spot_img
Home Blog Page 5144

ସାଇବର ଅପରାଧୀଙ୍କ ଟାର୍ଗେଟରେ ଯୁବତୀ, ଅଶ୍ଳୀଳ ଫଟୋ ଭାଇରାଲ ହୋଇଛି କହି କରୁଛନ୍ତି ବ୍ଲାକ୍‌ମେଲ୍‌

ଭୁବନେଶ୍ୱର: ରାଜଧାନୀରେ ବଢ଼ିଚାଲିଛି ସାଇବର ଅପରାଧିଙ୍କ ଅପରାଧ। ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଆପଣେଇବାକୁ ଲାଗିଛନ୍ତି ସାଇବର ଅପରାଧୀ। କେତେବେଳେ ବୟସ୍କଲ ଲୋକ ତ ପୁଣି କେତେବେଳେ ଯୁବକ କିମ୍ବା ଯୁବତୀ। ଏବେ ପୁଣି ରାଜଧାନୀରେ ସାଇବାର ଅପରାଧୀ ମାନେ ଆଉ ଏକ ନୂଆ ଟ୍ରେଣ୍ଡ ଆପଣେଇଛନ୍ତି। ଏବେ ଅପରାଧୀଙ୍କ ଟାର୍ଗେଟ ରେ ପୁଅ ନୁହେଁ ଝିଅ। ହେଲ୍ପ କରିବା ନାମରେ ସାଇବାର ଅପରାଧୀ କରୁଛି ବ୍ଲାକ୍‌ମେଲ। ବ୍ଲାକମେଲ୍‌ କରିବା ପରେ ଲୁଟୁଛନ୍ତି ଅଙ୍କା।

ଏଭିଲି ଅଭିଯୋଗ ଆସିଛି ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କ କୁ। ସାଇବର କ୍ରିମିନାଲ ମାନେ ଲଗାତର ଫୋନ ନମ୍ବରକୁ କଲ କରନ୍ତି। ଯୁବତୀ ମାନେ ଫୋନ ଉଠେଇଲେ, ତମ ଫୋଟ ଲିକ ହୋଇଛି। ଗୋଟେ ପୁଅ ଏଡିଟ କରି ଭାଇରଲ କରିବାକୁ କହୁଛି। ତମକୁ ସାହାଯ୍ୟ କରିବାକୁ କହି ଟଙ୍କା ମାଗନ୍ତି। ଏଭଳି ଜଣେ ଯୁବତୀଙ୍କୁ କଲ କରି ବ୍ଳାକମେଲ କରୁଥିବା ଘଟଣା ସାମ୍ନାକୁ ଆସିଛି। ଯଦି ଏଭଲି କିଛି କଲ ଆପଣ ମାନଙ୍କ ପାଖୁକୁ ଆସୁଛି ତେବେ କଲ୍‌ଠାରୁ ଦୁରେଇ ରୁହନ୍ତୁ ବୋଲି ସାଇବର ସେଲ ସୂଚନା ଦେଇଛି। କଲ୍‌ ଆସିବା ମାତ୍ରେ ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି ନିବେଦନ କରିଛନ୍ତି।

ବରଯାତ୍ରୀ ଠାରୁ ପାର୍ଟି ଡ୍ୟାନ୍ସ ଯାଏଁ ସବୁଥିରେ ପାରଙ୍ଗମ ଗୋଲଡେନ ବୟ ନୀରଜ ଚୋପ୍ରା

ମୁମ୍ବାଇ: ଟୋକିଓ ଅଲିମ୍ପିକରେ ଗୋଲ୍ଡ ଜିତି ଗୌରବ ଆଣିବା ପରେ ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି ନିରଜ ଚୋପ୍ରା । କେବେ ବିଜ୍ଞାପନ, ମାଗାଜିନ, ଟିଭି ସୋ ତ ଆଉେ କେବେ ସୋସିଆଲ ମିଡିଆରେ ସେ ହଟ୍ ଟପିକରେ ରହୁଛନ୍ତି । କିଛିଦିନ ତଳେ ସେ ଇଣ୍ଡିଆ ଟୁଡେ ମ୍ୟାଗଜିନ ଫଟୋସୁଟରେ ନଜର ଆସିଥିଲେ ।

