spot_img
Home Blog Page 5178

ରାଜ୍ୟରେ ପୁଣି ବଢ଼ିପାରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିପାରେ କରୋନା ସଂକ୍ରମଣ । ଏଭଳି ଆକଳନ କରିଛି ସ୍ୱାସ୍ଥ୍ୟ ବିଭାଗ । ୮୦ ପ୍ରତିଶତ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେଣୁ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ଅକ୍ଟୋବର ଓ ନଭେମ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆକଳନ କରି ଭିତ୍ତିଭୂମି ସହ, ଆଇସିୟୁ ଓ ଔଷଧ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି । ଦେଶର ୮୮ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି ।

Covid Cases May Increased In Odisha In November

ପଜିଟିଭ ହାର ୫ ପ୍ରତିଶତ ଉପରକୁ ରହୁଛି । ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫ ପ୍ରତିଶତ ଉପରେ ପଜିଟିଭ ହାର ରହୁଛି । ରାଜ୍ୟ ସରକାର କରୋନା ସଂକ୍ରମଣ ଚେନ୍ ରୋକିବାକୁ ଟିକାକରଣ, ସର୍ଭିଲାନ୍ସ , କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ ଉପରେ ଫୋକସ କରିଛନ୍ତି । ବିଶେଷ କରି କୋଭିଡ ନିୟମ କଡାକଡି ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ଅପିଲ୍ କରିଛି ।

Covid Cases May Increased In Odisha In November

ସମ୍ଭାବ୍ୟ ତୃତୀୟ ଲହର ଓ ସଂକ୍ରମଣ ଚେନ୍ ରୋକିବାକୁ ହେଲେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇ ରଣନୀତି ପ୍ରସ୍ତୁତ କରାଯାଇଛି ।

କମୁଛି ଜଳ ପ୍ରବାହ, ହୀରାକୁଦର ୮ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର: ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମକୁ ଜଳ ପ୍ରବାହ କମିଛି । ଫଳରେ ହୀରାକୁଦର ଆଉ ୮ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।

8 Sluice Gate Of Hirakud Dam Opened To Release Flood Water

ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୩୩ ଫୁଟ୍ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି । ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ହେଉଛି ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ।

ଏଥିସହ ପଢ଼ନ୍ତୁ: ଟଳିଲା ବନ୍ୟା ବିପଦ; ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳସ୍ତର ହ୍ରାସ

୨୬ ଜିଲ୍ଲାରୁ ୬୨୩ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୭୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ରହିଛନ୍ତି । ୩୬୨ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୬୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୫ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୩ ଅଙ୍କ ତଳେ ରହିଛି । ୪ଟି ଜିଲ୍ଲାରୁ ଆଜି କେହି ବି ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧୩, କଟକରୁ ୭୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୭, ଗଜପତିରୁ ୧, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ଝାରସୁଗୁଡ଼ାରରୁ ୬, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୪, ମୟୂରଭଞ୍ଜରୁ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୪, ପୁରୀରୁ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୫, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୬ ଜଣ ଏବଂ ଷ୍ଟେଟପୁଲରୁ ୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୬ ହଜାର ୩୨୦ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୫ ହଜାର ୭୩୬ଟି ସକ୍ରିୟ ମାମଲା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନୋରମାଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ଣରେ କରାଯିବ । ଗତକାଲି ସନ୍ଧ୍ୟାରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

 Last Rites Of Manorama Mohapatra To Be Performed As State Honours

ମନୋରମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡ଼ିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି । ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସମ୍ପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ । ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା । ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।

ଟଳିଲା ବନ୍ୟା ବିପଦ; ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳସ୍ତର ହ୍ରାସ

ଭୁବନେଶ୍ୱର: ଟଳିଛି ବନ୍ୟା ବିପଦ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଥିବା ବେଳେ କିଛି ଜାଗାରେ ଛୋଟ ଧରଣର ବନ୍ୟା ହୋଇଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଥିବାରୁ ବନ୍ୟା ପରିସ୍ଥିତି ନାହିଁ । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଥିବାରୁ ଲୋକେ ଜଳବନ୍ଦୀ ଅଛନ୍ତି । ସେପଟେ ଭଦ୍ରକରେ ବୈତରଣୀ ନଦୀର ତଳମୁଣ୍ଡରେ ବନ୍ୟାପାଣି କମୁଛି ।

