ବିଜେଡିରେ ମିଶିବେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ : କହିଲେ, ଅପପ୍ରଚାର ଓ ଆତ୍ମପ୍ରଚାରରେ ସୀମିତ ବିଜେପି

ଭୁବନେଶ୍ୱର: ବିଜେପିରେ ରହିଲେ ଭବିଷ୍ୟତ ନାହିଁ କି ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳୁନାହିଁ । କେବଳ ଅପପ୍ରଚାର ଓ ଆତ୍ମପ୍ରଚାରରେ ବିଜେପି ନେତା ମାତିଛନ୍ତି । ବିଶେଷକରି ଦଳରେ ନୂଆ ପୁରୁଣା ଭେଦଭାବ ବହୁ ମାତ୍ରାରେ ଥିବାରୁ ବହୁ ନେତା ଅଣନିଶ୍ୱାସୀ ହୋଇଯାଉଛନ୍ତି । ଯେଉଁ ସ୍ୱପ୍ନ ନେଇ ନେତା ବିଜେପିରେ ମିଶୁଛନ୍ତି, ତାହା କେବେ ପୂରଣ ହୋଇପାରିବ ନାହିଁ । ତେଣୁ ବାଧ୍ୟ ହୋଇ ନିଜର ଭବିଷ୍ୟତ ପାଇଁ ବିଜେପି ଛାଡିଲେ ବୋଲି ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ କହିଛନ୍ତି ।

ସରକାରରେ ଥିବା ଦଳରେ କାମ କରିବା ପାଇଁ ଅଧି୍କ ସୁଯୋଗ ରହିଛି । ତେଣୁ ଖୁବଶୀଘ୍ର ବରୀବାସୀଙ୍କ ମତାମତ ନେଇ ଶାସକ ଦଳରେ ସାମିଲ ହେବା ପାଇଁ ସଙ୍କେତ ଦେଇଛନ୍ତି ବିଶ୍ୱ ରଞ୍ଜନ ମଲ୍ଲିକ । ଏହାସହ ସେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ଦଖଲ ବିଜେପି କରିପାରିବ ନାହିଁ । ତୃଣମୂଳ ସ୍ତରରୁ ସାଂଗଠନିକ ସ୍ଥିତିକୁ ଦଳ ମଜବୁତ କରିବା ପରିବର୍ତ୍ତେ ସୋସିଆଲ ମିଡିଆ ଓ ଅପପ୍ରଚାରରେ ମାତିଛି ବୋଲି ବିଶ୍ୱ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବିଶ୍ୱରଞ୍ଜନ ମଲ୍ଲିକ ଓ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ମୁହାଁମୁହିଁ ହୋଇଛନ୍ତି ।

Leave a Reply