spot_img
Home Blog Page 5104

‘ନିର୍ଭୟ‘ର ସଫଳ ପରୀକ୍ଷଣ, ଶତ୍ରୁ ଶିବିରରୁ ପଠାଇବ ତଥ୍ୟ

ବାଲେଶ୍ବର:  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡ଼ରୁ ଆଜି ପରୀକ୍ଷା କରାଯାଇଛି ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ । ମଧ୍ୟାହ୍ନ 2 ଟା 25 ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଡ଼େଭଲପ୍‌ମେଣ୍ଟ ପରୀକ୍ଷା କରାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ନିର୍ଭୟ ମିସାଇଲକୁ ଆଜି 750ରୁ 1 ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷା କରାଯାଇଛି ।

ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ ଆଜିର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ୍‌ ସର୍ଟ ଟୋର୍ବୋଫ୍ୟାନ୍‌ ବା ମାନିକ୍‌ ଇଞ୍ଜିନ୍‌ର ବ୍ୟବହାର କରାଯାଇଛି । ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି । ଡ଼ିଆରଡ଼ିଓର ଏରୋନୋଟିକାଲ ଡ଼େଭଲମେଣ୍ଟାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଦ୍ବାରା ପ୍ରସ୍ତୁତ ନିର୍ଭୟ କ୍ଷେପଣାସ୍ତ୍ରର ଓଜନ 1500 କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ 6 ମିଟର ଓ ମୋଟେଇ 0.5 ମିଟର ।

ଏଥିରେ 2ଶହରୁ 3ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହି ମିସାଇଲର ଡ଼େଣାର ଲମ୍ବ 2.7 ମିଟର ଥିବାରୁ ଏହା ଭୂପୃଷ୍ଠରୁ 50 ମିଟରରୁ 4 କିଲୋମିଟର ଉଚ୍ଚତ୍ତାରେ ଏୟାରକ୍ରାଫ୍ଟ ଭଳି ଶତ୍ରୁ ଶିବିର ଚାରିପାଖରେ ଉଡ଼ାଣକରି କଣ୍ଟ୍ରୋଲ ରୁମ୍‌କୁ ଫଟୋ ଓ ଭିଡ଼ଓ ପଠାଇ ପାରିବାର କ୍ଷମତା ରହିଛି । ନିର୍ଭୟକୁ ଅଷ୍ଟମ ଥର ପାଇଁ ଗତ ଜୁନ୍‌ମାସ 24 ତାରିଖରେ ସଫଳତାର ସହିତ ପରୀକ୍ଷା କରାଯାଇଥିଲା ।

ନବଜାତକର ମୃତଦେହ ଧରି ମେଡିକାଲ ପରିସରରେ ବୁଲିଲା କୁକର

ବ୍ରହ୍ମଗିରି: କୁକୁର ମୁହଁରେ ନବଜାକତର ମୃତଦେହ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ । ମେଡିକାଲର ବର୍ହି ବିଭାଗ ପାର୍ଶ୍ୱରୁ ଏକ କୁକୁର ନବଜାକତର ମୃତଦେହ ଧରି ମେଡିକାଲ ପରିସରରେ ଏଣେ ତେଣେ ଧାଉଁଥିବା ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ନିରୁପମାଙ୍କ ମୃତ୍ୟୁ ପୂର୍ବରୁ ହଷ୍ଟେଲକୁ କିଏ କରିଥିଲା ଆତ୍ମହତ୍ୟା ନେଇ ଫୋନ୍ ?