Water Level Decreasing In Different River, No Flood

ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନ ଠିକ ଭାବେ ହେଉନଥିବାରୁ ଏବେବି ବହୁ ଗାଁ ବନ୍ୟା ଘେରରେ ରହିଛି । ବନ୍ୟାପାଣି କମୁଥିବାରୁ ଆଖଣ୍ଡଳମଣି କୁଆଖିଆ ୨୦ ନଂ ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଛି । ହେଲେ ଏବେବି ୨ ଫୁଟ୍ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆଖଣ୍ଡଳମଣି ଚାନ୍ଦବାଲି ଓ ତିହିଡି ରାସ୍ତାର ଆରଡି ନିକଟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

Water Level Decreasing In Different River, No Flood

ବୈତରଣୀ ନଦୀର ବନ୍ୟାଜଳ ଓଳଗ ପଞ୍ଚାୟତର ବୋଡକ, ଅମୃତମଣି, ଆରଡି ପଞ୍ଚାୟତର ମୁଆଁ, ସନ୍ତରା, ପାଲଟପୁର, ଶୀତଳପୁର ଆଦି ଗାଁରେ ବନ୍ୟାପାଣି ଗତ ୪ ଦିନ ହେଲା ଲହଡ଼ି ଭାଙ୍ଗୁଥିବାରୁ ଜଳବନ୍ଦୀ ହୋଇ ରହିଛନ୍ତି ଲୋକ । ଅନେକ ସ୍ଥାନରେ ନଳକୂପ ବୁଡ଼ି ଯାଇଥିବାରୁ ପିଇବା ପାଣିର ସମସ୍ୟା ଦେଖାଦେଇଛି । ସେହିପରି ଶହ ଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି ।

Water Level Decreasing In Different River, No Flood

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଖୁଣ୍ଟଗାଁ ନିକଟ ଗଦାପାଲି ପୋଲ ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲୁଛି । ୨ଟି ପଞ୍ଚାୟତ ହଳଦୀକୁଦର, ଫୁଲଝର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ରାଉରକେଲା ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ମିଶନକୁ ବଡ଼ ଉପଲବ୍ଧି, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ

ଫ୍ଲୋରିଡା: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇଛି । ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୁରିଥିଲା । ଯାହାପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷକୁ ନେଇଯିବାରେ ଏହା ଥିଲା ପ୍ରଥମ ସ୍ପେସଫ୍ଲାଇଟ୍ ।

ସେପ୍ଟେମ୍ବର ୧୫ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ନାସାର ୩୯ ଏରୁ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନରେ ଜେରଡ ଇସାକମାନଙ୍କ ସହ ହେଲି ଆର୍ସିନକ୍ସ, ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ମଧ୍ୟ ସାମିଲ୍ ଥିଲେ । ଜେରଡ ଇସାକମାନ ସିଫ୍ଟ ୪ କମ୍ପାନୀର ସିଇଓ ସହ ଜଣେ ପ୍ରଶିକ୍ଷିତ ପାଇଲଟ୍ । ସେହିଭଳି ୨୯ ବର୍ଷର ଆର୍ସିନକ୍ସ ଜଣେ କ୍ୟାନସର ପୀଡ଼ିତ । ଯେତେବେଳେ କି ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ।

ଡ୍ରାଗନ କ୍ୟାପସୁଲ୍ ସମୁଦ୍ର କୂଳରେ ଅବତରଣ ପରେ ସେଥିରୁ ପ୍ରଥମେ ଆର୍ସିନକ୍ସ ବାହାରିଥିଲେ । ଏହାପରେ ମିଶନର କ୍ୟାପଟେନ୍ ପ୍ରାକ୍ଟର ବାହାରକୁ ଆସିଥିଲେ । ଭାରତୀୟ ସମୟ ଗୁରୁବାର ସକାଳ ୫ଟା ୩୩ରେ ୪ ଲୋକଙ୍କୁ ନେଇ ଡ୍ରାଗନ କ୍ୟାପସୁଲ୍ ଫାଲକନ୍-୯ ରକେଟ୍ ଅନ୍ତରୀକ୍ଷକୁ ଯାଇଥିଲା । ଏହି ମିଶନରେ ଯାଇଥିବା ୪ ଜଣଙ୍କ ପାଖରେ ଅନ୍ତରୀକ୍ଷକୁ ଯାତ୍ରାର ଅଭିଜ୍ଞତା ନଥିଲା । ଏମାନଙ୍କୁ ୫ ମାସ ଧରି ଟ୍ରେନିଂ ଦିଆଯାଇଥିଲା ।

