ଦୀପାବଳିରେ ଏମିତି ମୋବାଇଲ କ୍ୟାମେରାରେ ଉଠାନ୍ତୁ ଭଲ ଫଟୋ..

1 min read

ନୂଆଦିଲ୍ଲୀ: ସାରା ଦେଶ ଏବେ ଚାଲିଛି ଉତ୍ସବର ଋତୁ । ଏହି ଉତ୍ସବର ଋତୁ ମଧ୍ୟରେ ଏବେ ଦୀପାବଳି ଆସିଛି ।ଦୀପାବଳି ଅବସରରେ ଲୋକମାନେ ଘର ସଜେଇ ଥାନ୍ତି । କାରଣ ଦୀପାବଳି ହେଉଛି ଆଲୋକର ପର୍ବ । ଦୀପାବଳିରେ ସାଧାରଣତଃ ଘରେ ରଙ୍ଗେଲୀ ପକାନ୍ତି, ନୂତନ ପୋଷାକ ପରିଧାନ କରିନ୍ତି ଏବଂ ବାଣ ଫୁଟାନ୍ତି । ତେବେ ଏହି ଉତ୍ସବକୁ ଲୋକମାନେ ତାଙ୍କ ବନ୍ଧୁ ଓ ପରିବାରବର୍ଗଙ୍କ ସହ ପାଳନ କରନ୍ତି । କାରଣ ଦୀପାବଳି ହେଉଛି ଭାରତର ବଡ଼ ପର୍ବ । ତେଣୁ ଏହି ଉତ୍ସବର ସର୍ବୋତ୍ତମ ମୁହୂର୍ତ୍ତକୁ ଲୋକମାନେ ସବୁଦିନ ପାଇଁ ମନେ ରଖିବା ପାଇଁ ଫୋଟେ କ୍ଲିକ୍ କରନ୍ତି ।

ଆଜିର ସମୟରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ । ଯାହା ଦ୍ବାରା ଆପଣ ଭଲ ଫଟୋଗ୍ରାଫି କରି ପାରିବେ । ଯଦି ଆପଣ ଭାବୁଛନ୍ତି କି ଭଲ ଫଟୋଗ୍ରାଫି ପାଇଁ DSLR କିମ୍ବା ମିରର ଲେସ କ୍ୟାମେରା ଆବଶ୍ୟକ ,ତେବେ ଏହା ସତ ନୁହେଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଟିପ୍ସ କହୁଛୁ ଯାହା ଦ୍ବାରା ଆପଣ ନିଜ ସ୍ମାର୍ଟ ଫୋନରେ ଭଲ ଫଟୋ କ୍ଲିକ୍ କରିପାରିବେ । ଫଟୋଗ୍ରାଫି ପାଇଁ ସର୍ବପ୍ରଥମେ ଆପଣ କମ୍ ଲାଇଟ ଓ ଅଧିକ ଲାଇଟରେ କିପରି ଫଟୋ କ୍ଲିକ୍ କରାଯିବ ତାହା ଜାଣିବା ଦରକାର । ଯଦି ଲାଇଟ କମ୍ ରହିଛି ତେବେ ଏହାକୁ ପୂରା ତରିକା ସହିତ କ୍ଲିକ୍ କରନ୍ତୁ । ଯଦି ଲାଇଟ ଅଧିକ ରହିଛି ତେବେ ସଠିକ୍ ଏକ୍ସପୋଜରକୁ ବ୍ୟବହାର କରି ଏହାକୁ ହଟାଇବାକୁ ଚେଷ୍ଟା କରନ୍ତୁ ।