 

View this post on Instagram

 

A post shared by Disney+ Hotstar (@disneyplushotstar)

ଏବେ ସେ ରିଆଲିଟି ସୋରେ ମଧ୍ୟ ନଜର ଆସିଛନ୍ତି । ଆଉ ସେଠାକୁ ଯାଇ ଡ୍ୟାନ୍ସ କରୁଥିବା ଭିଡିଓ ବି ବେଶ ଭାଇରାଲ ହେଉଛି । ରିଆଲିଟି ସୋରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜାଳିଆ ଢଙ୍ଗରେ ନାଚୁଛନ୍ତି । ମଞ୍ଚରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି ।

 

View this post on Instagram

 

A post shared by Remo Dsouza (@remodsouza)

ସେହିଭଳି ସୋ’ର ଜଜ୍ ରେମୋ ଡିସୁଜା ମଧ୍ୟ ନିଜର ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ନୀରଜ ଏବଂ ରେମୋ ଏକାଠି ଓ୍ୱାକ୍ କରୁଛନ୍ତି । ଏହି ଭିଡିଓ ସେୟାର ହେବା ପରେ ନୀରଜଙ୍କ ଫ୍ୟାନ ଫଲୋଅର ବଢିବାରେ ଲାଗିଲେଣି । ଦେଶର ସମ୍ମାନ ବଢାଉଥିବା ନୀରଜ ଚୋପ୍ରାଙ୍କୁ ଇଣ୍ଡିଆ ଟୁଡେ ମସଲା ପତ୍ରିକାର କଭର ପେଜରେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି । ନୀରଜ ଚୋପ୍ରା ନିଜେ ଏହି ସୂଚନାକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

କରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର, ଓଡ଼ିଶାରେ ପ୍ରଭାବ ପକାଇନପାରେ ତୃତୀୟ ଲହର !

ଭୁବନେଶ୍ୱର: ଓଡ଼ିଶାରେ ପ୍ରଭାବ ପକାଇନପାରେ କରୋନାର ତୃତୀୟ ଲହର। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ କରୋନା ସଂକ୍ରମଣକୁ ଦେଖିଲେ ଓଡ଼ିଶା ଭଲ ସ୍ଥିତିରେ ଅଛି। ସେରୋ ସର୍ଭେରୁ ମଧ୍ୟ ଆସିଛି ଆଶ୍ବସ୍ତିକର ତଥ୍ୟ। ସବୁ ବର୍ଗର ଲୋକଙ୍କ ଶରୀରରେ ଭଲ ଆଣ୍ଟିବଡି ଅଛି। ସ୍ବାସ୍ଥ୍ୟକର୍ମୀଙ୍କର ୯୩ ପ୍ରତିଶତ ଓ ସାଧାରଣ ଲୋକଙ୍କର ୭୩ ପ୍ରତିଶତ ଆଣ୍ଟିବଡି ରହିଛି। ଦିବ୍ୟାଙ୍ଗ, ବୟସ୍କ ଏବଂ ଶିଶୁମାନଙ୍କ ନିକଟରେ ମଧ୍ୟ ରହିଛି ଭଲ ଆଣ୍ଟିବଡି। ଟିକା ନେଇଥିବା ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ରହିଛି।