ନବଜାତକର ମୃତ୍ୟୁ ପରେ କେହି ବାହାରେ ଫିଙ୍ଗି ଦେବା ପରେ ବୁଲା କୁକୁରଟି ମୃତଦେହ ଧରି ମେଡିକାଲ ପରିସରରେ ବୁଲିଥିଲା । ତେବେ ନବଜାତକଙ୍କ ମୃତଦେହ ଫିଙ୍ଗିବା/ପୋତିବା ପାଇଁ ମେଡିକାଲରେ ବ୍ୟବସ୍ଥା ରହିଥିବା ବେଳେ କିଏ ବାହାରେ ଫିଙ୍ଗିଲା ଜଣାପଡ଼ି ନାହିଁ । ଏହାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି ।

 

ତ୍ରିରଙ୍ଗାକୁ ଅସମ୍ମାନ କଲେ ଛାତ୍ର, ରାଗିବାରୁ ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାଶ୍ମୀର:  ଇଦଗାହ ଅଂଚଳର ସହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆତଙ୍କୀ ହମଲା, ସମସ୍ତଙ୍କୁ ଚକିତ କଲାଭଳି  । ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଛାତ୍ରଙ୍କ ଉପରେ ଶିକ୍ଷକ ଜଣଙ୍କ ରାଗିଥିବାରୁ ଏହି ଆତଙ୍କବାଦୀ ମାନେ ଉକ୍ତ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି  । ଗତ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ ସମୟରେ ବିଦ୍ୟାଳୟର ୧୫ ଜଣ ଛାତ୍ର ତ୍ରିରଙ୍ଗାକୁ ସମ୍ମାନ ଦେବା ବଦଳରେ ଅସମ୍ମାନ କରିଥିଲେ  ।

ପରବର୍ତ୍ତୀ ସମୟରେ ବିଦ୍ୟାଳୟରେ ଶିକ୍ଷକ ଜଣଙ୍କ ସେହି ଛାତ୍ରମାନଙ୍କ ଉପରେ ରାଗିଥିଲେ  । ଅର୍ଥାତ ସେମାନଙ୍କୁ ବୁଝାଇଥିଲେ ଯେ, ଏ ଦେଶର ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ  । ତେଣୁ ଆଗାମୀ ଦିନରେ ଏପରି ନକରିବାକୁ ତାଗିଦ କରିଥିଲେ ଶିକ୍ଷକ  । ଆଉ ଏଥିପାଇଁ ହିଁ ଉକ୍ତ ହିନ୍ଦୁ ଶିକ୍ଷକ ଜଣଙ୍କ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲେ ବୋଲି ସୂଚନା ମିଳିଛି  ।

ସେପଟେ ଏହି ସବୁ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ ନାମକ ଏକ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ରେଜିଷ୍ଟାନସ ଫୋର୍ସ ହେଉଛି ଲସ୍କର ଇ ତୋଇବାର ଫ୍ରଣ୍ଟ୍ । ଏହା ଅନେକ ସମୟରେ ଲସ୍କର ଇ ତୋଇବା ପାଇଁ କାମ ମଧ୍ୟ କରିଥାଏ  ।  ଗୋଇନ୍ଦା ବିଭାଗର ସୂଚନା ମୁତବାକ କାଶ୍ମୀରର ଅଳ୍ପ ସଂଖ୍ୟକ ହିନ୍ଦୁ ଏବଂ ଶୀଖଙ୍କୁ ହତ୍ୟା କରିବା ପାଇଁ  ଉକ୍ତ ସଂଗଠନ ୧୦୦ଟି ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି  ।

ନିରୁପମାଙ୍କ ମୃତ୍ୟୁ ପୂର୍ବରୁ ହଷ୍ଟେଲକୁ କିଏ କରିଥିଲା ଆତ୍ମହତ୍ୟା ନେଇ ଫୋନ୍ ?

ବଲାଙ୍ଗିର: ବଲାଙ୍ଗିର ମେଡିକାଲ କଲେଜ ଛାତ୍ରୀ ନିବାସରୁ ବୁଧବାର ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ନିରୁପମା ନନ୍ଦ ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀ ଥିଲେ । ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ମେଡିକାଲ ଏଣ୍ଟ୍ରାନ୍ସରେ ମଧ୍ୟ ୫୦୪ ନମ୍ବର ରାଙ୍କ ପାଇଥିଲେ । ତେବେ କିପରି ହେଲା ନିରୁପମାଙ୍କ ମୃତ୍ୟୁ ? ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