କିଛି ସମୟରେ ରାତିରେ ଫଟୋ ଉଠାଇବା ସମୟରେ ଫଟୋ ଉଠାଇବା କଷ୍ଟକର ଅଟେ । ଏଥିପାଇଁ ବ୍ଲର- ଫ୍ରୀ ଫଟୋ  ଉଠାଇବା ପାଇଁ ଆପଣ ଏକ ଟ୍ରାଇପଡର ବ୍ୟବହାର କରିପାରିବେ । ଫଟୋରେ ଲାଇଟ ଓ ବ୍ୟାକ ଲାଇଟର ବେଶ୍ ଗୁରୁତ୍ବ ଭୂମିକା ଗ୍ରହଣ କରେ । ଏହି ଲାଇଟ ଓ ବ୍ୟାକଲାଇଟର ମିଶ୍ରଣ ମାଧ୍ୟମରେ ଫଟୋଟି ସର୍ବଦା ଉନ୍ନତ ହୋଇପାରିବ ଏବଂ ଫଟୋଟି ଭଲ ଉଠିଥାଏ । ତେବେ ଏପରି ଫଟୋ ଉଠାଇବା ପାଇଁ ପ୍ରଥମେ ଆପଣ ଆପଣଙ୍କ ସ୍ମାର୍ଟ ଫୋନରେ ପୋର୍ଟ୍ରୋଟ ମୋଡ ଅନ୍ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ପରିବାରକୁ କିଛି ଦୂରରେ ଲାଇଟ୍ ସାମ୍ନାରେ ଠିଆ ହେବାକୁ କୁହନ୍ତୁ ଏବଂ ଏହା ପରେ ଆପଣ ଫଟୋ କ୍ଲିକ୍ କରନ୍ତୁ । ଏହି ପୋଟ୍ରେଟ ମୋଡ ଦ୍ବାରା ପରିବେଶ ଏବଂ ବ୍ୟାକଗ୍ରାଉଣ୍ଡକୁ ବ୍ଲର କରିବ ଯାହା ଫଳରେ ଫଟୋଟି ଆକର୍ଷଣୀୟ ଦେଖାଯିବ । ତେବେ ଦୀପାବଳିରେ ସମସ୍ତଙ୍କ ଇଚ୍ଛା ଥାଏ କି ଆତସବାଜିର ଫଟୋ ଉଠାଇବା ପାଇଁ ।  ତେବେ ଆତସବାଜିର ଫଟୋ ଉଠାଇବା ସମୟରେ ସର୍ବଦା ମାନୁଆଲ କିମ୍ବା ପ୍ରୋ ମୋଡ ବ୍ୟବହାର କରନ୍ତୁ ।  କାହିଁକି ନା ମାନୁଆଲ ମୋଡ ଦ୍ବାରା ଆପଣ ସଟରର ଗତି ଏବଂ ଏକ୍ସପୋଜରକୁ ନିୟନ୍ତ୍ରଣ କରିପାରିବେ । ତେଣୁ ଆତସବାଜିର ଫଟୋ ଉଠାଇବା ସମୟରେ ସଟର ସ୍ପିଡକୁ ଅଧିକ ରଖନ୍ତୁ ଏବଂ ସେହି ଅନୁସାରେ ISO କୁ ବ୍ୟବହାର କରନ୍ତୁ ।

ବର୍ତ୍ତମାନ ଉନ୍ନତ ଧରଣର ସ୍ମାର୍ଟ ଫୋନରେ ୪୮ ମେଗାପିକ୍ସେଲ, ୫୦ ମେଗାପିକ୍ସେଲ,୬୪ ମେଗାପିକ୍ସେଲ କିମ୍ବା ୧୦୮ ମେଗାପିକ୍ସେଲ ପରି ହାଇ ରେଜୁଲେସନର ସେନସର ଆସୁଛି । ତେଣୁ ଦୀପାବଳି ସମୟରେ ଫଟୋ ଉଠାଇବା ସମୟରେ ଫୁଲ୍ ରେଜୁଲେସନ ମୋଡକୁ ଅନ କରନ୍ତୁ ଏବଂ ଫଟୋ କ୍ଲିକ୍ କରନ୍ତୁ । ଏହା ପରେ ଯଦି ଆବଶ୍ୟକତା ପଡ଼େ ଫଟୋକୁ କ୍ରପ କରନ୍ତୁ । ଯଦି ଆପଣ ଫଟୋ ଉଠାଇବା ସମୟରେ ଜୁମ୍ କରନ୍ତି ତେବେ ଫଟୋର କ୍ବାଲିଟି ପୂର୍ବ ଭଳି ରହିବ ନାହିଁ ।

ଭଲ ଫଟୋ କ୍ଲିକ୍ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଠିକ୍ ସମୟରେ ସଟ୍ କ୍ଲିକ୍ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣଙ୍କୁ ଫ୍ରେମକୁ ସଠିକ ଭାବରେ ସେଟ୍‌ କରିବାକୁ ପଡ଼ିବ । ତେବେ ଫଟୋ କ୍ଲିକ୍ କରିବା ପୂର୍ବରୁ ଆପଣଙ୍କ ଫଟୋରେ ଥିବା ଅନାବଶ୍ୟକ ଉପଦାନଗୁଡିକୁ ବାହାର କରିବାପରେ ଫଟୋ କ୍ଲିକ୍ କରିପାରିବେ ।

 

 

Leave a Reply