କୋଭିସିଲିଡ ଏବଂ କୋଭାସ୍କିନ ଟିକା ଭିତରେ କୌଣସି ଫରକ ନଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଉଭୟ ଟିକା କରୋନା ବିରୋଧରେ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳରେ କରୋନା ସ୍ଥିତିରେ ଅନେକ ସୁଦ୍ଧାର ଆସିଛି। ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବାକୁ ପଡ଼ିବ। ପାର୍ବଣ ଋତୁ ସଂକ୍ରମଣ ବଢ଼ାଇପାରେ। ଏଣୁ କରୋନା କଟକଣା ମାନିବା ଜରୁରୀ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେହିପରି ରାଜ୍ୟରେ ଅଣ-ସଂକ୍ରମଣ ରୋଗ ମଧ୍ୟ ବଢ଼ି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଏଣିକି ଆଫଗାନିସ୍ତାନରେ ଦାଢ଼ି କାଟି ପାରିବେନି ପୁରୁଷ, ବିଜ୍ଞପ୍ତି ଜାରି କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ନାରୀଙ୍କ ପରେ ଏବେ ପୁରୁଷଙ୍କ ଉପରେ ନୂଆ ନିୟମ ଲାଗୁ । ଏଣିକି ଆଉ ଦାଢ଼ି କାଟିପାରିବେନି ପୁରୁଷ । ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ପୁରୁଷଙ୍କୁ ଦାଢ଼ି ନକାଟିବାକୁ ବାରଣ କରାଯାଇଛି । କାରଣ ଦାଢ଼ି କାଟିବା ଦ୍ବାରା ଇସଲାମ ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି ତାଲିବାନୀ । ଏଥିଲାଗି ତାଲିବାନ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହେଲମାଣ୍ଡ ପ୍ରଦେଶରେ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ସହ ଦାଢ଼ି ନକାଟିବାକୁ ବାରଣ କରାଯାଇଛି ।

ତାଲିବାନ ଜାରି କରିଥିବା ନିୟମ ଅନୁସାରେ, ଇସଲାମିକ ଓରିଏଣ୍ଟେସନ୍ ମନ୍ତ୍ରଣାଳୟର ଅଧିକାରୀମାନେ ଏନେଇ ଏକ ବୈଠକ କରାଇଥିଲେ । ଯେଉଁଥିରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତାହା ସହ ସୋସିଆଲ ନେଟୱାର୍କରେ ପ୍ରସାର କରାଯାଇଥିବା ଏହି ଆଦେଶରେ ସେଲୁନ୍ ପରିସରରେ ଗୀତ ନ ବଜାଇବା ପାଇଁ ମଧ୍ୟ ବାରଣ କରାଯାଇଥିବା କୁହାଯାଇଛି ।

କପି କରିବାକୁ ବ୍ୟୟ ବହୁଳ ପଦକ୍ଷେପ: ୬ଲକ୍ଷର ଚପଲ ପିନ୍ଧି ପରୀକ୍ଷା ଦେଲେ

ଜୟପୁର: କପି ଲାଗି ବ୍ୟୟବହୁଳ ପଦକ୍ଷେପ । ବ୍ଲୁଟୁଥ୍ ଖଞ୍ଜାଯାଇଥିବା ୬ ଲକ୍ଷ ଲେଖାଏଁ ଟଙ୍କାର ଚପଲ ବିକିବା ଲାଗି ଯୋଜନା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ରାଜସ୍ଥାନ ଏଲିଜିବିଲିଟି ଏକଜାମିନେସନ ଫର୍ ଟିଚର୍ସ ବା ରିଟ୍ ପରୀକ୍ଷାରେ କପି ରୋକିବା ଲାଗି ସରକାର ଗତକାଲି ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ କରିଥିଲେ । ଏହା ସତ୍ତ୍ୱେ ପରୀକ୍ଷାର୍ଥୀମାନେ ଏପରି ଅଭିନବ ଉପାୟ ଆପଣାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ୩୩ ଜିଲ୍ଲାର ୩ ହଜାର ୯୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୧୬ ଲକ୍ଷ ୫୧ ହଜାର ଛାତ୍ରଛାତ୍ରୀ । କଠୋର କଟକଣା, ବ୍ୟାପକ ନିରାପତ୍ତା ସତ୍ତ୍ୱେ ପରୀକ୍ଷାର୍ଥୀମାନେ ବିପୁଳ ଅର୍ଥ ଖର୍ଚ୍ଚ କରି ଏପରି କାର୍ଯ୍ୟ କରିବା ପ୍ରଥମ ଘଟଣା । ଏହି ଧରଣର ଯୋତା କପି ଲାଗି ସ୍ୱତନ୍ତ୍ର ଭାବେ ତିଆରି ହୋଇଥିଲା ।

