ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗିଲେ ବିରାଟ କୋହଲି

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତ ପ୍ରଥମ ବିଜୟ ଲାଭ କରିଛି । ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ପରେ ଆଫଗାନିସ୍ତାନ ବିପକ୍ଷରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଚଳିତ ଟି-୨୦ ବିଶ୍ବକପରେ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିଛି ବିରାଟ ବ୍ରିଗେଡ । ଏହି ମ୍ୟାଚରେ ଭାରତୀୟ ଦଳର ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ପାଇଁ ୧୪୦ ରନର ପାର୍ଟନରସିପ୍ କରିଥିଲେ । କିନ୍ତୁ ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସାମି ବୋଲିଂ କରୁଥିବା ସମୟରେ ଜାଡେଜା ଏକ ଅସମ୍ଭବ କ୍ୟାଚ ଧରିଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ଏହି କ୍ୟାଚକୁ ନଟଆଉଟ  କହିଥିଲେ । ତେବେ ଜାଡେଜା ଏହି ଦମଦାର କ୍ୟାଚ ଧରିବା ପରେ ଅନ ଫିଲ୍ଡି ଅମ୍ପାୟାର ସପ୍ଟ ସିଗନାଲ ଆଉଟ ଦେଇଥିଲେ । କିନ୍ତୁ ଥାର୍ଡ ଅମ୍ପାୟାର ଅନ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତିକୁ ଭୁଲ କହିଥିଲେ ଏବଂ ଏହି କ୍ୟାଚକୁ ନଟଆଉଟ  ଦେଇଥିଲେ ।

 

View this post on Instagram

 

A post shared by ICC (@icc)

ତେବେ ଥାର୍ଡ ଅମ୍ପାୟରଙ୍କ ଏହି ନିଷ୍ପତି ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଧିନାୟକ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଅମ୍ପୟାରଙ୍କ ନିଷ୍ପତିକୁ ଗ୍ରହଣ କରିପାରୁନଥିଲେ । ଅମ୍ପୟାରଙ୍କ ଏହି ନିଷ୍ପତି ବିରାଟ କୋହଲିଙ୍କୁ ନିରାଶ କରିଥିଲା ।

Leave a Reply