spot_img
Home Blog Page 5121

Pipili By-Election: ୧୭ତମ ରାଉଣ୍ଡ ସୁଦ୍ଧା ୧୯ହଜାର ୩୨୮ ଭୋଟରେ ଆଗୁଆ ବିଜେଡି

ପୁରୀ: ବିଜୟ ମୁହାଁ ବିଜେଡି । ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି ଚାଲିଥିବା ବେଳେ ବଢ଼ି ଚାଲିଛି ଭୋଟ୍ ବ୍ୟବଧାନ । ୧୭ତମ ରାଉଣ୍ଡ ସୁଦ୍ଧାବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୯ ହଜାର ୩୨୮ ଭୋଟରେ ଆଗୁଆ ରହିଛନ୍ତି ।

୧୭ ତମ ରାଉଣ୍ଡ ସୁଦ୍ଧ ବିଜେଡିକୁ ୬୭୯୨୫ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୪୮୫୯୭ଭୋଟ୍ । ଅମାନତ ହରାଇବାକୁ ଯାଉଥିବା କଂଗ୍ରେସକୁ ମିଳିଛି ମାତ୍ର ୩୨୯୩ ଭୋଟ୍ ।

 

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟିକୁ ନେଇ ଗିରଫ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ଗିରଫ କଲା ଏନ୍‌ସିବି। ମଝି ଦରିଆରେ ରେଭ ପାର୍ଟିରେ ଡ୍ରଗ୍ସ ବ୍ୟବହାରକୁ ନେଇ ଗିରଫ କରିଛି ଏନ୍‌ସିବି। ଘନ ଘନ ଜେରା ପରେ ଗିରଫ କରାଯାଇଛି। କର୍ଡେଲିଆ କ୍ରୁଜରେ ରେଭ ପାର୍ଟିରେ ଯୋଗଦେଇଥିଲେ ଆର୍ଯ୍ୟନ। ତେବେ ଆର୍ଯ୍ୟନ୍‌ଙ୍କୁ ଏନଡିପିଏସ ଆକ୍ଟରେ ଏନସିବି ଗିରଫ କରିଥିବା ସୂଚନା ମିଳିଛି। ମଝିଦରିଆରେ ଛଦ୍ମବେଶରେ ଏନସିବି କରିଥିଲା ରେଡ୍।

ଜାହାଜ ମୁମ୍ବାଇ ଛାଡିବା ପରେ ରେଡ୍ କରିଥିଲା ଏନସିବି। କର୍ଡେଲିଆ କ୍ରୁଜରେ ଚାଲିଥିଲା ରେଭ ପାର୍ଟି। ଏହି ପାର୍ଟିରୁ ଜବତ ହୋଇଥିଲା ଏମଡିଏମଏ, କୋକେନ, ମେଫେଡ୍ରୋନ ଓ ଚରସ। ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ତେବେ ଜେରା ସମୟରେ ବ୍ୟାପକ ବୟାନ ରେକର୍ଡିଂ ପରେ ଏନ୍‌ସିବି ଗିରଫ କରିଥିବା ସୂଚନା ମିଳିଛି।

ଆର୍ଯ୍ୟନ୍‌ଙ୍କ ବ୍ୟତିତ ଏହି ସବୁ ବ୍ୟକ୍ତି ମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ମୁମ୍ବାଇର କ୍ରୁଜ୍ ଜାହାଜରେ ଆୟୋଜିତ ଡ୍ରଗ୍ସ ପାର୍ଟିରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ନାମ ସାମ୍ନାକୁ ଆସିଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଏଥିରେ ଆଉ ୭ ଜଣ ଜଡିତ ଅଛନ୍ତି। ସେମାନଙ୍କର ନାମ ହେଉଛି – ମୁମୁନ୍ ଧାମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଏବଂ ଅରବାଜ ମର୍ଚେଣ୍ଟ।

ସାମ୍ନାକୁ ଆସିଲା ଆର୍ଯ୍ୟନ୍‌ଙ୍କ ଅନ୍ୟ ୭ ସହଯୋଗୀଙ୍କ ନାମ, ସେପଟେ ବନ୍ଦ ହୋଇପାରେ ଶାହାରୁଖଙ୍କ ଫିଲ୍ମ ପଠାନ୍‌ର ସୁଟିଂ

