୨୫୦୦ ଟଙ୍କାରେ ଲଗାଇ ପାରିବେ ଇଲେକ୍ଟ୍ରିକ୍ ଭେଇକିଲ୍ ଚାର୍ଜର; ଜାଣନ୍ତୁ କିପରି…

1 min read

ନୂଆଦିଲ୍ଲୀ: ୨୫୦୦ ଟଙ୍କାରେ ଲଗାଇପାରିବେ ଇଲେକ୍ଟ୍ରିକ୍ ଚାର୍ଜର । ଦୁଇ , ତିନି ଚକିଆ ଯାନ ସହିତ ହାଲୁକା ବୌଦ୍ୟୁତିକ ଯାନ ପାଇଁ ଦିଲ୍ଲୀ ସରକାର ମଲ୍, ଆପାର୍ଟମେଣ୍ଟ, ଡାକ୍ତରଖାନରେ ବ୍ୟକ୍ତିଗତ ସ୍ଥାନରେ ଚାର୍ଜରେ ଲଗାଇବା ପାଇଁ ମାତ୍ର ୨୫୦୦ ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ଯେ କୌଣସି ବ୍ୟକ୍ତି କେବଳ ୨୫୦୦ ଟଙ୍କାରେ ବ୍ୟକ୍ତିଗତ ଭାବରେ ଇଭି ଚାର୍ଜର ସଂସ୍ଥାପିତ କରିପାରିବେ । ଦିଲ୍ଲୀ ସରକାର ଚାର୍ଜିଂ ଷ୍ଟେସନ ପାଇଁ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୩୦ ହଜାର ଆବେଦନକାରୀଙ୍କୁ ୬ ହଜାର ଟଙ୍କା ସବସିଡ୍ ପ୍ରଦାନ କରୁଛନ୍ତି । ସିଭ୍ଗିଲ ଓ୍ବିଣ୍ଡୋ ସୁବିଧାକୁ ଉଦଘାଟନ କରି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଯେ ଡିସକମ୍ କମ୍ପାନୀଗୁଡିକର ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି । ଲୋକମାନେ ସଂପୃକ୍ତ ଡିସକମ୍ ପୋର୍ଟାଲ ପରିଦର୍ଶନ କରି କିମ୍ବା ହେଲ୍ପଲାଇନ ନମ୍ବରରେ କଲ୍ କରି ବ୍ୟକ୍ତିଗତ ଚାର୍ଜିଂ ଷ୍ଟେସନ ସଂସ୍ଥାପିତ କରିପାରିବେ । ଆବେଦନକାରୀମାନେ ପୋର୍ଟାଲ ପରିଦର୍ଶନ କରି ନିର୍ଭରଯୋଗ୍ୟ ଇଲେକ୍ଟ୍ରିକ୍ ଭେଇକିଲର ଚାର୍ଜର ଯାଞ୍ଚ କରିପାରିବେ । ସେମାନେ ଏହି ଚାର୍ଜରଗୁଡିକର ମୂଲ୍ୟ ମଧ୍ୟ ଦେଖିପାରିବେ । ଏହାକୁ ଆପଣ ଅନଲାଇନ କିମ୍ବା ଫୋନ କରି ବୁକିଂ କରିପାରିବେ । ଆବେଦନ କରିବାର ୭ ଦିନ ଭିତରେ ଇଭି ଚାର୍ଜର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଆବେଦନକାରୀମାନେ ଏକ ନୂତନ ବିଦ୍ୟୁତ ସଂଯୋଗ ଚୟନ କରିପାରିବେ କିମ୍ବା କମ୍ ଇଭି ଶୁକ୍ଳର ଲାଭ ପାଇବାକୁ ବିଦ୍ୟମାନ ସଂଯୋଗ ସହିତ ଜାରି ରଖିପାରିବେ ।

ଦିଲ୍ଲୀ ଡାଏଲୋଗ ଆଣ୍ଡ ଡେଭଲପମେଣ୍ଟ କମିଶନର ଉପାଧ୍ୟକ୍ଷ ଜସ୍ମିନ ଶାହା କହିଛନ୍ତି ଯେ ଭାରତରେ ପ୍ରଥମ ଥର ପାଇଁ ମଲ୍, ଅଫିସ୍, ଆବାସିକ ସୋସାଇଟି, କଲେଜରେ ଘରୋଇ ଚାର୍ଜର ସ୍ଥାପନ ପାଇଁ ସିଙ୍ଗଲ ଓ୍ବିଣ୍ଡୋର ସୁବିଧା କରାଯାଇଛି । ଏହି ଇଭି ଚାର୍ଜିଂ ପଏଣ୍ଟରେ ବ୍ୟବହୃତ ବିଜୁଳି ପାଇଁ ସରକାର ସ୍ଥିର କରିଥିବା ଶୁଳ୍କ ହାର ହେଉଛି ୟୁନିଟ୍ ପିଛା ୪.୫ ଟଙ୍କା ।

ଏହି ଇଭି ଚାର୍ଜର ମୂଲ୍ୟରେ ଚାର୍ଜର ସ୍ଥାପନ ମୂଲ୍ୟ ଏବଂ ୩ ବର୍ଷ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ମୂଲ୍ୟ ଅନ୍ତର୍ଭୁକ୍ତ ହେବ । ଏହି ସବସିଡି ଚାର୍ଜର ମୂଲ୍ୟ ୭୦% ପର୍ଯ୍ୟନ୍ତ ହ୍ରାସ କରିବ ଏବଂ ହଜାର ହଜାର ଛୋଟ ଦୋକନ ମାଲିଙ୍କ ପାଇଁ ଅତିରିକ୍ତ ରାଜସ୍ବ ଉତ୍ପାଦନ ସୁଯୋଗ ପ୍ରଦାନ କରିବ । ଇଭି ଚାର୍ଜର ସଂସ୍ଥାପନ କରିବାକୁ ବହୁତ କମ୍ ସ୍ଥାନ ଆବଶ୍ୟକ ହେବ । LEV AC ପାଇଁ ଏକ ବର୍ଗଫୁଟ ଏବଂ AC 001 ପାଇଁ ଦୁଇ ବର୍ଗଫୁଟ ଆବଶ୍ୟକ । DC 001 ପାଇଁ ଦୁଇ ମିଟର  ଜମି ଓ ଦୁଇ ମିଟର ଉଚ୍ଚତ ଉପରେ ସ୍ଥାପନ କରାଯାଇପାରିବ । ଉଭୟ LEV AC ଚାର୍ଜର ଏବଂ AC 001 ଚାର୍ଜର କାନ୍ଥରେ ଲାଗିଛି । ଏହି ଦୁଇଟି ଚାର୍ଜର ସ୍ବତନ୍ତ୍ର ଭାବରେ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ ଚାର୍ଜ କରିବାକୁ ବ୍ୟବହୃତ ହୋଇପାରିବ । DC 001ର ବ୍ୟବହାର କରି ଫ୍ଲାଇଟ୍ ଅପରେଟରଙ୍କ ଦ୍ବାରା ଇ-କାର ମଧ୍ୟ ଚାର୍ଜିଂ କରିପାରିବେ ।

Leave a Reply