 Who Called Hostel Before Nirupama's Death Balangir

ତେବେ ନିରୁପମା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ସିଧାସଳଖ ପୁରୁଷ ବନ୍ଧୁ ଓ ହଷ୍ଟେଲର କିଛି ସହପାଠିନୀଙ୍କୁ ସନ୍ଦେହ କରି ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କିଏ ସେ ପୁରୁଷ ବନ୍ଧୁ ଅନନ୍ତରାମ ମିଶ୍ର ତାହା ପୋଲିସ ସ୍ପଷ୍ଟ କରିନଥିବା ବେଳେ ନିରୂପମାଙ୍କ ମେବାଇଲ୍ ଟାଉନ ଥାନା ପୋଲିସ ଜବତ କରିଛି । ଜବତ ମୋବାଇଲରୁ କିଛି ଚାଟିଂ ସହ କଲ୍ ଅଡିଓ ଜବତ କରିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।

 Who Called Hostel Before Nirupama's Death Balangir

ପ୍ରଥମେ ମୋବାଇଲରୁ ହିଁ ଖିଅ ଖୋଜିବା ଆରମ୍ଭ କରିଛି ପୋଲିସ । ବୁଧବାର ରାତିରେ କଲେଜ ଛାତ୍ରୀ ନିବାସର ତୃତୀୟ ମହଲା ରୁମ ନମ୍ବର-୩୦୮ରୁ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଝୁଲନ୍ତା  ମୃତଦେହ ମିଳିଥିଲା । ନିରୂପମାଙ୍କ ଘର ବଲାଙ୍ଗିର ସହର ସିଭିଲ କୋର୍ଟ ପଛପଟରେ । ଛାତ୍ରୀ ଜଣକ ରହୁଥିବା ରୁମର ଝରକାରେ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ପହଞ୍ଚିବା ବେଳକୁ ଝିଅର ମୃତଦେହ ତଳେ ପଡ଼ିଥିଲା । ଏପିରିକ ଉକ୍ତ ରୁମରୁ କିଛି କେମିକାଲ ଗନ୍ଧ ବାହାରୁଥିଲା । ତେଣୁ କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରିଛି ବୋଲି ନିରୁପମାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 Who Called Hostel Before Nirupama's Death Balangir

ଅନ୍ୟପଟେ ନିରୁପମାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଉଠିଛି ପ୍ରଶ୍ନ । ଯୁକ୍ତ ଦୁଇ ସମୟରୁ ଅନନ୍ତରାମ ମିଶ୍ର ନାମକ ଜଣେ ଯୁବକଙ୍କ ସହ ନିରୂପମା ନିବିଡ଼ ସମ୍ପର୍କ ଥିଲା । ଯୁବକ ଜଣକ ବାରମ୍ବାର ଫୋନ କରି ନିରୁପମାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ପରିବାର । ଗତକାଲି ରାତି ୧୧ ଟା ୨୭ ମିନିଟ୍ ପର୍ଯ୍ୟନ୍ତ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ ଡାକ୍ତରୀ ଛାତ୍ରୀ ନିରୁପମା । ହେଲେ ହଠାତ ୧୧ଟା ୪୫ ମିନିଟରେ ସେ ଆତ୍ମହତ୍ୟା କରୁଛନ୍ତି ତାଙ୍କୁ ରୋକିବା ପାଇଁ ହଷ୍ଟେଲକୁ ଫୋନ କରିଥିଲେ ଜଣେ ଯୁବକ । ହଷ୍ଟେଲ ୱାଡେନ ଓ ତାଙ୍କ ପାଖ ରୁମର କିଛି ଛାତ୍ରୀ କବାଟ ବାଡେଇ ଥିଲେ । କିନ୍ତୁ ଭିତର ପଟୁ ବନ୍ଦ ଥିବାରୁ କବାଟ ଖୋଲିନଥିଲା । ଶେଷରେ ସମସ୍ତ ମିଶି କବାଟ ଭାଙ୍ଗି ଥିଲେ ହେଲେ ନିରୁପମାଙ୍କ ମୃତ୍ୟୁ ହୋଇ ସାରିଥିଲା ।