ପ୍ରତି ଚପଲ ହଳର ଦାମ୍ ୬ ଲକ୍ଷ ଟଙ୍କା ଥିଲା । କେବଳ କପି କରିବା ଉଦ୍ଦେଶ୍ୟରେ ଏହା ସ୍ୱତନ୍ତ୍ର ଭାବେ ତିଆରି ହୋଇଥିଲା । ଗଙ୍ଗାସହର ବସଷ୍ଟାଣ୍ଡରେ କିଛି ଅଭିଯୁକ୍ତ ଏହି ଜୋତା ପିନ୍ଧିଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଥିଲା । ପରୀକ୍ଷା ପୂର୍ବରୁ ଏହି ଚପଲକୁ ସେମାନେ ବିକିବା ଲାଗି ଯୋଜନା କରିଥିଲେ । ଅନେକ ପରୀକ୍ଷାର୍ଥୀ ବି ଏହି ଚପଲ ପିନ୍ଧି ପରୀକ୍ଷା ଦେଇଥିବା କୁହାଯାଇଛି । ବିଭିନ୍ନ ଉପାୟରେ କପି କରିବା ଅଭିଯୋଗରେ ଅନ୍ୟାନ୍ୟ ସ୍ଥାନରୁ ୭ ଜଣ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନିଅଣ୍ଟିଆ ବର୍ଷା ଭରଣା କଲା ‘ଗୁଲାବ’; ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆମେରିକା ଏୟାରବେସରେ ଫସିଛନ୍ତି ୨୦୦୦ ଗର୍ଭବତୀ, ଚିକିତ୍ସା ଓ ଖାଦ୍ୟପେୟ ଅଭାବରୁ ଭୋଗୁଛନ୍ତି ଦୁର୍ଦ୍ଦଶା

କାବୁଲ: ଜର୍ମାନୀର ରାମଷ୍ଟେନସ୍ଥିତ ଆମେରିକା ଏୟାରବେସରେ ଫସିଛନ୍ତି ୨ ହଜାର ଗର୍ଭବତୀ । ଏହି ଏୟାରବେସରେ ୧୦ ହଜାର ଆଫଗାନ ଶରଣାର୍ଥୀ ରହିଥିବାବେଳେ ସେମାନେ ଚିକିତ୍ସା, ଖାଦ୍ୟପେୟ ଅଭାବରୁ ଅକଥନୀୟ ଦୁର୍ଦ୍ଦଶାରେ ସଢୁଛନ୍ତି । ଦିନକୁଦିନ ତାପମାତ୍ରା ହ୍ରାସ ପାଉଥିବାବେଳେ ସେମାନଙ୍କ ନିକଟରେ ସହାୟତା ପହଞ୍ଚିପାରୁନଥିବାରୁ ସମସ୍ୟା ଦୁର୍ବିସହ ହୋଇଛି । ଜର୍ମାନୀର ବିଭିନ୍ନ ଶରଣାର୍ଥୀ ଶିବିରରେ ୫୩ ହଜାରରୁ ଅଧିକ ଆଫଗାନ ଫସିଥିବାବେଳେ ରାମଷ୍ଟେନ ଏୟାରବେସରେ ସବୁଠାରୁ ଅଧିକ ଦୟନୀୟ ସ୍ଥିତି ପରିଲକ୍ଷିତ ହୋଇଛି । ଜର୍ମାନୀ ପକ୍ଷରୁ ଏହି ଶରଣାର୍ଥୀଙ୍କୁ ଦୃଷ୍ଟି ଦିଆଯାଉ ନଥିବାବେଳେ ପ୍ରାୟ ଏକମାସ ଧରି ସେମାନେ ଅକଥନୀୟ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି । ନାନା ପ୍ରକାର ରୋଗରେ ମଧ୍ୟ ସେମାନେ ପଡିଲେଣି ।

ସେପଟେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିବା ଲାଗି ତାଲିବାନ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛି । କାବୁଲ ବିମାନ ବନ୍ଦରରେ ଥିବା ସମସ୍ୟା ଦୂର ହୋଇଛି ବୋଲି କହିଛି ତାଲିବାନ । ଆନ୍ତର୍ଜାତିକ ସହାୟତା ବିନା ଦେଶର ସମସ୍ୟା ଘନୀଭୂତ ହେଉଥିବାବେଳେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ଯୋଗୁ ହଜାର ହଜାର ଲୋକ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି । ଆମେରିକାର ପ୍ରତ୍ୟାବର୍ତ୍ତନ ପରେ କାବୁଲ ବିମାନବନ୍ଦର ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ନଷ୍ଟ ହୋଇଥିଲା । ତାହାକୁ ଏବେ ସଜଡା ଯାଇପାରିଛି ବୋଲି କହିଛି ତାଲିବାନ । ସେପଟେ ଗମ୍ଭୀର ହେଲାଣି ଆଫଗାନସ୍ଥିତି । ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆକାଶଛୁଆଁ ଦରବୃଦ୍ଧି, ଜୀବିକାର୍ଜନର ମାର୍ଗ ବନ୍ଦ, ତୈଳଦର ବୃଦ୍ଧି ଆଦି କାରଣରୁ ଲୋକମାନେ ହାହାକାର ଅବସ୍ଥାରେ କାଳ କାଟୁଛନ୍ତି ।

ପାକିସ୍ତାନ ଓ ଇରାନରୁ ଖାଦ୍ୟ ପଦାର୍ଥ ଆମଦାନୀ ହେଉଥିବାବେଳେ ତେଲ ଦର ବୃଦ୍ଧି ଯୋଗୁ ସବୁ ଜିନିଷର ଦରଦାମ ଦୁଇଗୁଣା ହୋଇଯାଇଛି । ମେଡିସିନ, ଫଳମୂଳ, ରାସନ ସାମଗ୍ରୀକୁ କିଣିବା ସମ୍ଭବ ହୋଇପାରୁନାହିଁ । ଯାହା କିଛି ଥିଲା ସେସବୁ ବିକିଭାଙ୍ଗି ଦେଇଥିବାବେଳେ ଏବେ ଲୋକଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଯେଉଁମାନେ ଛୋଟ ଛୋଟ ଗାଡି ଜରିଆରେ ଆୟ କରୁଥିଲେ ସେମାନଙ୍କ ଗାଡି ବି ଆଉ ଚାଲୁନାହିଁ । ଏପରି ଘନଘଟା ଭିତରେ ତାଲିବାନର ଅମାନୁଷିକ ନୀତି ସ୍ଥିତିକୁ ଅଧିକ ଘନୀଭୂତ କରିଛି ।

ନିଅଣ୍ଟିଆ ବର୍ଷା ଭରଣା କଲା ‘ଗୁଲାବ’; ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତର ରୂପ ନେଲା ବାତ୍ୟା ‘ଗୁଲାବ’ । ଆଉ ୬ ଘଣ୍ଟା ପରେ ଲଘୁଚାପରେ ପରିଣତ ହେବ। ଏବେ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ହୋଇଛି । ଆଗକୁ ବି କୋରାପୁଟ ସମେତ ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଥିବାରୁ ବଲାଙ୍ଗୀର, ନୂଆପଡା, ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ନାଗବଳୀ ଅବବାହିକାରେ ବେଶି ବର୍ଷ ହୋଇଥିବା ଏସ୍ଆରସିଙ୍କ ପକ୍ଷରୁ ସୂଚିତ କରାଯାଇଛି ।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ । ପୁଣି ଗୋଟିଏ ମିଆଁମାର ଉପକୂଳ ବାଙ୍ଗୋପସାଗରରେ ଆଉ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛି । ଏହର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଦେବଗଡ଼ରେ ପ୍ରବଳ ବର୍ଷା ବଜ୍ରପାତ ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଓଡ଼ିଶାରେ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି। ୩୬୦.୧ ମିଲିମିଟର ବର୍ଷ ରେକର୍ଡ ହୋଇଛି। ସ୍ୱାଭାବିକ ଭାବେ ଏହି ମାସରେ ୨୧୨ ମିଲିମିଟର ବର୍ଷା ହୋଇଥାଏ । ଯାହାଦ୍ୱାରା ଚଳିତବର୍ଷ ନିଆଣ୍ଟିଆ ବର୍ଷା ଭରଣା କରିଛି। ଗୁଲାବ ବାତ୍ୟା ବଳୟ ଟି ୩୦ ସେପ୍ଟେମ୍ବର ବେଳକୁ ଗୁଜୁରାଟରେ  ପହଞ୍ଚି ଆରବ ସଗାରକୁ ଚାଲିଯିବ।

