spot_img
Home Blog Page 5177

୬୧ ବର୍ଷିୟ ବୟଫ୍ରେଣ୍ଡକୁ ପରିବାର ସହ ଦେଖା କରାଇଲେ ୧୯ ବର୍ଷିୟା ଯୁବତୀ, ରାଗରେ ପୋଲିସ ଡାକିଲେ ମାଆବାପା

ନ୍ୟୁୟର୍କ: ୬୧ ବର୍ଷିୟ ବରକୁ ୧୯ ବର୍ଷିୟା କନିଆ । କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରେ ଜଣେ ୧୯ ବର୍ଷର ଯୁବତୀ ଜଣେ ୬୧ ବର୍ଷର ବୃଦ୍ଧାଙ୍କ ସହ ବିବାହ କରିଛନ୍ତି । ବିବାହ ପରେ ସେ ତାଙ୍କ ପ୍ରେମ କାହାଣୀ ସେୟାର କରିଛନ୍ତି । ବିବାହ ପରେ ସେ କହିଛନ୍ତି ଯେ, ଯେତେବେଳେ ପ୍ରଥମ ଥର ପାଇଁ ସେ ତାଙ୍କ ୬୧ ବର୍ଷିୟ ବୟଫ୍ରେଣ୍ଡକୁ ନିଜ ପରିବାର ସହ ସାକ୍ଷାତ କରିବା ପାଇଁ ଘରକୁ ଡାକିଥିଲେ, ସେଦିନ ଯୁବତୀଙ୍କ ବାପା ମାଆ ରାଗରେ ପୋଲିସକୁ ଡାକିଥିଲେ । କିନ୍ତୁ ୧୯ ବର୍ଷିୟା ଯୁବତୀ ଜଣଙ୍କ ବୃଦ୍ଧାଙ୍କୁ ଭଲପାଇବା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କର ପୂର୍ବ ପତ୍ନୀଙ୍କ ଠାରୁ ଦୁଇଟି ସନ୍ତାନ ଅଛି ।

ଯୁବତୀଙ୍କ କହିବା ହେଉଛି ଯେ, ତାଙ୍କ ପିତାମାତା ପ୍ରଥମ ଥର ପୋଲିସକୁ ଡାକିଥିଲେ କିନ୍ତୁ ବର୍ତ୍ତମାନ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା  ପରେ ସେମାନେ ତାଙ୍କୁ ପରିବାରରେ ସ୍ୱାଗତ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧ ଏବଂ ଉକ୍ତ ଯୁବତୀଙ୍କ ବୟସ ମଧ୍ୟରେ ୪୨ ବର୍ଷର ପାର୍ଥକ୍ୟ ରହିଛି ।

୧୯ ବର୍ଷିୟୀ ସାମରିକ ପୋଲିସ୍ ଅଧିକାରୀ ଅଡ୍ରି ଚେଏନ୍- ସ୍ମାଇଲୀ ମୁନ୍ ପ୍ରଥମେ ୬୧ ବର୍ଷିୟ ସ୍ୱାମୀ କେଭିନଙ୍କୁ ଏକ ଡେଟିଂ ସାଇଟରେ ୨୦୨୦ ମସିହାରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ୪୨ ବର୍ଷ ବୟସ ପାର୍ଥକ୍ୟ ସତ୍ତ୍ୱେ ସେ ପ୍ରଥମେ ତାଙ୍କ ବାୟୋ ପ୍ରତି ଆକର୍ଷିତ ହୋଇଥିଲେ ଯେଉଁଥିରେ ଲେଖାହୋଇଥିଲା ​​, ଯେ ସେ ଜଣେ ଅନୁଭବୀ ମିଲିଟାରୀ ପୋଲିସ୍ ଅଧିକାରୀ ଅଟନ୍ତି ।

ଅନଲାଇନରେ ଚାଟିଂ କରିବାର କିଛି ମାସ ମଧ୍ୟରେ ସ୍ମାଇଲୀ ମୁନ୍ ବ୍ୟକ୍ତିଗତ ଭାବରେ ପରସ୍ପରକୁ ଭେଟିଥିଲେ ଏବଂ ପରସ୍ପରକୁ ” I Love You” କହିଥଲେ । ଅଡ୍ରେ ଗଣମାଧ୍ୟମକୁ କହିଛନ୍ତି ଯେ, “ମୁଁ ତାଙ୍କୁ ଦେଖି ଉତ୍ସାହିତ ହେବା ସହ ଡରିଯାଇଥିଲି ।