 Who Called Hostel Before Nirupama's Death Balangir

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରିବ ବୋଲି ବଲାଙ୍ଗିର ସଦର ଏସଡିପିଓ ତୋଫାନ୍ ବାଗ ସୂଚନା ଦେଇଛନ୍ତି ।

ବ୍ରହ୍ମଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମଗିରି: ପୁରୀ ପାଇଁ ବ୍ରହ୍ମଗିରିରୁ ଲେଖା ହେବ ବିକାଶର ନୂଆ ଅଧ୍ୟାୟ । ପୁରୀ ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ବ୍ରହ୍ମଗିରିରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ନବୀନ । ଜିଲ୍ଲାରେ ୩ ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ । ସ୍ମାର୍ଟ କାର୍ଡ ସହିତ ବ୍ରହ୍ମଗିରିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ସହ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

 CM Naveen Patnaik Arrives At Brahmagiri Puri For BSKY Card Distribution

ବ୍ରହ୍ମଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନବ ନିର୍ମିତ ମିନି ସଚିବାଳୟର ଲୋକାର୍ପଣ ହେବ । ପ୍ରାୟ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ନୂଆ ସଡ଼କ ପ୍ରକଳ୍ପ ସାଙ୍ଗକୁ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

 CM Naveen Patnaik Arrives At Brahmagiri Puri For BSKY Card Distribution

କେରାଣ୍ଡିଆ ହେଲିପ୍ୟାଡରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି । ପୂର୍ବରୁ ମାଲକାନଗିରିରେ ବିଏସକେୱାଇରର ଶୁଭାରମ୍ଭ ପରେ ସୁନ୍ଦରଗଡ, ବଲାଙ୍ଗୀର, ଗଜପତିରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତରପ୍ରଦେଶ ବାରାବଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୪ ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବାରାବଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ସମୟରେ ହେଲା ଭୟଙ୍କର ଶବ୍ଦ। ଦୁର୍ଘଟଣାର ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାଗ୍ରସ୍ତ ବସ୍-ଟ୍ରକ୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରଚୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଭୋର ପ୍ରାୟ ୫ଟା ବେଳେ ଏକ ଭଲଭୋ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ। ଦେବା ଥାନା ଅଧୀନ ମାତି ରୋଡ୍‌ରେ ଦୁର୍ଘଟଣା ଘଟିଛି।

ଟ୍ରକଟି ଦିଲ୍ଲୀରୁ ବହରାଇଚୁ ଯାଉଥିବା ବେଳେ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍-ଟ୍ରକ ଧକ୍କା ହେବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବରପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକ ଗୁରୁତରଙ୍କୁ ଲକ୍ଷ୍ନୌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ସ୍କ୍ରାପ ପଲିସି ଲାଗୁ ନେଇ ରାଜ୍ୟରେ ହୋଇନି ନୀତିଗତ ନିଷ୍ପତ୍ତି, କିନ୍ତୁ ଫିଟନେସ ଥିବା ଗାଡି ଚାଲିପାରିବ

ଭୁବନେଶ୍ୱର: କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି। ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିଷ୍ପତ୍ତି ନେଇନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ନୂଆ ନୀତି ୨୦୨୨ ଏପ୍ରିଲରୁ କେନ୍ଦ୍ର ସରକାର ଲାଗୁ କରିବେ। ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ। ଯଦି ଗାଡି ଠିକ ଥିବ ହଟେଇବା କଷ୍ଟ ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ଫିଟନେସ ଥିବା ଗାଡି ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ପଞ୍ଜୀକରଣ କରି ଗାଡି ଚାଲିପାରିବ। ସ୍କ୍ରାପ ପଲିସି ଦ୍ୱାରା ଲୋକ କ୍ଷତିରେ ପଡିବେ ବୋଲି ମନ୍ତ୍ରୀ କହିଛନ୍ତି।