ଭାରତ ବନ୍ଦ୍‌ରେ ଅଟକିଲା ଦିଲ୍ଲୀ, ଗୁରୁଗ୍ରାମ- ନୋଏଡା ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍

ନୂଆଦିଲ୍ଲୀ: କଳା କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ହେଉଛି । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ୍ ପଡିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଦିଲ୍ଲୀ ସୀମାରେ ଚାଷୀ ଧାରଣା ଦେବା ସହ ଗାଜିପୁର ସୀମା ପାଖରେ ବସିଥିବା ଚାଷୀମାନେ ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିଛନ୍ତି ।

ଦିଲ୍ଲୀ-ଅମୃତସର ହାଇଓ୍ବେ ସହ ଦିଲ୍ଲୀ-ମେରଠ ହାଇଓ୍ବେକୁ ମଧ୍ୟ ଚାଷୀମାନେ ବନ୍ଦ କରିଛନ୍ତି । ଚାଷୀ ଆନ୍ଦୋଳନ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଯାଉଥିବା ଅନେକ ଟ୍ରେନକୁ ରେଳ ବିଭାଗ ପକ୍ଷରୁ ବାତିଲ କରିଦିଆଯାଇଛି । ହରିୟାଣାର ବାହାଦୂରଗଡ଼ରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ ଚଳାଇଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍ କର୍ପୋରେସନ ପକ୍ଷରୁ ଏକ ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି ।

ପଞ୍ଜାବ କଂଗ୍ରେସ ପକ୍ଷରୁ ଚାଷୀଙ୍କ ଭାରତ ବନ୍ଦକୁ ସମର୍ଥନ ଦିଆଯାଇଥିବା ବେଳେ ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। ତିନି କୃଷି କାନୁନ ପ୍ରତ୍ୟାହାର ଦାବିରେ ବର୍ଷେ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଖରା, ବର୍ଷା, କାକରରେ ଚାଷୀ ଆନ୍ଦୋଳନ ଚଳାଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ତେବେ କଳା ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ୧୦ବର୍ଷ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ କହିଛନ୍ତି ।

ଅନ୍ୟପଟେ ଭାରତ ବନ୍ଦ ପାଳନ ବେଳେ ଅଘଟଣ । ଦିଲ୍ଲୀ-ହରିୟାଣାର ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନକୁ ବିରୋଧ କରି ଚାଷୀ ବର୍ଷେ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଦେଶ ବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ ସ୍ଥଳରେ ହିଁ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ଚାଷୀଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ।