ଏହା ପରେ କିଛି ଦିନର ଡେଟିଂ ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି କରିଥିଲେ । ସୂଚନା ଅନୁଯାୟୀ ଆଡ୍ରେଙ୍କ ସହ ଦେଖାହେବା ପୂର୍ବରୁ କେବିନଙ୍କ ବିବାହକୁ ୧୯ ବର୍ଷ ବିତିଯାଇଥିଲା ଏବଂ ତାଙ୍କର ୧୬ ଏବଂ ୨୩ ବର୍ଷର ଦୁଇ ସନ୍ତାନ ମଧ୍ୟା ଅଛନ୍ତି  ।

ଲଗାଣ ବର୍ଷାରେ ଧସିଲା ରାସ୍ତାର ଗୋଟିଏ ପାର୍ଶ୍ୱ

ଚଣ୍ଡିଖୋଲ: ଲଗାଣ ବର୍ଷାରେ ରାସ୍ତା ଧସିଲା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଠାରେ ରାସ୍ତା ଧସିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପାଣି ରାସ୍ତାକଡ଼ ଜମିରେ ଜମି ରହିଥିଲା । ବର୍ଷା ଜଳ କଲର୍ଭଟ ମାଧ୍ୟମରେ ନିଷ୍କାସନ ହେଉଥିବା ବେଳେ ରାସ୍ତା ଗୋଟିଏ ପାର୍ଶ୍ୱ ଧସିଛି ।

One Side Of Road Collapsed During Heavy Rain Chandikhol

୫୩ ନମ୍ବର ଜାତୀୟ ରାଜପଥରୁ କଣ୍ଟିଗଡ଼ିଆ ଗ୍ରାମକୁ ଯାଇଥିବା ରାସ୍ତା ଧସିଛି । ଏହି ରାସ୍ତା ଉପରେ ୪ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱ ଧସି ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଗମନାଗମନ ସମସ୍ୟା ସୃଷ୍ଟି ହୋଇଛି ।

ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ, ସତର୍କ ରହିବା ଲାଗି ଓଡ଼ିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ

0

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଅଧିକରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ବରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲାର୍ଭା ମାରିପାରୁଥିବା କୀଟନାଶକ ଓ ପର୍ଯ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ଲାଗି ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ଏହା ସହ ଲୋକମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ପ୍ରମୁଖ ଶାସନ ସଚିବ, ପୌରନିଗମ, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ପରାମର୍ଶ ଦେଇଛନ୍ତି ।

ଟ୍ରେନ୍ ସ୍ପାର୍କିଂରୁ IOCLର ତେଲ ଡିପୋରେ ନିଆଁ

ପାରାଦୀପ: ବାଉରିଆପାଳନ୍ଦା ଆଇଓସିଏଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ ସ୍ପାର୍କିଂରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଡିପୋ ଭିତରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ ଷ୍ଟାର୍ଟ ସମୟରେ ସ୍ପାର୍କିଂ ହୋଇଥିଲା। ଫଳରେ ନିକଟରେ ଯାଇଥିବା ପେଟ୍ରୋଲ ପଏଣ୍ଟରେ ନିଆଁ ଲାଗି ଯାଇଥିଲା ।

Fire Broke Outs In Paradeep IOCL Depot

ସଙ୍ଗେ ସଙ୍ଗେ ପାରାଦୀପ ଆଇଓସିଏଲର ଅଗ୍ନିଶମ ବିଭାଗ, ଓଡ଼ିଶା ଅଗ୍ନିଶମ ବିଭାଗ ଓ ଟର୍ମିନାଲର ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପାଇପଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ସଠିକ୍ ତଥ୍ୟ ମିଳିପାରିନାହିଁ ।

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଚାଲିଛି ମାରାଥନ୍ ଜେରା

କଟକ: ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର । ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରୁ ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ ହୋଇଛି । ଗିରଫ ୫ ଅଭିଯୁକ୍ତଙ୍କ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଟିମ୍ ଜଣ ଜଣ କରି ଜେରା କରୁଛି । ଗତକାଲି ୭ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଆଣି କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ରଖାଯାଇଛି ।