କୋଭିଡ୍ କଟକଣା ଉଲ୍ଲଂଘନ, ୨ଟି ବାର୍ ସିଲ୍

ଭୁବନେଶ୍ୱର: ମହଙ୍ଗା ପଡ଼ିଲା କୋଭିଡ୍ କଟକଣା ଉଲ୍ଲଂଘନ । ସିଲ୍ ହେଲା BBI ଓ UPRE ବାର୍ । ୨ଟି ଯାକ ବାରକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଂଘନ କରି ରାତି ୧୦ଟା ପରେ ବାରରେ ମଦପିଇ ନାଚ ଗୀତ ଚାଲିଥିଲା । ଶନିବାର ରାତିରେ ବାର୍ ଉପରେ ରେଡ୍ କରି ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଏମସି ସିଲ୍ କରି ଦେଇଛି । ଏଥିସହ ଉଭୟ ବାର ବିରୋଧରେ ଚନ୍ଦ୍ରଶେଖପୁର ଥାନାରେ ଏତଲା ଦେଇଛନ୍ତି ବିଏମସିର ଜେଡିସି ଅଂଶୁମାନ ରଥ ।

 BMC Sealed BBI And UPRE Bar For Covid Norms Violation

କୋଭିଡ୍ ନିୟମ ଉଲ୍ଲଂଘନ, ରେଡ୍ ସମୟରେ ବିଏମସିର ଜେଡିସି, କିଛି କର୍ମଚାରୀ ଓ ପୋଲିସଙ୍କୁ ଲିଫ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ ସିକ୍ୟୁରିଟି ଗାର୍ଡ । ଏନେଇ ଉଭୟ ବାର ବିରୋଧରେ ଚନ୍ଦ୍ରଶେଖପୁର ଥାନାରେ ମାମଲା ହୋଇଛି । ବାର ମ୍ୟାନେଜରଙ୍କ ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

 BMC Sealed BBI And UPRE Bar For Covid Norms Violation

ଶନିବାର ରାତିରେ ପଟିଆ ଅଞ୍ଚଳରେ ଥିବା ବିଭିନ୍ନ ବାର ଉପରେ ବିଏମସି ରେଡ୍ କରିଥିଲା । Upre ବାର୍ ଓ ରେଷ୍ଟୁରାଣ୍ଟରେ ରେଡ୍ ପାଇଁ ବିଏମସି ଅଧିକାରୀ ଲିଫ୍ଟରେ ଯାଉଥିବା ବେଳେ ନିୟୋଜିତ ସିକ୍ୟୁରିଟି ଲିଫ୍ଟଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଲିଫ୍ଟ ମଧ୍ୟରେ କିଛି ସମୟ ପାଇଁ ଫସି ରହିଥିଲେ ବିଏମସି ଅଧିକାରୀ ।

 BMC Sealed BBI And UPRE Bar For Covid Norms Violation

ବାରରେ ଏକାଧିକ ଯୁବକ ଯୁବତୀ ମଦ ନିଶାରେ ମସଗୁଲ୍ ଥିବା ଦେଖିବାକୁ ମିଳିଥିଲା । କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାରରେ ମଦ ସାଙ୍ଗକୁ ନାଚଗୀତର ଚାଲିଥିଲା । ଅତର୍କିତ ଚଢାଉ ପରେ କିଏ ରୋଷେଇ ଘରେ ତ କିଏ ଷ୍ଟୋର ରୁମରେ ମୁହଁ ଲୁଚାଇ ଥିଲେ । ଆଉ କେତେ ଜଣ ଆମର କିଛି ଦୋଷ ନାହିଁ ସବୁ ବାର ମାଲିକର ଦୋଷ କହି ଖସି ପଳାଇଛନ୍ତି ।

ବାର୍ ରେଡ୍ ପାଇଁ ଯିବା ବେଳେ ଲିଫ୍ଟ ବନ୍ଦ କରିଦେଲେ ସିକ୍ୟୁରିଟି ଗାର୍ଡ, ଫସିଗଲେ ବିଏମସି ଅଧିକାରୀ