ମୁମ୍ବାଇ: ମଝି ଦରିଆରେ ଡ୍ରଗ୍ସ ପାର୍ଟିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଆର୍ଯ୍ୟନ୍‌ଙ୍କୁ ଜେରା ପରେ ବଲିଓଡ୍‌ର କଳା କାରନାମା ସାମ୍ନାକୁ ଆସିବାରେ ଲାଗିଛି। ଆର୍ଯ୍ୟନ୍ ଖାନଙ୍କ ବ୍ୟତିତ ଅନ୍ୟ ୭ ଜଣଙ୍କର ନାମ ଏବେ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଆର୍ଯ୍ୟନ୍‌ଙ୍କ ଫୋନ୍‌ ଯାଞ୍ଚ ପରେ ଜଣାପଡ଼ିଥିଲା ସେ ପ୍ରତିଦିନ ଡ୍ରଗ୍ସ ନିଅନ୍ତି ବୋଲି। ତେବେ ଶନିବାର ଦିନ ଏନ୍‌ସିବି କ୍ରୁଜ୍‌ରେ ରେଡ ପରେ ଧରାପଡ଼ିଥିଲେ ଆର୍ଯ୍ୟନ୍‌। ନିଶାସକ୍ତ ଅବସ୍ଥାରେ ତାଙ୍କୁ ରେଡ ବେଳେ ଧରିଥିଲା ଏନ୍‌ସିବି।

ଆର୍ଯ୍ୟନ୍‌ଙ୍କ ବ୍ୟତିତ ଏହି ସବୁ ବ୍ୟକ୍ତି ମାନେ ମଧ୍ୟ ରହିଛନ୍ତି ସାମିଲ। ଯେଉଁ ମାନଙ୍କୁ ଏବେ ଆର୍ଯ୍ୟନ୍‌ ସହ ଜେରା କରାଯାଉଛି। ମୁମ୍ବାଇର କ୍ରୁଜ୍ ଜାହାଜରେ ଆୟୋଜିତ ଡ୍ରଗ୍ସ ପାର୍ଟିରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ନାମ ସାମ୍ନାକୁ ଆସିଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଏଥିରେ ଆଉ ୭ ଜଣ ଜଡିତ ଅଛନ୍ତି। ସେମାନଙ୍କର ନାମ ହେଉଛି – ମୁମୁନ୍ ଧାମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଏବଂ ଅରବାଜ ମର୍ଚେଣ୍ଟ।

ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଫସିଯିବା ପରେ ଶାହାରୁଖ ଖାନଙ୍କ ବିଷୟରେ ବଡ ଖବର ଆସୁଛି। କୁହାଯାଉଛି ଯେ ଶାହାରୁଖ ଖାନ ତାଙ୍କ ଫିଲ୍ମ ପଠାନର ସୁଟିଂ ବାତିଲ କରିପାରନ୍ତି। ଫିଲ୍ମ ପଠାନର ସୁଟିଂ ପାଇଁ ଶାହାରୁଖଙ୍କୁ ସ୍ପେନ ଯିବାକୁ ଥିଲା । କିନ୍ତୁ ଏବେ ତାହା ଅସମ୍ଭବ ଭଳି ଲାଗୁଛି। ଯେଉଁଥି ପାଇଁ ଏବେ ସୁଟିଂ ବାତିଲ ହୋଇପାରେ କିମ୍ବା କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମଳିଛି।

ପିପିପି ମୋଡରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପନ ହେବ ଆଉ ଏକ ପ୍ଳାଟଫର୍ମ

