ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା

ଆଠଗଡ଼: ମାଛ ଜାଲରେ ଫସିଲା ସାପ । ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ଆଠଗଡ ଅନ୍ତର୍ଗତ ବେତଖୋଲି ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେରେ ଘେରା ଯାଇଥିବା ମାଛ ଜାଲରେ ଏକ ୫ ଫୁଟ ଲମ୍ବର ବଡ଼ ନାଗ ସାପ ଫସି ଯାଇଥିଲା ।  ଏହା ଦେଖିବା ପରେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଆଠଗଡ଼ରେ କାମ କରୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅସିତ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ଯତ୍ନ ସହିତ ଜାଲକୁ କାଟି ନାଗଟିକୁ ଉଦ୍ଧାର କରିଥିଲେ ।

ଏଇ କାମରେ ଅସିତଙ୍କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅମିତ ସାହୁ ଓ ଲଳିତ ମୋହନ ପଣ୍ଡା ସହଯୋଗ କରିଥିଲେ । ଜଣେ ଜଣେ ପାଳି କରି ନାଗ ସାପର ମୁଣ୍ଡକୁ ଧରି ଅନ୍ୟ ଜଣେ ସାପ ଦେହରେ ଫସିଥିବା ଜାଲର ସୁତାକୁ ଏକ ଛୁରୀ ଦ୍ୱାରା କାଟି ସାପକୁ ମୁକ୍ତ କରାଯାଇଥିଲା । ଏହି ବିପଦପୂର୍ଣ୍ଣ କାମ କରିବା ପାଇଁ ଆସିତଙ୍କୁ ଅଧଘଣ୍ଟା ସମୟ ଲାଗିଥିଲା । ପରେ ସାପ ଟି ନିକଟସ୍ଥ ଜଙ୍ଗଲ ରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି

Leave a Reply