ଜଣକୁ ଜାଳି ଦିଆଯାଇଥିଲା। ତେବେ ସେହି ସମୟରେ ଏହି ସମସ୍ତ ଘଟଣାକୁ ଦେଖିଥିପା ଜଣେ ପ୍ରତ୍ୟେକ୍ଷଦର୍ଶୀକୁ ମଧ୍ୟ ମାଡ ମରାଯାଇଥିଲା।

ଏହି ଘଟଣା ପ୍ରଘଟ ହେବା ପରେ ମିଲିତାଙ୍କୁ ପୁଟାସିଂ ପୋଲିସ୍ ଓ ଗୁଣୁପୁର ପୋଲିସ୍ ଉଦ୍ଧାର କରି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଜଣେ ନାବାଳକ ସମେତ ୧୦  ଜଣକୁ ଗିରଫ କରିଥିଲା ପୋଲିସ୍। ଏହି ମାମଲାରେ ୨୦୧୮ ମସିହା ଏପ୍ରିଲ୍ ୧୩ ତାରିଖରେ ଗୁଣୁପୁର ଏଡିଜେ କୋର୍ଟ ସାକ୍ଷ୍ୟ ପ୍ରମାଣ ଭିତିକରି ୯ ଜଣ ଅଭିଯୁକ୍ତକୁ ଫାସି ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ମାମଲା ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟକୁ ଯାଇଥିଲା।

ହାଇକୋର୍ଟ ମାମଲାର ବିଚାର ପାଇିଁ ପୁଣି ଗୁଣୁପୁର ଏଡିଜେ କୋର୍ଟକୁ ପଠାଇଥିଲେ। ଗୁଣୁପୁର ଏଡିଜେ କୋର୍ଟ ରାୟଗଡାଜିଲ୍ଲା ଦୌରା ଜର୍ଜ କୋର୍ଟକୁ ମାମଲା ସ୍ଥାନାନ୍ତର କରିଥିଲେ। ଗତକାଲି ଏହି ମାମଲାର ଶୁଣାଣି ପରେ ତଳ କୋର୍ଟ ଦେଇଥିବା ରାୟକୁ କାଏମ୍ ରଖିଥିଲେ ଜିଲ୍ଲା ଦୌରା ଜର୍ଜ କୋର୍ଟ। ଫାସି ଦଣ୍ଡାଦେଶ କାଏମ ରହିଥିବାରୁ ପ୍ରତ୍ୟକ୍ଷଦର୍ଶୀ ମିଲିତା ଶବର ନନ୍ଦିଘୋଷ ଟିଭି ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବାପା ମାଁ ଓ ନାନୀ ଙ୍କୁ ଯେଉଁଭଳି ହତ୍ୟାକାଣ୍ଡ କରିଛନ୍ତି ସେମାନଙ୍କୁ ଫାସି ଦଣ୍ଡାଦେଶ ମିଳିବାରୁ କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଛନ୍ତି।

Leave a Reply