ପଲିସି ଦ୍ୱାରା ଲୋକ କଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି। କେତେ ପୁରୁଣା ଗାଡି ଅଛି ବିଭାଗ ତଥ୍ୟ ଦାଖଲ କରୁଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ସେହିପରି ଇ- ଭେହିକିଲ କାର୍ଯ୍ୟକ୍ଷମ ନେଇ ପରିବହନ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଯିଏ ଇ-ଭେହିକିଲ କିଣିବ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ଚାର୍ଜଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଙ୍ଗ ଷ୍ଟେସନ ବସିବ ସେ ନେଇ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିଭଳି ଦୁର୍ଘଟଣା ରୋକିବାକୁ ତାମିଲନାଡୁ ମଡେଲ ଆପଣେଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ  ଚିଠି ଲେଖିଛନ୍ତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପରିବହନ ମନ୍ତ୍ରୀ କହିଛନ୍ତି, ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମାଇବା ପାଇଁ ରାଜ୍ୟମାନେ ତତ୍ପରତା ପ୍ରକାଶ କରୁଛନ୍ତି। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ ବୋଲି କହିଛନ୍ତି ପଦ୍ମନାଭ।

ଘରକୁ ଆସୁଥିବା ବେଳେ ଅଧା ବାଟରେ ଟ୍ରେନ୍‌ରୁ ନିଖୋଜ ହୋଇଗଲେ CRPF ଯବାନ

ବୌଦ୍ଧ: ଟ୍ରେନ୍‌ରୁ କୁଆଡ଼େ ନିଖୋଜ ହୋଇଗଲେ ଯବାନ। ପୋଷ୍ଠି ପଏଣ୍ଟରୁ ଘରକୁ ଆସୁଥିବା ବେଳେ ଅଧା ବାଟରୁ କୁଆଡ଼େ ନିଖୋଜ ହୋଇଯାଇଛନ୍ତି ଯବାନ। ଟ୍ରେନ୍‌ ଭିତରୁ ଯବନା ନିଖୋଜ ହୋଇଯିବା କଥା ଏବେ ଚର୍ଚ୍ଚାର ବିସୟ ପାଲଟିଛି। ନାଗାଲାଣ୍ଡରେ ସିଆରପିଏଫ୍‌ ଯବାନ ଭାବେ କାର୍ଯ୍ୟରତ ଯବାନ ଥିଲେ ସେ। ସୋନପୁର ମଝିପଡ଼ାର ପ୍ରତାପ ନାଏକ ୭୮ ସି ଆରପିଏଫ ବାଟାଲିୟନ୍- B କମ୍ପାନୀରେ ମିଜୋରାମରେ କାର୍ଯ୍ୟରତ ଥିଲେ।

ସେ ଦିମାପୁର୍ ରେଳ ଷ୍ଟେସନରୁ ୧ତାରିଖ ରାତିରେ ଟ୍ରେନରେ ବୌଦ୍ଧ ଅଭିମୁଖେ ବାହାରି ଥିଲେ। କିନ୍ତୁ ଆଜି ସୁଦ୍ଧା ଘରେ ପହଞ୍ଚିନଥିବାରୁ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ରେଳବାଇ ପୋଲିସ୍ ଏବଂ ସିଆରପିଏଫ କାର୍ଯ୍ୟାଳୟରେ ପରିବାର ଅଭିଯୋଗ କରିଛନ୍ତି। ତେବେ ତାଙ୍କର ସମସ୍ତ ଜିନିଷପତ୍ର ବେଙ୍ଗାଳୁରୁ ରେଳ ଷ୍ଟେସନରୁ ମିଳିଥିବା ରେଳବାଇ ପକ୍ଷରୁ ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଯାଇଛି। ଯବାନ ଜଣକ କେଉଁ ପରିସ୍ଥିତିରେ ଓ କେଉଁଠି ନିଖୋଜ ହୋଇଛନ୍ତି, ସେନେଇ ତନାଘନା ଜାରି ରହିଛି।

ଫୋର୍ବସ ଜାରି କଲା ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାଁ, ପ୍ରଥମ ସ୍ଥାନରେ କିଏ ?

