ଆମେରିକା ଉପରେ ଆକ୍ରମଣର ଯୋଜନା କରୁଛି ଆଇଏସ୍ଆଇଏସ୍-କେ

1 min read

ନୂଆଦିଲ୍ଲୀ: ଆମେରିକା ଉପରେ ଆକ୍ରମଣ ଲାଗି ବଡ଼ ଯୋଜନା । ଆଫଗାନିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS-K ଆକ୍ରମଣ ଯୋଜନା କରିଛି । ଆସନ୍ତା ୬ ମାସ ମଧ୍ୟରେ ଏକ ବଡ଼ ଧରଣର ହମଲା ହୋଇପାରେ ବୋଲି ଆମେରୀକିୟ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି । ପେଣ୍ଟାଗନର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଆକ୍ରମଣ ସୂଚନା ପାଇବା ନେଇ ଆମେରିକା ସଜାଗ ରହିଛି । ପ୍ରତିରକ୍ଷା ନୀତି ବିଭାଗ ଯୁଗ୍ମସଚିବ କଲିନ କହଲ କହିଛନ୍ତି, ଆମେରିକାର ଜାତୀୟ ନିରାପତ୍ତା ଲାଗି ଆଇଏସ ବଡ ବିପଦ ଭାବେ ଉଭା ହୋଇଛି ଏବଂ ଆକ୍ରମଣ ଲାଗି ଯୋଜନା କରିଛି । ସେ କହିଛନ୍ତି, ଆଫଗାନିସ୍ତାନରେ କ୍ରମଶଃ ଆଇଏସଆଇଏସ-କେ ଶକ୍ତିଶାଳୀ ହେବାରେ ଲାଗିଛି ।

ଏହା ଉପରେ ତାଲିବାନ ନିଜ ନିୟନ୍ତ୍ରଣ ହରାଇଛି । ବିଶେଷ କରି ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଏସବୁ ସଙ୍ଗଠନ ସକ୍ରିୟ ହୋଇଛନ୍ତି । ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀ ବ୍ୟବହାର ନ କରନ୍ତୁ ବୋଲି ଆମେରିକା ଚାହୁଁଥିବା ବେଳେ ଏହା ସମ୍ଭବ ହୋଇନାହିଁ । ଆଫଗାନିସ୍ତାନରେ ଅଲ କାଇଦା ଓ ISIS ସଙ୍ଗଠନ ନିଜର କାୟା ବିସ୍ତାର କରୁଥିବା ସତ୍ତ୍ବେ ସେମାନଙ୍କ ଗତିବିଧି ଉପରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେବ ତଦନ୍ତ: ସମୀର ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଛାନ୍‌ଭିନ୍ କରିବ ଭିଜିଲାନ୍ସ

Leave a Reply