ଭୁବନେଶ୍ୱର: ପିପିପି ମୋଡରେ ହେବ ଭୁବନେଶ୍ୱର ଷ୍ଟେସନର ବିକାଶ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ  ପାଖ ଜମିରେ ବିଡିଏ କରିବ ବିକାଶ । ଓଡିଶାରେ ଥିବା ବିଭିନ୍ନ ରେଲଓ୍ବେ ପ୍ରକଳ୍ପର ତ୍ବରାନ୍ବିତ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।  ଖୁବ୍‌ଶୀଘ୍ର  ପାରାଦୀପ- ହରିଦାସପୁର ରେଳଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଭୁବନେଶ୍ୱର ଷ୍ଟେସନ ସହିତ ନ୍ୟୁ ଭୁବନେଶ୍ବର ଷ୍ଟେସନର ବି ବିକାଶ କରାଯିବ । ବିଶ୍ବ ସ୍ତରୀୟ ଷ୍ଟେସନ ହେବାପାଇଁ ପ୍ରକ୍ରିୟାକୁ ଜୋରଦାର କରାଯିବ। । କାର୍ଯ୍ୟର ବ୍ୟୟ ଅଟକଳ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ  । ତେବ ଦିନିକିଆ ଗସ୍ତରେ ଆସି ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ ନିର୍ବାହୀ ଅଧୀକାରୀ ସୁନୀତ ଶର୍ମା ଷ୍ଟେସନ ବୁଲି ଦେଖିବା ସହ ଯାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଲେ ।

ଏଥିସହିତ ପଢ଼ନ୍ତୁ: Pipili By-Election: ୧୩ତମ ରାଉଣ୍ଡ ସୁଦ୍ଧା ୧୪ ହଜାରରୁ ଅଧିକ ଭୋଟରେ ଆଗୁଆ ରୁଦ୍ର

Pipili By-Election: ୧୩ତମ ରାଉଣ୍ଡ ସୁଦ୍ଧା ୧୪ ହଜାରରୁ ଅଧିକ ଭୋଟରେ ଆଗୁଆ ରୁଦ୍ର

ଭୁବନେଶ୍ୱର: ବିଜୟ ମୁହାଁ ବିଜେଡି । ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତି ରାଉଣ୍ଡରେ ଆଗୁଆ ରହୁଛନ୍ତି । ରାଉଣ୍ଡ ପରେ ରାଉଣ୍ଡ ଭୋଟ୍ ଗଣତି ଚାଲିଥିବା ବେଳେ ବଢ଼ି ଚାଲିଛି ଭୋଟ୍ ବ୍ୟବଧାନ । ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୧୪ ହଜାର ୨୧୨ ଭୋଟରେ ଆଗୁଆ ରହିଛନ୍ତି ।

୧୩ ତମ ରାଉଣ୍ଡ ସୁଦ୍ଧ ବିଜେଡିକୁ ୫୦ ହଜାର ୮୮୦ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୩୬, ୬୬୮ ଭୋଟ୍ । ଅମାନତ ହରାଇବାକୁ ଯାଉଥିବା କଂଗ୍ରେସକୁ ମିଳିଛି ମାତ୍ର ୨,୭୮୨ ଭୋଟ୍ । ନୋଟାରେ ୪୭୨ ଭୋଟ୍ ପଡ଼ିଛି । ବିଜେଡି ୫୫.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩୯.୭୦ ପ୍ରତିଶତ ଭୋଟ୍ । ସେହିଭଳି କଂଗ୍ରେସକୁ ମିଳିଛି ୩.୦୧ ପ୍ରତିଶତ ଭୋଟ୍ ।

ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

ଦେଶରେ ଲାଗି ରହିଛି ତୈଳ ସଂକଟ, ଅଭାବ କାରଣରୁ ସେନା ବାଣ୍ଟିବାକୁ ଯାଉଛି ପେଟ୍ରୋଲ-ଡିଜେଲ

ଲଣ୍ଡନ: ଏମିତି ଏକ ଦେଶ ଯେଉଁଠି ସେନା ବାଣ୍ଟିବେ ପେଟ୍ରୋଲ ଏବଂ ଡିଜେଲ। ଡେଲିଭରି ବୟ ହୋଇ ଏବେ ଘରେ ଘରେ ପହଞ୍ଚାଇବେ ପେଟ୍ରୋଲ। ବନ୍ଧୁକ ଧରି ଦେଶକୁ ରକ୍ଷା କରୁଥିବା ସେନା ଏବେ ହାତରେ ପେଟ୍ରୋଲ ଧରି ଘରେ ଘରେ ଡେଲିଭରି କରିବେ। ସେନାଙ୍କ ଦ୍ୱାରା ପେଟ୍ରୋଲ ବଣ୍ଟାଉଥିବା ଦେଶ ହେଉଛି ବ୍ରିଟେନ୍‌।

