ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିଲେ, ଆର୍ୟନ ଦେଇଥିଲେ ଡିଲର ନମ୍ବର

1 min read

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଆର୍ୟନଙ୍କ ସାହାଯ୍ୟ ଲୋଡିଥିଲେ । ଆର୍ୟନଙ୍କୁ ହ୍ୱାଟସଆପ୍ କରି ଅନନ୍ୟା ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଯବାବରେ ଆର୍ୟ୍ୟନ ତାଙ୍କୁ ଜଣେ ଡ୍ରଗ୍ ପେଡଲରଙ୍କ ନମ୍ବର ଦେଇଥିଲେ । ଉଭୟଙ୍କ ମଧ୍ୟରେ ଏହି ଚାଟ୍ ୨୦୧୮ ଓ ୨୦୧୯ରେ ହୋଇଥିଲା ।


୨୧ ତାରିଖ ଦିନ ଏନସିବି ଜେରା ବେଳେ ଅନନ୍ୟାଙ୍କୁ ଏହି ଚାଟ୍ ବାବଦରେ ପଚରା ଯାଇଥିଲା । ତେବେ ଏନସିବିର ପ୍ରଶ୍ନବାଣରେ ଅନନ୍ୟା ବିଚଳିତ ହୋଇ ପଡିଥିବା ଜଣା ପଡିଛି । ଅନେକ ପ୍ରଶ୍ନର ଉତ୍ତରରେ ‘ମୋର କିଛି ମନେ ନାହିଁ’’ ବୋଲି ଅନନ୍ୟା କହିଥିଲେ ।

ଜଣେ ବରିଷ୍ଠ ଏନସିବି ଅଧିକାରୀଙ୍କ ଅନୁସାରେ ଅନନ୍ୟା ଓ ଆର୍ୟ୍ୟନଙ୍କ ମଧ୍ୟରେ ହୋଇଥିବା ଏକ ଚାଟରୁ ଜଣା ପଡିଛି ଯେ, ଅନନ୍ୟା ଆଗରୁ ମଧ୍ୟ ଗଞ୍ଜେଇ ସେବନ କରିଥିଲେ । ଚାଟରେ ସେ ପୁଣିଥରେ ଗଞ୍ଜେଇ ଟ୍ରାଏ କରିବାକୁ ଚାହୁଁଥିବା କଥା ଆର୍ୟନଙ୍କୁ କହିଥିଲେ ।

ଅନ୍ୟଏକ ଚାଟରେ ଆର୍ୟନ ଅନନ୍ୟାଙ୍କୁ ଗଞ୍ଜେଇ ଆରେଂଜ୍ ହୋଇ ପାରିବ କି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଅନନ୍ୟା କହିଥିଲେ ଯେ, ମୁଁ ଆରେଂଜ୍ କରିଦେବି । ଏହି ଚାଟକୁ ଯେତେବେଳେ ଏନସିବି ଅନନ୍ୟାଙ୍କୁ ଦେଖାଇ ଥିଲା ସେତେବେଳେ ଅନନ୍ୟା କହିଥିଲେ ଯେ, ମୁଁ ମଜାକ କରୁଥିଲି ।

ଏନସିବି ବାରମ୍ବାର ଅନନ୍ୟାଙ୍କୁ ଡ୍ରଗ୍ସ ବାବଦରେ ପଚାରିବା ପରେ ସେ ଉତ୍ତର ଦେଇଥିଲେ ଯେ, ଆମ ଭିତରେ ସିଗାରେଟକୁ ନେଇ ଚାଟ୍ ହୋଇଥିଲା । ମୁଁ କେବେ ମଧ୍ୟ ଡ୍ରଗ୍ସ ନେଇ ନାହିଁ ।

ଜେରା ପୂର୍ବରୁ କାନ୍ଦିଥିଲେ

ଏନସିବି ଅଫିସକୁ ବାପା ଚଙ୍କିଙ୍କ ସହିତ ଯାଇଥିବା ଅନନ୍ୟା ଜେରା ପୂର୍ବରୁ ନର୍ଭସ ଥିଲେ । ଇଣ୍ଟୋରଗେସନ୍ ରୁମକୁ ଯିବା ପୂର୍ବରୁ ସେ ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିଥିଲେ । ଇଣ୍ଟୋରଗେସନ୍ ରୁମରେ ତାଙ୍କୁ ଜଣେ ଏନସିବି ଅଧିକାରୀ ଏକାକି ଜେରା କରିଥିଲେ ।
ଅନନ୍ୟାଙ୍କୁ କ’ଣ ପଚାରିଥିଲା ଏନସିବି ?
-ଆପଣ ଆର୍ୟନ ଖାନଙ୍କୁ ଜାଣିଛନ୍ତି କି ?
-ଆର୍ୟନ କେବେ ଡ୍ରଗ୍ସ ନେବା ଦେଖିଛନ୍ତି କି ?
-ଆର୍ୟନ ଡ୍ରଗ୍ସ କାହାଠାରୁ ନେଉଥିଲେ ?
-ଆର୍ୟନ ସହିତ ମିଶି କେବେ ଡ୍ରଗ୍ସ ନେଇଛନ୍ତି କି ?
-ଆର୍ୟନ କେବେଠାରୁ ଡ୍ରଗ୍ସ ସେବନ କରୁଛନ୍ତି ?
-ଆର୍ୟନ କେଉଁଭଳି ଡ୍ରଗସ୍ ସେବନ କରନ୍ତି ?
-ଡ୍ରଗ୍ସ ସପ୍ଲାଏର କିଏ ?
-କେବେ କେବେ ଡ୍ରଗ୍ସ ନେଇଥିଲେ ?
-ଡ୍ରଗ୍ସ ସେବନର ତାରିଖ ମନେ ଅଛି କି ?
-ଡ୍ରଗ୍ସ ସେବନ ବେଆଇନ ବୋଲି ଆପଣ ଜାଣିଛନ୍ତି କି ?

Leave a Reply