spot_img
Home Blog Page 5188

ଉପ ନିର୍ବାଚନ ପୂର୍ବରୁ ପିପିଲିରେ ବଢ଼ୁଛି ବିଜେଡିର ବଳ

ପିପିଲି: ପିପିଲିରେ ବଢୁଛି ବିଜେଡିର ବଳ । ଉପନିର୍ବାଚନ ଭୋଟ୍ ଗ୍ରହଣ ନିକତର ହେବା ସହ ବିଜେଡିର ଦଳୀୟ ସଙ୍ଗଠନ ମଜଭୁତ ହେଉଛି । ଆଜି ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ୍ ହୋଇଛନ୍ତି ପ୍ରାୟ ୪୦ ଜଣ ଯୁବକ । ପିପିଲି ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲେ । ମିଶ୍ରଣ ପର୍ବରେ ଅନ୍ୟ ଦଳ ଛାଡ଼ି ୪୦ ଯୁବକ ବିଜେଡିରେ ମିଶଛନ୍ତି ।

BJD Increasing Strength Before By Poll In Pipili

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ଯୁବକ ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ରୁଦ୍ର । ଏହା ଆଗାମୀ ନିର୍ବାଚନରେ ବଡ଼ ପ୍ରଭାବ ପକାଇବ ବୋଲି ରୁଦ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ସରପଞ୍ଚ ସଂଘ ସଭାପତି ପ୍ରକାଶ ଧଳ ଓ ଯୁବ ନେତା ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ‘ସିକ୍ରେଟ୍ ଅଫ୍ ଶିମିଳପାଳ’ ପୁସ୍ତକ ଦେଲେ ଲୋକାୟୁକ୍ତ ସଦସ୍ୟ ଡ. ସ୍ୱାଇଁ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଲୋକାୟୁକ୍ତ ସଦସ୍ୟ ଡକ୍ଟର ଦେବବ୍ରତ ସ୍ୱାଇଁ । ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଲିଖିତ ପୁସ୍ତକ ‘ସିକ୍ରେଟ୍ ଅଫ୍ ଶିମିଳିପାଳ’ (ଶିମିଳିପାଳର ରହସ୍ୟ)ର ଏକ କପି ପ୍ରଦାନ କରିଛନ୍ତି । ଯେଉଁଥିରେ ହାତୀ ଓ କଳା ବାଘଙ୍କ ପାଇଁ ଶିମିଳିପାଳ କିଭଳି ଉପଯୋଗୀ ତାହା ବର୍ଣ୍ଣିତ ହୋଇଛି ।

‘ସିକ୍ରେଟ୍ ଅଫ୍ ଶିମିଳିପାଳ’ ପୁସ୍ତକଟି ଅସ୍ତ୍ରଲ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍, ନୂଆଦିଲ୍ଲୀ ଓ ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ, ଓଡ଼ିଶା ଦ୍ୱାରା ମିଳିତ ଭାବେ ପ୍ରକାଶ ପାଇଛି । ଏହି ବହିର ମୁଖବନ୍ଧ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିମିଳିପାଳ ଓ ତାର ଜୈବବିବିଧତାକୁ ଲୋକ ଲୋଚନକୁ ଆଣିବାରେ ଲେଖକ କରିଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ବହିରେ ଫୁଲ ଓ ପଶୁ ବିବିଧତାକୁ ନେଇ ଆକର୍ଷଣୀୟ ତଥ୍ୟ ରହିଛି । ଏହି ବହିଟି ଫରେଷ୍ଟ ମ୍ୟାନେଜର, ରିସର୍ଚ୍ଚର, ସ୍କଲାର ଓ ପ୍ରକୃତି ପ୍ରେମୀଙ୍କ ଲାଗି ବେଶ୍ ଉପଦେୟ ସାବ୍ୟସ୍ତ ହେବ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନାବାର୍ଡ ଅଧ୍ୟକ୍ଷ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ସହ ଗ୍ରାମୀଣ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ପାଇଁ ନାବାର୍ଡ ଆରଆଇଡିଏଫ୍ ଓ ଏଲଟିଏଫ୍ ଜରିଆରେ ସ୍ୱଳ୍ପ ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିସହ ନୂଆ କରି ଆରମ୍ଭ ହୋଇଥିବା ଆରଆଇଏଏସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ରାସ୍ତା, ପୋଲ ଓ ଇନ୍-ଷ୍ଟ୍ରିମ୍ ଷ୍ଟରେଜ ଷ୍ଟ୍ରକ୍ଚର ଭଳି ପ୍ରକଳ୍ପ ପାଇଁ ପାଣ୍ଠି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

