ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ

କେନ୍ଦୁଝର: ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାଙ୍ଗୁଛି ବିଜେପିର ବଳ । ବିଜେପି ଛାଡିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ଦଳୀୟ ସମସ୍ୟା ଓ ବାଛ ବିଚାର ନୀତି ଯୋଗୁଁ ସେ ଦଳ ଛାଡ଼ିଥିବା କହିଛନ୍ତି । ଧନୁର୍ଜୟଙ୍କ ତେଲକୋଇ ନିର୍ବାଚନ ମଣ୍ଡଳୀର ବିସ୍ତାରକ ହିମାଦ୍ରୀ ଦାସ ଓ ଭଟଲୀ ନିର୍ବାଚନ ମଣ୍ଡଳୀର ବିସ୍ତାରକ ଗଣେଶ ମହାକୁଡଙ୍କ ସମେତ ବୁଥସ୍ତରୀୟ ସଂଗଠକ ଏବଂ ୩ ହଜାରରୁ ଅଧିକ ସମର୍ଥକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ନିଷ୍ପତ୍ତି ନିଜ କର୍ମୀଙ୍କୁ ଉପରେ ଛାଡିଥିବା କହିଛନ୍ତି ଧନୁର୍ଜୟ  । ଆଗାମୀ ଦିନରେ ଏଠାରେ ବିଜେପିର ସ୍ଥିତି ଆହୁରି ଦୟନୀୟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି  । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଧନୁର୍ଜୟ ସିଦ୍ଧୁ   । ଦଳର ରାଜ୍ୟ ନେତୃତ୍ୟଙ୍କ ବାଛ ବିଚାର ଏବଂ ସାଂଗଠନିକ କାର୍ଯ୍ୟରେ ଦୁର୍ବଳ ପରିଲିଖିତ କରି ସେ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି  ।

Leave a Reply