ମୋଟରସାଇକେଲ ରଖିବାକୁ ନେଇ ତୁମୁଳ କାଣ୍ଡ, ଜଣେ ମୃତ୍ୟୁ ଓ ତିନି ଗୁରୁତର

କଟକ: ମୋଟର ସାଇକେଲ ରଖିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ୨ ପରିବାର ମଧ୍ୟରେ ଧସ୍ତାଧସ୍ତିରେ ଜଣଙ୍କର ମୃତ୍ୟୁ  ହୋଇଥିବାବେଳେ  ତିନି ଜଣ ଗୁରୁତର ଆହତ ହୋଇଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହୀର ଗାଁରେ ଏହି ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଦିଆଯାଇଛି ।

ସୂଚନା ମୂତାବକ କଟକରେ ଡ୍ରାଇଭର ଭାବେ କାମ କରୁଥିବା ଦିଲ୍ଲୀପ ଖଟୁଆ ଗତକାଲି ଘରକୁ ଫେରି ଘର ପାଖ ବାସେଳୀ ମନ୍ଦିର ନିକଟରେ ନିଜ ମୋଟରସାଇକଲ ରଖିଥିଲେ। ଏହାକୁ ଗାଁର ଚରଣ ରାଉତ ବାରଣ କରିବାରୁ ଦିଲ୍ଲୀପ ଖଟୁଆ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଦିଲୀପ ଘରକୁ ପଳାଇବା ପରେ ଚରଣ ଓ ତାଙ୍କ ପରିବାର ଦିଲୀପଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ। ଏଥିରେ ଦିଲ୍ଲୀପଙ୍କ ପରିବାର ୪ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କ ବାପା, ମା ଓ ସାନଭାଇ ଚିକିତ୍ସାଧୀନ ଅଛନ୍ତି।

ବଡ଼ମ୍ବା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ପୋଲିସ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି।

Leave a Reply