ନୂଆଦିଲ୍ଲୀ:  ପ୍ରତିବର୍ଷ ଫୋର୍ବସ ମାଗାଜିନ ତା’ର ଧନୀକଙ୍କ ତାଲିକା ଜାରି କରେ । ଫୋର୍ବସ ତାଲିକାରୁ ଜଣା ପଡେ ବିଶ୍ୱର ସବୁଠାରୁ ଧନୀ କିଏ । ସେହିଭଳି ଏଥିରୁ ଭାରତର ଧନୀକଙ୍କ ବାବଦରେ ମଧ୍ୟ ସୂଚନା ମିଳିଥାଏ । ପ୍ରତିବର୍ଷ ଭଳି ଏଥରକ ମଧ୍ୟ ଫୋର୍ବସ ତା’ର ଧନୀ ଭାରତୀୟଙ୍କ ତାଲିକା ଜାରି କରିଛି । ଏଥିରେ ୧୦୦ ଧନାଢ୍ୟ ଭାରତୀୟଙ୍କ ନାମ ରହିଛି ।ଭାରତର ସବୁଠାରୁ ଧନୀ ବ୍ୟକ୍ତି କିଏ ? ଏହି ପ୍ରସଙ୍ଗ ଉଠିଲେ ସର୍ବପ୍ରଥମେ ସାମ୍ନାକୁ ଚାଲିଆସେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନାଁ । କିନ୍ତୁ କ’ଣ ଏଥର ମଧ୍ୟ ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ ଅଛନ୍ତି ନା ଆଉ କିଏ ବାଜି ମାରି ନେଇଛି ? ଆସନ୍ତୁ ଜାଣିବା ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାଁ ଜାରି କରିଛି ବିଜନେସ ମାଗାଜିନ ଫୋର୍ବସ । ଫୋର୍ବସ ମାଗାଜିନ ଅନୁସାରେ ଏହି ୧୦୦ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ୭୭୫ ବିଲିୟନ ଡଲାର ବା ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଲିଷ୍ଟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୯୨.୭ ବିଲିୟନ ଡଲାର ବା ପ୍ରାୟ ୬.୮୯ ଲକ୍ଷ କୋଟି ଟଙ୍କା ।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନି ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୭୪.୮ ବିଲିୟନ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରିପୋର୍ଟରେ କୁହାଯାଇଛିଯେ, କୋଭିଡ ୧୯ର ଦ୍ୱିତୀୟ ପ୍ରବାହ ଦେଶରେ ହାହାକାର ସୃଷ୍ଟି କରିଥିଲେ ମଧ୍ୟ ଭାରତ ସାହସ ଏବଂ ବୁଦ୍ଧିମାନର ସହିତ ଏହା ସହିତ ଲଢ଼ିଥିବାରୁ ଦୁନିଆର ଷଷ୍ଠ ବୃହତ୍ ଇକୋନୋମି ଭାରତରେ ନିବେଶକଙ୍କ ଭରସା ବଢ଼ାଇଛି । ଶେୟାର ମାର୍କେଟରେ ବିଏସଇର ବେଞ୍ଚମାର୍କ ସେନ୍ସେକ୍ସ ଗୋଟିଏ ବର୍ଷ ପୂର୍ବ ତୁଳନାରେ ୫୨ ପ୍ରତିଶତ ବଢ଼ିଛି । ଏଥିପାଇଁ ଦେଶର ୧୦୦ ଧନୀଙ୍କ ସମ୍ପତ୍ତିର ରେକର୍ଡ଼ ଏଭଳି ସ୍ତରରେ ପହଞ୍ଚିଛି । ଗତ ୧୨ ମାସ ମଧ୍ୟରେ ଏମାନଙ୍କ ସମ୍ପତ୍ତି ୫୦ ପ୍ରତିଶତ ବା ପ୍ରାୟ ୨୫୭ ବିଲିୟନ ଡଲାର ବଢ଼ି ୭୭୫ ବିଲିୟନ ଡଲାରରେ ପହଞ୍ଚିଛି ।
ରିପୋର୍ଟ ଅନୁସାରେ ଏହି ସମ୍ପତ୍ତି ବୃଦ୍ଧିକୁ ଯଦି ଆକଳନ କରାଯାଏ ତେବେ ପ୍ରାୟ ୨୦ ପ୍ରତିଶତ କେବଳ ଗୌତମ ଅଦାନିଙ୍କ ହେତୁ ବଢ଼ିଛି । କାରଣ ତାଙ୍କ ସମ୍ପତ୍ତି ଗୋଟିଏ ବର୍ଷରେ ୩ ଗୁଣା ବଢ଼ି ୭୪.୮ ବିଲିୟନ ଡଲାର ବା ୫.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଭାରତର ସବୁଠାରୁ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ତାଲିକାରେ ଲଗାତାର ସେ ତିନି ବର୍ଷ ହେବ ଦ୍ୱିତୀୟ ସ୍ଥାନରେ ରହି ଆସୁଛନ୍ତି ।
ଅନ୍ୟପଟେ ମୁକେଶ ଅମ୍ବାନୀ ଲଗାତାର ୨୦୦୮ ମସିହାରୁ ପ୍ରଥମ ସ୍ଥାନରେ ରହି ଆସୁଛନ୍ତି । ପ୍ରାୟ ୩୧ ବିଲିୟନ ଡଲାର ସମ୍ପତ୍ତି ସହିତ ଏଚସିଏଲର ଫାଉଣ୍ଡର ଶିବ୍ ନାଡର ତୃତୀୟ ସ୍ଥାନରେ ଅଛନ୍ତି ଏବଂ ୨୯.୪ ବିଲିୟନ ଡଲାର ସମ୍ପତ୍ତି ସହିତ ରାଧାକୃଷ୍ଣ ଦମାନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମରେ ସାଇରସ ପୁନାଓ୍ୱାଲା, ଷଷ୍ଠରେ ଲକ୍ଷ୍ମୀ ମିତଲ, ସପ୍ତମରେ ସାବିତ୍ରୀ ଜିନ୍ଦଲ,ଅଷ୍ଟମରେ ଉଦୟ କୋଟକ, ନବମରେ ପାଲୋନଜି ମିସ୍ତ୍ରୀ ଏବଂ ଦଶମରେ ଅଛନ୍ତି କୁମାର ମଙ୍ଗଳମ ବିଡଲା ।