ତେଲ ଅଭାବକୁ ନେଇ ବ୍ରିଟେନରେ ତେଲର ଘୋର ଅଭାବ ମୁକାବିଲା କରୁଛି। ଏହି ତେଲ ଅଭାବକୁ ଦୂର କରିବା ପାଇଁ ବର୍ତ୍ତମାନ ସେନା ମୁତୟନ କରାଯାଇଛି। ସରକାର କହିଛନ୍ତି ଯେ ସଶସ୍ତ୍ର ବାହିନୀର ଅଧିକାରୀମାନେ ସୋମବାର ଠାରୁ ବ୍ରିଟେନର ସବୁ ଗ୍ୟାରେଜ ମାନଙ୍କୁ ପେଟ୍ରୋଲ ପହଞ୍ଚାଇବେ। ପ୍ରେଟ୍ରୋଲ ପମ୍ପ ଉପରେ ଚାପକୁ ହ୍ରାସ କରିବା ପାଇଁ ମହିଳା ଏବଂ ତାଙ୍କ ସହ ୧୦୦ ଡ୍ରାଇଭରଙ୍କ ସମେତ ପ୍ରାୟ ୨୦୦ ସୈନିକ ଅଭାବକୁ ପୁରଣ କରିବେ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ବ୍ରିଟେନରେ ତୈଳ ଅଭାବକୁ ୩ ଶହ ବିଦେଶୀ ଇନ୍ଧନ ଟ୍ୟାଙ୍କର୍ ପୂରଣ କରିବ ବୋଲି ମନ୍ତ୍ରୀମାନେ ଘୋଷଣା କରିଛନ୍ତି।

ମନ୍ତ୍ରୀମାନେ କହିଛନ୍ତି ଯେ ଯଦି ଲୋକମାନେ ସାଧାରଣ ଭାବରେ ପେଟ୍ରୋଲ କିଣନ୍ତି ତେବେ ଦେଶରେ ତେଲର ଅଭାବ ହେବନାହିଁ। କିନ୍ତୁ ଲୋକେ ତେଲ ସରିଯିବା ଭୟରେ ଅହେତୁକ ଭାବରେ କିଣୁ ପେଟ୍ରୋଲ। ଟ୍ୟାକ୍ସି ଡ୍ରାଇଭର ମାନେ ଗାଡ଼ିରେ ଫୁଲ ତୖଳ ଭରୁଛନ୍ତି। ପେଟ୍ରୋଲ ପମ୍ପରେ ଲୋକେ ପେଟ୍ରୋଲ ପାଇଁ ଲାଇନ୍‌ ଲଗାଇ ଛିଡ଼ା ହେଉଛନ୍ତି। ଯେଉଁଥି ପାଇଁ ଦେଶରେ ଏବେ ପ୍ରେଟ୍ରୋଲ ସମସ୍ୟା ଦେଖାଯାଇଛି। ମନ୍ତ୍ରୀ ମାନେ କହିଛନ୍ତିଯେ ପେଟ୍ରୋଲ ପମ୍ପର ସ୍ଥିତିରେ ସୁଧାର ଆସୁଛି ଏବଂ ବିକ୍ରି ଅପେକ୍ଷା ଅଧିକ ପେଟ୍ରୋଲ ବିତରଣ କରାଯାଉଛି ବୋଲି ସେ କହିଛନ୍ତି। କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ ଦେଶର କେତେକ ଅଞ୍ଚଚଳରେ ପରିସ୍ଥିତି ବହୁତ ଖରାପ ରହିଛି। ଶୁକ୍ରବାର ଦିନ, ଆରଏସି ମୋଟରିଂ ଗ୍ରୁପ୍ କହିଛି ଯେ ବିତରଣ ସମସ୍ୟା ସମାଧାନ ହେଉଛି।