Crime Branch Interrogates Accused Of DRDO Espionage Case

କଟକର କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦେଶଦ୍ରୋହ ଅଭିଯୁକ୍ତଙ୍କଠାରୁ ସିକ୍ରେଟ୍ ଉଗାରୁଛି କ୍ରାଇମବ୍ରାଞ୍ଚ । କେବେଠାରୁ ତଥ୍ୟ ଯୋଗାଉଥିଲେ ଅଭିଯୁକ୍ତ ? କାହାକୁ ତଥ୍ୟ ଯୋଗାଉଥିଲେ ? କେଉଁ ପ୍ରକାର ତଥ୍ୟ ବାହାରକୁ ଲିକ୍ ହୋଇଛି ? ତଥ୍ୟ ବଦଳରେ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ? କିଏ ଟଙ୍କା ପଠାଇଛି ? ହନିଟ୍ରାପର ଶିକାର ହୋଇଛନ୍ତି କି ? ଯଦି ଶିକାର ହୋଇଛନ୍ତି, ତେବେ ସେ ସୁନ୍ଦରୀ କିଏ ଓ କେଉଁଠାର ? ତଥ୍ୟ ଲିକ୍ ଘଟଣାରେ ପରିବାର କି ସମ୍ପର୍କୀୟଙ୍କର ସମ୍ପୃକ୍ତି ରହିଛି କି ?

ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ସମୟରେ ଆର୍ଥିକ କାରବାରର ଖୋଳତାଡ଼ ସହ ବୈଷୟିକ ଜ୍ଞାନକୌଶଳର ସହାୟତା ନେବ କ୍ରାଇମବ୍ରାଞ୍ଚ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାରକୁ ଲିକ୍ ଅଭିଯୋଗ ପରେ ପ୍ରଥମେ ୪ ଜଣ ଠିକା କର୍ମଚାରୀ ଏବଂ ପରେ ଜଣେ ନିୟମିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

୪ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଉପରୁ ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ପାଣି ପ୍ରବାହ କମିବା ପରେ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ପୁଣି ୪ଟା ଗେଟ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୪୩ ଫୁଟ୍ ରହିଥିବା ବେଳେ ଡ୍ୟାମ୍ ଭିତରକୁ ପ୍ରତିସେକେଣ୍ଡରେ ୨ ଲକ୍ଷ ୪୨ ହଜାର ୨୨୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି  । ସେକେଣ୍ଡ ପିଛା ନିଷ୍କାସିତ ହେଉଛି ୧ ଲକ୍ଷ ୬୧ ହଜାର ୧୯୭ ଘନଫୁଟ୍ ବନ୍ୟାଜଳ । ସମ୍ବଲପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦୂର ହୋଇଛି ।

Flood Water Released Through 4 Gate Of Hirakud Dam

ଅନ୍ୟପଟେ ସାମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିଯାଇଛି । ଆଉ ମାଧ୍ୟମ ଧରଣର ବନ୍ୟା ହେବାର ନାହିଁ । ପରିବର୍ତ୍ତିତ ପାଣିପାଗ ନେଇ ବିଭାଗ ସତର୍କ ରହିଛି । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହିଛି । ଯେଉଁଥିପାଇଁ ତଳିଆ ଅଞ୍ଚଳରୁ ପାଣି ଛାଡ଼ିବା ବିଳମ୍ବ ହେଉଛି । ଏବେସୁଧା ବିଭିନ୍ନ ନଦୀ ବନ୍ଧରେ ୮ଟି ଛୋଟ ଘାଇ ହୋଇଥିଲା । ସେଗୁଡ଼ିକୁ ବାଲି ବସ୍ତା ପକାଇ ମରାମତି କରିଦିଆଯାଇଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ କାହିଁକି ମନା କଲେ ଅମ୍ବିକା ସୋନି ?

