ବାଂଲାଦେଶ: ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପରେ ଗୁଳିଚାଳନା, ୭ ମୃତ

ଢ଼ାକା: ବାଂଲାଦେଶର ରୋହିଂଗ୍ୟାରେ  ଶୁକ୍ରବାର ଭାରି ମାତ୍ରାରେ ଗୁଳିଚାଳନା ହୋଇଛି । ଯେଉଁଥିରେ ୭ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଗଣମାଧ୍ୟମର ଖବର ଅନୁସାରେ, ଏହି ଆକ୍ରମଣ ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପ୍‌ ସ୍ଥିତ ମଦରସେରେ ହୋଇଛି । ତେବେ କିଏ ଆକ୍ରମଣ କଲା ତାହାର କୌଣସି ପ୍ରକାରର ସୂଚନା ନାହିଁ ।

 ସୂଚନା ଅନୁସାରେ ଘଟଣାସ୍ଥଳରେ ୪ ଜଣ ଜୀବନ ହରାଇଥିଲେ । ଖବର ପାଇ ପୋଲିସ୍‌ ତତକ୍ଷଣାତ୍‌ ପହଞ୍ଚିଥିଲା ଏବଂ ବାକି ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ହୋଇଛି ।  ରିପୋର୍ଟ ଅନୁସାରେ ପୋଲିସ ଜଣକୁ ବନ୍ଧୁକ ଓ ଗୁଳି ସହ ଗିରଫ କରିଛି ।  ଏହା ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ୍‌ ଜାରି ରହିଛି ।

ବାଂଲାଦେଶର କକ୍ସ ବଜାରରେ ଦୁନିଆର ସବୁଠାରୁ ବଡ଼ ରୋହିଂଗ୍ୟା ରିଫ୍ୟୁଜି କ୍ୟାମ୍ପ୍‌ ରହିଛି ।  ଯେଉଁଠାରେ ପ୍ରାୟ ୧୦ ଲକ୍ଷ ରୋହିଂଗ୍ୟା ରହୁଛନ୍ତି ।  ଏମାନେ ୨୦୧୭ରରେ ମିଆଁମାର ଛାଡ଼ି ଚାଲି ଆସିଥିଲେ ।

Leave a Reply