ତେବେ ସୈନିକ ମାନେ କେମିତି ପେଟ୍ରୋଲ ବାଣ୍ଟିବେ ସେ ନେଇ ଏବେ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

West Bengal Bypoll: ବିପୁଳ ପରିମାଣରେ ଭବାନୀପୁରରେ ଦିଦିଙ୍କ ବିଜୟ ହାସଲ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ସବୁ ତର୍ଜମାର ଅନ୍ତ ଘଟିଲା। ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ଆସନ ଭବାନୀପୁର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ। ୫୮ହଜାରରୁ ଅଧିକ ଭୋଟରେ ଜିତିଲେ ମମତା। ଭବାନୀପୁରରେ ରେକର୍ଡ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ। ୨୧ ରାଉଣ୍ଡ ପରେ ୫୮ ଜହାର ୮୩୨ ଭୋଟରେ ଜିତିଛନ୍ତି ଦିଦି। ମୁଖ୍ୟମନ୍ତ୍ରୀ ମମତା ବିଜେପିର ପ୍ରିୟଙ୍କା ତିବ୍ରେଓ୍ୱାଲଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଛନ୍ତି। ଯଦି ଦେଖିବା ତେବେ ଭୋଟ ଗଣନା ଆରମ୍ଭରୁହିଁ ମମତା ଲିଡ କରୁଥିଲେ। ବିଜେପିର ପ୍ରିୟଙ୍କା ବହୁ ପଛରେ ରହିଯାଇଛନ୍ତି ମମତାଙ୍କ ଠାରୁ।

ସେପଟେ ମମତାଙ୍କ ଘର ଆଗରେ ଟିଏମ୍‌ସିର ସମର୍ଥକ ମାନେ ବାଣ ଫୁଟାଇ ବାଜା ବଜାଇ ଉତ୍ସବ ମନାଇବାକୁ ଲାଗିଲେଣି। ରାସ୍ତା ରାସ୍ତାରେ ପ୍ଲା ପାର୍ଡ ଏବଂ ଟିଏମ୍ସିର ପତାକା ଧରି ନାଚୁଛନ୍ତି ସମର୍ଥକ। ପ୍ରବଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରବିବାର ସକାଳ ୮ ଟାରୁ କୋଲକାତାରେ ପଶ୍ଚିମବଙ୍ଗ ବାଇପୋଲ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୩୦ ରେ ଭବାନୀପୁର, ଜାଙ୍ଗିପୁର ଏବଂ ସମସରଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ଗଣନା କରୁଥିବା କର୍ମଚାରୀଙ୍କୁ କେବଳ କଲମ ଏବଂ କାଗଜ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କେବଳ ରିଟର୍ନିଂ ଅଫିସର ଏବଂ ସୁପରଭାଇଜର ଫୋନ୍ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ରହିଥିଲା। ଭବନପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ୨୧ ରାଉଣ୍ଡ, ସମସରଗଞ୍ଜ ପାଇଁ ୨୬ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀ ପାଇଁ ୨୪ ଟି ରାଉଣ୍ଡରେ ଭୋଟ୍ ଗଣନା ଚାଲିଛି।

ସବୁଦିନ ଡ୍ରଗ୍ସ ନେଉଥିଲେ ଆର୍ଯ୍ୟନ୍‌ ଖାନ୍‌, ଜେରା ପରେ ଆର୍ଯ୍ୟନ୍‌ଙ୍କୁ ଗିରଫ କରିପାରେ ଏନ୍‌ସିବି: Report

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କରୁଛି ଝାଳବୁହା ଜେରା। ଡ୍ରଗ୍ସକୁ ନେଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି ଏନ୍‌ସିବି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏନସିବି ଟିମ୍ ଆର୍ଯ୍ୟନ୍ ଖାନଙ୍କୁ ଯେକୌଣସି ମୁହୂର୍ତ୍ତରରେ ଗିରଫ କରିପାରେ। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ବ୍ୟୁରୋ କାର୍ଯ୍ୟାଳୟରେ ଆର୍ଯ୍ୟନ ଖାନଙ୍କୁ ପଚରାଉଚରା କରାଯାଉଛି। ଏନ୍ସିବି ଆର୍ଯ୍ୟନ୍ ଖାନଙ୍କ ମୋବାଇଲ୍ ଚାଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଆର୍ଯ୍ୟନ୍‌ଙ୍କ ଫୋନ୍‌ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଯେଉଁଥି ପାଇ ଏଭଳି ପରିସ୍ଥିତିରେ ଆର୍ଯ୍ୟନ୍ ଖାନଙ୍କ ସମସ୍ୟା ବର୍ତ୍ତମାନ ବଢ଼ିବାରେ ଲାଗିଛି।

