ମୁମ୍ବାଇର ଏକ ୬୦ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ବଞ୍ଚିବା ପାଇଁ ଜାରି ରହିଛି ସଂଘର୍ଷ

ମୁମ୍ବାଇ:  ମୁମ୍ବାଇର ଲାଲବାଗ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଲାଲବାଗର ଏକ ଘରୋଇ ବିଲ୍ଡିଂର ୧୯ତମ ମହଲାରେ ନିଆଁ ଲାଗି ଯାଇଛି । ଭିଆଇପି ଅଞ୍ଚଳ ଅଭିଗ୍ନ ପାର୍କ ସୋସାଇଟିରେ ଏହି ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ଦେଖି ୧୯ ମହଲାରୁ ଜଣେ ବ୍ୟକ୍ତି ଡେଇଁ ପଡ଼ିବାକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୬୦ମହଲା ବିଶିଷ୍ଟ ଏହି ବିଲ୍ଡିଂର ୧୯ମହଲରାରେ ନିଆଁ ଲାଗି ଯାଇଥିବା ବେଳେ ଏହା ପଞ୍ଚମ ମହଲାକୁ ବ୍ୟାପି ସାରିଲାଣି ।।

ଫାୟର ବ୍ରିଗେଡଙ୍କ ଅନୁସାରେ ଅବିଘ୍ନା ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ବେଳେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ଘରର ବାଲକୋନିରେ ଝୁଲିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

 

ସୂଚନା ଅନୁସାରେ ଜୀବନ ବଞ୍ଚଶିବାକୁ ୩୦ ବର୍ଷୀୟ ଅରୁଣ ତିଓ୍ୱାରୀ ନାମକ ଜଣେ ବ୍ୟକ୍ତି ଘରର ବାଲକୋନିରେ ଓହଳି ପଡ଼ିଥିଲେ ।  ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣ ତଳକୁ ପଡ଼ି ଯାଇଥିବା ଭୟାବହ ଘଟଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ନିଆଁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

Leave a Reply