 NABARD Chairman Meets CM Naveen Patnaik

ନାବାର୍ଡ ଆରଆଇଡିଏଫ୍ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି ସୁଦୃଢ଼ ଓ ଜୀବନଜୀବିକା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଚିନ୍ତଲା ପ୍ରଶଂସା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ଏବଂ ନାବାର୍ଡର ଅଧିକାରୀ ଉପସ୍ଥିତ ଥିଲେ । ପରେ ନାବାର୍ଡ ଅଧ୍ୟକ୍ଷ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ରୂପାଣୀଙ୍କ ପରେ ଖଟ୍ଟରଙ୍କ ପାଳି ?

ନୂଆଦିଲ୍ଲୀ: ଦିଲ୍ଲୀରେ ଖଟ୍ଟର, ହରିୟାଣାରେ ହଲଚଲ୍ । ଗୁଜରାଟ ପରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବ କି ବିଜେପି ? ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନୋହର ଲାଲ୍ ଖଟ୍ଟର ଭେଟିବା ପରେ ଏମିତି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖଟ୍ଟର ପ୍ରାୟ ଏକ ଘଣ୍ଟା ଧରି ଗୁରୁବାର ଆଲୋଚନା କରିଛନ୍ତି । ତେବେ, ହରିୟାଣାରେ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ କୌଣସି ଆଲୋଚନା ହୋଇନଥିବା ଗଣମାଧ୍ୟମକୁ କହିଛନ୍ତି ଖଟ୍ଟର ।

ବିଶେଷଜ୍ଞଙ୍କ ଅନୁସାରେ, ବରୋଦା ଉପନିର୍ବାଚନ ଏବଂ ସୋନିପତ ଓ ଅମ୍ବାଲା ପୌରନିର୍ବାଚନରେ ବିଜେପିର ପରାଜୟ । କୃଷକ ଆନ୍ଦୋଳନକୁ ନେଇ ହରିୟାଣା ବିଜେପି ବ୍ୟାକଫୁଟରେ ରହିଛି । ଏହାବାଦ୍ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ଗୃହମନ୍ତ୍ରୀ ଅନୀଲ ବିଜଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିଲ୍ଲୀ ପହଞ୍ଚିଛି ।

ଏଥିସହ ପଢ଼ନ୍ତୁ: ୩ ରାଜ୍ୟ, ୬ ମାସ; ଇସ୍ତଫା ଦେଲେଣି ବିଜେପିର ୪ ମୁଖ୍ୟମନ୍ତ୍ରୀ

ତେବେ ଏନେଇ ଦଳର ବରିଷ୍ଠ ନେତା ମୁହଁ ଖୋଲୁ ନାହାଁନ୍ତି । ଏଥରକ ଜୋର୍ ଚର୍ଚ୍ଚା ହେଉଛି ବଦଳିପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଏଥିସହ ହରିୟାଣା ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇପାରେ । ପୂର୍ବରୁ ବିଜେପି ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ପରିବର୍ତ୍ତନ କରିଛି । ୬ ମାସ ମଧ୍ୟରେ ୩ ବିଜେପି ଶାସିତ ରାଜ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ଉତ୍ତରାଖଣ୍ଡରୁ ଆରମ୍ଭ ହୋଇଥିବା ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଅଭିଯାନ ଗୁଜରାଟରେ ସରିଥିବା ବେଳେ ଏବେ ହରିୟାଣା ପାଳି ଆସିବା ନେଇ ଚର୍ଚ୍ଚା ହେଉଛି ।

ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ଯୋଗେ କାଶୀପୁରସ୍ଥିତ ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଆଦିତ୍ୟ ବିର୍ଲା ଗ୍ରୁପ୍ ୧୫୦୦ କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ ୦.୫ ମିଲିଅନ୍ ଟନରୁ ୨ ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପରେ ୧୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି ।

କରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମେଟାଲ୍, ମାଇନିଂ. ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।

ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମଏସଏମଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓ ହିଣ୍ଡାଲକୋ ଏମଡି ସତୀଶ ପାଇ ଯୋଗ ଦେଇଥିଲେ ।

