T20 World Cup: ଭାରତର ପ୍ରଥମ ବିଜୟ

1 min read

ଦୁବାଇ: ଦୁଇଟି ପରାଜୟ ପରେ ଟି-୨୦ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛନ୍ତି ଭାରତ । ଆଫଗାନସ୍ଥାନକୁ ୬୬ ରନରେ ହରାଇ ବିଜୟ ଖାତା ଖୋଲିଛି ଭାରତ । ୨୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆଫଗାନିସ୍ଥାନ ୭ ଓ୍ବିକେଟ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଓପନର ମହମ୍ମଦ ଶାହାଜନା ଖାତା ଖୋଲି ପାରି ନଥିଲେ । ତେବେ ମହମ୍ମଦ ନବି ଏବଂ କରିମ ଜନତଙ୍କ ବ୍ୟାଟରୁ ଧୂଆଁଧାର ବାଟଇଂ ଦେଖିବାକୁ ମିଳିଥିଲା । ନବି ୩୨ ବଲର ସମ୍ମୁଖୀନ ହୋଇ ୩୫ ରନ୍ କରିଥିବା ବେଳେ କରିମ ୨୨ ବଲରୁ ୪୨ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଓ୍ବିକେଟ ନେିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୨ଟି ଓ୍ବିକେଟ ନେଇଥିଲେ । ବୁମରା ଏବଂ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଶେଷ ଦୁଇଟି ପରାଜୟକୁ ଭୁଲି ଧୂଆଁଧାର ବ୍ୟାଟିଂ କରିଥିଲା । ଦୁଇ ଓ୍ବିକେଟ ହରାଇ ଦଳ ୨୧୦ ରନ୍ କରିଥିଲା ।  ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ବ୍ୟାଟରୁ ଦ୍ରୁତ ରନ୍ ବାହାରିଥିଲା । ରୋହିତ ୮ ଚୌକା ଓ ୩ ଛକା ସହାୟତାରେ ୪୭ ବଲରୁ ୭୪ ରନ୍ କରିଥିଲେ । ରାହୁଲ ୬ ଚୌକା ଓ ୨ ଛକା ସହାୟତାରେ ୪୮ ବଲରୁ ୬୯ ରନ୍ କରିଥିଲେ । ରିଶଭ ପନ୍ତ ୧୩ ବଲର ସମ୍ମୁଖିନ ହୋଇ ୩ ଛକା ସହାୟତାରେ ୨୭ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ ୧୩ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୨ ଛକା ସହାୟତାରେ ୩୫ ରନ କରିଥିଲେ ।

Leave a Reply