କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗାଁରେ ଥିବା ଯୁବୋଧ୍ୟୟ ଘରୋଇ ବିଜ୍ଞାନ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଛାତ୍ରୀଙ୍କ ନାଁ ଆଶା ମେହେର । ନିଜ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ଆଶାଙ୍କୁ ଦେଖି ସହପାଠୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋଲିସ ମୃତଦେହ ଉଦ୍ଧାର କରିଛି ।

ତେବେ ଆତ୍ମହତ୍ୟା କଥାକୁ ମାନିବାକୁ ନାରାଜ୍ ପରିବାର ଲୋକେ । ଏପରିକି ମୃତଦେହ ଉଦ୍ଧାର ବେଳେ ହଷ୍ଟେଲ ରୁମର କବାଟ କେମିତି ଖୋଲା ଥିଲା ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ସେପଟେ ଅନେକ ସମୟ ଧରି ପୋଲିସ୍ ଓ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମୃତଦେହ ପାଖକୁ ଛାଡ଼ି ନଥିଲେ । ଯାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଲାଇସେନ୍ସ ନାହିଁ, ତଥାପି ଡ୍ୟାନ୍ସ ବାରରେ ରଙ୍ଗୀନ ହେଉଛି ରାତି

Leave a Reply