ବିଧାୟକଙ୍କ ମହାନତା, ବନ୍ୟାଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

ବାଲେଶ୍ୱର: ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିଛି । ବିଭିନ୍ନ ନଦୀର ଜଳସ୍ତର ବି ବଢ଼ୁଛି । ଆଜି ୨୫ ନମ୍ବର ଜୋନରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା । ସେତିକି ବେଳେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଲଣ୍ଡା ସାରଗାଁ ପଞ୍ଚାୟତ ମଣ୍ଡାଧାର ଗାଁର ଜଣେ  ଗର୍ଭବତୀ ବନ୍ୟା ପାଣି ଘେରରେ ଥିବା ଖବର ଆସିଥିଲା ।

Balasore MLA Rescued Pregnant Women From Flood Water

ତତକ୍ଷଣାତ୍ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ବଇଞ୍ଚା ପଞ୍ଚାୟତର ଗୁଜୁରୀବଜାରଠୁ ଏକ ବୋଟ ମାଧ୍ୟମରେ ପାଖାପାଖି ୫ କିଲୋମିଟର ବନ୍ୟା ପାଣି ସ୍ରୋତରେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ବୋଟରୁ ନିଜେ ଷ୍ଟ୍ରେଚର ଧରି ମହିଳାଙ୍କୁ ଆଣିଥିଲେ ବିଧାୟକ । ଏଥିସହ ନିଜେ ଗାଡ଼ି ଚଳାଇ ଗର୍ଭବତୀଙ୍କୁ ହସ୍ପିଟାଲ ନେଇ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ବିଧାୟକଙ୍କ ଏହି କାମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଶୁଆ ସାକ୍ଷୀରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ହେବେ ଦଣ୍ଡିତ !

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ସାକ୍ଷୀ ଦେବ ଶୁଆ। କେବଳ ଏତିକି ନୁହେଁ ଶୁଆର ସାକ୍ଷୀରେ ଜଣେ ଅଭିଯୁକ୍ତ ଦଣ୍ଡ ମଧ୍ୟ ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆର୍ଜେଣ୍ଚିନା କୋର୍ଟରେ ୨ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏକ ଶୁଆର ସାକ୍ଷୀରେ ଦଣ୍ଡିତ କରାଯାଇଛି ।

ସୂଚନା ମୁତାବକ ଅଭିଯୁକ୍ତ ଜଣେ ୪୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛନ୍ତି। ମହିଳାଙ୍କ ଶବ ତାଙ୍କ ଭଡ଼ାଘରୁ ମିଳିଛି, ଯେଉଁଠି ଅନ୍ୟ ୨ ଜଣ ସଦସ୍ୟ ମଧ୍ୟ ରୁହନ୍ତି। ତେବେ ଏମାନଙ୍କ ବୟାନ ନେବା ପରେ ଘରେ ଥିବା ଏକ ଶୁଆଠୁ ଅଭିଯୁକ୍ତ ବିରୁଦ୍ଧରେ ପ୍ରମୁଖ ସୁରାଗ ମିଳିଥିବା ପୋଲିସ କୋର୍ଟକୁ କହିଛି।

ଶୁଆଟି କୋର୍ଟରେ ସାକ୍ଷୀ ଦେବାବେଳେ ସ୍ଥାନୀୟ ଭାଷାରେ କହିଥିଲା, ‘ନା….ଦୟାକର…ମୋତେ ଯିବାକୁ ଦିଅ।’ ପୋଲିସ ମୁତାବକ ଘଟଣା ସମୟରେ ଶୁଆଟି ଘଟଣାସ୍ଥଳରେ ଥିଲା ଓ ଏହାକୁ ପୀଡ଼ିତା ହିଁ ପାଳୁଥିଲେ।  ପୋଲିସର କହିବା କଥା ଯେ, ତାଙ୍କ ମାଲିକାଣୀର ଶେଷ ଶବ୍ଦ ଶୁଣିବା ପରେ ଶୁଆଟିକୁ ସକ୍ତ ଧକ୍କା ଲାଗିଛି। ଆଉ ବାରମ୍ବାର ସେହି ଶବ୍ଦ ଗୁଡ଼ିକୁ କହୁଛି। ଜଣାଇଦେବାକୁ ଚାହୁଁ ଯେ ଘଟଣାଟି ୨୦୧୮ ଡିସେମ୍ବରରେ ଘଟିଥିଲା। ବର୍ତ୍ତମାନ ଏହାର ୨ ଜଣ ଅଭିଯୁକ୍ତଙ୍କୁ ଶୁଆର ସାକ୍ଷୀ ଆଧାରରେ ଓ ଅନ୍ୟ କିଛି ପ୍ରମାଣ ଆଧାରରେ ଦଣ୍ଡିତ କରାଯିବ।