ଝାଡ଼ଖଣ୍ଡରେ ମିଳିଲା ସୁନାର ଖଣି, ଭାରତ ପୁଣି ହେବାକୁ ଯାଉଛି ସୁନାର ଚିଡ଼ିୟା

0

ରାଞ୍ଚି: ପ୍ରାଚୀନ କାଳରେ ଭାରତକୁ ସୁନାର ପକ୍ଷୀ କୁହାଯାଉଥିଲା କାରଣ ସେହି ସମୟରେ ଭାରତରେ ବହୁ ପରିମାଣର ସୁନା ଥିଲା । ଧିରେ ଧିରେ, ବାହାରୁ ଆସୁଥିବା ବିଦେଶୀମାନେ ଭାରତକୁ ଶାସନ କରିବାକୁ ଚେଷ୍ଟା କଲେ ଏବଂ ଏଠାରୁ ଅନେକ ଥର ଲୁଟ୍ କରି ସମ୍ପତ୍ତି ନିଜ ଦେଶକୁ ନେଇଗଲେ । ଆଜି ବି ଭାରତ ଦେଶରେ ଅନେକ ଖଣିଜ ସମ୍ପଦ ଲୁକ୍କାଇତ ଅବସ୍ଥାରେ ରହିଛି । କିଛି ସମୟ ପୂର୍ବରୁ ଆପଣ ନିଶ୍ଚୟ ଶୁଣିଥିବେ ଯେ ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ବିରାଟ ସୁନା ଖଣି ମିଳିଛି ଯାହାର ମୂଲ୍ୟ ଅନେକ ଲକ୍ଷ କୋଟି ଟଙ୍କା ଥିଲା । କିନ୍ତୁ ଏହା ପରେ ଏହି ଖବର ମନ୍ଥର ହୋଇଗଲା । ନିକଟରେ ଆଉ ଏକ ଖବର ଆସିଛି ଯେ ଝାଡଖଣ୍ଡରେ ସୁନା ଖଣି, ବିହାରରେ କ୍ରୋମିୟମ ଏବଂ ପୋଟାସିୟମ ଖଣି ସନ୍ଧାନ କରାଯାଇଛି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ବିହାରର ୪ ଟି କ୍ଷେତ୍ର ଚିହ୍ନଟ କରିଛି ଯେଉଁଠାରେ କ୍ରୋମିୟମ ଏବଂ ପୋଟାସିୟମର ଭଣ୍ଡାର ଅଛି । ଏହି ଖଣିଟି ସାସାରାମ ରୋହତାସ୍ ଗୟା ଏବଂ ଔରଙ୍ଗାବାଦରେ ଅବସ୍ଥିତ । ନିକଟରେ FICCI ବୈଠକରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପହଲାଦ୍ ଯୋଶୀ ଖଣିଜ ପଦାର୍ଥ ସହ ଜଡିତ ଏକ ସର୍ଭେ କରିବା ପାଇଁ ବିହାରର ଖଣି ମନ୍ତ୍ରୀ ଜନକ ରାମଙ୍କୁ କିଛି ଦଲିଲ ଦେଇଛନ୍ତି । କେବଳ ବିହାର ନୁହେଁ ବରଂ ଅନ୍ୟ କିଛି ରାଜ୍ୟର ମନ୍ତ୍ରୀ ଏବଂ ପ୍ରତିନିଧୀମାନଙ୍କୁ ମଧ୍ୟ ଖଣିଜ ସର୍ବେକ୍ଷଣ ସହ ଜଡିତ ଡକ୍ୟୁମେଣ୍ଟ ପଠାଯାଇଛି ।

ବିଭିନ୍ନ ଖଣିଜ ପଦାର୍ଥ ପାଇଁ କେନ୍ଦ୍ର ମୋଟ ୧୪ ଟି ରାଜ୍ୟକୁ ୧୦୦ ରୁ ଅଧିକ ବ୍ଲକ ପ୍ରଦାନ କରିଛି ଏବଂ ଏହିସବୁ ବ୍ଲକକୁ ଶୀଘ୍ର ନିଲାମ କରିବାକୁ ମଧ୍ୟ ଅନୁରୋଧ କରିଛି । ବିହାରର ଖଣି ଏବଂ ଭୂବିଜ୍ଞାନ ମନ୍ତ୍ରୀ ଜନକ ରାମ ସୂଚନା ଦେଇଛନ୍ତି ଯେ ବିହାରକୁ ତିନୋଟି ବ୍ଲକ ପୋଟାସିୟମ ଏବଂ ଗୋଟିଏ କ୍ରୋମିୟମ ଦିଆଯାଇଛି ।

