ପେଶା ଶିକ୍ଷକ ନିଶା ପରିବେଶ ସୁରକ୍ଷା:୧୩ ପାହାଡ଼ରେ ସୃଷ୍ଟି କଲେଣି ଜଙ୍ଗଲ

ବ୍ରହ୍ମପୁର: ପେଶା ଶିକ୍ଷକ ହେଲେ ନିଶା ପରିବେଶ ସୁରକ୍ଷା । ବ୍ରହ୍ମପୁର ସହରର ସୁଧୀର ରାଉତ ନିଜସ୍ୱ ଖର୍ଚ୍ଚରେ ୨୦୦୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର, ଚିକିଟି, ପାତ୍ରପୁର, ଦିଗପହଣ୍ଡିର ୧୩ଟି ପାହାଡରେ ସୃଷ୍ଟି କରିଛନ୍ତି ଜଙ୍ଗଲ । ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାନ, ରାସ୍ତାଘାଟରେ ବୃକ୍ଷ ରୋପଣ କରିବା ସହିତ ପରିବେଷ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି । ତାଙ୍କର ଏହି ମହତ୍ତ କାର୍ଯ୍ୟପାଇଁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା ।

ପରିବେଶର ବାର୍ତ୍ତା ବାଣ୍ଟୁଛନ୍ତି ଶିକ୍ଷକ । ନିଜର ନିଶା ଯୋଗୁଁ ସୃଷ୍ଟି କରିଛନ୍ତି ସବୁଜିମା । ଆନ୍ଧ୍ରପ୍ରଦେଶର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ଅଛନ୍ତି ବ୍ରହ୍ମପୁରର ସୁଧିର ରାଉତ । ପରିବାଶ ନେଇ ଶିକ୍ଷା ଦେଉଦେଉ ପରିବେଶ ପ୍ରତି ଆକୃଷ୍ଟ ହେଲେ । ୨୦୦୭ରୁ ଆରମ୍ଭ କଲେ ବୃକ୍ଷରୋପଣ କାର୍ଯ୍ୟ । ବର୍ତ୍ତମାନସୁଦ୍ଧା ୧୩ଟି ପାହାଡରେ ଗଛ ଲଗାଇବା ସହିତ ବଣ ସୃଷ୍ଟି କରିପାରିଛନ୍ତି ସୁଧିର । ଏହାସହ ରାସ୍ତାଘାଟ, ସ୍କୁଲ କଲେଜରେ ବୃକ୍ଷ ରୋପଣ କରିଆସୁଛନ୍ତି ।

ବଞ୍ଜର ପାହାଡରେ ହଜାର ହଜାର ଗଛ ସହିତ ବଣ ସୃଷ୍ଟି କରିପାରିଛନ୍ତି ସୁଧିର । ନିଜସ୍ବ ଆୟରୁ ଟଙ୍କା ଖର୍ଚ୍ଚ କରି ପରିବେଶକୁ ସୁରକ୍ଷା କରିଆସୁଛନ୍ତି । ଜିଲ୍ଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଚାରା ଲଗାଇବା ସହିତ ସବୁଜ ବିପ୍ଳବର ଆହ୍ୱାନ ଦେଇଛନ୍ତି । ଆଗାମୀ ଯୁବପିଢିଙ୍କ ପାଇଁ ପରିବେଶ ବିପଦର ଆହ୍ୱାନ ଦେଇଛି ।

Leave a Reply