ଲଞ୍ଚ ପୂର୍ବରୁ ବିକ୍ରି ହୋଇଗଲା ସବୁ ଇଲେକ୍ଟ୍ରିକ୍ କାର୍, ଗୋଟିଏ ଥର ଚାର୍ଜରେ ଯିବ ୨୭୦ କିମି

1 min read
BMW All Electric Car Mini Cooper SE Sold Out Ahead Of India Launch

ନୂଆଦିଲ୍ଲୀ: ଲକଜୁରୀ କାର ନିର୍ମାଣ କରୁଥିବା କମ୍ପାନୀ ବିଏମଡବ୍ଲୁର ୟୁନିଟ୍ ମିନି ଇଣ୍ଡିଆ ଭାରତୀୟ ବଜାରରେ ଖୁବଶୀଘ୍ର ନିଜର ପ୍ରଥମ ଅଲ୍-ଇଲେକ୍ଟ୍ରିକ୍ କାର ମିନି କପର ଏସ୍ଇ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହାର ବୁକିଂ ଆରମ୍ଭ କରିଥିବା ବେଳେ ବୁକିଂ ଆରମ୍ଭର ପାଖାପାଖି ୨ ଘଣ୍ଟା ମଧ୍ୟରେ ଏହାର ସମସ୍ତ ୟୁନିଟ୍ ବିକ୍ରି ହୋଇ ଯାଇଛି ।

ଥରେ ଚାର୍ଜ କଲେ ୨୭୦ କିମି

ମିନି କପର ଏସଇରେ ୩୨.୬ କିଲୋୱାଟ୍ ବ୍ୟାଟେରୀ ପ୍ୟାକ୍ ରହିଛି । ଏହି କାର୍ ୧୮ ବିଏଚପିର ସର୍ବାଧିକ ପାୱାର ଓ ୨୭୦ ଏନଏମ୍ ଦେଇ ପିକ୍ ଟର୍କ ଦେଇପାରିବ । ବିଶ୍ୱସ୍ତରର ଗୁଣବତ୍ତା ଅନୁଯାୟୀ ଏଥିରେ ଡବ୍ଲୁଏଲଟିପି ସାଇକେଲ୍ ହିସାବରେ ମିନି କପର ଏସଇ ଗୋଟିଏ ଥର ସମ୍ପୂର୍ଣ୍ଣ ଚାର୍ଜ ହେଲେ ୨୭୦ କିଲୋମିଟର ଯାଏଁ ଯାଇ ପାରିବ ।

୭.୩ ସେକେଣ୍ଡରେ ୧୦୦ ସ୍ପିଡ୍

ମିନି କପର ଏସଇର ସ୍ପିଡ୍ ବି ବହୁତ ଭଲ ରହିଛି । କାର୍ ପ୍ରାୟ ୭.୩ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ପ୍ରତି ଘଣ୍ଟାରେ ଗତିକୁ ଛୁଇଁ ପାରିବ । ଏହି କାରର ଘଣ୍ଟା ପ୍ରତି ସର୍ବାଧିକ ବେଗ ୧୫୦ କିଲୋମିଟର । ଏହି କାର୍ ସହିତ କମ୍ପାନୀ ୧୧ କିଲୋୱାଟ୍ ଓ ୫୦ କିଲୋୱାଟ୍ ଚାର୍ଜର ଦେଉଛି । କାରର ବ୍ୟାଟେରୀ ୩୫ ମିନିଟରେ ଶୂନରୁ ୮୦ ପ୍ରତିଶତ ଚାର୍ଜ ହୋଇ ପାରୁଛି ।

BMW All Electric Car Mini Cooper SE Sold Out Ahead Of India Launch

ଏହି କାରରେ ୩ଟି ଡୋର୍ ରହିଛି । ଅର୍ଥାତ୍ ଡ୍ରାଇଭର, କୋ-ଡ୍ରାଇଭର ସହ ଆଉ ଏକ ଦ୍ୱାର ପଛପଟେ ଡିକିରେ ରହିଛି । କାରରେ ୧୭ ଇଞ୍ଚର ଆଲୋୟ ଚକ ରହିଛି । ହେଡଲ୍ୟାମ୍ପ ସହିତ ଏଲଇଡି ଡିଆରଏଲ୍, ହେକ୍ସାଗ.ନ ଗ୍ରୀଲ କାରକୁ ଆହୁରି ଆକର୍ଷଣୀୟ କରିଛି । କାରରେ ୮.୮ ଇଞ୍ଚର ଇନଫୋଟେନମେଣ୍ଟ ଟଚସ୍କ୍ରିନ୍ ରହିଛି ।

ମିନି କପର ଏସ୍ଇ କାର୍ ବୁକିଂ ପ୍ରାଇସ୍ ୧ ଲକ୍ଷ ଟଙ୍କା କମ୍ପାନୀ ରଖିଥିଲା । ମାତ୍ର ୩୦ଟି ୟୁନିଟ୍ ପାଇଁ କମ୍ପାନୀ ବୁକିଂ ଖୋଲିଥିବା ବେଳେ ପ୍ରାୟ ୨ ଘଣ୍ଟାରେ ପୂରା କାର୍ ବିକ୍ରି ହୋଇ ଯାଇଛି । ତେବେ, ବର୍ତ୍ତମାନ ଯାଏଁ କାରର ଦାମ ଘୋଷଣା ହୋଇ ନାହିଁ ।

Leave a Reply