ସେପଟେ ଫୋନ୍‌ ଯାଞ୍ଚ ପରେ ଆର୍ଯ୍ୟନ୍ ଖାନ୍‌ ସବୁ ବେଳେ ଡ୍ରଗ୍ ଖାଉଥିଲେ ଏବଂ ଡ୍ରଗ୍ ଅର୍ଡର କରୁଥିଲେ। ଯେଉଁଥିପାଇଁ ଏବେ ଆର୍ଯ୍ୟନ୍‌ଙ୍କ ବିରୋଧରେ ମାମଲ ଆହୁରି ଦୃଢ଼ ହେବାରେ ଲାଗିଛି। ଆର୍ଯ୍ୟନ୍‌ ସବୁବେଳେ କେଉଁଠୁ ଡ୍ରଗ୍ସ ଆଣୁଥିଲେ ? ତାଙ୍କ ସହ ଏଥିରେ ଆଉ କିଏ କିଏ ସାମିଲ ରହିଛନ୍ତି ? ପ୍ରତି ଦିନ କେତେ ପରିମାଣରେ ଡ୍ରଗ୍ସ ନେଉଥିଲେ ? ଡ୍ରଗ୍ସ କେଉଁଠୁ ଆସିଥିଲା ? ଏମିତି ପ୍ରଶ୍ନ ଏବେ ରହିଛି ଏନ୍‌ସିବି ହାତରେ । ତେବେ ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ମାମଲା ଅତ୍ୟନ୍ତ ଦୃଢ଼ ହେବା ପରେ ଏନ୍‌ସିବି ଆର୍ଯ୍ୟନ୍‌ଙ୍କୁ ଏବେ ଗିରଫ କରିପାରନ୍ତି ବୋଲି ସୂଚନା ମିଳିଛି।

Pipili By-Election: କାହିଁକି ଖସୁଛି କଂଗ୍ରେସର ଭୋଟ୍ ହାର ?

ଭୁବନେଶ୍ୱର: କମଜୋର୍ ହେଉଛି କଂଗ୍ରେସ । ପିପିଲିରେ ଦିନକୁ ଦିନ ଦୁର୍ବଳ ହେଉଛି କଂଗ୍ରେସ ଦଳ । ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ଉପନିର୍ବାଚନରେ ସମାନ ଫଳ ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଜୋରରେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ ।

ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଚାଲିଥିବା ବେଳେ ୧୦ତମ ରାଉଣ୍ଡର ଫଳାଫଳ ଆସିଛି । ୧୦ତମ ରାଉଣ୍ଡ ସୁଦ୍ଧା କଂଗ୍ରେସ ମାତ୍ର ୨୪୨୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ବିଜେପିକୁ ୨୮ ହଜାର ୧୩୮ ଭୋଟ୍ ମିଳିଥିବା ବେଳେ ବିଜେଡି ୩୮ ହଜାର ୫୮୯ ଭୋଟ୍ ପାଇ ଆଗୁଆ ରହିଛି ।

Mumbai Cruise Drugs Case: ଆର୍ଯ୍ୟନଙ୍କ ସହ କ୍ରୁଜ୍‌ରେ ଥିବା ଅନେକ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଛି ଡ୍ରଗ୍ସ, ସୂଚନା ଦେଲେ କ୍ରୁଜ୍‌ କମ୍ପାନୀର CEO