ପାହାଡ଼ ବ୍ଲାଷ୍ଟିଂ ପାଇଁ ମାଟିତଳେ ଲୁଚାଯାଇଥିଲା ବିପୁଳ ପରିମାଣରେ ବିସ୍ଫୋରକ, ଜବତ କଲା ପୋଲିସ୍

ଯାଜପୁର: ମାଟି ତଳୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ପୂର୍ବରୁ ବଉଳମାଳ ପଞ୍ଚାୟତ ଓ ଲୁଣିବାର ମୌଜାରୁ ଆମୋନିଆ ନାଇଟ୍ରେଟ ଓ ଜିଲୋଟିନ ଜବତ ସହ ଷ୍ଟୋରକୁ ସିଲ କରାଯାଇଥିଲା। ପୁଣି ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି। ଏହି ବିସ୍ଫୋରକ ପାହାଡ଼ ବ୍ଲାଷ୍ଟିଂରେ ବ୍ୟବହାର କରାଯାଏ। ଜେନାପୁର ଥାନା ଅଞ୍ଚଳରେ ପାହାଡ଼ ଲିଜ୍‌ଧାରୀ ବିସ୍ଫୋରକ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ରଖିଥିବା

ସୂଚନା ମିଳିଛି। ଏନେଇ ଜେନାପୁର ପୋଲିସ ୨ ଜଣ ପାହାଡ଼ ଲିଜଧାରୀଙ୍କ ନାଁରେ ଏତଲା ଦାୟର କରିଛି। ଏନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ତହସଲିଦାରଙ୍କ ପ୍ରତିକ୍ରିୟା ମିଳିପାରିନି। ବାରମ୍ବାର ଏଭଳି ବିସ୍ଫୋରକ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏନେଇ ଆଉ କେଉଁ କେଉଁ ସ୍ଥାନରେ ବିସ୍ଫୋରକ ଲୁଚାଯାଇଛି ରଖାଯାଇଛି ସେନେଇ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି।