ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ତଦନ୍ତ ଆରମ୍ଭ

1 min read

ରାଉରକେଲା: ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ଓ ଭୁଲ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଆରଜିଏଚର ନିର୍ଦ୍ଦେଶକ, ଅଧୀକ୍ଷକ, ଉପ -ଅଧୀକ୍ଷକ, ମେଡିସିନ ସ୍ପେଶାଲିଷ୍ଟ ଓ ଅନ୍ୟ ଜଣେ ଡାକ୍ତର ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି RGH ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି।

ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କୁତ୍ରା ବୁଢାକଟା ଗାଁର ୨୫ ବର୍ଷୀୟ ସରୋଜିନୀ କାକଙ୍କ ମୃତ୍ୟୁ ହୋଇଛି । ଏନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଓ ଭୁଲ ବ୍ଲଡଗ୍ରୁପ୍‌ ରକ୍ତ ଦେବାରୁ ମୃତ୍ୟୁ ହୋଇଥିବା ମୃତ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ରଘୁନାଥପାଲି ଥାନାରେ ଅଭିଯୋଗ ହେବା ପରେ ମୃତଦେହ ମର୍ଗ ହାଉସରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply