ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍: ହ୍ୱାଟସ୍‌ଆପ ନମ୍ୱର ଜାରି କଲା ପୋଲିସ

ଭୁବନେଶ୍ୱର: ଶହୀଦନଗର ଥାନାରେ ମୋବାଇଲ ମେଳା । ଚୋରି ମୋବାଇଲ ଫେରାଇଲା ପୋଲିସ । ଚୋରି ହୋଇଥିବା ୪୦ ଜଣଙ୍କୁ ମୋବାଇଲ ଫେରାଇଛି ପୋଲିସ । ଚୋରି ହୋଇଥିବା ମୋବାଇଲ କେବେ ପାଇବା ନେଇ ଆଶା ରଖି ନଥିଲେ । ଚୋରି ହେବାର ଏକ ବର୍ଷ ପରେ ମୋବାଇଲ ପାଇ ଲୋକ ମାନେ ଖୁସି ଜାହିର କରିବା ସହିତ ପୋଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୋବାଇଲ ଧରିବାରେ ଶହୀଦନଗର ଥାନାର ପିଓପିଡି ଟିମର ଭୂମିକା ରହିଛି । ଭୁବନେଶ୍ବରରେ ବିଭିନ୍ନ ସମୟରେ ଲୋକମାନଙ୍କ ରାସ୍ତାରେ ହେଉ ଅବା ମର୍ଣ୍ଣିଂ ୱାର୍କ କରୁଥିବାବେଳେ ମୋବାଇଲ୍ ଲୁଟେରାମାନେ ସ୍ପିଡ ବାଇକରେ ଆସି ଝାମ୍ପି ନେଇଥିଲେ । ଗତ ସପ୍ତାହରେ ଭୁବନେଶ୍ୱରରେ ୩ ଜଣିଆ ମୁକ ବଧିର ଅଭିନୟ କରୁଥିବା ତାମିଲ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ସେମାନଙ୍କ ଠାରୁ ୪୦ ମୋବାଇଲ ଜବତ କରିଥିଲା ।

ସେପେଟେ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୫ ଶହ ମୋବାଇଲ ଜବତ କରିଛି ପୋଲିସ । ମୋବାଇଲ ପାଇବା ପାଇଁ ପୂର୍ବରୁ ଷ୍ଟ୍ରିଟ କ୍ରାଇମ ପାଇଁ ଜାରି ହୋଇଥିବା ମୋବାଇଲ ହ୍ୱାଟସ୍ଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି ପୋଲିସ । ସମ୍ପୃକ୍ତ ନମ୍ବରରେ ଲୋକମାନେ ମୋବାଇଲ ନମ୍ବର ଓ ଆଇଏମଇ ନମ୍ବର ହ୍ୱାଟସ୍ଆପ୍ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତି ।

Leave a Reply