ଟି-ଟ୍ୱେଣ୍ଟି ଫର୍ମାଟ ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି

ମୁମ୍ବାଇ: ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ପୂର୍ବରୁ ବିରାଟ କୋହଲି ବଡ଼ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନ ଘୋଷଣା କରିଛନ୍ତି ଯେ, ସେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିବେ । ସୋସିଆଲ ମିଡିଆରେ ଟ୍ୱିଟ୍ କରି ବିରାଟ ଏସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ବ୍ୟାଟ୍ସ ମ୍ୟାନ୍ ଭାବେ ଏହି ଫର୍ମାଟକୁ ଖେଳିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେବେ ବିରାଟ ଅଧିନାୟକତ୍ୱ ଛାଡିବା ପରେ କିଏ ତାଙ୍କ ସ୍ଥାନ ନେବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । କ୍ୟାପଟେନ୍ ପଦ ଦୌଡରେ ରୋହିତ ଶର୍ମାଙ୍କ ନାମ ଆଗରେ ରହିଛି ।

ବିରାଟ କୋହିଲି ନିଜ ନିଷ୍ପତ୍ତି ବାବଦରେ ସୂଚନା ଦେଇ ଲେଖିଛନ୍ତି ଯେ, ମୁଁ ନିଜ ପାଖ ଲୋକଙ୍କ ସହିତ ପରାମର୍ଶ ପରେ ଏହି ନିଷ୍ପତ୍ତି ନେଇଛି । ରୋହିତ ଶର୍ମା ଓ ରବି ଶାସ୍ତ୍ରୀଙ୍କ ସହିତ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ମୁଁ ନେଇଛି । ଟି-୨୦ ବିଶ୍ୱକପ ପରେ ମୁଁ ଟି ଟ୍ୱେଣ୍ଟି ଫର୍ମାଟର ଅଧିନାୟକତ୍ୱ ଛାଡି ଦେବି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ ସମେତ ସମସ୍ତ ସିଲେକ୍ଟରଙ୍କ ସହିତ ଏ ବାବଦରେ ଆଲୋଚନା କରିଥିଲି । ମୁଁ ଭାରତୀୟ ଟିମର ସେବା କରିବା ଜାରି ରଖିବି ।

ବନ୍ୟାଞ୍ଚଳରେ ବଡ଼ଚଣା ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା

ଚଣ୍ଡିଖୋଲ: ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଁ ଗଣ୍ଡାରେ ପାଣି ପଶିଛି । ଧର୍ମଶାଳା ବ୍ଲକର ପଟୁଣିଆ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବିଭିନ୍ନ ଗାଁରେ ରାସ୍ତା ଓ ଘରେ ପାଣି ପଶିଛି । ଲୋକେ ଜଳ ବନ୍ଦୀରେ ରହିଛନ୍ତି । ଏକର ଏକର ଚାଷ ଜମିରେ ପାଣି ଜମି ରହିଛି । ଧାନ ଓ ପନିପରିବା ଫସଲ ଉଜୁଡି ଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

Badachana MLA In Flood Affected Area

ବଡ଼ଚଣା ବ୍ଲକର ୨୦ଟି ପଞ୍ଚାୟତ ଏବେବି ପାଣି ଘେରରେ ରହିଛି । ପତରାଜପୁର, ଚାରିନଙ୍ଗଳ, ଗୋପାଳପୁର, ମଝିପଡ଼ା, ଅଚ୍ୟୁତବସନ୍ତ ଭଳି ବହୁ ପଞ୍ଚାୟତର ଗାଁରେ ପାଣି ପଶିଛି । ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ଗମନାଗମନ ଠପ ହୋଇ ପଡ଼ିଛି । ବର୍ଷା ପରେ ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି । ବଡ଼ଚଣା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବିଧାୟକ ଅମର ପ୍ରସାଦ ଶତପଥି । ବିଧାୟକଙ୍କ ସହ ଦର୍ପଣ ତହସିଲଦାର, ବିଡିଓ, ଡ୍ରେନେଜ ବିଭାଗୀୟ ଅଧିକାରୀ ବନ୍ୟାଞ୍ଚଳ ବୁଲି ଲୋକଙ୍କୁ ଭେଟି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଜନ୍ନତରେ ମିଳିବେ ବଲିଉଡ୍ ହିରୋଇନ୍, ଏମିତି କହିଲା ପାକିସ୍ତାନୀ ତାଲିବାନ