ଭୁବନେଶ୍ୱର: କରୋନା କଟକଣାକୁ ଫୁ । ଖୁଲମଖୁଲା ଚାଲିଛି ବାର୍ । ଏମିତି ସୂଚନା ପାଇ ପଟିଆ ଅଞ୍ଚଳରେ ଥିବା ବିଭିନ୍ନ ବାର ଉପରେ ରେଡ୍ କରିଛି ବିଏମସି । UPRE ବାର୍ ଓ ରେଷ୍ଟୁରାଣ୍ଟରେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ରେଡ୍ ପାଇଁ ବିଏମସି ଅଧିକାରୀ ଲିଫ୍ଟରେ ଯାଉଥିବା ବେଳେ ନିୟୋଜିତ ସିକ୍ୟୁରିଟି ଲିଫ୍ଟଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଲିଫ୍ଟ ମଧ୍ୟରେ କିଛି ସମୟ ପାଇଁ ଫସି ରହିଥିଲେ ବିଏମସି ଅଧିକାରୀ ।

BMC Raid In Upre Bar And Restaurant In Patia

ବାରରେ ଏକାଧିକ ଯୁବକ ଯୁବତୀ ମଦ ନିଶାରେ ମସଗୁଲ୍ ଥିବା ଦେଖିବାକୁ ମିଳିଛି । କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାରରେ ମଦ ସାଙ୍ଗକୁ ନାଚଗୀତର ଚାଲିଥିଲା । ଅତର୍କିତ ଚଢାଉ ପରେ କିଏ ରୋଷେଇ ଘରେ ତ କିଏ ଷ୍ଟୋର ରୁମରେ ମୁହଁ ଲୁଚାଇ ଥିଲେ । ଆଉ କେତେ ଜଣ ଆମର କିଛି ଦୋଷ ନାହିଁ ସବୁ ବାର ମାଲିକର ଦୋଷ କହି ଖସି ପଳାଇଛନ୍ତି ।

BMC Raid In Upre Bar And Restaurant In Patia

ଅନ୍ୟପଟେ ଭୁବନେଶ୍ବରର ଅମ୍ବାସି ବାରର ୨ ମାଲିକଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ । ଏହାସହ ବାରକୁ ସିଲ କରିଛି ବିଏମସି । ଶୁକ୍ରବାର ରାତି ଦଶଟା ପରେ ବାରରେ ଚାଲିଥିଲା ନାଚ ଓ ନିଶାର ଆସର । ପୋଲିସ ଓ ବିଏମସି ଅଚାନକ ଚଢ଼ାଉ କରିଥିଲେ ।

ବାସନ୍ଦ ଭୟରେ ଭୁଲିଗଲେ ମାଆର ମମତା, ଜଙ୍ଗଲରେ ଛାଡ଼ି ଦେଲେ ୮୦ ବର୍ଷର ମାଆକୁ

ବରଗଡ଼: ମାଆ ଆଖିକୁ ଠିକେ ଭାବେ ଦେଖାଯାଉନି । କଥା କହିବାକୁ ଯୁ ପାଉନି । ଆଶା ଥିଲା ବୟସର ଶେଷ ପାହାଚରେ ସାହାରା ହେବେ ସନ୍ତାନ । ହେଲେ ଏଠି ମାନବିକତା ତ ଦୂରେ ଥାଉ, ମାଆ ପାଇଁ ମରିଯାଇଛି ନିଜ ପିଲାଙ୍କ ମମତା । ଯେଉଁ ମାଆ ଜନ୍ମ ଦେଇଥିଲା, କୋଳେଇ କାଖେଇ ବଡ଼ କରିଥିଲା, ସେହି ମାଆକୁ ଘଞ୍ଚ ଜଙ୍ଗଲରେ ଛାଡି ଦେଇଛନ୍ତି ସନ୍ତାନ । ଚିକିତ୍ସା ପରିବର୍ତ୍ତେ ବୋଝ ଭାବି ମାଆକୁ ଜଙ୍ଗଲରେ ଛାଡ଼ି ଦେଇ ଭୋଜି ଭାତର ଆସର କରୁଛନ୍ତି ଆତ୍ମୀୟ ।