ଚଣ୍ଡିଗଡ଼: ଅମରିନ୍ଦରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଚୟନକୁ ଦ୍ୱନ୍ଦ୍ୱରେ ପଞ୍ଜାବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିଲେ ଅମ୍ବିକା ସୋନି । କଂଗ୍ରେସ ସୋନିଆ ଗାନ୍ଧୀ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଥିଲେ । ୫୦ ବର୍ଷ ଧରି ଅମ୍ବିକା ସୋନି ରାଜନୀତିରେ ସକ୍ରିୟ ଅଛନ୍ତି । କୁହାଯାଉଛି ମୁଖ୍ୟମନ୍ତ୍ରୀ ପାଇଁ ସେ ମନା କରି ଦେଇଛନ୍ତି । ତେବେ, କାହିଁକି… ?

Punjab Congress Crisis, Why Ambika Soni Denied CM Post

କ୍ୟାପଟେନ୍ ଅମରିନ୍ଦରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨ଟି ନାଁ ଚର୍ଚ୍ଚାରେ ଥିଲା । ଜଣେ ଅମ୍ବିକା ସୋନି ଓ ଅନ୍ୟ ଜଣେ ସୁନୀଲ ଝକଡ଼ । ଅମ୍ବିକା ସୋନି ରେସରେ ସବୁଠୁ ଆଗରେ ଥିଲେ । ସୂଚନା ଅନୁସାରେ ସିଦ୍ଧୁ କ୍ୟାମ୍ପ, ସୁନୀଲ ଝକଡ଼ଙ୍କୁ ବିରୋଧ କରିଥିଲା । ଯାହାପରେ ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବା ନେଇ ଏକପ୍ରକାର ସ୍ଥିର ହୋଇ ସାରିଥିଲା । ତେବେ, ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମନା କରି ଦେଇଛନ୍ତି ।

Punjab Congress Crisis, Why Ambika Soni Denied CM Post

ସୂତ୍ର ଅନୁସାରେ, ସେ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାଁନ୍ତି । ଶିଖ୍ ସମ୍ପ୍ରଦାୟର କାହାରିକୁ ମୁଖ୍ୟମନ୍ତ୍ରୀ କରିବାକୁ କହିଛନ୍ତି କ୍ଷତ୍ରି ହିନ୍ଦୁ ଅମ୍ବିକା ସୋନି । ତାଙ୍କ କହିବା ଅନୁସାରେ, ପଞ୍ଜାବରେ ଶିଖ୍ ହେବନି ତ ଆଉ କିଏ ହେବ । ସେ ଆହୁରି କହିଛନ୍ତି ମୁଁ ଦଳକୁ ସମ୍ମାନ ଦିଏ, ମୁଖ୍ୟମନ୍ତ୍ରୀ ପଦ ଚାହେଁନି ।

ସୋନିଆ ଗାନ୍ଧୀ କହିଲେ- ‘I Am Sorry ଅମରିନ୍ଦର’, କ୍ୟାପଟେନ୍ ବଖାଣିଲେ ଫୋନ କଲର ପୂରା କାହାଣୀ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଥମୁନି କନ୍ଦଳ । ଏହାରି ଭିତରେ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ତେବେ ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ତେବେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ ଜଣାଇଛନ୍ତି ଯେ ଇସ୍ତଫା ଦେବା ସମୟରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଏବଂ କହିଥିଲେ “I AM SORRY ” ।

ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସୋନିଆ ଗାନ୍ଧୀ ମୋତେ ସକାଳେ ଡାକିଥିଲେ, ମୁଁ ସେତେବେଳେ ସେଠାରେ ନଥିଲି । ଫେରିଆସିବା ପରେ ମିସ କଲ ଦେଖି ତାଙ୍କୁ କଲ କରିଥିଲି । କଲ କରିବା ପରେ ମୁଁ ଯେତେବେଳେ କଥା ହେଲି ଏକଥା ମଧ୍ୟ କହିଥିଲେ । ଯେ ମୁଁ ଅନୁଭବ କରୁଛି ଯେ ମୁଁ ଇସ୍ତଫା ଦେବା ଉଚିତ୍ ।

Sonia Gandhi Says To Amarinder Singh I Am Sorry

ଏହାର ଉତ୍ତରରେ ସେ କହିଥିଲେ ଯେ ଠିକ ଅଛି, ଆପଣ ଇସ୍ତଫା ଦେଇଦିଅନ୍ତୁ । ମୁଁ କହିଲି ଠିକ ଅଛି, ମୁଁ ଇସ୍ତଫା ଦେବି । ତା’ପରେ ସେ କହିଥିଲେ କ୍ଷମା କରିବେ ଅମରିନ୍ଦର । ମୁଁ ତାଙ୍କୁ ପ୍ରତି ଉତ୍ତରରେ କହିଥିଲି ଠିକ୍ ଅଛି, ଠିକ୍ ଅଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନେକ ନାମ ଆଗେଇ ଆସୁଥିଲେ ।