ଇସଲାମାବାଦ: ମାଦ୍ରାସାରେ ପାଠପଢ଼ୁଥିବା ଯୁବକମାନଙ୍କୁ ତହରୀକ-ଏ-ତାଲିବାନ ପାକିସ୍ତାନ (TTP) କହିଛି ଯେ, ଯେତେବେଳେ ତମେ ମାନେ ଫିଦାୟୀନ ହମଲା ( Suicide Attack) ରେ ଶହିଦ ହେବ, ସେତେବେଳେ ତୁମକୁ ଜନ୍ନତରେ କେବଳ ମଦର ନଦୀ ନୁହେଁ ବରଂ ବଲିଉଡର ହିରୋଇନ ମାନେ ସେଠାରେ ସ୍ୱାଗତ କରିବେ ।

ଫିଦାୟୀନ ଆକ୍ରମଣକାରୀ ଖୋଲିଲେ ଏହି ରହସ୍ୟ

ଫିଦାୟୀନ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଉଥିବା ତହରୀକ- ଏ- ତାଲିବାନ ପାକିସ୍ତାନର ଆତଙ୍କବାଦୀଙ୍କୁ, ପାକିସ୍ତାନ ସେନା ପଚରାଉଚରାବେଳେ ଏହା ଜାଣିବାକୁ ମିଳିଲା ଯେ, ସେମାନେ ଜନ୍ନତରେ ବଲିଉଡ ହିରୋଇନ ମାନଙ୍କୁ ଭେଟିବା ପାଇଁ ଚାହୁଛନ୍ତି । ଟିଟିପି ଏହି ଆତଙ୍କବାଦୀମାନଙ୍କ ବ୍ରେନୱାସ କରିଥିବା ସେନା ଜାଣିବାକୁ ପାଇଥିଲା ।

ବଲିଉଡ ହିରୋଇନମାନେ ଜନ୍ନତରେ ଅପେକ୍ଷା କରିଛନ୍ତି- ଟିଟିପି

ସେନା ଅଧିକାରୀମାନେ କହିଛନ୍ତି ଯେ, ଫିଦାୟୀନ ଆତଙ୍କବାଦୀଙ୍କ ରୁମ୍ କାନ୍ଥରେ ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କ ସମେତ ଅନ୍ୟ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଲାଗିଥିବା ଦେଖିଛନ୍ତି । ଯୁବ ଆତ୍ମଘାତୀ ବିସ୍ଫୋରଣକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ବଲିଉଡ ଅଭିନେତ୍ରୀମାନେ ସେମାନଙ୍କୁ ସ୍ୱର୍ଗରେ ଅପେକ୍ଷା କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଟିଟିପିକୁ ନେଇ ଭୟରେ ପାକିସ୍ତାନୀ ସେନା

ଉଲ୍ଲେଖନୀୟ କଥା ହେଉଛି, ଆଫଗାନିସ୍ତାନରେ ତାଲିବାନର ଖୁସି ମଧ୍ୟରେ ପାକିସ୍ତାନୀ ସେନା ଅଧିକାରୀମାନେ ଖୁବ ଚିନ୍ତିତ ଅଛନ୍ତି । ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀମାନେ ଏପର୍ଯ୍ୟନ୍ତ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଅନେକ ଥର ଆକ୍ରମଣ କରିଛନ୍ତି । ଯେଉଁଥିରେ ୩୦ ରୁ ଅଧିକ ପାକିସ୍ତାନୀ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି ।

ପାକିସ୍ତାନୀ ସେନାର ଚିନ୍ତା ହେଉଛି ଯେ ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିବା ପରେ ତହରିକ-ଏ-ତାଲିବାନ ପାକିସ୍ଥାନ (ଟିଟିପି) ପାକିସ୍ତାନରେ ଶକ୍ତିଶାଳୀ ହୋଇପାରେ । ଏହା ହୁଏତ CPEC ପ୍ରକଳ୍ପ ଏବଂ ପାକିସ୍ତାନରେ ଥିବା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ଆଶଙ୍କା ବଢ଼ାଇପାରେ ।