ମୁମ୍ବାଇ: ବଲିଉଡ ଦୁନିଆରେ ଡ୍ରଗ୍ସ କାରବାରର କଳା ଫର୍ଦ୍ଦ। ଗୋଟିଏ ପରେ ଗୋଟିଏ ବଲିଉଡ କଳାକାରଙ୍କ କଳା ଚିଠା ଖୋଲିବାରେ ଲାଗିଛି। ରେଭ୍‌ ପାର୍ଟିରେ NCBର ରେଡ୍‌, ଆଉ ତାପରେ ସାମ୍ନାକୁ ଆସିଥିଲା ବଲିଉଡର ସୁପର ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ଅସଲ ଚେହେରା।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ରାତିରେ କରିଥିଲା ସ୍ପେଶାଲ ଅପରେସନ୍। ରାତି ଅଧରେ କରିଥିଲା କ୍ରୁଜ୍‌ ଉପରେ ଚଢ଼ାଉ। ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ହୋଇଥିଲା ଚଢ଼ାଉ। ଚଢ଼ାଉ ସମୟରେ ଏନ୍‌ସିବିର ହାତରେ ଲାଗିଥିଲା ବିପୁଳ ପରିମାଣର ଡ୍ରଗ୍ସ। ଯେଉଁ କ୍ରୁଜ୍ ଉପରେ ରେଭ୍‌ ପାର୍ଟି ଚାଲିଥିଲା ସେହି କ୍ରୁଜ୍‌ ହେଉଛି କର୍ଡେଲିଆ କମ୍ପାନୀର। ଏହି କମ୍ପାନୀର ସିଇଓ ଜୁର୍ଗୋମ ବେଲୋମ ଏକ ବିବୃତ୍ତି ଦେଇଛନ୍ତି।

ସେ କହିଛନ୍ତି ଯେ ‘ଏନସିବି କିଛି ଯାତ୍ରୀଙ୍କ ଲଗେଜରେ ଡ୍ରଗ୍ସ ପାଇଥିଲା, ଯେଉଁ ଲଗେଜ୍‌କୁ ତୁରନ୍ତ କ୍ରୁଜ୍‌ରୁ ବାହାରକୁ କାଢ଼ି ଦିଆଯାଇଥିଲା । ଏଥିପାଇଁ କ୍ରୁଜ୍‌କୁ ପୁନଃ ଯାତ୍ରା ଆରମ୍ଭ କରିବା ପାଇଁ ବିରମ୍ବ ହୋଇଥିଲା। ଯେଉଁଥିପାଇଁ କମ୍ପାନୀ ଯାତ୍ରୀ ମାନଙ୍କୁ କ୍ଷମା ମାଗିଥିଲା। କ୍ରୁଜ୍‌ ମଧ୍ୟରେ ଆୟୋଜନ ହୋଇଥିବା ଷ୍ଟେଜ୍ ସୋ, ଫୁଡ଼ ସୋ, ଗରବା ନୃତ୍ୟ ଏବଂ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇଥିବାକୁ କର୍ଡେଲିଆ କ୍ଷମା ମାଗିଛି।

ସେପଟେ ଏନସିବି ତାର ବିବୃତ୍ତି ଜାରି କରିଛି। ଏନ୍‌ସିବି କହିଛି ଯେ ଅକ୍ଟୋବର ୨ ରେ କରଡେଲିଆ କ୍ରୁଜ୍ ଉପରେ ଚଢ଼ାଉ କରାଯାଇଥିଲା। ଯାଞ୍ଚ ପରେ MDMA, କୋକିନ, MD ଏବଂ ଚରସ ଜବତ କରାଯାଇଥିଲା। ଏହି ପାର୍ଟିରେ ଥିଲେ ମୁମ୍ବାଇର ଅନକେ ସମ୍ଭାରନ୍ତଶ୍ରଣୀର ବ୍ୟକ୍ତି। ଯେଉଁ ମାନଙ୍କ ଭିତରେ ଥିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ। ଆର୍ଯ୍ୟନଙ୍କୁ ଏବେ ଏନ୍‌ସିବି ପଚରାଉଚରା ଜାରି ରଖିଛି। ଆର୍ଯ୍ୟନ୍‌ ଡ୍ରଗ୍ସ ନେଇଥିବା ମଧ୍ୟ ଜେରା ସମୟରେ ମାନିଛନ୍ତି।