୧୧ ମାସ ପରେ ଖୋଲୁଛି ଗାଜିପୁର, ଟିକରି ସୀମା

1 min read
Removal of Police barricading at Tikri border underway

ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିବ ଗାଜିପୁର ଓ ଟିକରି ବର୍ଡର ରାସ୍ତା । ପୋଲିସ ଦୁଇଟି ଯାକ ସ୍ଥାନରେ ବ୍ୟାରେକଡ୍ ହଟାଇବା ଆରମ୍ଭ କରିଛି । ସେକ୍ଟର ୨, ୩ ଓ ଏନ୍ଏଚ୍ ୯ ରାସ୍ତା ଖୋଲୁଥିବା ଡିସିପି ପ୍ରିୟଙ୍କା କଶ୍ୟପ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନ୍ଏଚ୍-୨୪ ମଧ୍ୟ ଖୋଲି ଦିଆଯିବ । ଦିଲ୍ଲୀ ପୋଲିସ ଅନୁସାରେ, ଆନ୍ଦୋଳନରତ କୃଷକଙ୍କ ସହ ସହମତି ପରେ ଦୁଇ ସୀମାରେ ଜରୁରୀକାଳୀନ ରାସ୍ତା ଖୋଲାଯିବ । ଶୁକ୍ରବାର ସକାଳୁ ପୋଲିସ ବ୍ୟାରିକେଡ୍ ହଟାଉଥିବା ଦେଖିବାକୁ ମିଳିଛି । ରାସ୍ତା ଖୋଲିବା ଦ୍ୱାରା ୧୧ ମାସ ଧରି କୃଷକ ଆନ୍ଦୋଳନ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକ ଆଶ୍ୱସ୍ତି ପାଇବେ ।

Removal of Police barricading at Tikri border underway

ଦିଲ୍ଲୀ ପୋଲିସ ଟିକରି ବର୍ଡରରେ ଲାଗିଥିବା ବ୍ୟାରିକେଡ୍ ହଟାଇ ନେଇଛି । ଏଥିସହ ଜେସିବି ସହାୟତାରେ ରାସ୍ତା ମଧ୍ୟ ସଫା କରାଯାଉଛି । ଦୁଇ ଦିନ ପୂର୍ବରୁ ହରିୟାଣା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବାହାଦୂରଗଡ଼ରେ ହୋଇଥିବା କୃଷକ ବୈଠକରେ ବନ୍ଦ ସଡ଼କ ସ୍ଥିତି ପରଖିଥିଲେ । ପୂର୍ବରୁ ସୀମାରେ କୃଷକ ଆନ୍ଦୋଳନ ମଞ୍ଚ ଯାଏଁ ରାସ୍ତାକୁ ଖୋଲି ଦିଆ ଯାଇଥିଲା ।

Removal of Police barricading at Tikri border underway

ଅକ୍ଟୋବର ୨୧ରେ ସୁପ୍ରିମକୋର୍ଟ କହିଥିଲେ, କୃଷକଙ୍କୁ ଆନ୍ଦୋଳନର ଅଧିକାର ରହିଛି । ତା ମାନେ ନୁହେଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ବନ୍ଦ କରି ଦିଆଯିବ । ଏହାପରେ ବ୍ୟାରିକେଡ୍ ହଟା ଯାଉଛି । ଦିଲ୍ଲୀ ପୋଲିସ ସହ ହରିୟାଣା ପୋଲିସ ସମ୍ପର୍କରେ ରହିଛି । କୃଷକ ନେତା ରାଜି ହେଲେ ଆଜି ସନ୍ଧ୍ୟା ସୁଦ୍ଧା ସୀମାରେ ରାସ୍ତାକୁ ଖୋଲି ଦିଆଯିବ ।

Leave a Reply