ପୋଟାସିୟମ ବ୍ୟତୀତ ଔରଙ୍ଗାବାଦ ଏବଂ ଗୟାରେ କ୍ରୋମିୟମର ବ୍ଲକ ମିଳିଛି, ଏହି ଅଞ୍ଚଳ ୮ ବର୍ଗ କିଲୋମିଟରର ଅଟେ । କ୍ରୋମିୟମର ବ୍ୟବହାର ମୋବାଇଲ ତଥା ହିଟରର ତାର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏହା ବ୍ୟତୀତ ଝାଡ଼ଖଣ୍ଡର ସରାୟକେଲା ଜିଲ୍ଲାରେ ଦୁପଇଟି ସୁନାର ବ୍ଲକ ମିଳିଛି । ଏହା ଖୁବ ଅଧିକ ମାତ୍ରାରେ ସୁନା ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାର ଝାଡ଼ଖଣ୍ଡ ବ୍ୟତୀତ ଛତିଶଗଡ଼ର ଜଶପୁର ଜିଲ୍ଲାରେ ମଧ୍ୟ ସୁନାର ଭଣ୍ଡାର ଥିବା ଆଶା କରାଯାଉଛି । ଯଦି ସେପରି ହୁଏ ତେବେ ଭାରତ ପୁଣି ଥରେ ସୁନାର ଭଣ୍ଡାରକୁ ନେଇ ବିଶ୍ୱରେ ନିଜ ସ୍ଥାନ ସୁଦୃଢ଼ କରିପାରିବ ।

କୋହଲିଙ୍କ ବିରୋଧରେ ଟିମ୍ ଇଣ୍ଡିଆରେ ଆରମ୍ଭ ହୋଇସାରିଥିଲା ବିଦ୍ରୋହ

ନୂଆଦିଲ୍ଲୀ: ଗତ କିଛି ଦିନ ପୂର୍ବେ ଟି-୨୦ ଅଧିନାୟକ ଦାୟିତ୍ୱରୁ ଓହରିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଟି-୨୦ ବିଶ୍ୱକପ୍ ପରେ ଅଧିନାୟକ ଦାୟିତ୍ୱରୁ ଓହରିବା ନେଇ ଘୋଷଣା କରିଛନ୍ତି । ଇଂଲଣ୍ଡ ଗସ୍ତରୁ ଫେରିବା ପରେ କୋହଲିଙ୍କ ଏହି ଘୋଷଣା ତାଙ୍କ ପ୍ରଶଂସକ ସମେତ ଅନ୍ୟ କ୍ରିକେଟ ପ୍ରେମୀଙ୍କୁ ଚକିତି କରିଥିଲା । ମାତ୍ରାଧିକ କାର୍ଯ୍ୟଭାର ଯୋଗୁଁ କୋହଲି ଅଧିନାୟକ ପଦରୁ ଓହରିଥିବା କହିଥିଲେ । ତେବେ ସମ୍ପ୍ରତି ଯାହା ଖବର ଆସୁଛି ତଦନୁଯାୟୀ, ଇଂଲଣ୍ଡ ଗସ୍ତରେ  କାଳରେ କ୍ୟାପଟେନ୍ କୋହଲିଙ୍କ କିଛି ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ଭାରତୀୟ ଦଳର ଜଣେ ସିନିୟର ସଦସ୍ୟ ବିସିସିଆଇଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କୋହଲୀଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିସିସିଆଇ ପୂର୍ବରୁ ଯୋଜନା କରିଆସୁଥିଲା । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଗୋଟିଏ ବି ଆଇସିସି ଟ୍ରଫି ଜିତିପାରିନଥିବାରୁ ବିସିସିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି । ଅନ୍ୟ କିଛି ସୂଚନା ଅନୁଯାୟୀ ଟିମ୍ ଭିତରେ କୋହଲିଙ୍କୁ ନେଇ ଅସନ୍ତୋଷ ଦେଖାଦେଇଛି । ବହୁ ସିନିୟର ଖେଳାଳି ଡ୍ରେସିଂ ରୁମ୍‌ରେ ତାଙ୍କ ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହି ସିନିୟର ଖେଳାଳିଙ୍କ ମଧ୍ୟରେ ଆର ଅଶ୍ୱିନଙ୍କ ନାମ ଆଗରେ ରହିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏଥିସହିତ ପଢ଼ନ୍ତୁ: IPL 2021: ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ: ଶେଷ ବଲ୍‌ରେ ଚେନ୍ନାଇ ବିଜୟୀ