ଲିଙ୍ଗରାଜ ନିକଟରେ ପୂରାତନ ମନ୍ଦିରର ଗର୍ଭ ଗୃହ ଓ ଦଧିନଉତି ଠାବ

1 min read

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ବାମ ପାର୍ଶ୍ଵ ଶୁକଶାରୀ ମନ୍ଦିର ପାଖରେ ଖନନ ବେଳେ ଏକ ପୁରାତନ ମନ୍ଦିରର ଗର୍ଭ ଗୃହ ଓ ଦଧିନଉତି ଠାବ ହୋଇଛି । ପୂର୍ବରୁ ଏକ ଚଟାଣ ଠାବ ହୋଇଥିଲା । ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ପୁରାତନ ମନ୍ଦିରର ଅନେକ ଭଗ୍ନାବଶେଷ ମିଳିଛି । ASI ପକ୍ଷରୁ ୪ ଫୁଟ ତଳକୁ ଓ ବିନ୍ଦୁସାଗର ପର୍ଯ୍ୟନ୍ତ ୩ଶହ ମିଟର ଖନନ ହେବ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ରରେ ମାଟିତଳେ ଆହୁରି ଅନେକ ମନ୍ଦିର ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସନ୍ଧାନ ମିଳିଥିବା ମନ୍ଦିରଟି ଶୁକଶାରୀ ମନ୍ଦିରର ସମସାମୟିକ ମନ୍ଦିର ବୋଲି ଗବେଷକ ଅନୁମାନ କରିଛନ୍ତି।

Leave a Reply