ଭୀଷଣ ବର୍ଷା କାରଣରୁ ତାମିଲନାଡୁରେ ସ୍ଥିତି ସଙ୍ଗୀନ, ପରିସ୍ଥିତି ଆହୁରି ବିଗିଡ଼ିପାରେ

ତାମିଲନାଡ଼ୁ : ତାମିଲନାଡ଼ୁରେ ଭୀଷଣ ବର୍ଷା ଯୋଗୁଁ ରାସ୍ତାଘାଟ ନଦୀରେ ପରିଣତ ହୋଇଛି । ଭୀଷଣ ବର୍ଷାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଘର ଭାଙ୍ଗିଥିବା ଜଣା ପଡିଛି । ଚେନ୍ନାଇର କେତେକ ଘରେ ପାଣି ପଶିଯାଇଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ତାମିଲନାଡ଼ୁରେ ଆଗକୁ କିଛିଦିନ ବର୍ଷା ଲାଗିରହିବାର ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ  ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୦ ଏବଂ ୧୧ ନଭେମ୍ବର ଦିନ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷାର ଆଶଙ୍କା ରହିଛି ବୋଲି ସୂଚନା ଦିଆଯାଇଛି । ଆଇଏମଡି କହିଛି ଯେ,  ବିପଦ ଏଯାଏ ଟଳିନି  ।  । ଚେନ୍ନାଇର ଅଧିକାଂଶ ଅଞ୍ଚଳରେ ପାଣି ଜମିବା ସହ ଏଠାକାର ତଳୁଆ ଅଞ୍ଚଳଗୁଡ଼ିକରେ ଦୁଇ ଫୁଟ ଯାଏ ପାଣି ଜମି ରହିଥିବା କୁହାଯାଉଛି । ଲୋକଙ୍କ ଯାତାୟତ ବ୍ୟବସ୍ଥା ପୁରାରୁରି ଠପ୍ ହୋଇଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ଥାନରେ ବାଜୁଳି କାଟ ମଧ୍ୟ କରାଯାଇଛି । ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ବହୁଳ କ୍ଷତି ଯୋଗୁଁ ସରକାର ଏନଡିଆରଏଫ୍ ଟିମଙ୍କୁ ନିୟୋଜିତ କରାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ଏହା ସହିତ ୯ରୁ ୧୨ ନଭେମ୍ବର ଭିତରେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave a Reply