Bargarh 80 Years Old Lady Rescued From Forest

ଏଭଳି ଅଭାବନୀୟ ଆଉ ଅମାନବିକ ଦୃଶ୍ୟ ଆସିଛି ବରଗଡ଼ ଜିଲ୍ଲା ଖରମୁଣ୍ଡା ପଞ୍ଚାୟତ ଘନାଘାଟି ଗାଁରୁ । ୮୦ ବର୍ଷୀୟ ବୃଦ୍ଧା କୌଶଲ୍ୟା ବେହେରାଙ୍କ ମୁଣ୍ଡରେ ଘା ହୋଇ ପୋକ ହୋଇଯାଇଥିବାରୁ ଜଙ୍ଗଲରେ ଏକ ଜରିପାଲ ଘର କରି ଛାଡ଼ି ଦେଇଥିଲେ ପରିବାର ଲୋକ । ଅଭିଯୋଗ ଅନୁସାରେ ବୃଦ୍ଧାଙ୍କ ମୁଣ୍ଡରେ ଘା’ ହୋଇ ପୋକ ହୋଇଯାଇଥିଲା । ଏହା ସହିତ ତାଙ୍କ ହାତରେ ଧଳା ଦାଗ ମଧ୍ୟ ଦେଖାଯାଇଥିଲା  । ଫଳରେ ସାହି ଭାଇ ବୃଦ୍ଧାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ବାଧ୍ୟ କରିବା ସହିତ ଉକ୍ତ ପରିବାରକୁ ବାସନ୍ଦ କରିଥିଲେ ।

Bargarh 80 Years Old Lady Rescued From Forest

ଫଳରେ ପରିବାର ଲୋକ ବୁଢି ମାଆକୁ ଜଙ୍ଗରେ ଛାଡ଼ି ଦେଇ ଭୋଜି କରି ପୁଣି ସାହି ଭାଇଙ୍କ ସହ ମିଶିଥିଲେ । ଘଞ୍ଚ ଜଙ୍ଗଲରେ ୧୫ ଦିନ ରହିବା ପରେ ଖବର ପାଇ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଏକ ସ୍ୱେଚ୍ଛାସେବୀ ସଂଗଠନ ।

୭ ଦିନିଆ ରିମାଣ୍ଡରେ ୫ ଅଭିଯୁକ୍ତ, ସତ ଓଗାଳିବ କ୍ରାଇମବ୍ରାଞ୍ଚ

କଟକ: ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କେମିତି ହେଉଥିଲା ତଥ୍ୟ ଲିକ୍ ? ସୋସିଆଲ୍ ମିଡିଆରେ କେମିତି ହୋଇଥିଲା ବିଦେଶୀ ଏଜେଣ୍ଟଙ୍କ ସମ୍ପର୍କ । ଗୁପ୍ତ ତଥ୍ୟ ଦେବା ପାଇଁ ମିଳୁଥିଲା କେତେ ଟଙ୍କା ? ଅଭିଯୁକ୍ତଙ୍କ ଠାରୁ ସବୁକିଛି ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ । ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ୫ ଅଭିଯୁକ୍ତକୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଛି ।

୫ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୂଳରୁ ତଦନ୍ତ କରିବ । ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏତିରିକ୍ତ ଏସପିଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି । ଟିମରେ ଜଣେ ସାଇବର ଇନ୍ସପେକ୍ଟର, ଜଣେ ଏସଆଇ ରହିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Crime Branch Takes 5 Accused Of Drdo In 7 Days Remand

ରିମାଣ୍ଡ ଜେରା ବେଳେ ଅନେକ ଦିଗକୁ ନେଇ ଛାନଭିନ୍ କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କେବେଠାରୁ ତଥ୍ୟ ଯୋଗାଉଥିଲେ ଅଭିଯୁକ୍ତ ? କାହାକୁ ତଥ୍ୟ ଯୋଗାଉଥିଲେ ? କେଉଁପ୍ରକାର ତଥ୍ୟ ବାହାରକୁ ଲିକ୍ ହୋଇଛି ? ତଥ୍ୟ ବଦଳରେ କେତେ ଟଙ୍କା ଆକାଉଣ୍ଟକୁ ଆସିଛି ? କିଏ ଟଙ୍କା ପଠାଇଛି ? ହନିଟ୍ରାପର ଶିକାର ହୋଇଛନ୍ତି କି ? ଯଦି ଶିକାର ହୋଇଛନ୍ତି ତେବେ ସେ ସୁନ୍ଦରୀ କିଏ ଓ କେଉଁଠାର ? ତଥ୍ୟ ଲିକ୍ ଘଟଣାରେ ପରିବାର କି ସମ୍ପର୍କୀୟଙ୍କର ସମ୍ପୃକ୍ତି ରହିଛି କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ ।

ତଦନ୍ତ ସମୟରେ ଆର୍ଥିକ କାରବାରର ଖୋଳତାଡ଼ ସହ ବୈଷୟିକ ଜ୍ଞାନକୌଶଳର ସହାୟତା ନେବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାରକୁ ଲିକ୍ ଅଭିଯୋଗ ପରେ ପ୍ରଥମେ ୪ ଜଣ ଠିକା କର୍ମଚାରୀ ଏବଂ ପରେ ଜଣେ ନିୟମିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।