ତଥାପି, ସୂଚନାନୁସାରେ, ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନିକଟବର୍ତ୍ତୀ ପୂର୍ବତନ ସାଂସଦ ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖରଙ୍କ ନାମ ସ୍ଥିର ହୋଇଥିବାର ଜଣାପଡିଛି । ବିଶ୍ୱାସ କରାଯାଏ ଯେ କଂଗ୍ରେସ ସୁନୀଲ ଜାଖରଙ୍କ । ଏହା ବ୍ୟତୀତ ପଞ୍ଜାବରେ ଦୁଇଜଣ ଡେପୁଟି ସିଏମ୍ ମଧ୍ୟ ରହିବେ । ଜଣେ ଡେପୁଟି ସିଏମ୍ ଦଳିତ ସମ୍ପ୍ରଦାୟର ହେବେ । ଏହି ଦୌଡ଼ରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଏବଂ ବରିଷ୍ଠ କଂଗ୍ରେସ ବିଧାୟକ ରାଜକୁମାର ଭର୍କାଙ୍କ ନାମ ଅଗ୍ରଣୀ ରହିଛି ।

ଅମ୍ବିକା ସୋନି ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ସସପେନ୍ସରେ କଂଗ୍ରେସ । କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ଦଳ ଉପରେ ଅଭିଯୋଗ ଲଗାଇ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍ ଅମିରନ୍ଦର ସିଂହ । ଅମିରନ୍ଦରଙ୍କର ଇସ୍ତଫା ପରେ ସୁନୀଲ ଝକଡ଼ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ସିଦ୍ଧୁଙ୍କ କ୍ୟାମ୍ପ ସୁନୀଲ ଝକଡ଼ଙ୍କୁ ବିରୋଧ କରୁଛି ।

Punjab Congress Crisis, Ambika Soni In CM Race

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅମ୍ବିକା ସୋନି । ଅମ୍ବିକା ସୋନି ପଞ୍ଜାବୀ କ୍ଷେତ୍ରୀ ହିନ୍ଦୁ ଅଟନ୍ତି । କୁହାଯାଉଛି ସିନ୍ଧୁ ଓ କ୍ୟାପଟେନଙ୍କ କ୍ୟାମ୍ପ ମଧ୍ୟରେ ଅମ୍ବିକା ବାଲାନ୍ସ ରଖିପାରିବେ ।

Punjab Congress Crisis, Ambika Soni In CM Race

ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ସହ ୨ ଉପ ମୁଖ୍ୟମନ୍ତ୍ରୀ ଚୟନ କରିବା ନେଇ ଚର୍ଚ୍ଚା ହେଉଛି । ଉପ ମୁଖ୍ୟମନ୍ତ୍ରୀ ରେସରେ ଦଳର ଦଳିତ ଚେହେରା ଡକ୍ଟର ରାଜକୁମାର ବେରକାଙ୍କ ନାଁ ସାମିଲ୍ ଅଛି । ଦିନ ୧୧ଟାରେ ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ ରଦ୍ଦ କରି ଦିଆଯାଇଛି । ଅନ୍ୟପଟେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ବିରୋଧ କରିବେ ବୋଲି କହିଛନ୍ତି କ୍ୟାପଟେନ୍ ଅମିରନ୍ଦର ସିଂହ ।

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ଟି ଘର

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ । ଗଞ୍ଜାମ ଜିଲ୍ଲା କୋଦଳା ରେଞ୍ଜର ବଙ୍ଗଳା ସାହିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଙ୍ଗଳା ସାହିରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

Group Clash In Ganjam, One Dead

ବଚସା ପରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା କରାଯାଇଛି । ସଂଘବଦ୍ଧ ଆକ୍ରମଣରେ କାଳୁ ଦାସଙ୍କ ମୃତ୍ୟୁ ହୋଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକ ୪ଟି ଘରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି ।